ଗଳଗ୍ରନ୍ଥି ରୋଗ ଶରୀର ରୋଗର ଘର । ମୁଣ୍ଡରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ସର୍ବଦା ଯତ୍ନ ନିଆଯିବ ଦରକାର । ତେବେ ନିହାତି ଗୁରୁତ୍ଵପୂର୍ଣ୍ଣ ଅଂଶ ଭାବେ ଗଳଗ୍ରନ୍ଥୀକୁ ନିଆଯାଇପାରେ । ତେବେ ଏଥିରେ କିଛି ସମସ୍ୟା ଉପୁଜିଲେ ଅବିଳମ୍ବେ ଚିକିତ୍ସା ଦରକାର । ନଚେତ ଏହା ମୃତ୍ୟୁର କାରଣ ହୋଇପାରେ । ଲକ୍ଷଣ (କ) 5 ବର୍ଷରୁ କମ ଶିଶୁଙ୍କ ପକ୍ଷେ : ଅଳସୁଆ , ମାନ୍ଦାଳିଆ , ବିକୃତରୂପ , ମାନସିକ ଓ ଶାରୀରିକ ଅଭିବୃଦ୍ଧିର ଅବକ୍ଷୟ , କୋଷ୍ଠ କାଠିନ୍ୟ , କର୍କଶ ସ୍ଵର , କେସ କ୍ଷୟ , ଶୁଷ୍କଚର୍ମ ଏବଂ ନାଭିର ଅଭିବୃଦ୍ଧି । (ଖ) ବଡପିଲାଙ୍କ ପକ୍ଷେ : ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ବୃଦ୍ଧି ନ ଘଟିବା , ପାଠପଢାରେ ନିଷ୍କ୍ରିୟ ହେବା ,ଋତୁସ୍ରାବର ବିଳମ୍ବ କିମ୍ବା ଅତ୍ୟଧିକ ସ୍ରାବର ଲକ୍ଷଣ ଦେଖାଯାଏ । (ଗ) ମହିଳାଙ୍କ ପକ୍ଷେ ଅତ୍ୟଧିକ ଋତୁସ୍ରାବ ,ଅନିୟମିତ ଋତୁସ୍ରାବ , ଗର୍ଭଧାରଣ ଶକ୍ତିହୀନତା । (ଘ) ଗର୍ଭବତୀ ମହିଳା ପକ୍ଷେ ଅତ୍ୟଧିକ ରକ୍ତଚାପ , ଜନ୍ମିତ ଶିଶୁର ସ୍ୱାସ୍ଥ୍ୟର ଅବକ୍ଷୟ , ସମୟର ବହୁ ପୂର୍ବରୁ ଶିଶୁ ପ୍ରସାବ ହେବା ସଦ୍ୟଜାତ ଶିଶୁର ଓଜନ କମ ହେବା ଆଦି । ହାଇପର ଥାଇରଏଡିଜିମର ଲକ୍ଷଣ ଅଧିକ ଭୋକଥିବା ସତ୍ତ୍ୱେ ଓଜନ କ୍ଷୟ । ହାତ ଥରିବା । ଗରମକୁ ସଦ୍ୟ ନ କରିପାରିବା । ଗରମକୁ ସଦ୍ୟ ନ କରିପାରିବା । ଛାତି ଧକ ଧକ ହେବା । ମାତ୍ରାଧିକ ଝାଡା ଯିବା , ଚର୍ମ ଆର୍ଦ୍ର ହେବା , ନିଦ୍ରା ନ ହେବା , ଆଖି ଲାଲ ହେବା , ଆଖିର ଲୁହ ବାହାରିବା । ଥାଇରଏଡ ଅନିୟମିତତାର ଚିକିତ୍ସା । (କ) ହାଇପୋଥାଇର ଏଡିଜିମ ଏଥିପାଇଁ ଅସ୍ତ୍ରୋପଚାର