କୋନିୟମ ଗ୍ରନ୍ଥି ଆକ୍ରାନ୍ତକାରୀ ଓ ପକ୍ଷାଘାତ ସୃଷ୍ଟିକାରୀ ଔଷଧମାନଙ୍କ ମଧ୍ୟରେ ଏହା ଏକ ପ୍ରମୁଖ ଔଷଧ । ଆଘାତର ଫଳସ୍ୱରୂପ ଯେ କୌଣସି ଗ୍ରନ୍ଥି ଫୁଲି ଟାଣ ହୋଇଯାଇଥିଲେ ଏହା ଖୁବ୍ ଫଳପ୍ରଦ । ପ୍ରତ୍ୟକ ମାସିକ ଋତୁ ପୂର୍ବରୁ ଓ ସମୟରେ ସ୍ତନଦ୍ୱୟ ଫୁଲି ଟାଣ ହୋଇ ଦରଜ ହୋଇଯାଉଥିଲେ ଏବଂ ତାହା ମଧ୍ୟରେ ଗୁଲିଭଳି ଟାଣ ଫୁଲା ଥିଲେ ଏହା ସ୍ତ୍ରୀଲୋକମାନଙ୍କର ପ୍ରତ୍ୟକ ପ୍ରକାରର ରୋଗ ଭଲ କରିଥାଏ । ମୁଣ୍ଡଭ୍ରମ ହେବା ଏହାର ଅନ୍ୟ ଏକ ପରିଚାୟକ ଲକ୍ଷଣ । ବିଶେଷ କରି ଶୋଇଥିବା ଅବସ୍ଥାରେ କଡଲେଉଟାଇବା ସମୟରେ ଭ୍ରମ ବା ମୁଣ୍ଡ ଘୂରେଇବା ଏହାର କ୍ରିୟା । ପକ୍ଷାଘାତ, ବିଶେଷକରି ‘ମୋଟର - ନ୍ୟୁରନ’ ରୋଗରେ, ପକ୍ଷାଘାତ ନିମ୍ନାଙ୍ଗରୁ ଆରମ୍ଭହୋଇ ଉପର ଦିଗକୁ ଗତି କରୁଥିଲେ, ଏହାଦ୍ଵାରା ସୁଫଳ ମିଳିବାର ଯଥେଷ୍ଟ ସମ୍ଭାବନା । କ୍ୟୁପ୍ରେମ ମେଟ ଆକ୍ଷେପଯୁକ୍ତ ଯେ କୌଣସି ରୋଗରେ ଏହା କାର୍ଯ୍ୟକାରୀ । ଏହାର ଆକ୍ଷେପ ହାତ ବା ଗୋଡର ବୁଢାଆଙ୍ଗୁଳିରୁ ଉଠି ସମସ୍ତ ଶରୀରକୁ ପ୍ରସାରିତ ହୋଇଥାଏ । ହାତମୁଠା ପଡିଯାଏ, ମୁହଁ ନୀଳ ପଡିଯାଇ ରୋଗୀର ଆଖି ଉପରକୁ ଖୋସି ହୋଇଯାଏ, “ଶିବନେତ୍ର” ଭଳି । କାଶ, ମୃଗୀ, ଉଦରାମୟ ଯାହାବା ହେଉ, ଉପଯୁକ୍ତ ଲକ୍ଷଣସବୁ ଥିଲେ ଏହାକୁ ଭୁଲିବାର ନୁହେଁ । ଡାଇଓସ୍କୋରିଆ ଏହା ଶୂଳ ରୋଗର ଅନ୍ୟତମ ପ୍ରଧାନ ଔଷଧ । ପେଟର ନିର୍ଦ୍ଧିଷ୍ଟ କୌଣସି ଅଂଶରୁ ବ୍ୟଥା ସୃଷ୍ଟିହୋଇ ସମସ୍ତ ପେଟରେ ସଂଚରିତ ହୋଇଥାଏ । ଏଅଗି କେବଳ ଭିଡିମୋଡି ହୋଇ ପଛଆଡକୁ ବାଙ୍କି ଯାଉଥିବେ ଏବଂ କେବଳ ଏହି ଅବସ୍ଥାରେ ହିଁ ସେ ଉପଶମ ପାଉଥିବେ । ପେଟ ଭିତରେ ଯେ କୌଣସି ଯନ୍ତ୍ରବିଶେଷର ଏତାଦୃଶ୍ୟ ଯନ୍ତ୍ରଣା ପାଇଁ ଏହା ତୁରନ୍ତ ଉପଶମଦାୟୀ ଔଷଧ । ଅଧାଆଙ୍ଗୁଳି ହେଉହେଉ ଏହା ପ୍ରୟୋଗ କଲେ ରୋଗ ମୂଳରୁ ହିଁ ଭଲ ହୋଇ ଯାଇଥାଏ । ଏହା ଖୁବ୍ ପରୀକ୍ଷିତ । ଡ୍ରୋସରା ପ୍ରକୃତ ହୁପିଂ କାଶ ପାଇଁ ଏହା ଅବ୍ୟର୍ଥ ବୋଲି କୁହାଯାଇଥାଏ । ହୁପିଂ କାଶ ପରେ ଯଦି ରୋଗୀ ବାରମ୍ବାର ଅସୁସ୍ଥ ହେଉଥାଏ, ଶ୍ଵାସନଳୀର ପ୍ରଦାହ ଜନିତ ପୀଡାରେ, ତାହାହେଲେ ଅନ୍ୟ ଯେ କୌଣସି ଔଷଧ ଅପେକ୍ଷା ଏହା ପ୍ରଥମେ ବିଚାର୍ଯ୍ୟ ହୁଏ । ଡଲକାମେରା ହଠାତ୍ ପାଗ ପରିବର୍ତ୍ତନ, ବିଶେଷକରି ଉତ୍ତାପର ପରିବର୍ତ୍ତନରେ ଯେଉଁସବୁ ରୋଗ ଦେଖାଦିଏ ସେ ସବୁପାଇଁ ଏହା ପ୍ରଥମ ଶ୍ରେଣୀର ଔଷଧ । ଶରୀରର ଯେ କୌଣସି ଯନ୍ତ୍ରବିଶେଷର ଶୈଷ୍ମିକ ଝିଲ୍ଲିର ପ୍ରଦାହ ଉପଯୁକ୍ତ ପରିସ୍ଥିତିରେ ହୋଇଥିଲେ ଏହା ଅବ୍ୟର୍ଥ । ସାଧାରଣ ଶର୍ଦ୍ଦିରୁ ଆରମ୍ଭକରି, କାଶ, ଶ୍ଵାସ, ନାଳଝାଡା, ମୂତ୍ରକୃଚ୍ଛତା, ଯାହାବା ହେଉନା କାହିଁକି ଏହା ନିଶ୍ଚିତ ଉପକାର କରେ । ସ୍ତ୍ରୀଲୋକମାନଙ୍କ ଋତୁକାଳ ପୂର୍ବରୁ ମୁହଁରେ ବ୍ରଣ ଅବା ସେଭଳି କିଛି ଉଦ୍ଭେଦ ସୃଷ୍ଟି କରିବା ଏହାର ଏକ ପ୍ରମୁଖ ଲକ୍ଷଣ । ୟୁପାଟୋରିୟମ ପର୍ଫ ସବିରାମ, ଅବିରାମ, ଭାଇରାଲ, ଇନଫ୍ଲୁଏଞ୍ଜା, ଯେ କୌଣସି ଜ୍ଵରରେ ଏହାର ଲକ୍ଷଣଗୁଡିକ ଏତେ ପରିଷ୍କାର ଯେ, ଏହାର ପ୍ରୟୋଗରେ ନିଶ୍ଚିତ ଆରୋଗ୍ୟ ହୋଇଥାଏ । ହାଡଭିତରେ ଶୂଳେଇ ହୋଇ ବ୍ୟଥା କରୁଥିଲେ ଓ ସାଂଘାତିକ ଛେଚିକୁଟି ହେଉଥିଲେ ଏହାକୁ ସ୍ଵାଭାବିକଭାବରେ ମନେପକାଇବେ । ଜ୍ଵର ସହିତ ପିତ୍ତବାନ୍ତି, ସବିରାମ ଜ୍ଵରରେ ଏହାପାଇଁ ଏକ ନିର୍ଣ୍ଣାୟକ ଲକ୍ଷଣ ଯଦି ଉପଯୁକ୍ତ ବ୍ୟଥା ରହିଥାଏ । ୟୁଫ୍ରେସିଆ ଚକ୍ଷୁରୋଗ ଓ ତରୁଣ ଶର୍ଦ୍ଦିରେ ଏହା