ମହିଳାମାନଙ୍କର ସ୍ତନରେ ହେଉଥିବା କର୍କଟ ରୋଗ ଭୀଷଣ ମାରାତ୍ମକ ଅଟେ । କିନ୍ତୁ ସ୍ତନରେ ସବୁ ପ୍ରକାର ଆବୁ କର୍କଟ ରୋଗ ନୁହେଁ । କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ଦେଖି ଚିକିତ୍ସା କଲେ ପ୍ରାୟତଃ ରୋଗ ଭଲ ହୋଇଯାଇଥାଏ । ସ୍ତନ କର୍କଟ ରୋଗରେ ସାଧାରଣତଃ ଅସ୍ତ୍ରୋପ୍ରଚାର କରିବାକୁ ପଡିଥାଏ । ଏହି ରୋଗର ଲକ୍ଷଣ ମହିଳା ନିଜ ସ୍ତନର ଏକ ପାଖରେ ଫୁଲିଥିବାର ଦେଖିପାରିବେ । କିନ୍ତୁ ଏହା ମଧ୍ୟ ସ୍ତନର ଯେ କୌଣସି ଅଂଶରେ ହୋଇଥାଏ । ସ୍ତନ ଉପରେ ଅସ୍ଵାଭାବିକ ଆବୁ ଦେଖାଯିବ ବା ସ୍ତନ ଉପରେ କମଳା ଚୋପା ପରି ଛୋଟ ଛୋଟ ଖାଲ ଦେଖାଦେବ ଯାହା ଦରଜ ଜଣା ପଡିବ ନାହିଁ । ବହୁତ ସମୟରେ କାଖର ଲସିକା ଗ୍ରନ୍ଥି ଫୁଲିଯାଇ କାଖ ଗୁଲି ପଡିଥାଏ । ବେଳେ ବେଳେ ସ୍ତନରେ ଘା ’ ହେବ । ସ୍ତନ ଭୁଣ୍ଡିରୁ ରକ୍ତ ବାହାରିବା । ସ୍ତନ ଉପରେ ଫୁଲା ଧୀରେ ଧୀରେ ବଢିବ । ପ୍ରଥମେ ଏହି ଫୁଲା ଯନ୍ତ୍ରଣାଦାୟକ ବା ଗରମ ଲାଗିବ ନାହିଁ କିନ୍ତୁ ପରେ ଏହା ଘା ’ ହୋଇଯିବ। ନିଜ ସ୍ତନ ନିଜେ ପରୀକ୍ଷା କରନ୍ତୁ ପ୍ରତ୍ୟକ ମହିଳା ନିଜ ସ୍ତନ ନିଜେ ଯାଞ୍ଚ କରିବାର କୌଶଳ ଶିଖିବା ଉଚିତ୍ । ବିଶେଷ କରି ଋତୁ ସ୍ରାବର ୭ ରୁ ୧୦ ଦିନ ପରେ । ସ୍ତନ ପରୀକ୍ଷା ଦର୍ପଣ ଆଗରେ ଛିଡା ହୋଇ କରାଯାଇ ପାରିବ । ଏକ ଆଇନା ସାମନାରେ ଛିଡା ହୁଅନ୍ତୁ । ଦୁଇ ପଟର ସ୍ତନରେ କୌଣସି ଅସ୍ଵାଭାବିକ ଅବସ୍ଥା ଥିଲେ ଲକ୍ଷ୍ୟ କରନ୍ତୁ – ଯଥା ସ୍ତନ ବୃନ୍ତରୁ କ୍ଷରଣ, ଚର୍ମରେ କୁଞ୍ଚୁକୁଞ୍ଚିଆ ଦାଗ, ଚର୍ମରେ କୌଣସି ଗାଡ , ଚର୍ମରୁ କାତି ଛାଡିବା ଇତ୍ୟାଦି । ଆଇନାରେ ଦେଖୁଥିବା ସମୟରେ ମୁଣ୍ଡ ପଛରେ ଦୁଇ ପାପୁଲିକୁ ଧରନ୍ତୁ ଓ ଦୁଇ ବାହାକୁ ସାମନାକୁ ନିଅନ୍ତୁ । ସ୍ତନରେ କୌଣସି ଅସ୍ଵାଭାବିକ ଅବସ୍ଥାକୁ ଦେଖନ୍ତୁ - ଆକାର ଓ ଅବସ୍ଥିତି । ହାତକୁ କମର ହାଡ ଉପରେ ରଖନ୍ତୁ ଓ ସାମନାକୁ ଧୀରେ ଧୀରେ ଆଇନା ଆଡକୁ ବାଙ୍କିଯାଆନ୍ତୁ, କାନ୍ଧ ଓ କହୁଣି ମଧ୍ୟ ଆଗକୁ ଆଣିବାକୁ ଚେଷ୍ଟା କରନ୍ତୁ । ସ୍ତନର ସ୍ଵାଭାବିକ ଲକ୍ଷ୍ୟ କରନ୍ତୁ । ବାମ ବାହୁ ଉପରକୁ ଟେକନ୍ତୁ । ଡାହାଣ ହାତର ତିନି ବା ଚାରି ଆଙ୍ଗୁଳି ସାହାଯ୍ୟରେ ବାମ ସ୍ଥାନକୁ ପରୀକ୍ଷା କରନ୍ତୁ । ସ୍ତନର ବାହାର ସୀମାରୁ ଆରମ୍ଭ କରି ପାପୁଲି ସାହାଯ୍ୟରେ ଛୋଟ ଛୋଟ ବୃତ୍ତ ଆକାରରେ ସାରା ସ୍ଥାନକୁ ପରୀକ୍ଷା କରନ୍ତୁ। କାଖ ଓ ସ୍ତନ ମଧ୍ୟସ୍ଥିତ ଅଂଶକୁ ମଧ୍ୟ ପରୀକ୍ଷା କରନ୍ତୁ । ଚର୍ମତଳେ କୌଣସି ଫୁଲା ଥିଲେ ଲକ୍ଷ୍ୟ କରନ୍ତୁ । ସ୍ତନ ବୃନ୍ତକୁ ଧିରେ ଧିରେ ଚାପ ଦିଅନ୍ତୁ । କୌଣସି କ୍ଷରଣ ଥିଲେ ଦେଖନ୍ତୁ । ୪ ଓ ୫ ଅବସ୍ଥାକୁ ସୋଇଥିବା ଅବସ୍ଥାରେ ପୁଣି ପରୀକ୍ଷା କରନ୍ତୁ । ଉପରକୁ ମୁହଁ କରି ଶୁଅନ୍ତୁ । ବାମ ବାହୁ ମୁଣ୍ଡ ତଳେ ରଖନ୍ତୁ । ଏକ ତକିଆ ବା ଚଉଡା ଥିବା ତଉଲିଆ କାନ୍ଧତଳେ ଦିଅନ୍ତୁ । ଏପରି ଅବସ୍ଥାରେ ସ୍ତନର ପରୀକ୍ଷାରେ ସୁବିଧା ହୁଏ , କାରଣ ସ୍ତନ ଚେପ୍ ଟା ହୋଇଯାଇଥାଏ । ଠିକ୍ ଏହି ପରି ଭାବରେ ଅନ୍ୟପଟେ ସ୍ତନ ପରୀକ୍ଷା କରନ୍ତୁ । ସ୍ତନ କ୍ୟାନସର ନିରୂପଣ ପାଇଁ ପରାମର୍ଶ ବୟସ ପରାମର୍ଶ ସମୟ ୨୦ – ୩୯ ନିଜେ ନିଜର ସ୍ତନ ପରୀକ୍ଷା ଡାକ୍ତରଙ୍କ ଦ୍ଵାରା ସ୍ତନ ପରୀକ୍ଷା ପ୍ରଥମ ମେମୋଗ୍ରାଫି ରଞ୍ଜନାରଶ୍ମି ପରୀକ୍ଷା , ମାସକୁ ଥରେ ପ୍ରତି ତିନି ବର୍ଷରେ ଥରେ ୩୫ – ୩୯ ବର୍ଷରେ ୪୦ – ୪୯ ନିଜେ ନିଜର ସ୍ତନ ପରୀକ୍ଷା ଡାକ୍ତରଙ୍କ ଦ୍ଵାରା ସ୍ତନ ପରୀକ୍ଷା ପ୍ରଥମ ମେମୋଗ୍ରାଫି ବା ସ୍ତନ ରଞ୍ଜନାରଶ୍ମି ପରୀକ୍ଷା , ମାସକୁ ଥରେ ବର୍ଷକୁ ଥରେ ଦୁଇବର୍ଷରେ ଥରେ ୫୦ ରୁ ଅଧିକ ନିଜେ ନିଜର ସ୍ତନ ପରୀକ୍ଷା ଡାକ୍ତରଙ୍କ ଦ୍ଵାରା ସ୍ତନ ପରୀକ୍ଷା ପ୍ରଥମ ମେମୋଗ୍ରାଫି ବା ସ୍ତନ ରଞ୍ଜନାରଶ୍ମି ପରୀକ୍ଷା , ମାସକୁ ଥରେ ବର୍ଷକୁ ଥରେ ପ୍ରତିବର୍ଷ ଥରେ ସଂଗୃହିତ - ଡା. ଦ୍ଵିଜେଶ କୁମାର ପଣ୍ଡା , ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