ଆବଶ୍ୟକତା ନଥାଏ । ଏହା ରୋଗ ନୁହେଁ , ଶରୀରରେ କିଛି ଅଭାବ ଦେଖାଦେଲେ ଏହା ଅନୁଭବ ହେଉ । ସେଥିପାଇଁ ଚିକିତ୍ସକ କିଛି ବଟିକା ଦେଇ ଶରୀରରେ ଥିବା ଅଭାବକୁ ଦୂର କରିବା ପାଇଁ ଚେଷ୍ଟା କରିଥାନ୍ତି । ସେଥିପାଇଁ ଥାଇରଏଡ ବଟିକାକୁ ଔଷଧ କୁହାଯାଏ ନପାରେ ବସ୍ତୁତଃ ଏହା ଏକ ବିକଳ୍ପ । ଡାକ୍ତରଙ୍କ ପରାମର୍ଶରେ ପ୍ରତିଦିନ ଖାଲିପେଟରେ ଗୋଟାଏ ବଟିକା ଜଳଖିଆ ଚା ଓ କଫି ନେବାର ଏକ ଘଣ୍ଟା ପୂର୍ବରୁ ସେବନ କରିବା ଉଚିତ । ପ୍ରାଥମିକ ସ୍ତରରେ ପ୍ରତ୍ୟେକ 2-3 ମାସକୁ ଠାରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଥାଇରଏଡ ସ୍ତରରେ ଉନ୍ନତି ଘଟି ଠିକ ହୋଇଗଲେ 6-9 ମାସ ମଧ୍ୟରେ ଠାରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । (ଖ) ଅଧିକାଂଶ ରୋଗୀଙ୍କ ଚିକିତ୍ସା ଔଷଧ ସେବନ ମାଧ୍ୟମରେ ହୋଇଥାଏ । ଏଥିରେ ଡାକ୍ତରଙ୍କ ପରାମର୍ଶ ପ୍ରତ୍ୟେକ ଦୁଇମାସରେ ଠାରେ କରିବା ଆବଶ୍ୟକ । ଔଷଧ ଦ୍ଵାରା ନିୟନ୍ତ୍ରଣ ନ ହେଲେ କେତେକ ରୋଗୀଙ୍କୁ ରେଡିଓ ଆୟୋଡିନ ଥେରାପି କିମ୍ବା ଅସ୍ତ୍ରୋପଚାର ଆବଶ୍ୟକ । ପଡିଥାଏ । ଥାଇରଏଡ ଅର୍ବୁଦର ନିରୀକ୍ଷଣ ପାଇଁ ରକ୍ତ ପରୀକ୍ଷା , ଅଲଟ୍ରାସାଉଣ୍ଡ ଛୁଞ୍ଚି ପରୀକ୍ଷାର ଫଳାଫଳକୁ ନେଇ ଡାକ୍ତର ଔଷଧ କିମ୍ବା ଅସ୍ତ୍ରୋପଚାର ମାଧ୍ୟମରେ ଏହାକୁ ଚିକିତ୍ସା କରିଥାନ୍ତି । ଥାଇରଏଡ କର୍କଟ ରୋଗ ଭଳି ଜୀବନପାଇଁ ବିପାଦଦାୟକ ନୁହେଁ । ଅସ୍ତ୍ରୋପଚାର ମାଧ୍ୟମରେ ଏହାକୁ ଚିକିତ୍ସା କରିଥାନ୍ତି । ଗର୍ଭବତୀ ମହିଳାଙ୍କ ପକ୍ଷେ ଏହି ରୋଗ ଅଧିକ ମାତ୍ରାରେ ଦେଖାଯାଏ । 