କୃମିକଷ୍ଟରୁ ମୁକ୍ତି ପେଟରେ ଥିବା ଆମାଶୟ ଏବଂ ଅନେକ ଦୋଷରେ କୃମିର ଭୂମିକା ରହିଥାଏ । ଅନ୍ତ୍ରର ବିଭିନ୍ନ ଦୋଷ ଓ ଖାଦ୍ୟପେୟର ଅନିୟମିତତା କାରଣରୁ କୃମି ଉତ୍ପନ୍ନ ହୋଇଥାଏ । ଏହା ବ୍ୟତୀତ ଡେରିରେ ହଜମ ହେଉଥିବା ଖାଦ୍ୟ ଖାଇଲେ ଅବା ପିଲାଙ୍କ ମଳଦ୍ଵାର ଭଲରେ ସଫା ନକଲେ ଧଳାରଙ୍ଗର କୃମି ସୃଷ୍ଟି ହୋଇଥାଏ । ମଇଦା ତିଆରି ଖାଦ୍ୟ ଖାଇଲେ ମଧ୍ୟ କୃମି ହୋଇଥାଏ । ଫିବ ତା ଆକୃତିର କୃମି ବୟସ୍କଙ୍କ ଶରୀରରେ ଅଧିକ ହୋଇଥାଏ । ଗୋଲ କୃମି ବା ଜିଆ ଛୋଟ ପିଲାଙ୍କ ଠାରେ ଦେଖିବାକୁ ମିଳେ । ରୋଗ ଚିହ୍ନଟ 1. ମଳଦ୍ଵାର ଓ ନାକ କୁଣ୍ଡାଇ ହେବା ସହିତ ଅସ୍ଥିର ଲାଗିଥାଏ । 2. ଭୋକ ଲାଗିବା କମିଯାଏ, ଶରୀର ଦୁର୍ବଳ ହୋଇଥାଏ । ଯାହା କିଛି ଖାଇଲେ ଦେହରେ ଲାଗେ ନାହିଁ ଏବଂ ପିଲାଙ୍କ ପେଟ ବଡ଼ ହୋଇଯାଏ । 3. କୋଷ୍ଠ ବଦ୍ଧତା ସୃଷ୍ଟି ହେବା ସହିତ ଧଳା ଏବଂ ପତଳା ଝାଡ଼ା, ନିଦରେ ପରିସ୍ରା ବାହାରି ଯିବା ଏବଂ ସ୍ଵାଭାବରେ ଚିଡ଼ିଚିଡ଼ା ପଣ ଲକ୍ଷଣ ଦେଖାଯାଏ । 4. ପିଲାଙ୍କ ମଳଦ୍ଵାରରେ କୃମି ହେଲେ କୂଣ୍ଡାଇ ହୁଏ, ପିଲା ଦାନ୍ତ କାମୁଡ଼ି ଥାଏ, ନାକ କୁଣ୍ଡାଇହୁଏ, ସବୁବେଳେ ଅସ୍ଥିର ରହିଥାଏ । 5. ପେଟରେ ଜିଆ ହୋଇଥିଲେ ପେଟ ଫୁଲିବା, ପିତ୍ତ ପଡ଼ିବା, ପେଟବ୍ୟଥା, କାନ୍ତ କାମୁଡ଼ିବା, ଚର୍ମରେ ଲାଲଦାନା ସୃଷ୍ଟି ହେବା, ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା, ଝାଡ଼ା ହେବା ଆଦି ଲକ୍ଷଣ ଦେଖା ଦେଇଥାଏ । କୃମି ଗୁଡ଼ିକର ପ୍ରଭାବ ଅତ୍ୟଧିକ ହୋଇଗଲେ ଯକୃତରେ ରୋଗ, କାମଳ ତଥା ଆମାଶୟ, ଫୁଲିବା ଆଦି ଭୟଙ୍କର ରୋଗ ମଧ୍ୟ ହୋଇଥାଏ । ପ୍ରାକୃତିକ ଚିକିତ୍ସା 1. ପ୍ରାକୃତିକ ଚିକିତ୍ସାରେ ପେଟରେ କୃମିରୁ ମୁକ୍ତି ପାଇବା ପାଇଁ ରୋଗୀକୁ ଏନିମା ଦିଆଯାଇଥାଏ, ଏନିମା ଦେବା ଦ୍ଵାରା ମଳ ସହିତ କୃମି ବାହାରକୁ ବାହାରି ଯାଇଥାଏ । 