ଉପକ୍ରମ ଗର୍ଭଧାରଣ ପୂର୍ବରୁ ଓ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତିଧ୍ୟାନ ରଖିବାକୁ ପଡିଥାଏ । ଗର୍ଭଧରଣ ବେଳେ ଫଳ, ପୁଷ୍ଟିସାର ଆହାର ଖାଇବା ପାଇଁ କୁହାଯାଇଥାଏ । ଏହାସହ ଡାକ୍ତର ମାନେ ପ୍ରସବ ପରେ ଦେଶୀ ଘିଅ ଖାଇବା ପାଇଁ ମଧ୍ୟ କହିଥାନ୍ତି । କ’ଣ ପାଇଁ ଖାଇବେ ଘିଅ ? ଘିଅରେ ପନିପରିବା ତୁଳନାରେ ଅଧିକ ଘୋଷକ ତତ୍ତ୍ଵ ରହିଛି । ଏହି କାରଣ ଯୋଗୁଁ ଦିନରେ ଗୋଟିଏ ଥର ଘିଅ ଖାଇବା ଆବଶ୍ୟକ । ଅଲିଭ୍ ଅଏଲ ପରି ଘିଅ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ। ଆବଶ୍ୟକ ଠାରୁ ଅଧିକ ଘିଅ ଖାଇଲେ ସ୍ୱାସ୍ଥ୍ୟ ପାଇଁ ହାନିକାରକ ମଧ୍ୟ ହୋଇଥାଏ । ଅଧିକ କ୍ୟାଲୋରୀ ଥିବା ଖାଦ୍ୟ ପ୍ରସବ ପରେ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଆହାର କରିବା ଅନୁଚିତ୍ । ହେଲେ ପ୍ରସବ ପରେ ଅଧିକ ତୈଳ ଜାତୀୟ ଖାଦ୍ୟ ଖାଇବା ମହିଳାଙ୍କ ପାଇଁ ବହୁତ ଭଲ । ଏଣୁ ପ୍ରସବ ପରେ ଘିଅ ଖାଇବାକୁ ଡାକ୍ତରମାନେ କହିଥାନ୍ତି । ଘିଅ ଖାଇବାର ଲାଭ ପ୍ରସବ ପରେ ମହିଳାଙ୍କ ଗଣ୍ଠିରେ ଥିବା ରସ କମିଯାଇଥାଏ । ଏଥିପାଇଁ ପ୍ରସବ ପରେ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଘିଅରେ ପ୍ରସ୍ତୁତ ଖାଦ୍ୟରୁ ପୋଷଣ ମିଳିଥାଏ । ଏଥିପାଇଁ ଡାକ୍ତରମାନେ ଏହା ଖାଇବା ପାଇଁ ଅନୁମତି ଦେଇଥାନ୍ତି । ମାଇଗ୍ରେନ୍ ସମସ୍ୟା ମାଇଗ୍ରେନ୍ ରେ ପିଡିତ ଥିଲେ ପ୍ରସବ ପରେ ଘିଅ ନିହାତି ଖାଇବା ଦରକାର । ପ୍ରସବ ମହିଳାଙ୍କ ପାଇଁ ଘିଅ ଘିଅରେ ପ୍ରଚୁର ମାତ୍ରାରେ ଶକ୍ତି ରହିଛି । ପ୍ରସବ ମହିଳାଙ୍କ ପାଖରେ ଶକ୍ତି କମିଯାଇଥାଏ । ଏଥିପାଇଁ ଘିଅ ଖାଇବା ଆବଶ୍ୟକ । ଦରଜରୁ ମୁକ୍ତ ପ୍ରସବ ପରେ ଗଣ୍ଡି ଦରଜ ହୋଇଥାଏ । ଏଥିପାଇଁ ଘିଅ ଦରଜରୁ ମୁକ୍ତି ମିଳିଥାଏ । ଏହାସହ ମା’କ୍ଷୀର ମାଧ୍ୟମରେ ପିଲାକୁ ପୋଷଣ ତତ୍ତ୍ଵ ମିଳିଥାଏ । ଏଣୁ ପ୍ରସବ ପରେ ମହିଳା ଘିଅ ଖାଇବା ଦ୍ଵାରା ଉଭୟ ମା’ ଓ ପିଲା ପାଇଁ ବହୁତ ଭଲ । ଆଧାର - ସ୍ୱାସ୍ଥ୍ୟ ଡାଏରୀ