ଏଡସ୍ ରୋଗ ସ୍ଥାଇ ଫଳପ୍ରଦ ଜୀବନ ବିତାଇବା ଯଦି କେହି ଏଡସ୍ ଭୋଗୁଥାନ୍ତି ତେବେ ସେମାନେ ନିଜର ଶରୀରର ଉପଯୁକ୍ତ ଯତ୍ନ ନେବା ସହିତ ଶାରୀରିକ କ୍ଷମତାକୁ ବଜାୟ ରଖିବାକୁ ଚେଷ୍ଟା କରିବେ । ଏଥିପାଇଁ ସେମାନେ ସନ୍ତୁଳିତ ଆହାର ଯଥା – ସମସ୍ତ ପ୍ରକାର ଜୀବସାର ଓ ପୃଷ୍ଟିଯୁକ୍ତ ଆହାର ଖାଇ ଶରୀର ଆବଶ୍ୟକ କରୁଥିବା ଶକ୍ତିର ସଞ୍ଚୟ କରିବା ଆବଶ୍ୟକ ଶରୀରର ବୃଦ୍ଧି ପାଇଁ ଏବଂ ସଂକ୍ରମଣକୁ ରକ୍ଷା ପାଇଁ ସନ୍ତୁଳିତ ଆହାରର ଯଥେଷ୍ଟ ଆବଶ୍ୟକତା ରହିଛି । ଆବଶ୍ୟକୀୟ ଶୋଇବା ଅଭ୍ୟାସ ଚାଲୁରଖନ୍ତୁ । ଶରୀରର କ୍ଷମତା ଅନୁଯାୟୀ ବ୍ୟାୟାମ କଲେ ମନ ସ୍ଥିର ରହେ ଏବଂ ଶରୀରରେ ଶକ୍ତି ସଞ୍ଚୟ ହୁଏ । ଯଦି ପାରୁଛନ୍ତି କାମ କରିଚାଲନ୍ତୁ । କେତେକେ ଯଥାର୍ଥତା ପୂର୍ଣ୍ଣ କାର୍ଯ୍ୟରେ ନିଜକୁ ନିୟୋଜିତ ରଖନ୍ତୁ । ଦେହ ଓ ମନ ଉଭୟଙ୍କୁ ସ୍ନେହପୂର୍ଣ୍ଣ ବାତାବରଣ ମଧ୍ୟରେ ବାନ୍ଧି ରଖନ୍ତୁ । ବନ୍ଧୁବାନ୍ଧବ ଓ ପରିବାର ମଧ୍ୟରେ ନିଜକୁ ସାମିଲ କରନ୍ତୁ । ନିଜେ ଭୋଗୁଥିବା ସଂକ୍ରମଣର ନିଦାନ ପାଇଁ କୌଣସି ଅଭିଜ୍ଞଙ୍କ ସାହାଯ୍ୟ ନିଅନ୍ତୁ । ଯଦି ସହବାସ କରୁଥାନ୍ତି ତେବେ କଣ୍ଡୋମ ବ୍ୟବହାର କରନ୍ତୁ । ବିଭିନ୍ନ ପ୍ରକାରର ଅସୁସ୍ଥତା ପାଇଁ ଡାକ୍ତରୀ ପରାମର୍ଶ ନେବା ସହିତ ସ୍ୱାସ୍ଥ୍ୟକର୍ମୀ ଏବଂ ପରାମର୍ଶଦାତାଙ୍କ ସାହାଯ୍ୟ ନେବା ଉଚିତ । ଏଚ୍ .ଆଇ.ଭି/ଏଡସ୍ ଆକ୍ରାନ୍ତ ପିଲା ଓ ଶିଶୁମାନଙ୍କୁ ବିଭିନ୍ନ ପ୍ରକାରର ଟୀକା ଦେବା ପାଇଁ ଭୁଲନ୍ତୁ ନାହିଁ । ସଂକ୍ରମଣର ପ୍ରକୃତ କାରଣ ଜାଣି ରଖନ୍ତୁ ଫଳରେ ଅଯଥା ଚିନ୍ତାରେ ଶରୀର କ୍ଷୀଣ ହେବ ନାହିଁ । ଉପରୋକ୍ତ ଦାୟିତ୍ଵ ଓ ପରାମର୍ଶ ସହିତ ଆଉ କେତେକେ ସାବଧାନତା ଅବଲମ୍ବନ କରିବାକୁ ହେବ । ସେଗୁଡିକ ହେଲା – ମଦ୍ୟପାନ ଓ ଧୂମପାନ । ଧୂମପାନ ଦ୍ଵାରା ଫୁସ୍ ଫୁସ୍ ର ଅବକ୍ଷୟ ଘଟିବା ସହିତ ଶରୀରର ଅନ୍ୟାନ୍ୟ ଅଂଶର ମଧ୍ୟ ହାନୀ ଘଟିଥାଏ । ଫଳରେ ସଂକ୍ରମଣ ଶୀଘ୍ର ବ୍ୟାପିଥାଏ । ସେହିପରି ଅଧିକ ମଦ୍ୟପାନ ଦ୍ଵାରା ଶରୀର ଉପରେ ଚାପ ପଡିଥାଏ । ସେଥିପାଇଁ କଲିଜାର କ୍ଷତି ହୋଇଥାଏ । କିଛି ସମୟ ପାଇଁ ଏହା ମନକୁ ଭୁଲାଇ ଦେଇପାରେ , ଏକଥା ସତ , ମାତ୍ର ଭୁଲା ମନରେ ସୁରକ୍ଷିତ ଯୌନ ଅ କ୍ରିୟା ସମ୍ବନ୍ଧୀୟ ଜ୍ଞାନକୁ ହରାଇ ବିପଦପୂର୍ଣ୍ଣ ଯୌନ କ୍ରିୟାରେ ଲିପ୍ତ ହୋଇପାରନ୍ତି ଯାହାକି ଅନ୍ୟ ସବୁପ୍ରକାର ଯୌନ ସଞ୍ଚାରିତ ରୋଗକୁ ଆମନ୍ତ୍ରଣ କରିଥାଏ । ଅନ୍ୟାନ୍ୟ ସଂକ୍ରମଣ : ଗର୍ଭାଧାନ : ଏହି ଅବସ୍ଥା ଦେଇ ଗତି କରୁଥିବା ଏଚ.ଆଇ.ଭି ଯୁକ୍ତ ମହିଳା ବାରମ୍ବାର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । କାରଣ ଭବିଷ୍ୟତର ଶିଶୁଟି ଏଚ.ଆଇ.ଭି ଯୁକ୍ତ ହୋଇ ଜନ୍ମଗ୍ରହଣ କରିପାରେ । ଗୋଟିଏ ଶିଶୁର ଯତ୍ନ ପାଇଁ ସୁସ୍ଥ ପିତାମାତାଙ୍କ ଆବଶ୍ୟକତା ଯଥେଷ୍ଟ ବେଶୀ । ବିନା ପରାମର୍ଶରେ ଔଷଧ ସେବନ : କେତେକ ନିଶା ଔଷଧ ସେବନକାରୀ ବିନା ପରାମର୍ଶରେ ବିଭିନ୍ନ ପ୍ରକାର ନିଶା ଔଷଧ ସେବନ କରିଥାନ୍ତି । ଏହି ଔଷଧ ଗୁଡିକର ପାର୍ଶ୍ଵ ପ୍ରତିକ୍ରିୟା ଅନେକ । ଯାହା ରୋଗୀଠାରେ ଅନେକ ପ୍ରକାରର ଅସୁସ୍ଥତା ଆଣି ଦେଇଥାଏ । ତେଣୁ ସମ୍ପୃକ୍ତି ବ୍ୟକ୍ତି କୌଣସି ଔଷଧ ସେବନ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ । ସର୍ବଦା ଏକାକୀ /ନିସଙ୍ଗୀ ହୋଇ ରୁହନ୍ତୁ ନାହିଁ । ଗୋଷ୍ଠୀରେ ହେଉଥିବା ବିଭିନ୍ନ ପର୍ବପବାଣୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ । ଏହା ମାନସିକ ସ୍ତରରେ ବହୁତ ସାହାଯ୍ୟ କରିଥାଏ । ତେଣୁ ଏଚ୍ .ଆଇ.ଭି/ଏଡସ୍ ରେ ସଂକ୍ରମିତ ଯେ କୌଣସି ବ୍ୟକ୍ତି ପରିବାରରେ ରହିଥିବା ଉପରୋକ୍ତ ନିୟମ ଓ ଯତ୍ନ ପ୍ରତି ଧ୍ୟାନ ଦେବା ଉଚିତ । ବିଚ୍ଛିନ୍ନ ତଥା ମୃତ୍ୟୁଜନିତ ଦୁଃଖ ପାଇଁ ପରାମର୍ଶ ବ୍ୟବସ୍ଥା ଏହି ଧାରଣା ଇଂରାଜୀ ଶବ୍ଦ ବିରେଭ୍ ମେଣ୍ଟରୁ ଆସିଅଛି । ଏହା ଅର୍ଥ , କୌଣସି ବିପଦ ହେତୁ ଛାଡି ଚାଲିଯାଇଥିବା ବା ମରିଯାଇଥିବା ଆତ୍ମୀୟଙ୍କ ସକାଶେ ହେଉଥିବା ଦୁଃଖ ବା ବିଷାଦ । ଏହି ବିଷାଦ ପୁଣି କ ’ଣ ହୋଇପାରେ ? ଯେକୌଣସି ପ୍ରକାରର କ୍ଷୟକ୍ଷତି , ଦୁର୍ବିପାକ ଏବଂ ଦୁର୍ଭାଗ୍ୟ ହେତୁ ଭୋଗୁଥିବା ମାନସିକ ଯନ୍ତ୍ରଣା ହିଁ ବିଷାଦ । ଏହି ବିଷାଦ ମଣିଷ ଜୀବନର ଏକ ଅଙ୍ଗ । ଏହା ଦେହ ଏବଂ ମନର ଏକ ଉଦ୍ଦୀପନା । ଯେକୌଣସି ବ୍ୟକ୍ତିଙ୍କର ନିଜସ୍ଵ ଅନୁଭୂତି ଓ ପ୍ରକୃତିକୁ ସାଥିକରୀ ଏହି ଦୁଃଖ ଆସିଥାଏ । ଏହା କୌଣସି ଏକ ଅସୁସ୍ଥତା ନୁହେଁ , ବରଂ ମଣିଷ ଜୀବନର ଏକ ଅବସ୍ଥା । ବିଷାଦ ବା ଦୁଃଖ ଅନୁଭୂତିକୁ ଅଙ୍ଗେ ଲିଭାଇବା ପରେ ହିଁ ଏହା ମନୋବଳ ଜନ୍ମାଇଥାଏ । ସାଧାରଣ ବିଷାଦର ପ୍ରକାର ଭେଦ : ଦୁଃଖପୂର୍ଣ୍ଣତା ..........