2. ମଳ ଦ୍ଵାରରେ ଓଦା ମାଟିର ବତୀ ବନାଇ ରଖିଲେ କୃମି ବାହାରି ଆସିଥାଆନ୍ତି । 3. ମଳ ଦ୍ଵାର ଭିତରକୁ ଅମୃତ ଧାରାଯୁକ୍ତ ପାଣି ପିଚକାରୀ ମାଧ୍ୟମରେ ସ୍ପ୍ରେ କରାଯାଇଥାଏ, ପେଟ ଉପରେ ଅଳ୍ପ । ଉଷୁମ ପାଣି ଧାର ୧୦ ମିନିଟ ପର୍ଯ୍ୟନ୍ତ ଢଳାଯାଇଥାଏ । ଏହି ସବୁ ଉପାୟରୁ ଯେ କୌଣସି ଗୋଟିଏ ଉପାୟ ଅବଲମ୍ବନ କଲେ ଅନ୍ତଃକୃମି ମଳ ସହିତ ବାହାରକୁ ବାହାରି ଯିବା ସହିତ ରୋଗୀ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥାଏ । ଭୋଜନ ଦ୍ଵାରା ଉପଚାର ପଇଡ଼ ପାଣି ଦିନକୁ ୪ ଥର ୨୫୦ ମି.ଲି. ଗ୍ରାମ କରି ପିଇଲେ କୃମି ରୋଗରୁ ଉପଶମ ମିଳିଥାଏ । ପିଇଲେ କୃମି ରୋଗରୁ ଉପଶମ ମିଳିଥାଏ । ପଇଡ ପାଣି କ୍ରମାଗତ ଭାବରେ ୭ ଦିନ ପର୍ଯ୍ୟନ୍ତ ପିଇବାକୁ ପଡିଥାଏ । ତୀକ୍ଷଣ କଷାଳିଆ, ପିତା ଜାତୀୟ ପଦାର୍ଥ ବାରମ୍ବାର ଖାଇଲେ ବିଶେଷ ଲାଭ ମିଳିଥାଏ । ପୋଦିନା, ଜୀରା, ଅଦା ଓ କଳା ଲୁଣର ଚଟଣୀ କରି ଭୋଜନ ସହିତ ଖାଇଲେ ଅନ୍ତଃକୃମି ଭଲ ହୋଇଥାଏ । ପାଚିଲା ପିଜୁଳି ଅମୃତ ଭଣ୍ଡା ଅମୃତଭଣ୍ଡା ମଞ୍ଜିର ଚୁର୍ଣ୍ଣ, କଦଳୀ ଆଦି ପିଲାଙ୍କୁ ଖାଇବାକୁ ଦେଲେ ଅନ୍ତଃକୃମି ଭଲ ହୁଏ । ୨୦ ଗ୍ରାମ ରସୁଣକୁ ବାଟି ୪୦୦ ଗ୍ରାମ ପାଣି ମିଶାଇ ପାଣିକୁ ଫୁଟାଇ ସାରି ୧୦୦ ଗ୍ରାମ ପାଣି ରହିଲା ପରେ ପିଇବା ଦରକାର । ଏହିପରି ସକାଳେ ଖାଲିପେଟରେ ସାତଦିନ ପର୍ଯ୍ୟନ୍ତ ପିଇଲେ କୃମି ଦୂର ହୋଇଥାଏ । ସକାଳେ କିଛି ଦିନ ପର୍ଯ୍ୟନ୍ତ ହଳଦୀ ଓ ଗୁଡ଼ ମିଶାଇ ଖାଇଲେ କୃମି ଦୂର ହୋଇଥାଏ । ସପୁରି ପତ୍ରର ରସ କିଛିଦିନ ପର୍ଯ୍ୟନ୍ତ ସକାଳେ, ସନ୍ଧ୍ୟା ଖାଲି ପେଟରେ ପିଇଲେ କୃମି ରୋଗ ଦୂର ହୋଇଥାଏ । ଜୁଆଣି ଚୁର୍ଣ୍ଣ ଅଧା ଗ୍ରାମ ନେଇ ସମଭାଗ ଗୁଡ଼ରେ ଗୋଲି ବନାଇ ସକାଳେ ଓ ସନ୍ଧ୍ୟାରେ କିଛି ଦିନ ଖାଲି ପେଟରେ ସେବନ କଲେ କୃମି ରୋଗ ଦୂର ହୋଇଥାଏ । ସକାଳେ ଉଠି ଖାଲି ପେଟରେ ପ୍ରଥମେ ଗୁଡ଼ ୧୦ ଗ୍ରାମ ଖାଇ ୧୫ ମିନିଟ ପରେ ଜୁଆଣି ଚୂର୍ଣ୍ଣ ଅଧ ଗ୍ରାମ ବାସି ପାଣି ସହିତ କିଛି ଦିନ ଖାଇଲେ ସମସ୍ତ କୃମି ରୋଗ ଦୂର ହୋଇଥାଏ । 10. ଅଧ ଗ୍ରାମ ଜୁଆଣି ଚୂର୍ଣ୍ଣ ଅଛି, କଳା ଲୁଣ ମିଶାଇ ରାତ୍ରିରେ ଶୋଇବା ସମୟରେ କିଛିଦିନ ପିଇଲେ ପିଲାଙ୍କ କୃମି ରୋଗ ଦୂର ହୋଇଥାଏ । 11. ପିଲାଙ୍କୁ କୃମି ରୋଗରେ ଅଧଚାମଚ ପାନ ରସରେ ଅଳ୍ପ। କିଛି ମହୁ ମିଶାଇ ସକାଳେ ଖାଲି ପେଟରେ ୭ଦିନ ପର୍ଯ୍ୟନ୍ତ ଦେଲେ କୃମି ରୋଗ ଦୂର ହୋଇଥାଏ । 12. ଏକ ଚାମଚ ନିମ୍ବା ପତ୍ର ରସରେ ଏକ ଚାମଚ ମହୁ ମିଶାଇ ଖାଳିପେଟରେ ସକାଳେ ୭ଦିନ ପର୍ଯ୍ୟନ୍ତ ସେବନ କଲେ ରୋଗ ଦୂର ହୋଇଥାଏ । 13. ପିଆଜ, ରସରେ ଅଳ୍ପ। ସୌନ୍ଧବ ଲବଣ ମିଶାଇ ଦିନରେ ୪ଥର ୭ଦିନ ପର୍ଯ୍ୟନ୍ତ ପିଇଲେ ଏହି ରୋଗ ଦୂର ହୋଇଥାଏ । 14. . ତାଡ଼ାସନ, କଟିଚକ୍ରାସନ, ପାଦହସ୍ତାସନ, ସୁପ୍ତ ପବନ ମୁକ୍ତାସନ, ସୁପ୍ତବକ୍ରାସନ, ଭୃଜଙ୍ଗାସନ, ଧନୁରାସନ, ବକ୍ରାସନ, ମଣ୍ଡୁକାସନ, ଅଦ୍ଧମଉତ୍ସନ୍ଦ୍ରାସନ ଆଦି ପେଟର ଶକ୍ତିକୁ ବିକଶିତ କରିଥାଏ । ଏହି ଆସନ ଗୁଡ଼ିକର ନିୟମିତ ଅଭ୍ଯାସ ଫଳରେ ପେଟର କୋଷ୍ଟବଦ୍ଧତା ଦୂର ହେବା ସହିତ ଜମା ହୋଇଥିବାସମସ୍ତ ବିଜାତୀୟ ପଦାର୍ଥ ଓ କୃମି ଦୂର ହୋଇଯାଇଥାଏ । ଆଧାର: ଡାକ୍ତର ଶଶାଙ୍କ ଶେଖର ସାମଲ