ଯୌନ ରୋଗ କ'ଣ? ଏସ.ଟି.ଡି. ଅର୍ଥ ଯୌନ ସଂଚାରିତ ରୋଗ । ଏହା କେତେଗୁଡିଏ ସଂକ୍ରମଣ ରୋଗ ଯାହା ସଂକ୍ରମିତ ବ୍ୟକ୍ତିଠାରୁ ସୁସ୍ଥ ଲୋକକୁ ଯୌନକ୍ରିୟା ସମୟରେ ସଂକ୍ରମିତ ହୋଇଥାଏ । ଏହାକୁ ଆଗରୁ "ଭେନେରାଲ ଡିଜିଜ୍" କୁହାଯାଉଥିଲା । ଏବେ ଏହା ଯୌନ ସଂଚାରିତ ରୋଗ ନାମରେ ସମସ୍ତଙ୍କର ଜାଣାଶୁଣା । ଏହା ରୋଗ ଜୀବାଣୁ ଭୂତାଣୁ, ପ୍ରୋଟୋଜୁଆ ଇତ୍ୟାଦି ଯୋଗୁଁ ହୋଇଥାଏ । ଯୌନ ରୋଗ ୨୦ ପ୍ରକାରରୁ ଅଧିକ ଦେଖିବାକୁ ମିଳେ । ଏହିପରି କେତେଗୁଡିଏ ରୋଗ ହେଲା - ଗନେରିଆ, ଲିମ୍ପୋଗ୍ରାନୁଲୋମା ଭେନେରିୟମ, ସିଫିଲସ୍, ଭାଜିନାଇଟିସ୍, ସାନକ୍ରଏଡ, କୁଣ୍ଡିଆ, ହର୍ପସ, ପେଡିକୁଲୋସିସ୍ କ୍ଲାମାଇଡିଆ, ଏଡସ୍ । ସଂକ୍ରମିତ ପ୍ରତି ୧୦୦ ଜଣ ଯାଞ୍ଚ ବ୍ୟକ୍ତିଙ୍କ ମଧ୍ୟରୁ ଗ୍ରାମ୍ୟ ପୁରୁଷ - ଭି.ଡି.ଆର.ଏଲ -୩.୬, ଟି.ପି.ଏଚ.ଏ+ଭି - ୪.୨ ଗ୍ରାମ୍ୟ ମହିଳା - ଭି.ଡି.ଆର.ଏଲ -୨.୮, ଟି.ପି.ଏଚ.ଏ+ଭି - ୩.୩ ପେଶାଗତ ରକ୍ତଦାତା - ଭି.ଡି.ଆର.ଏଲ -୧୫, ଟି.ପି.ଏଚ.ଏ+ଭି – ୧୬ ବିପଦପୂର୍ଣ୍ଣ ଗୋଷ୍ଠି - ଭି.ଡି.ଆର.ଏଲ - , ଟି.ପି.ଏଚ.ଏ+ଭି – ୨୮ ପୁରୁଷ ବା ସ୍ତ୍ରୀ ବେଶ୍ୟା - ଭି.ଡି.ଆର.ଏଲ - , ଟି.ପି.ଏଚ.ଏ+ଭି – ୬୩ ସହର ପୁରୁଷ - ଭି.ଡି.ଆର.ଏଲ -୦.୮, ଟି.ପି.ଏଚ.ଏ+ଭି - ୭.୩ ଏହି ସମସ୍ୟା ସଠିକ ନିର୍ଦ୍ଧାରଣ ପାଇଁ ସେପରି କିଛି ତଥ୍ୟ ନାହିଁ । ଏହା ମ୍ୟାଲେରିଆ ଭଳି ସାଧାରଣ ଅଟେ । ବର୍ଷକୁ ୨୫୦ ନିୟୁତ ନୂଆ କେସ୍ ପୃଥିବୀରେ ଦେଖାଯାଏ । ଭାରତରେ ୪୦ ନିୟୁତ ଲୋକ ଏହି ରୋଗରେ ଆକ୍ରାନ୍ତ । ସହର ଓ ଗ୍ରାମରେ ଏହାର ବ୍ୟାପକତା ୧୦% ଓ ୭% ଅଟେ । କିପରି ସଂକ୍ରମିତ ହୋଇଥାଏ ଜଣେ ଯୌନ ରୋଗରେ ସଂକ୍ରମିତ ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖିବା ଦ୍ଵାରା ଏହା ସୁସ୍ଥ ଲୋକକୁ ସଂକ୍ରମଣ କରିଥାଏ । ଏହି ଯୌନ ସମ୍ପର୍କ, ମୌଖିକ, ମଳ ଦ୍ଵାର ଓ ଯୋନି ସମ୍ପର୍କରେ ହୋଇପାରେ । ସ୍ତ୍ରୀ ଜନନାଙ୍ଗ ପୁରୁଷ ଜନନାଙ୍ଗ, ମଳଦ୍ଵାରା ଓ ପାଟି ଯୌନ ରୋଗ ଜୀବାଣୁମାନଙ୍କ ପାଇଁ ବେସ ଫଳ ପ୍ରଦ ସ୍ଥାନ ଅଟେ । ଯୌନ ରୋଗ କବଳରୁ କେହି ସୁରକ୍ଷିତ ନୁହେଁ । କିନ୍ତୁ ଏହା ବେଶୀ ମାତ୍ରାରେ ବେଶ୍ୟା, ସମଲିଙ୍ଗ, ଡ୍ରାଇଭର ଇତ୍ୟାଦିଙ୍କ ଠାରେ ଦେଖିବାକୁ ମିଳେ । ଏହି ରୋଗ ମୁଖ୍ୟତଃ ୨୦-୪୦ ବର୍ଷ ବୟସ ମଧ୍ୟରେ ହୋଇଥାଏ । ଏବେ କିନ୍ତୁ କମ୍ ବୟସର ପିଲାମାନଙ୍କ ଠାରେ ଏହି ରୋଗ ଅଧିକ ଦେଖାଯାଉଛି । ସଂକ୍ରମିତ ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖିବା ଦ୍ଵାରା ଏହା ଶୈଳଶ୍ମିକ ଝିଲ୍ଲି ଓ ଜନନାଙ୍ଗ ଦେଇ ସୁସ୍ଥ ଲୋକଙ୍କୁ ସଂକ୍ରମିତ କରିଥାଏ । କିଛି ଦିନ ପରେ ଏହି ରୋଗର ଲକ୍ଷଣ ଜଣା ପଡିଥାଏ । କିଛି ଦିନ ପରେ ଏହା ରୋଗ ଯଥା- ଏଡସ୍ ଓ ସିଫିଲିସ୍ ସଂକ୍ରମିତ ଛୁଞ୍ଚି, ରକ୍ତ ସଞ୍ଚାରଣ ଓ ପିଲାଜନ୍ମ ସମୟରେ ବା ଗର୍ଭ ସମୟରେ ମା' ଠାରୁ ପିଲାକୁ ହୋଇଥାଏ । ଲକ୍ଷଣ ଜୀବାଣୁ ସଂକ୍ରମଣ କିଛି ଦିନ ପରେ ରୋଗର ଲକ୍ଷଣ ଓ ଚିହ୍ନ ଜଣାପଡିଥାଏ । ଏପରିକି ଏହି ଲକ୍ଷଣ କେତେକ ରୋଗରେ ବହୁତ ଡେରିରେ ଜଣାପଡିଥାଏ । ସାଧାରଣ ଲକ୍ଷଣ ହେଲା - ପୁରୁଷ ଓ ମହିଳା ପରିଶ୍ରା କରିବା ସମୟରେ ପୋଡା ଜଳା, ଅଧିକ ଥର ପରିଶ୍ରା ଲାଗିବା ଜନନାଙ୍ଗରେ ଘା, ଯନ୍ତ୍ରଣା ବା ବିନା ଯନ୍ତ୍ରଣାରେ କୋଲଗାତ ଗ୍ରନ୍ଥି ଫୁଲିବା ଜନନାଙ୍ଗ ଯୋଗା କୁଣ୍ଡାଇ ହେବା ବା ପୋଡା ଜଳା ହେବା ଜନନାଙ୍ଗରେ ଆବୁ ପାଟିରେ ଘା ମୁଣ୍ଡ ବିନ୍ଧା, ମାନ୍ଦା ଲାଗିବା, ବାନ୍ତି, ଜ୍ଵର ଇତ୍ୟାଦି ମହିଳା ଯୋନି ସ୍ରାବ ( ହଳଦିଆ, ନୀଳ, ଦହି ଭଳି ପୂଜଭଳି ଦୁର୍ଗନ୍ଧ ଯୁକ୍ତ) ତଳିପେଟରେ ଯନ୍ତ୍ରଣା ଅନୀୟମିତ ରକ୍ତସ୍ରାବ ଜନନାଙ୍ଗ ପୋଡାଜଳା ସହବାସ ସମୟରେ କଷ୍ଟ ବା ଯନ୍ତ୍ରଣା ପୁରୁଷ ଜନନାଙ୍ଗ ସ୍ରାବ ମନେରଖିବା ଉଚିତ୍, ତେତେକ ମହିଳାଙ୍କ କ୍ଷେତ୍ରରେ ଯୌନ ରୋଗର ଲକ୍ଷଣ ମୋତେ ଜଣା ପଡିନଥାଏ । ତେଣୁ ସେମାନେ ଣ ଜାଣି ଏହି ରୋଗ ଅନ୍ୟକୁ ବାଣ୍ଟିବାରେ ସାହାଯ୍ୟ କରିଥାନ୍ତି। ଜଣକୁ ଦେଖି ସେ ଯୌନ ରୋଗରେ ଆକ୍ରାନ୍ତ କି ନୁହେଁ ଜାଣିହେବ ନାହିଁ । ଏପରିକି ଜଣେ ଏକ ସମୟରେ ବିଭିନ୍ନ ଯୌନ ରୋଗରେ ଆକ୍ରାନ୍ତ ହୋଇପାରେ । ଜଣେ ବ୍ୟକ୍ତି ଜଣେ ସହିତ ଯୌନ ସମ୍ପର୍କ ରଖିଲେ ରୋଗରେ ପଡିପାରେ ଯଦି ସେହି ବ୍ୟକ୍ତିର ଆଗରୁ ଯୌନ ରୋଗ ଥାଏ । ଏଣୁ ଲକ୍ଷଣ ଜାଣିବା ସଙ୍ଗେ ସଙ୍ଗେ ତୁରନ୍ତ ଦକତ୍ଵର ବା ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ । କେତେକ ଯୌନ ରୋଗ ଯଥା ସିଫିଲସ୍ ର ଲକ୍ଷଣ ବିନା ଚିକିତ୍ସାରେ ମଧ୍ୟ ଦେଖାଯାଏ ନାହିଁ, କିନ୍ତୁ ଏହା ବହୁତ ମାରାତ୍ମକ । ଜୀବାଣୁ ଅଧିକ ହୋଇ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ବ୍ୟାପି ଯାଆନ୍ତି, ଯାହା ହୃଦ ରୋଗ ଓ ପକ୍ଷଘାତ ଭଳି ରୋଗ ସୃଷ୍ଟି କରିଥାଏ । ଯଦି ଜଣେ ଗର୍ଭବତୀ ମହିଳାର ସିଫିଲିସ୍ ଥାଏ ତେବେ ସେହି ରୋଗର ଜୀବାଣୁ ଗର୍ଭାସ୍ଥ ଭୂତାଣୁ ମଧ୍ୟ ସଂକ୍ରମିତ କରିଥାଏ, ଯାହା ଗର୍ଭପାତ, ମୃତ ପିଲା ଜନ୍ମ ଓ ସଅଳ ପିଲା ମୃତ୍ୟୁର କାରଣ ହୋଇଥାଏ । ରୋଗରେ ସଂକ୍ରମିତ ନବଜାତ ଶିଶୁର ଆଖି ସଂକ୍ରମଣ ହୋଇଥାଏ । ଯୌନ ରୋଗ ହେବାର ସାମାଜିକ କାରଣ ଜୀବନ ଶୈଳିରେ ପରିବର୍ତ୍ତନ ସମୟ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆମେ ଆମେ ନୈତିକ ମୂଲ୍ୟୁବୋଧକୁ ହରାଇ ବସୁଛି ଓ ଦିନକୁ ଦିନ ଅଧିକ ଉଚ୍ଛୁଙ୍ଖଳ ହୋଇ ଉଠୁଛୁ । ଏହା ବିଶେଷକରି ଯୁବକ ଯୁବତୀଙ୍କ ଠାରେ ଅଧିକ ଦେଖାଯାଉଛି । ଯୌନ ବ୍ୟବସାୟ :ଯୌନ ବ୍ୟବସାୟରେ ଲିପ୍ତ ସମସ୍ତ ବ୍ୟକ୍ତି ଏହି ରୋଗ ସଂକ୍ରମଣ ମୁଖ୍ୟ ମାଧ୍ୟମ ଅଟନ୍ତି। ବୈବାହିକ ଦ୍ଵନ୍ଦ: ଯାହା ସାମୟିକ ଯୌନ ସମ୍ପର୍କକୁ ଉତ୍ସାହିତ କରିଥାଏ । ଶିଳ୍ପ: ଲୋକମାନଙ୍କର ସ୍ଥାନାନ୍ତର ଓ ଘରୁ ଅଲଗା ରହିବା ଫଳରେ ଏହି ରୋଗ ସଂକ୍ରମଣରେ ପଡିଥାନ୍ତି । ଘର ଭାଗିଯିବା: ଏହି ଘରର ପିଲା ଆମୋଦ ଓ ଖୁସି ପାଇଁ ବେଶ୍ୟାଳୟକୁ ଯାଇଥାନ୍ତି । ଯାତ୍ରା: ଅଧିକ ଯାତ୍ରା ଏହି ରୋଗ ବ୍ୟାପିବାରେ ସାହାଯ୍ୟ କରିଥାଏ । ଆଲକୋହଲ୍: ଏହାର ପ୍ରଭାବ ପରୋକ୍ଷ ଭାବରେ ପଡିଥାଏ । ଯୌନ ସମ୍ପର୍କୀୟ ତଥ୍ୟର ଅନୁପଯୁକ୍ତ ବ୍ୟବହାର ଏହି ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ଯୌନ ରୋଗ ସମ୍ବନ୍ଧୀୟ ଭ୍ରାନ୍ତ ଧାରଣା ସଂକ୍ରମିତ ବ୍ୟକ୍ତି ସହିତ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଦ୍ଵାରା ଯୌନରୋଗ ହୋଇଥାଏ । ଏଥି ସହିତ ଏହି ରୋଗ ହେବାରେ ବିଭିନ୍ନ ଗଳ୍ପ ମଧ୍ୟରେ ଶୁଣିବାକୁ ମିଳେ । ଏଣୁ ମିଥ୍ୟା ଗପକୁ ବିଶ୍ଵାସ ନକରି ଏହି ରୋଗର କିପରି ହେବ ସେଥିପ୍ରତି ସତର୍କ ରହିବା ଆବଶ୍ୟକ । ଯୌନ ରୋଗ ବ୍ୟାପି ନଥାଏ - ସମୁହ ପାଇଖାନା ବ୍ୟବହାର ଦ୍ଵାରା ମଶା କାମୁଡା ପାପ ହସ୍ତ ମୈଥୁନ ଗଛ ତଳେ ପରିଶ୍ରା କଲେ ଭୁତ ପ୍ରେତ ଗରମ ଖାଦ୍ୟ ଦୂଷିତ ରକ୍ତ ଭଗବାନଙ୍କ ଅଭିଶାପ ଯୌନ ରୋଗର ଚିକିତ୍ସାନ କରିବା ଦ୍ଵାରା କି ପ୍ରକାର କ୍ଷତି ଓ ଅସୁବିଧା ହୋଇଥାଏ ଯୌନ ରୋଗର ଉପୟୁକ୍ତ ଚିକିତ୍ସା କରାନଗଲେ ଏହା ଅକର୍ମଣ୍ୟ ତାକୁ ଗତି କରିଥାଏ ଓ ଶେଷରେ ରୋଗୀ ମୃତ୍ୟୁ ମୁଖ ପଡିଥାଏ । ଜୀବାଣୁ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ସଂକ୍ରମଣ କରିଥାନ୍ତି । ଗର୍ଭାବତୀ ମହିଳାମାନେ ଗର୍ଭର ଶିଶୁକୁ ମଧ୍ୟରୋଗ ସଂକ୍ରମଣ ସାହାଯ୍ୟ କରନ୍ତି । ଯୌନ ରୋଗର କେତେକ ଅସୁବିଧା ତଳିପେଟରେ ନିମ୍ନ ଭାଗ (ବସ୍ତି କୋଟରୀୟ) ସଂକ୍ରମଣ ବନ୍ଧ୍ୟାତ୍ଵ ଗର୍ଭାଶୟ ବାହାରେ ଗର୍ଭ ରହିଥାଏ ନବଜାତର ଆଖି ସଂକ୍ରମଣ ଜନ୍ମଦୋଷ ଗଳାରେ କର୍କଟ ରୋଗ ନବଜାତମାନଙ୍କୁ ନିମୋନିଆ ଯୌନ ରୋଗ ଉଭୟ ନାରୀ ଓ ପୁରୁଶାଙ୍କର ଉତ୍ପାଦନ କ୍ଷମତା କମାଇ ଦେଇଥାଏ, ଯାହା ଆର୍ଥିକ କ୍ଷତିର ଏକ ବଳିଷ୍ଠ କାରଣ ଅଟେ । ଯୌନ ରୋଗ/ଏଚ. ଆଇ. ଭି./ ଏଡସ୍ ମଧ୍ୟରେ ସମ୍ବନ୍ଧ କ’ଣ ଏଡସ୍ ମଧ୍ୟ ଏକ ଯୌନରୋଗ ଅଟେ । ଯୌନ ରୋଗ ଯେଉଁ ମାଧ୍ୟରେ ହୋଇଥାଏ, ଏଡସ୍ ମଧ୍ୟସେହିପରି ହୋଇଥାଏ । ଏଣୁ ଯୌନ ରୋଗ ନହେବା ପାଇଁ ସାବଧାନତା ଅବଲମ୍ବନ କରିବା ଉଚିତ୍ । ଯୌନ ରୋଗ ଏଡସ୍ ହେବାରେ ବହୁତ ସାହାଯ୍ୟ କରିଥାଏ । ଶୈଳୀଶ୍ମିକ ଝିଲ୍ଲି ବା ଧଳା ସ୍ରାବ ମାଧ୍ୟମରେ ଏଚ. ଆଇ. ଭି. ଶରୀରରେ ପ୍ରବେଶ କରିଥାଏ । ଆଧିକାଂଶ ଅଧ୍ୟୟନରେ ଏହା ପ୍ରମାଣିତ ଯେ, ଏଚ.ଆଇ. ଭି. ରେ ଆକ୍ରାନ୍ତ ବ୍ୟକ୍ତିକୁ ଯୌନରୋଗ ହୋଇଥିଲେ ସହଜରେ ଭଲ ହୁଏ ନାହିଁ । ସୂଚନା - ଏଡସ୍ ଭଲ ହେବା ପାଇଁ ଆଜିଯାଏଁ କୌଣସି ଔଷଧ ବାହାରି ନାହିଁ ଯୌନ ରୋଗର ପ୍ରତିଷେଧକ ଓ ସଅଳ ଚିକିତ୍ସା ଏଚ.ଆଇ. ଭି. ସଂକ୍ରମଣକୁ ରୋକି ପାରିବ । ଯୌନ ରୋଗକୁ ଠିକ୍ ସମୟରେ ଚିକିତ୍ସା ଯୌନ ରୋଗ ମୁଖ୍ୟତଃ ସରକାରୀ ଡାକ୍ତରଖାନା ଓ ଯୌନ ସଂଚାରିତ ରୋଗ କ୍ଳିନକ୍ ରେ ଚିହ୍ନଟ କରାଯାଇ ପାରି । ଏହି ପରୀକ୍ଷା ଶସ୍ତା ଓ ସହଜ ଅଟେ । କେତେକ ପରୀକ୍ଷା ରକ୍ତ ପରୀକ୍ଷା ଯଥା ଭି.ଡି.ଆର.ଏଲ୍. ଓ. ଟି.ପି.ଏଚ.ଏ. ସିଫିଲିସ୍ ପାଇଁ ଅଣୁ ବିକ୍ଷଣ ଯନ୍ତ୍ର ସାହାଯ୍ୟରେ ଜନନାଙ୍ଗ ସ୍ରାବ, ପୂଜ ଇତ୍ୟାଦିଦିର ପରୀକ୍ଷା ମୂତ୍ର ପରୀକ୍ଷା ଯେଉଁ ବ୍ୟକ୍ତିଠାରୁ ରୋଗର ଲକ୍ଷଣ ଦେଖିବାକୁ ମିଳେ ବା ଯାହାର ଯୌନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ସହିତ ସମ୍ପର୍କ ଅଛି ବା ଆଗନ୍ତୁକ ସହିତ ଯୌନ ସମ୍ପର୍କ ଅଛି, ତୁରନ୍ତ ଡାକ୍ତରଙ୍କ ପାରମର୍ଶ କରିବା ଉଚିତ୍ ।ପ୍ରତ୍ୟକ ଗର୍ଭବତୀ ମହିଳା ଯୌନ ରୋଗର ଯାଞ୍ଚ କାରୟ ନେବା ଉଚିତ୍ । ଏହି ରୋଗର ଚିକିତ୍ସା ପାଇଁ ଡାକ୍ତରଖାନାରେ ରହିବା ଆବଶ୍ୟକନାହିଁ । ଘରେ ରହି ମଧ୍ୟ ଏହି ରୋଗକୁ ଚିକିତ୍ସା କରାଯାଇପାରିବ । ଯୌନରୋଗ ଥିବାର ଜାଣିଲେ କ’ଣ କରିବେ? ସଅଳ ଓ ଉପୟୁକ୍ତ ଚିକିତ୍ସାଦ୍ଵାରା ଯୌନ ରୋଗକୁ ଭଲ କରାଯାଇପାରିବ । ଜଣେ ଏହି ରୋଗ ଲୁଚାଇବା ଉଚିତ ନୁହେଁ, କାରଣ ଡେରିରେ ଚିକିତ୍ସାକଲେ ଅଧିକ ଖର୍ଚ୍ଚ ହୋଇଥାଏ ଓ ରୋଗ ଭଲ ହେବା ପାଇଁ ବହୁତ ଦିନ ଲାଗେ । ଏହା ଅନ୍ୟ ରୋଗ ଭଳି । ଏହା ଦ୍ଵାରବ ଜଣେ ନିଜକୁ ଲଜ୍ଜ୍ୟା ବା ଦୋଷୀ ଭାବିବା ଉଚିତ୍ ନୁହେଁ । ତୁରନ୍ତ ଡାକ୍ତର