ଦୁଃଖ ......ହତାଶା କ୍ରୋଧ .........ଏକାନ୍ତବୋଧ ଦୋଷ.........ଅସହାୟତା ଦୁଃଖର ପ୍ରକାର ଭେଦ : ସାଧାରଣ ବିଷାଦ ବିଳମ୍ବିତ ବିଷାଦ ଆଶଙ୍କିତ ବିଷାଦ ଦ୍ଵନ୍ଦପୂର୍ଣ୍ଣ ବିଷାଦ ପୁରାତନ ବିଷାଦ ବିଷାଦ ପାଇଁ ପରାମର୍ଶ ବା ଦୁଃଖ ଏଡାଇବାର ବାଟ କ ’ଣ ? ପରାମର୍ଶ କିପରି ଦେବେ ଏବଂ ତାହାର ନିୟମଗୁଡିକ କ ’ଣ ? ତିଷ୍ଠି ରହିଥିବା ବ୍ୟକ୍ତିଙ୍କୁ ମୃତ୍ୟୁର ଯଥାର୍ଥତା ବୁଝାଇବାକୁ ଚେଷ୍ଟା କରନ୍ତୁ । ସେଥିପାଇଁ ସାହାଯ୍ୟ କରନ୍ତୁ । ତେଣୁ ଏହା କିପରି କରାଯିବା ଉଚିତ , ପରାମର୍ଶଦାତାଙ୍କର ଅନୁଭୂତି କ୍ରମେ ବଞ୍ଚିଥିବା ସାଥିଙ୍କୁ ବୁଝାଇବାର ଉତ୍ତମ ଉପାୟ ହେଲା ସେମାନଙ୍କ ସହିତ ମୃତ୍ୟୁଜନିତ କ୍ଷୟକ୍ଷତି ବିଷୟରେ ଆଲୋଚନା କରିବା । ଏଣୁ ପରାମର୍ଶଦାତା ଏ ଦିଗରେ ଆଗ୍ରହ ପ୍ରକାଶ କରି ନିମ୍ନଲିଖିତ ବିଷୟ ଉପରେ ଆଲୋଚନା କରିବା ଉଚିତ । ମୃତ୍ୟୁ କେଉଁଠାରେ ହୋଇଥିଲା ? ମୃତ୍ୟୁ ବେଳକୁ କେଉଁ ଲକ୍ଷଣ ସବୁ ଦେଖାଗଲା ? ଖବର ଶୁଣିଲାବେଳକୁ ଆପଣ କେଉଁଠାରେ ଥିଲେ ଓ କ ’ଣ କରୁଥିଲେ ? ମୃତ୍ୟୁ ପରେ ଶୁଦ୍ଧକ୍ରିୟା କିପରି ହେଲା ? ଏହି ପ୍ରକାର ପ୍ରଶ୍ନସବୁ ପଚାରିଲେ ମୃତ୍ୟୁ ବିଷୟକ ଅନ୍ୟ ତଥ୍ୟ ସବୁ ମିଳିପାରିବ । ଏ କ୍ଷେତ୍ରରେ ପରାମର୍ଶଦାତା ଧୈର୍ଯ୍ୟସହ ଶୁଣିବା ଉଚିତ ଏବଂ ବଞ୍ଚିଥିବା ସାଥୀଙ୍କୁ ତାଙ୍କ ଆତ୍ମୀୟଙ୍କ ମୃତ୍ୟୁ ବିଷୟରେ ଅଧିକ କିଛି କହିବା ପାଇଁ ପ୍ରୋତ୍ସାହନ ଦେବା ଉଚିତ । ନିଜ ସାଥୀଙ୍କୁ / ଆତ୍ମୀୟଙ୍କୁ ହରାଇବା ପରେ ସେ କ ’ଣ ସବୁ ଭାବୁଛନ୍ତି ତାହା ପ୍ରକାଶ କରିବା ପାଇଁ ତାଙ୍କୁ ସାହାଯ୍ୟ କରନ୍ତୁ । ପ୍ରକୃତରେ ଦୁଃଖ ଭାବନାକୁ ପ୍ରକାଶ କରିବା ଏକ କଷ୍ଟକର ବ୍ୟାପାର । ଦୁଃଖଦ ଘଟଣାଗୁଡିକ ମଧ୍ୟରୁ ସବୁଗୁଡିକ ଏକାବେଳେ ପ୍ରକାଶ କରିବା ସମ୍ଭବ ନୁହେଁ । ତଥାପି ଏ କ୍ଷେତ୍ରରେ ସବୁଗୁଡିକ ଏକାବେଳେ ପ୍ରକାଶ କରିବା ସମ୍ଭବ ନୁହେଁ । ତଥାପି ଏ କ୍ଷେତ୍ରରେ ଘାଟଣାକ୍ରମେ ଉପୁଜିଥିବା ରାଗ , ଦୋଷ ଏବେ ଦୁଃଖସବୁର ଲାଘବ ପାଇଁ ଘାଟଣାକ୍ରମେ ଉପୁଜିଥିବା ରାଗ , ଦ୍ଵେଷ ଏବଂ ଦୁଃଖସବୁର ଲାଘବ ପାଇଁ ପରାମର୍ଶଦାତା ଚେଷ୍ଟା କରିବା ଉଚିତ । ମୃତ୍ୟୁ ଘଟଣାପରେ କାହାମନରେ ରାଗ ଆସିପାରେ , କିଏ ଦୁଃଖରେ ଭାଙ୍ଗିପଡେ , କିଏ ବା ନିଜକୁ ଦୋଷୀ ମନେକରିପାରେ । ମୃତ୍ୟୁବ୍ୟକ୍ତିର ସମ୍ପର୍କୀୟ , ସାଥିମାନଙ୍କଠାରେ ରହିଥିବା ଏ ପ୍ରକାର ମାନସିକ ଅବସ୍ଥାକୁ ଜାଣିବା ଏବଂ ଏହାର ପ୍ରତିକାର ଚିନ୍ତା କରିବା ପରାମର୍ଶଦାତାଙ୍କର ଏକ ଗୁରୁଦାୟିତ୍ଵ । ଏ ପରିସ୍ଥିତି ଭଲ ଓ ମନ୍ଦ ଭାବନାକୁ ପରାମର୍ଶଦାତା ଜାଣିବା ଦରକାର । ନିକଟରେ ପିତାଙ୍କୁ ହରାଇଥିବା ଜଣେ ପରାମର୍ଶ ଗ୍ରହିତାଙ୍କୁ ପରାମର୍ଶଦାତା ଏହିପରି ପ୍ରଶ୍ନ କରିପାରନ୍ତି । ବାପାଙ୍କର କେଉଁ କାମଗୁଡିକ ତମକୁ ଭଲ ଲାଗୁଥିଲା ? ବାପାଙ୍କର କେଉଁ କାମଗୁଡିକ ତୁମକୁ ଭଲ ଲାଗୁ ନ ଥିଲା ? ବାପା କ ’ଣ ତୁମକୁ ବେଶୀ ଭଲ ପାଉଥିଲେ ? କଣ ପାଇଁ ତୁମ ମନରେ ଘୃଣାଭାବ ଆସିଲା ? ଆତ୍ମୀୟଙ୍କ ବିୟୋଗ ପରେ କିପରି ଧୈର୍ଯ୍ୟ ଧରି ନିଜେ ଚଳିପାରିବେ ସେ ବିଷୟରେ ପରାମର୍ଶ ଦିଅନ୍ତୁ । ଏପରି କ୍ଷେତ୍ରରେ ବଞ୍ଚିଥିବା ବ୍ୟକ୍ତି ନିଜ ସାମର୍ଥ୍ୟରେ ହିଁ ଭଲମନରେ ଚଳିପାରିବେ ଏବଂ ମୃତବ୍ୟକ୍ତି ଙ୍କୁ ଛାଡି ଚଳିବାରେ ତାଙ୍କର କିଛି ଅସୁବିଧା ହେବ ନାହିଁ ଏହି କଥା ତାଙ୍କୁ ବୁଝାଇ ଦିଅନ୍ତୁ ବିଭିନ୍ନ ପରିସ୍ଥିତି ସହିତ ଖାପାଖୁଆଇ ଉଚିତ ସମୟରେ ଉପଯୁକ୍ତ ନିସ୍ପତି ନେଇ କିପରି ଚଳିବାକୁ ପଡିବ ଏବଂ ମରିଯାଇଥିବା ବ୍ୟକ୍ତିଙ୍କ ଦାୟିତ୍ଵକୁ କିପରି ତୁଲାଇ ପାରିବେ , ସେ ବିଷୟରେ ଶିକ୍ଷାଦେବା ପରାମର୍ଶଦାତାଙ୍କର ଦାୟିତ୍ଵ । ବେଶୀ ନା ଭାବିବାକୁ ପରାମର୍ଶ ଦିଅନ୍ତୁ । ଏପରି ପରିସ୍ଥିତିରେ ବଞ୍ଚିଥିବା ବ୍ୟକ୍ତିଙ୍କ ମନରେ ସାହାସ ସଞ୍ଚୟ କରିବାକୁ କୁହନ୍ତୁ । ଯେପରିକି ଅନ୍ୟ ନୂଆ ସାଥିଙ୍କ ଗହଣରେ ରହି ସାଥିଙ୍କ ମୃତ୍ୟୁ ହେତୁ ହେଉଥିବା ବିରହ ବେଦନାରୁ ମୁକ୍ତ ପାଇପାରିବେ । କେତେକ ବ୍ୟକ୍ତି ଆଉ ଜଣେ ନିଜର ସହଧର୍ମୀ ବା ଜୀବନସାଥୀ ହୋଇ ରହୁ ଏହାକୁ ପସନ୍ଦ କରନ୍ତି ନାହିଁ । ମୃତ ବ୍ୟକ୍ତିର ସ୍ଥାନକୁ ଆଉ କେହି ପୂରଣ କରିପାରିବେ ନାହିଁ ଏବଂ ଜଣେ ସାଥି ଗଲା ପରେ ଆଉ ସାଥି କରି ତାଙ୍କର ଆତ୍ମାତୃପ୍ତି ହୋଇପାରିବ ନାହିଁ । ଏଥିରେ ସମ୍ପୁର୍ଣ୍ଣ ବିଶ୍ଵାସ କରନ୍ତି । ଏହା ସତ ହୋଇପାରେ କିନ୍ତୁ ପରାମର୍ଶଦାତା ଶୋକାତୁର ବ୍ୟକ୍ତିଙ୍କୁ କିପରି ଆଉ ଜଣଙ୍କ ସହିତ ସମ୍ପର୍କ ସ୍ଥାପନ କରି ପୂର୍ବ ଦୁଃଖ ଭୁଲିଯିବେ , ସେଥିପାଇଁ ପରାମର୍ଶ ଦେବା ଉଚିତ । ପରାମର୍ଶ ଗ୍ରହିତା ନିଜ ଦୁଃଖ କଥା କହିଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ବଞ୍ଚି ରହିଥିବା ସାଥି ମନର ଦୁଃଖକୁ ପ୍ରକାଶ କରିଦେବା ଦ୍ଵାରା କେତେକାଂଶରେ ଦୁଃଖ ଲାଘବ ହୋଇପାରିଥାଏ କିନ୍ତୁ ଏହା ସବୁ ସମୟରେ ପ୍ରକାଶ କରି ହୁଏ ନାହିଁ , ଏଥିପାଇଁ ଅନେକ ସମୟ ଦରକାର । ଏ କ୍ଷେତ୍ରରେ ପରାମର୍ଶଦାତା ବଞ୍ଚିଥିବା ସାଥିର ଦୁଃଖକୁ ପରିବାରକୁ ଠିକ୍ ଭାବେ ଜଣାଇବାରେ ସାହାଯ୍ୟ କରିପାରିବେ କିନ୍ତୁ ଏହା ସବୁ ସମୟରେ ସମ୍ଭବ ହୋଇନଥାଏ ବା ଏହା ସର୍ବଦା ପାରିବାର ସଦସ୍ୟଙ୍କ ପ୍ରଯୁଜ୍ୟ ହୋଇନଥାଏ । ଦୁଃଖଭରା ସାଥି ସ୍ଵାଭାବିକ ଅବସ୍ଥାକୁ ସ୍ଵାଭାବିକ ଅବସ୍ଥାକୁ ଆସିବା ପାଇଁ ସାହାଯ୍ୟ କରନ୍ତୁ ଦୁଃଖ ଯନ୍ତ୍ରଣାକୁ ବୁଝିବା ଏବଂ ଏହା ଏକ ସାଧାରଣ ଘଟଣା ବୋଲି ବୁଝାଇବା ହେଉଛି ଏକ ପ୍ରଧାନ କାର୍ଯ୍ୟ । ବଞ୍ଚିଥିବା ସାଥିଙ୍କର ଧାରଣା, ସେ ନିଜର ସାଥୀଙ୍କୁ ହରାଇବା ଅର୍ଥ ଦୁନିଆରେ ତାଙ୍କ ପାଇଁ ଆଉ କିଛି ନାହିଁ ଏବଂ ତାଙ୍କର ଜୀବନ ନିରର୍ଥକ । ତେଣୁ ପରାମର୍ଶଦାତା ଏହାକୁ ଏକ ସାଧାରଣ ଘଟଣା ବୋଲି ବୁଝାଇବା ସହିତ ରୋଗୀର ଦୁଃଖକୁ ଏଡାଇବା ଲାଗି ଚେଷ୍ଟା କରିବା ଉଚିତ । ବିଷାଦଗ୍ରସ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ଥିବା ତଫାତ୍ କୁ ଲକ୍ଷ୍ୟ କରନ୍ତୁ । ଏବିଚ୍ଛେଦ ଯନ୍ତ୍ରଣା ଭୋଗୁଥିବା ସମସ୍ତ ବ୍ୟକ୍ତିଙ୍କର ବ୍ୟବହାର ସମାନ ନ ଥାଏ । ଉଦାହରଣ ସ୍ୱରୂପ ମାରିବା ସମସ୍ତଙ୍କ ପାଇଁ ସତ ହୋଇପାରେ କିନ୍ତୁ କିଏ କିପରି ସହିବା ତାହା କହିହେବ ନାହିଁ । କୌଣସି ପରିସ୍ଥିତିରେ ଯଦି ପରିବାର ଭିତରୁ ଜଣେ ମାତ୍ର ଏପରି ଯନ୍ତ୍ରଣାରେ ସ୍ଵାଭାବିକ ବ୍ୟବହାର ଦେଖାନ୍ତି, ତେବେ ଏହା ସାରା ରିବାରକୁ ବ୍ୟସ୍ତ କରିଦିଏ । ଦୁଃଖ ଯନ୍ତ୍ରଣାକୁ କିପରି ସହିବେ ଓ ଭୁଲିଯିବେ ସେ ବିଷୟରେ ବୁଝାନ୍ତୁ । ଲୋକମାନେ କିପରି ବିଚ୍ଛେଦ ଯନ୍ତ୍ରଣା ସହ୍ୟ କରନ୍ତି ଓ ଏହାକୁ ଭୁଲିଯାଆନ୍ତି ତାହା ଲକ୍ଷ୍ୟ କରିବା ଉଚିତ । ଅନେକ ସମୟରେ ଦୁଃଖ ହେତୁ ଲୋକମାନେ ନିଶା ଔଷଧ ସେବନ ତଥା ମଦ୍ୟପାନ ଇତ୍ୟାଦି କରିଥାନ୍ତି । ଏହି ପ୍ରକାରର ମନ ଭୁଲାଇବା ସୁସ୍ଥ ଚିନ୍ତାଧାରାରେ ଗଣାଯାଏନି । ଅନେକ ବ୍ୟକ୍ତି ମୃତ ସାଥିଙ୍କ ଫଟୋ ଓ ଚିତ୍ରକୁ ମଧ୍ୟ ଦେଖିବାକୁ ଇଚ୍ଛା କରନ୍ତି ନାହିଁ । ଅତଏବ ଏସବୁ ପ୍ରକାରର ଚିନ୍ତାଧାରାକୁ ଅସୁସ୍ଥ ଚିନ୍ତାବୋଲି କୁହାଯାଇଥାଏ । ତେଣୁ ପରାମର୍ଶଦାତା ଦୁଃଖ ପାସୋରି ଯିବାର ଉପଯୁକ୍ତ ଧାରା କିଛି ବତାଇ ଦେବା ଉଚିତ । ନିଜ ସାଥୀଙ୍କୁ ହରାଇ ବିଭିନ୍ନ ପ୍ରକାରର ଦୁଃଖରେ କାଳ କାଟୁଥିବା ଜଣେ ମହିଳାଙ୍କ ନାମ ହେଲା ଅନିତା ଜଣେ ଏଡସ୍ ରୋଗୀଙ୍କ ମୃତ୍ୟୁ ପୂର୍ବରୁ ସେ କିଭଳି ବ୍ୟବହାର ଦେଖାନ୍ତି ଓ କେଉଁ ସବୁ ସୋପାନ ଦେଇ ଗତି କରନ୍ତି ତାହାର ଏକ ନମୁନା , ଅନିତାଙ୍କ ଚରିତ୍ରରେ ପ୍ରକାଶ କରିଛନ୍ତି ପରାମର୍ଶଦାତା ସୁବ୍ରତବାବୁ ତାଙ୍କ ଅଭିଜ୍ଞତାରେ ରୋଗୀର ଆସନ ମୃତ୍ୟୁକୁ ଅପେକ୍ଷା କରି ରହିଥିବା ଯେ କୌଣସି ରୋଗୀର ପରିବାର ଗୋଟିଏ ଗୋଟିଏ ଡାକ୍ତରଠାରୁ ଅନ୍ୟ ଡାକ୍ତରଙ୍କ ପାଖକୁ ଯାଇ ବାରମ୍ବାର ରୋଗୀର ନିଦାନ କରିଚାଲନ୍ତି । ଏପରିକି ଜଣେ ଡାକ୍ତର କରିଥିବା ନିଦାନ ଓ ଦେଇଥିବା ବିବରଣୀ ଭୁଲ୍ ବୋଲି ପ୍ରମାଣ କରିବାକୁ ମଧ୍ୟ ସେମାନେ ମନ ବଳାଇଥାନ୍ତି । ଅନେକ ପରିସ୍ଥିତିରେ ରୋଗୀର ମୃତ୍ୟୁ ନିଶ୍ଚିତ ବୋଲି ପରିବାରବର୍ଗ ଜାଣିଥିଲେ ହେଁ ଏ ବିଷୟରେ କେହି କାହାକୁ ଖୋଲି କହନ୍ତି ନାହିଁ । ଏଭଳି ପରିସ୍ଥିତିରେ ଯଦି ରୋଗୀ ତା ’ର ମନୋଭାବ ଏବଂ ଯନ୍ତ୍ରଣାକୁ ପରିବାରକୁ ଜଣାଇପାରେ ତେବେ ଏହା ବିଶେଷ ସହାୟକ ହୋଇଥାଏ , କାରଣ ରୋଗୀଠାରୁ ତା ’ର ଅବସ୍ଥା ବିଷୟରେ ଭଲଭାବରେ ଜାଣିପାରିବା ଦ୍ଵାରା ପରିବାରବର୍ଗ ରୋଗୀର ଅସନ୍ନ ମୃତ୍ୟୁ ପାଇଁ ମନୋବଳ ଦୃଢ ରଖିପାରିବେ ଓ ରୋଗୀର ମୃତ୍ୟୁ ପରେ ବିଶେଷ ଅସ୍ଥିର ହେବେ ନାହିଁ । ଏଥର ଆସନ୍ତୁ ସ୍ଵର୍ଗତ ଅନିତାଙ୍କ ବିଷୟରେ ଜାଣିବା - ଅନିତା ହେଉଛନ୍ତି ଏଡସ୍ ରେ ଆକ୍ରାନ୍ତ ଜଣେ ମହିଳା ଯାହାଙ୍କ ପରିବାରର ସଦସ୍ୟମାନେ ହେଲେ ତିନି ଝିଅ ଓ ସ୍ଵାମୀ । ତିନୋଟି ଯାକ ଝିଅଙ୍କର ବିବାହ ସରିଯାଇଛି , ସାନ ଝିଅ ତାଙ୍କ ପାଖରେ ରହନ୍ତି । ଅବସ୍ଥାକୁ ଦେଖି ଅନିତାଙ୍କୁ ଉପରୁ ଆସ୍ଥା ତୁଟି ଯାଇଛି ତାଙ୍କ ସ୍ଵାମୀ ଓ ବଡ ଝିଅଙ୍କର । ଦ୍ଵିତୁୟ ଝିଅ ସିଲା ହେଉଛନ୍ତି ଖୁବ୍ ରାଗୀ । କୌଣସି ଭଦ୍ରବ୍ୟକ୍ତି ବା ପରାମର୍ଶଦାତା ତାଙ୍କ ମା ’ଙ୍କ ପାଖକୁ ଗଲେ ସେ ରାଗିଯାଇ କହନ୍ତି – ଯଦି ତୁମେ ମୋ ମାଆଙ୍କୁ ଭଲ କରିପାରିବ ନାହିଁ ତେବେ ଏଠାକୁ ଆସ ନାହିଁ । ସାନଝିଅ ମଧ୍ୟ ମା ’ ଙ୍କ ମୃତ୍ୟୁ ଆସନ୍ନ ବୋଲି ଜାଣିସାରିଥିଲା । ଅନିତାଙ୍କ ଘରକୁ ଯିବାର ପ୍ରଥମ ସପ୍ତାହରେ ସୁବ୍ରତ ଦେଖିପାରିଥିଲେ , ରୋଗରେ ଭୋଗୁଥିବା ମହିଳା କୌଣସି ପୂଜାର୍ଚ୍ଚନା ଦ୍ଵାରା ରୋଗମୁକ୍ତ ହେବାକୁ ଚାହୁଁଛନ୍ତି । ରକ୍ତ ନେବା ଦ୍ଵାରା ଏହି ରୋଗ ଯେ ହୋଇପାରେ ଏବଂ ସେ କାହିଁକି ଏହି ରୋଗ ଭୋଗିବେ , ଏହି ଚିନ୍ତାର ଲକ୍ଷ୍ୟ କରାଯାଉଥିଲା ଅନିତା ଓ ତାଙ୍କ ଝିଅଙ୍କଠାରୁ । ସୁବ୍ରତ ପ୍ରତ୍ୟକ ସପ୍ତାହରେ ଥରେ ଅନିତାଙ୍କ ଘରକୁ ଯାଉଥିଲେ । ସେଠାରେ ସେ ପ୍ରଥମେ ରୋଗୀ ଅନିତାଙ୍କ ସହିତ ପ୍ରାୟତଃ ୪୫ ମିନିଟ୍ ରୁ ୧ ଘଣ୍ଟା ପର୍ଯ୍ୟନ୍ତ କଥା ହେଉଥିଲେ ଏବଂ ପରେ ଘରର ଅନ୍ୟମାନଙ୍କ ସହିତ ମଧ୍ୟ ଆଲୋଚନା କରୁଥିଲେ । ସୁବ୍ରତଙ୍କୁ ଛାଡିଦେଲେ ଅନିତାଙ୍କ ପାଖକୁ ଡାକ୍ତର ଓ ନର୍ସ ଅନ୍ୟ ସମୟରେ ପାଖକୁ ଆସୁଥିଲେ । ତୃତୀୟ ସପ୍ତାହ ବେଳକୁ କିଛି ପରିବର୍ତ୍ତନ ଦେଖାଦେଇଥିଲା ତାଙ୍କ ବଡଝିଅ ଏବଂ ସ୍ଵାମୀ ସୁବ୍ରତଙ୍କ ସହିତ କଥା ହେବାକୁ ଆଗ୍ରହ ପ୍ରକାଶ କରିଥିଲେ । ପଚାରିବା ଅବସରରେ ସେମାନେ ରୋଗୀ ଅନିତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ କିପରି ପାରିବାରିକ ସାନ୍ତ୍ଵନା ଦେଇପାରିବେ ତାହା ଚାହିଁଥିଲେ ଠିକ୍ ଏହି ସମୟରେ ସୁବ୍ରତ ସମନ୍ଵିତ ପାରିବାରିକ ସାନ୍ତ୍ଵନା ପଦ୍ଧତି ଆରମ୍ଭ କରିଥିଲେ । ସେ ସପ୍ତାହକୁ ଥରେ ପ୍ରାୟ ୩-୪ ଘଣ୍ଟା ସମୟ ଏହି ପଦ୍ଧତିରେ ସାରା ପରିବାରକୁ ନିୟୋଜିତ କରି ରଖୁଥିଲେ । ପ୍ରଥମେ ସେ କିଛି ସମୟ ପରିବାର ସଦସ୍ୟଙ୍କ ସହିତ କଥାବାର୍ତ୍ତା କରିସାରି ଗୋଟିଏ ହୁଇଲ୍ ଚେୟାରରେ ଅନିତାଙ୍କୁ ଆନୁଥିଲେ ଏବେ ତାଙ୍କ ଚାରିପାଖରେ ପରିବାରର ସମସ୍ତଙ୍କୁ ବସାଇ କଥାବାର୍ତ୍ତା କରୁଥିଲେ । ଏହି ଅଭ୍ୟାସ ଅନେକ କ୍ଷେତ୍ରରେ ସାହାଯ୍ୟ କରିଥାଏ , ଯଥା – ପରିବାରର ସମସ୍ତ ସଦସ୍ୟ ନିଜର ଭୟ , ରାଗ ଓ ହତାଶା ପ୍ରବୃତିକୁ ପ୍ରକାଶ କରିଥିଲେ । ଆସନ୍ନ ଦୁଃଖ ଯନ୍ତ୍ରଣାକୁ ଆଲୋଚନା କରିଥିଲେ । ପରିବାରର ସମସ୍ତେ ଅନିତାଙ୍କୁ କ ’ଣ କହିବାକୁ ଇଚ୍ଛା କରୁଛନ୍ତି ଓ ଅନିତାଙ୍କ ରୋଗ ଯନ୍ତ୍ରଣା ପାଇଁ କ ’ଣ କରିବାକୁ ଚାହାଁନ୍ତି ତାହା ପ୍ରକାଶ କରିଥିଲେ । ନିଜେ କେଉଁ ଅସୁବିଧାର ସମ୍ମୁଖୀନ ହେବେ ପରିବାରର ସମସ୍ତଙ୍କଠାରେ ଦେଖାଦେଇଥିଲା । ପରିବାର ଲୋକ ସେମାନଙ୍କ ମଧ୍ୟରେ ଥିବା ମତାନ୍ତରକୁ ସମାଧାନ କରିଥିଲେ । ଏହି ପ୍ରକାର ପାରିବାରିକ ସାନ୍ତ୍ଵନା ପଦ୍ଧତିରେ ନିଜର ମନକୁ ହାଲକା କରିପାରିଥିଲେ ଫଳରେ ସେ ଆଉ କୌଣସି ଚିକିତ୍ସା ପାଇଁ ମନବଳାଇ , ଏଥିପାଇଁ ଶ୍ରମ ଓ ଅର୍ଥ ବ୍ୟୟ କରିବାକୁ ଦୂରରେ ରହିଥିଲେ । ଏବେ ଅନିତାଙ୍କ ସାନଝିଅ ଆନନ୍ଦ ଅନୁଭବ କରିଥିଲା । କାରଣ ପାରିବାରିକ ସାନ୍ତ୍ଵନା ପଦ୍ଧତିରେ ଅନିତାଙ୍କ ଝିଅ ସବୁ କଥା ଶୁଣିଥିଲେ ଓ ମା ’ଙ୍କ ଯତ୍ନ ନେବା ଓ ମାଙ୍କୁ ବୁଝାଇବା ପାଇଁ ଅସୁବିଧାରେ ଅପଡି ନଥିଲେ । ପରବର୍ତ୍ତୀ ତିନି ସପ୍ତାହରେ ସେମାନଙ୍କ ମଧ୍ୟରେ ଅନେକ ବାର୍ତ୍ତାଳାପ ହୋଇଥିଲା ନିଜ ଘର ଭିତରେ ପରିବାରର ସମସ୍ତେ ଏକାଠି ହୋଇ ନିଜ ମନର ବେଦନାକୁ ପ୍ରକାଶ କରିପାରିବେ ଏହା ସେମାନେ ଅନୁଭବ କରିପାରିଥିଲେ । ଅନିତାଙ୍କ ଦ୍ଵିତୀୟ ଝିଅ ନିଜର ଅସୁବିଧା ଡେରିରେ ପ୍ରକାଶ କରିଥିଲେ କାରଣ ଭାରି ଲାଜକୁଳି ଥିଲେ । ଏପରି ଭାବରେ ପାରିବାରିକ ସାନ୍ତ୍ଵନା ପଦ୍ଧତି ୬ ମାସ ଧରି ଚାଲିଲା ଏବଂ ସାରା ପରିବାର ଦୁନିଆର ବାସ୍ତବ ସତ୍ୟକୁ ବୁଝିବା ଓ ଏହାକୁ ଗ୍ରହଣ କରିବାର ମନୋବୃତ୍ତି ସୃଷ୍ଟି ହୋଇ ଯାଇଥିଲା । କ୍ରମଶଃ ଦ୍ଵିତୀୟ ଝିଅ ଯେକି ବହୁତ ଚୁପ୍ ଚାପ୍ ଓ ଲାଜକୁଳି ଥିଲେ ସେ ଅନେକ କଥାକୁ ଗୁରୁତ୍ଵ ଦେଇଥିଲେ । ଅନିତାଙ୍କ ସ୍ଵାମୀ ଓ ବଡଝିଅ ଯେଉଁମାନେ କି ଦୂରେଇ ରହୁଥିଲେ ଆସ୍ତେ ଆସ୍ତେ ସେମାନଙ୍କର ମନୋଭାବ ପରିବର୍ତ୍ତନ କରିଥିଲେ । ଏ ପ୍ରକାର ପରାବର୍ତ୍ତନ ପରିବାର ଓ ସଦସ୍ୟଙ୍କ ଅନେକ ପ୍ରେରଣା ଯୋଗାଇଥିଲା । ଏପରିଭାବେ ପାରିବାରିକ ପରାମର୍ଶ ୬ ମାସ ