ବୈଜ୍ଞାନିକ ତଥ୍ୟ ଫ୍ଲୋରିନ ଏକ ଉଚ୍ଚ ପ୍ରତିକ୍ରିୟାଶିଳ ଗ୍ୟାସ୍ ଯାହା ଅନ୍ୟ ପରମାଣୁ ସହ ସମ୍ବନ୍ଧ ପାଇଁ ଦୃଢ ଇଚ୍ଛା ପ୍ରକଟ କରେ ଏବଂ ଅନ୍ୟ ଅଣୁ ପରମାଣୁ ସହ ମିଶି ଫ୍ଲୋରାଇଡ଼ ସୃଷ୍ଟି କରେ । ପ୍ରକୃତିରେ ସମୂଦାୟ ୩ ପ୍ରକାର ଯୌଗିକରେ ଏହା ଉପଲବ୍ଧ । କ୍ୟାଲସିୟମ୍ ଫ୍ଲୁରାଇଟ୍ (ଫ୍ଲୁର୍ସ୍ପାର୍ ; CaF2), କ୍ରାୟୋଲାଇଟ୍ (ସୋଡିୟମ୍ ଅଲୁମିନିୟମ ଫ୍ଲୁରାଇଡ୍ ; Na3AIF6) ଏବଂ କ୍ୟାଲସିୟମ୍ ଫସଫେଟ୍ (ଆପେଟାଇଟ୍) ଯୌଗିକ । ଫ୍ଲୋରାଇଡ଼ ଯୌଗିକ ହେଉଛି ଏକ ଲବଣ । ମୌଳିକ ଫ୍ଲୋରାଇନ୍ ଅନ୍ୟ ମୃତ୍ତିକାର ଖଣିଜ ଲବଣ, ମାଟି, ଏବଂ ଶିଳା ସହ ମିଶି ଏହା ସୃଷ୍ଟି ହୁଏ । ଭାରତ ଏକ ଖଣି ଖାଦାନ ପ୍ରଚୁର ଭୌଗଳିକ ସ୍ଥିତିରେ ଅବସ୍ଥିତ ତେଣୁ ଉପସ୍ଥିତ ଫ୍ଲୋରାଇଡ଼ ଲିକ୍ ହୋଇ ଏହା ଭୂତଳ ଜଳରେ ମିଶି ପ୍ରଦୂଷିତ ହେବା ସାଧାରଣତଃ ଦେଖାଯାଏ । ଏହି ଭୂତଳ ଜଳ ବ୍ୟବହାର କରୁଥିବା ଜୀବଜନ୍ତୁ ଛଡା କୃଷିକ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଥାଏ । ପରୀକ୍ଷା ପ୍ରଣାଳୀ ଆୟନ ସିଲେକ୍ଟିଭ୍ ଇଲେକ୍ଟ୍ରୋଡ୍ ଟେକ୍ନୋଲୋଜି (ପୋଟେନସିଓମେଟ୍ରିକ୍ ପ୍ରଣାଳୀ)ଦ୍ଵାରା ଭୂତଳ ଜଳର ଫ୍ଲୋରାଇଡ ମାତ୍ରା ପରୀକ୍ଷଣ କରାଯାଏ । ପୁର୍ବରୁ ଏହା ପୁରୁଣାକାଳିଆ ଏସପିଏଡିଏଏନ୍ ପ୍ରଣାଳୀ ଏବଂ ଟାଇଟ୍ରିମେଟ୍ରିକ୍ ପ୍ରଣାଳୀ ଦ୍ଵାରା ପରୀକ୍ଷଣ କରାଯାଉଥିଲା । ଏକ ଅଂଶ ପ୍ରତି ମିଲି ଗ୍ରାମ୍ (ପିପିଏମ୍) । ୧୯୯୪ ମସିହାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବିଶେଷଜ୍ଞ କମିଟି ପ୍ରସ୍ତାବ ଦିଅନ୍ତି କି ଭିନ୍ନ ଭିନ୍ନ ପରିବେଶରେ ୦.୫ ରୁ ୧.୦ ମିଲିଗ୍ରାମ୍ ପ୍ରତି ଲିଟର ମଧ୍ୟରେ ରହିବା ଚଳନିୟ । କ୍ଷତିକାରକ ମାତ୍ରା ଏକ ପିପିଏମ୍ରୁ ଅଧିକ ମାତ୍ରା କ୍ଷତିକାରକ ଅଟେ । ଇପିଏ ମାନକ ଅନୁଯାୟୀ ସର୍ବାଧିକ ପ୍ରଦୂଷିତ ସ୍ତର(ଏମସିଏଲଜୀ) ୪.୦ ମିଲିଗ୍ରାମ୍ ପ୍ରତି ଲିଟର କିମ୍ବା ୪.୦ ପିପିଏମ୍ ; ମଧ୍ୟମ ଧରଣର (ଏସଏମସିଏଲ୍)ସ୍ତର ୨.୦ ମିଲିଗ୍ରାମ୍ ପ୍ରତି ଲିଟର କିମ୍ବା ୨.୦ ପିପିଏମ୍ ଅଟେ । ପିଇବା ପାଣି ଫ୍ଲୋରାଇଡ଼ ଯୁକ୍ତ ହେଲେ ମଧ୍ୟ ତାହାର ରଙ୍ଗ, ସ୍ଵାଦ ଏବଂ ଗନ୍ଧରେ କୌଣସି ପରିବର୍ତ୍ତନ ଦେଖାଯାଏ ନାହିଁ । ପିଇବା ପାଣିରେ ପରାମର୍ଶିତ ସ୍ତରରୁ ଅଧିକ ମାତ୍ରାରେ ଫ୍ଲୋରାଇଡ଼ ରହିଲେ ଏହାକୁ ଫ୍ଲୋରଇଡ୍ ବିହୀନ (ଡିଫ୍ଲୋରାଇଡାଇଜେସନ୍) କରାଯାଏ । ବୋତଲ ପାଣି ସାଧାରଣତଃ ଅଜଣା ମାତ୍ରାର ଫ୍ଲୋରାଇଡ୍ ସ୍ତର ଥାଏ ଏବଂ କିଛି ଘରୋଇ ଜଳ ପରିସ୍ରାବକ (ୱାଟର ଫିଲଟର) ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଫ୍ଲୋରାଇଡ଼ ଛାଣିଥାଏ। ଲକ୍ଷଣ ସମାନ୍ୟ ଦନ୍ତ ଫ୍ଲୋରୋସିସ ଆକ୍ରାନ୍ତ ଏକ ରୋଗୀ, ରୋଗୀର ଉପର ମାଢିର ଡାହାଣ ଦାନ୍ତରେ ଧଳା ରେଖାମାନ ଏହା ସୂଚାଇ ଥାଏ । ୮ ବର୍ଷରୁ ୧୨ ବର୍ଷ ପିଲାମାନଙ୍କ ସ୍ଥାୟୀ ଦାନ୍ତରେ ଧଳା ଦାଗ କିମ୍ବା କଷରା ଚିହ୍ନ ହୋଇ ଦୁର୍ବଳ ହେବାଦ୍ୱାରା ଅକାଳରେ ଖସିପଡ଼େ । ବୟସ୍କ ଲୋକମାନଙ୍କର ମେରୁହାଡ଼ ଏବଂ ମୁଖ୍ୟ ଗଣ୍ଠିସବୁ କଠିନ ହୋଇ ଅଚଳ ହୋଇଯାଏ । ଗୋଡ଼ ଧନୁ ପରି ବଙ୍କା ହୋଇଯାଏ । ଏତଦ୍ବ୍ୟତୀତ ମାଂସପେଶୀ ଦୁର୍ବଳତା, ରକ୍ତହୀନତା, ଅବସାଦ, ସ୍ନାୟୁଦୁର୍ବଳତା, ପେଟ ଦରଜ, କୋଷ୍ଠ କାଠିନ୍ୟ କିମ୍ବା ପତଳା ଝାଡା, ଅରୁଚି ପ୍ରଭୃତି ହୁଏ । ପରେିଶଷରେ ଅକାଳ ବାଦ୍ଧର୍କ୍ୟ ମାଡିଆସେ, ରୋଗୀ ବକିଳାଙ୍ଗ ଏବଂ ଅକମର୍ଣ୍ୟ ହୋଇଯାଏ । କାରଣ ଫ୍ଲୋରାଇଡ୍ ପ୍ରଦୂଷିତ ପାଣି ପିଇବା ଦ୍ୱାରା । କଳା ଚା, ଲେମ୍ବୁ ଚା, ସୈନ୍ଧବ ଲବଣ, ବିଟ୍ ଲୁଣ ପଡ଼ିଥିବା ଜଳଖିଆ, ତମାଖୁ, ସୁପାରୀ, ଗୁଆ, ଡବାରେ ଥିବା ଫଳରସ, ଗୁପ୍ଚୁପ୍, ଚାଟ୍ ଖାଇବା ଦ୍ୱାରା । ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ଏବଂ ମୁଖଶୋଧକ ବ୍ୟବହାର ଦ୍ୱାରା । ପ୍ରତିକାର ଫ୍ଲୋରାଇଡ଼ ଦନ୍ତ ମଂଜନ ଦନ୍ତକ୍ଷୟ ରେ ଉପକାରୀ । ଏହା ବ୍ୟାପକ ବ୍ୟବହୃତ ଅତି ମାତ୍ରାରେ ବ୍ୟବହାର ଦାନ୍ତ ପାଇଁ କ୍ଷତିକାରକ । ଫ୍ଲୋରୋସିସ୍ ରୋଗର କାରଣଗୁଡ଼ିକଠାରୁ ଦୂରେଇ ରହିବା । କେଉଁ ଫ୍ଲୋରାଇଡ୍ ପ୍ରଦୂଷିତ ପାନୀୟ ଜଳ ଉତ୍ସରୁ ପିଇବା ପାଣି ବ୍ୟବହାର କରାଯିବ ନାହିଁ ତାହା ଜଳ ଯୋଗାଣ ସଂସ୍ଥା ଅଫିସରୁ ଜାଣିହେବ । ଏତଦବ୍ୟତୀତ କ୍ୟାଲସୟିମ, ଭଟିାମନି ଡି, ଭଟିାମିନ୍ ସି, ଲୌହସାର ଏବଂ ଆଣ୍ଟିଅକସ୍ଡିାଣ୍ଟ ଯୁକ୍ତ ଖାଦ୍ୟପଦାର୍ଥ ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ । ଏଗୁଡ଼ିକ ହେଲା ଦୁଧ, ଦହି, ଛେନା, ତେନ୍ତୁଳିରସ, ନିମପତ୍ର, ସମସ୍ତ ପ୍ରକାରର ତଟକା ସବୁଜ, ପନିପରିବା । ବିଭିନ୍ନ ପ୍ରକାରର ଶାଗ, ଅଁଳା, ପିଜୁଳି, ଆତ, ଲେମ୍ବୁ, କମଳା, ଅଙ୍ଗୁର, ସେଓ, ଡାଳିମ୍ବ, ସପୁରି, ବରକୋଳି, ଜାମୁକୋଳି, ଆମ୍ବଡା, ଗଜାମୁଗ ଓ ବୁଟ, ପଦ୍ମନାଡ, ଗୁଡ, ଅଦା, ଲବଙ୍ଗ, ଗୋଲମରିଚ, ଚୁନାମାଛ, କୁଜିଗେଣ୍ଡା ଇତ୍ୟାଦି । ଓଡ଼ିଶାର ଫ୍ଲୋରୋସିସ୍ ପ୍ରଭାବିତ ଜିଲ୍ଲା ନୟାଗଡ଼, ପୁରୀ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦୁଝର,ନୂଆପଡ଼ା, ଖୋର୍ଦ୍ଧା, ମୟୁରଭଞ୍ଜ, ରାୟଗଡ଼ା, କୋରାପୁଟ, ଫୁଲବାଣୀ, ଅନୁଗୋଳ, ଢ଼େଙ୍କାନାଳ, ଏବଂ ବୌଦ୍ଧ । ଆଧାର - ଫ୍ଲୋରୋସିସ୍ ସମ୍ବନ୍ଧିତ ଯୋଗାଯୋଗ ୟୁନାଇଟେଡ ସେଟସ୍ ଏନଭାରମେଣ୍ଟ ପ୍ରୋଟେକଶନ ଏଜେନସି