20 -22 ପ୍ରତିଶତ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଏହି ରୋଗ ଦେଖାଦେଇଥାଏ । ମହିଳାଙ୍କ ହରମୋନ ଯୋଗୁଁ କ୍ଷରିତ ହେବା ଥାଇରଏଡ ବାଇଣ୍ଡି ଗ୍ଲୋବୁଲିନ ସଂଯୋଜିତ ହୋଇଥାଏ । ଗର୍ଭବତୀ ମହିଳାଙ୍କ ହାରମୋନର ସ୍ତର 1.5 ଗୁଣ ସାଧାରଣ ମହିଳାଙ୍କ ଠାରୁ ଅଧିକ । ଗର୍ଭବତୀ ମହିଳାଙ୍କ ଠାରେ ବେଳେ ବେଳେ ପ୍ରଥମ ଥର ଥାଇରଏଡ ବିଶୃଖଳା ଦେଖା ଦେଇଥାଏ । ଶିଶୁ ଜନ୍ମହେବାର 3-6 ମାସପରେ ଥାଇରଏଡ ସମସ୍ୟା କେତେକ ମହିଳାଙ୍କୁ ଦେଖାଦେଇଥାନ୍ତି । ପରିବାରର ସଭ୍ୟଙ୍କ ଯଦି ଏହି ସମସ୍ୟାଥାଏ , ଗର୍ଭବତୀ ସ୍ତ୍ରୀଙ୍କର ହାଇପୋଥାଇରଏଡିଜିମ ଦେଖାଯିବା ସମ୍ଭାବନା ଅଧିକ । ଗର୍ଭବତୀ ମହିଳାଙ୍କ ପକ୍ଷେ ଯଦି ଏହା ଠିକ ଭାବରେ ନିୟନ୍ତ୍ରଣାଧୀନ ହୋଇ ନଥାଏ , ତେବେ ଗର୍ଭଧାରଣ ହେବା ସୁଯୋଗ କମ ହୋଇପାରେ । ଏପରିକି ଗର୍ଭଧାରଣ ପରେ ମଧ୍ୟ ଶାରୀରିକ ଓ ମାନସିକ ସ୍ଥିତିର ଦୁର୍ବଳତା ଦେଖା ଦେଇଥାଏ । ପ୍ରଥମ 3 ମାସ ଶିଶୁ ଗର୍ଭାଶୟ ମଧ୍ୟରେ ମା ର ଥାଇରଡ ହରମୋନ ଦ୍ଵାରା ଶକ୍ତି ପାଇଥାଏ । କାରଣ ଶିଶୁ ଦେହରେ ଥାଇରଏଡ ଗ୍ରନ୍ଥି ଅନୁପସ୍ଥିତି ଥାଏ । ଅତଏବ ହାଇପୋ ଥାଇରଏଡିଜିମ ସମସ୍ୟା ଜାଣିବା କ୍ଷଣି ଥାଇରଏଡ ବଟିକା ସେବନ ତତକ୍ଷଣାତ କରିବା ଆବଶ୍ୟକ । ହାଇପୋଥାଇର ଏଡିଜିମ ସମସ୍ୟା ଚିହ୍ନଟ ହୋଇଥିବା ଗର୍ଭବତୀ ମହିଳା ଡାକ୍ତରଙ୍କ ପରାମର୍ଶ କ୍ରମେ ବଟିକା ମାତ୍ରା ବୃଦ୍ଧି କରିବା ଆବଶ୍ୟକ । ଶିଶୁର 3 ମାସ ପରେ ନିଜସ୍ୱ ଥାଇରଏଡ ଗ୍ରନ୍ଥି ବିକଶିତ ହୁଏ । ମାତ୍ର ମା ଥାଇରଏଡ ବଟିକା ସେବନ ଚାଲୁ ରଖିବା ଉଚିତ । ପ୍ରଥମ 5 ମାସ ରୋଗୀ 4 ସପ୍ତାହକୁ ଥରେ ଏବଂ ପରବର୍ତ୍ତୀ ସମୟରେ 6-8 ସପ୍ତାହ ମଧ୍ୟରେ ଥରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଆଧାର ସ୍ୱାସ୍ଥ୍ୟ ବ୍ୟୁରୋ