ଯେପରି ଏକ ନିଶ୍ଚିତ ଆରୋଗ୍ୟକାରୀ ଔଷଧ । ଏହାର ଲକ୍ଷଣ ହେଲା, ଆଖିରୁ ଅନବରତ ପାଣିଗଡି ଆଖି ଲାଲ ପଡିଯାଉଥିବ ଓ ପୋଡୁଥିବ । ମନେ ରଖିବାର କଥା ଏଲିୟାମସିପାରେ ନାକପୋଡି ପାଣି ଗଡୁଥିବ ଓ ଏଥିରେ ଆଖିପୋଡି ପାଣି ବୋହୁଥିବ । ଛିଙ୍କ ଉଭୟରେ ଥିଲେ ମଧ୍ୟ ଏଲିୟମସିପାରେ ମାତ୍ରା ଅଧିକ । ଫେରମଫସ୍ ରକ୍ତହୀନତା ତଥା ରକ୍ତସ୍ରାବର ଏହା ଏକ ମୁଖ୍ୟ ଔଷଧ ହୋଇଥିଲେ ମଧ୍ୟ ସଚରାଚର ପ୍ରଦାହଜନିତ ଜ୍ଵରରେ ସଦାସର୍ବଦା ବ୍ୟବହୃତ ହୁଏ । କୌଣସି ମନ୍ଥର ଗତିର ପ୍ରଦାହଯୁକ୍ତ ରୋଗ, ବିଶେଷକରି ଶ୍ଵାସଯନ୍ତ୍ରର ହୋଇଥିଲେ ଓ ତତସହିତ ଅତି ମୃଦୁ ବା ମାଧ୍ୟମ ଧରଣର ଜ୍ଵର ରହିଥିଲେ ହିଁ ଏହା ସୁଫଳ ଦେଇଥାଏ । ରକ୍ତସ୍ରାବରେ, କ୍ଷତ ସ୍ଥାନରେ 3X ଶକ୍ତିର ବିଚୂର୍ଣ୍ଣକୁ ମଡାଇ ପଟ୍ଟି ବାନ୍ଧିଦେଲେ ରକ୍ତସ୍ରାବ ତୁରନ୍ତ ବନ୍ଦ ହୋଇଥାଏ । ଜେଲସେମିୟମ ଜ୍ଵର ଓ ସ୍ନାୟୁଗତ ଦୁର୍ବଳତାଜନିତ ଯାବତୀୟ ରୋଗରେ ଏହା ପ୍ରୟୋଜନ ହୁଏ । ଅବସନ୍ନତା, ନିଦ୍ରାଳୁତା, ଆଖିପତାର ଭାରୀବୋଧ, ଭ୍ରମ, ଶରୀରର କମ୍ପନ (ଜିଭ ଦେଖିବାକୁ ଚାହିଁଲେ ରୋଗୀ ତାହା ବାହାର କରି ପାରେନା ଠାରିବା ହେତୁ), ଦିହ ମୁଣ୍ଡ ଭାରୀ ଭାରୀ ଲାଗିବା, ତୃଷ୍ଣା ହୀନତା ଓ ଶୀତକାତରତା ଏହାର ପ୍ରମୁଖ ଲକ୍ଷଣ । ଏସବୁ ରହିବ ହିଁ ରହିବ, ଯାହା କିଛିବି ରୋଗ ହେଉନା କାହିଁକି । ବିଳମ୍ବିତ ପ୍ରସବ ଏହି ଅବସନ୍ନତା ପାଇଁ ହେଉଥିଲେ ମଧ୍ୟ ଜେଲସେମିୟମ ବ୍ୟବହାର କରାଯାଇପାରେ । ପ୍ରତ୍ୟକ ଶୂଳ ସହିତ ଅବସନ୍ନତା ଓ ନିଦ୍ରାଭାବ ଏହାର ପରିଚାୟକ ଲକ୍ଷଣ । ମୁଣ୍ଡବ୍ୟଥା ହେବା ଆଗରୁ ଆଖିକୁ ଦେଖା ନ ଯିବା ଓ ଖୋଲା ପରିସ୍ରାରେ ମୁଣ୍ଡବ୍ୟଥା କମିଯିବା, ଏହାକୁ ନିର୍ଦ୍ଧିଷ୍ଟଭାବରେ ପ୍ରୟୋଗ କରିବାପାଇଁ ନିର୍ଦ୍ଦେଶ ଦେଇଥାଏ । ଗ୍ଲୋନୋୟନ ଆର୍କାଘାତ ଓ ଉଚ୍ଚ ରକ୍ତଚାପଜନିତ ଉପସର୍ଗ ପାଇଁ ଏହାର ବ୍ୟବହାର ସର୍ବାଧିକ । ଅସହ୍ୟ ମୁଣ୍ଡବ୍ୟଥା ଏହାର ମୁଖ୍ୟଲକ୍ଷଣ । ବେକଷଣ୍ଢାରୁ ବ୍ୟଥା ବାହାରି ମୁଣ୍ଡଉପରକୁ ଉଠି ଖୁବ୍ ଜୋରରେ ଧକଧକ୍ କରିବା ହେଉଛି ଏହାର ଲକ୍ଷଣ । ରୋଗୀ ମନେକରେ ମୁଣ୍ଡର ଖପୁରୀ ସେତେଯେପରି ଫାଟି ଉଡିଯିବ । ସାମାନ୍ୟତମ ହଲଚଲ ମଧ୍ୟ ସେ ସହିପାରେନା । ଗ୍ରାଫାଇଟସ ପୃଥୁଳକାୟ, ଶୀତକାତର ଓ ଧାତୁଗତ କୋଷ୍ଠକାଠିନ୍ୟର ରୋଗୀ, ସର୍ବଦା ନାନା ପ୍ରକାରର ଚର୍ମରୋଗ ଭୋଗୁଥିଲେ, ଏହାର ଉପଯୋଗ କରିବେ ଯେ କୌଣସି ରୋଗ ହେଲେ ମଧ୍ୟ । ତଥାପି, ଚର୍ମରୋଗ, ବିଶେଷକରି ବିଇଞ୍ଚି, ଜୀର୍ଣ୍ଣଶୂଳ, ପ୍ରଦର ଓ ରଜନିବୃତ୍ତି ସମୟର ପୀଡାରେ ଏହା ପ୍ରାୟ କାମରେ ଲାଗେ । ଚମଡା ମୋଟା ହୋଇ ଫାଟିବା, ଯାଦୁ ଓ ବିଇଞ୍ଚି ହୋଇ ସେଥିରୁ ମହୁଭଳି ଅଠାଳିଆ ଓ ଦୁର୍ଗନ୍ଧଯୁକ୍ତ ସ୍ରାବ ବାହାରିବା, ଗ୍ରାଫାଇଟସ ଚର୍ମରୋଗର ଲକ୍ଷଣ । ଆଙ୍ଗୁଠି ଟିପ, ସ୍ତନବୃନ୍ତ, ମଳଦ୍ଵାର, ପ୍ରସବଦ୍ଵାର ଫାଟି ପୀଡା ସୃଷ୍ଟିକରିବା ଏହାର ଧର୍ମ ତେଣୁ ଏ ସବୁ ଲକ୍ଷଣ ଏହାର ପରିଚାୟକ ଅଟେ । ଏହାର କୋଷ୍ଠକାଠିନ୍ୟରେ ଝାଡା ଗୁଳିଗୁଳିହୋଇ ଲାଳ ଗୁଡାଇ ରହିଥାଏ । ମାସିକ ଋତୁର ଅବ୍ୟବହିତ ପୂର୍ବରୁ ଓ ପରେ ପ୍ରବଳ ଶ୍ଵେତପ୍ରଦର ଦିନରାତି ବୋହୁଥିଲେ ଏହା ଉପକାରୀ । ଏ ସ୍ତ୍ରୀଲୋକମାନଙ୍କର ଋତୁସ୍ରାବ ଅତ୍ୟନ୍ତ ସ୍ୱଳ୍ପ ଓ ବାଧକ । ଜୀର୍ଣ୍ଣଶୂଳ ରୋଗରେ କିଛି ଖାଦ୍ୟ ଖାଇବାପରେ, ବିଶେଷକରି ଗରମ କ୍ଷୀର ପାନ ପରେ ଆରାମ ମିଳିବା ଏକ ବିଶେଷ ଲକ୍ଷଣ । ସଂଗୃହୀତ – ଡାକ୍ତର କମଳାକାନ୍ତ କର