ପରାମର୍ଶ ରୋଗ କରିବା ଉଚିତ୍ । ମନେ ରଖନ୍ତୁ, ଆପଣଙ୍କର ରୋଗରୁ ଭଲ ହେବାର ଅଧିକ ଅଛି । ଏବେ ଆପଣ ଉଭୟ ସଂପୂର୍ଣ୍ଣ ସୁସ୍ଥ ଓ ଯୌନ ରୋଗରୁ ମୁକ୍ତ । ଡାକ୍ତର ଛଡା ଅନ୍ୟ କାହାର ପରାମର୍ଶ ଦିପଦପୂର୍ଣ୍ଣ ହୋଇପାରେ। ନିଜେ ଡାକ୍ତର ପରାମର୍ଶ ନନେଇ ଔଷଧ ଖାଇବା ବିପଦପୂର୍ଣ୍ଣ ଅଟେ । ରୋଗର ଲକ୍ଷଣ ଭଲ ହୋଇଗଲେ ମଧ୍ୟ ଔଷଧ ପୁରାମାତ୍ରାରେ ଖାଇବା ଉଚିତ୍ । ରୋଗରୁ ସମ୍ପୁର୍ଣ୍ଣ ଭଲ ନହେବା ଯାଏଁ ସାହାବସ କରିବା ଉଚିତ୍ ନୁହେଁ । ଯଦି ସହବାସ କରନ୍ତି ତେବେ ପୂର୍ଣ୍ଣ ସାବଧାନତା ସହକାରେ ନିରୋଧ ବ୍ୟବହାର କରନ୍ତୁ, ଏହାଦ୍ଵାରା ଯୌନ ରୋଗ ସଂକ୍ରମିତ ହେବ ନାହିଁ । ରୋଗୀ, ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀଙ୍କୁ ନିଜ ଯୌନସାଥିଙ୍କ ନାମ କହିବା ଉଚିତ୍, ଯାହାଦ୍ଵାରା ସାଥିର ମଧ୍ୟ ଶାରୀର ଯାଞ୍ଚ କରାଯାଇପାରିବ । ଏହା ଦ୍ଵାରା ସେ ରୋଗ ଅନ୍ୟକୁ ସଂକ୍ରମଣ କରିପାରିବ ନାହିଁ । ଯଦି ପୁନର୍ବାର ଲକ୍ଷଣ ପ୍ରକାଶ ପାଏ, ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ, । ନିୟମିତ ଚିକିତ୍ସା ଦ୍ଵାରା ରୋଗମୁକ୍ତ ହୋଇପାରିବ, କିନ୍ତୁ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଦ୍ଵାରା ରୋଗ ପୁଣି ହୋଇପାରେ । ଜଣେ ଯୁବକ ବା ଯୁବତୀ ରୋଗରୁ ଭଲ ହୋଇଗଲା ପରେ ବୈବାହିକ ଜୀବନ ଯାପନ କରିପାରିବେ । କିପରି ଯୌନ ସଂଚାରିତ ରୋଗରୁ ରକ୍ଷା ପାଇପାରିବେ ଯଦି ଆପଣ ଅବିବାହିତ ଯୌନ ମିଲନ ଠାରୁ ଦୂରରେ ରୁହନ୍ତୁ । ଯଦି ଆପଣଙ୍କର ଯୌନ ମିଲନ ନିହାତି ଦରକାର, ତେବେ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଆପଣାଇ ଯୌନ କ୍ରିୟା କରନ୍ତୁ । ପ୍ରତ୍ୟେକ ଥାଏ ନିରୋଧ ବ୍ୟବହାର କରନ୍ତୁ । ଏହାଦ୍ଵାରା ଯୌନ ରୋଗର ବିପଦ ହ୍ରାସ ପାଇଥାଏ । ଯଦି ଆପଣ ବିବାହିତ ନିଜ ସ୍ତ୍ରୀ ସହିତ ଯୌନ ସମ୍ପର୍କ ରଖନ୍ତୁ । ଅନ୍ୟ ସହିତ ସମ୍ପର୍କ ରଖିବା ଦ୍ଵାରା ଯୌନରୋଗର ବିପଦ ବୃଦ୍ଧି ପାଇଥାଏ । ନିରୋଧ ଯୌନରୋଗର ଉଚିତ୍ ମୁକାବିଲା କରିଥାଏ । ଏହା ଡାକ୍ତରଖାନାରେ ମାଗଣାରେ ମିଳିଥାଏ ଓ ଅଳ୍ପ ମୂଲ୍ୟରେ ପାନ ଦୋକାନ ଓ ଔଷଧ ଦୋକାନରେ ମିଳିଥାଏ । ନିରୋଧ କ'ଣ ଏବଂ ବ୍ୟବହାର ଅଧିକାଂଶ ଲୋକ ନିରାଧ ବିଷୟରେ ଜାଣନ୍ତୁ ନାହିଁ । ନିରୋଧ ବ୍ୟବହାର କରିବା ଦ୍ଵାରକ ଯୌନ ସୁଖ ଠିକ୍ ମିଳିଥାଏ ଓ ଏଥି ସହିତ ଯୌନ କର୍ମରେ ଲିପ୍ତ ବ୍ୟକ୍ତି ଯୌନରୋଗର ଶିକାର ହୋଇ ନଥାନ୍ତି । ନିରୋଧ କିପରି ବ୍ୟବହାର କରିବ ପ୍ୟାକେଟ୍ ରୁ ନିରୋଧ କାଢନ୍ତୁ ଯୌନାଙ୍ଗ ସିଧା ନହେବା ପର୍ଯ୍ୟନ୍ତ ନିରୋଧ ଲଗାନ୍ତୁ ନାହିଁ ନିରୋଧର ଅଗ୍ରଭାଗରୁ ପବନ ବାହା4ର କରି ଏହାକୁ ଆସ୍ତେ ଆସ୍ତେ ଯୌନାଙ୍ଗରେ ପ୍ରବେଶ କରାନ୍ତୁ । ଏହାକୁ ଯୌନାଙ୍ଗର ମୂଳପର୍ଯ୍ୟନ୍ତ ନେଇ ନିଅନ୍ତୁ । ନିରୋଧର ଅଗ୍ରଭାଗ ବିର୍ଯ୍ୟଧାରଣ ପାଇଁ ଛାଡି ଦିଅନ୍ତୁ । ବିର୍ଯ୍ୟ ସ୍ଗଳନ ପରେ ଯେତେବେଳେ ଆପଣଙ୍କ ଯୌନାଙ୍ଗ ପୂର୍ବ ଅବସ୍ଥାକୁ ଫେରିଆସେ, ଧିରେ ଧିରେ ନିରୋଧକୁ ବାହାର କରିଦିଅନ୍ତୁ । ନିରୋଧ ଅଗ୍ରଭାଗରେ ଗଣ୍ଠି ପକାଇ ଫୋପାଡି ଦିଅନ୍ତୁ । ନିରୋଧ ବ୍ୟବହାର କ’ଣ କରିବା ଓ ନକରିବା ଉଚିତ୍ କରିବା - ପ୍ରତ୍ୟେକ ଥର ଯୌନ କ୍ରିୟା ସମୟରେ ନିରୋଧ ବ୍ୟବହାର କରନ୍ତୁ ଓ ଠିକ୍ ଭାବରେ ବ୍ୟବହାର କରନ୍ତୁ । ଗୋଟିଏ ନିରୋଧ ପୁନର୍ବାର ବ୍ୟବହାର କରନ୍ତୁ ନାହିଁ । ନିରୋଧ ପୂର୍ବରୁ ଅଭାସ ନିରୋଧ ବ୍ୟବହାର ପୂର୍ବରୁ ଅଭ୍ୟାସ କରିନିଅନ୍ତୁ । ଆପଣ ଯାହା ସହିତ ଯୌନ ସମ୍ପର୍କ ରଖନ୍ତୁ, ନିରୋଧ ବ୍ୟବହାର କରନ୍ତୁ । ଏପରିକି ନିଜ ସ୍ତ୍ରୀ ସହିତ ଯୌନ ସମ୍ପର୍କ ରଖିଲେ ବି ! କିନ୍ତୁ, ଆପଣ ଯଦି ନିଶ୍ଚିନ୍ତ ଯେ ଆପଣଙ୍କ ସ୍ତ୍ରୀ ଯୌନ ରୋଗରେ ଆକ୍ରାନ୍ତ ନୁହେଁ, ତେବେ ଆପଣ ନିରୋଧ ବ୍ୟବହାର ନକରିପାରନ୍ତି । ନିରୋଧ କେବଳ ଯୌନ ରୋଗରୁ ମୁକ୍ତି ଦେଇ ନଥାଏ,ବେହା ସହିତ ଗର୍ଭାଧାରଣକୁ ମଧ୍ୟ ରୋକିଥାଏ । ମନେ ରଖନ୍ତୁ,ଅନ୍ୟାନ୍ୟ ଗର୍ଭନିରୋଧକ ଉପାୟ ଯୌନ ରୋଗର ଉଚିତ୍ ମୁକାବିଲା କରିଥାଏ । ନ କରିବା - ନିରୋଧ ବ୍ୟବହାର ଦ୍ଵାରା ଲଜ୍ୟା ଅନୁଭବ କରନ୍ତୁ ନାହିଁ । ପ୍ୟାଣ୍ଟର ଉପରେ ପ୍ୟାକେଟ୍ ରେ ନିରୋଧ ବେଶି ସମୟ ରଖନ୍ତୁ ନାହିଁ । ଗୋଟିଏ ନିରୋଧ ଠାରେ ବ୍ୟବହାର କରନ୍ତୁ । ନିରୋଧ ବ୍ୟବହାର ସମୟସୀମା ଗଡିଯାଇ ଥିଲେ ବ୍ୟବହାର କରନ୍ତୁ ନାହିଁ । ନିରୋଧ ସହିତ ଅନ୍ୟାନ୍ୟ ତୈଳ ବ୍ୟବହାର କରନ୍ତୁ । ନିରାଧୁକ ନାହିଁ କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଯଥା ଆପଣଙ୍କ ଯୌନ ସାଥି ପାଇଁ ନିରାପଦ ଆଟେ । ସ୍ଵାସ୍ଥ୍ୟକର୍ମୀ ବା ଡାକ୍ତଙ୍କର ପରାମର୍ଶ ଏହା କ୍ଷତିକାରକ । ସ୍ୱାସ୍ଥ୍ୟକର୍ମୀମାନେ ଆପଣଙ୍କ ରୋଗ କଥା ଜାଣିଲେ ଉଚିତ୍ ପଦକ୍ଷେପ ନେଇପାରିବେ । ଗୋପନିୟତା ପ୍ରତି ମୋତେ ବ୍ୟସ୍ତ ହୁଅନ୍ତୁ ନାହିଁ । ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ଆପଣଙ୍କର ଗୋପନିୟତା ଅନ୍ୟ ଆଗରେ ପ୍ରକାଶ କରିବେ ନାହିଁ । ତେଣୁ ଯଦି ଆପଣ ଭାବୁଛନ୍ତି ଆପଣଙ୍କର ଯୌନରୋଗ ଅଛି, ତେବେ ତୁରନ୍ତ ସ୍ଵାସ୍ଥ୍ୟକର୍ମୀ ବା ଡାକ୍ତଙ୍କର ପରାମର୍ଶ ନିଅନ୍ତୁ । ଯଦି ପରିବାରର କୌଣସି ସଦସ୍ୟ ଯୌନରୋଗରେ ପୀଡିତ ପରିବାରର ସଦସ୍ୟମାନଙ୍କର ରୋଗୀ ପ୍ରତି ସ୍ନେହ ଶ୍ରଦ୍ଧା ଓ ଉତ୍ତମ ବୁଝାମଣା ରହିବା ଆବଶ୍ୟକ । ସେମାନେ ରୋଗୀ ଯେପରି ଉତ୍ତମ ଚିକିତ୍ସା ପାଇପାରିବେ, ତାହାର ବ୍ୟବସ୍ଥା କରିବା ଉଚିତ୍ । ଯୌନରୋଗ ନ ବ୍ୟାପିବାରେ ଗୋଷ୍ଠିର ଭୂମିକା ଯୌନରୋଗରେ ଆକ୍ରାନ୍ତ ବ୍ୟକ୍ତି ଗୋଷ୍ଠିର ଲୋକ ହତାଦାର କରିବା ଉଚିତ୍ ନୁହେଁ । ରୋଗୀଙ୍କୁ ନୈତିକ ମନୋବଳ ଦେବା ଉଚିତ୍ ରୋଗୀ ଯେପରି ପରିବାରର ସ୍ନେହ ଶ୍ରଦ୍ଧା ଲାଭ କରିପାରିବ ତାହାର ବ୍ୟବସ୍ଥା କରିବା ଉଚିତ୍ । ଗୋଷ୍ଠିରେ ଯୌନରୋଗ ବାସଦରେ ସଚେତନତା ସୃଷ୍ଟି ହେବା ଉଚିତ୍ । ବିପଦପୂର୍ଣ୍ଣ ଗୋଷ୍ଠି ଚିହ୍ନଟ କରି ସେମାନଙ୍କର ଚିକିତ୍ସା କରିବା ଉଚିତ୍। ଆଧାର : - "ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ"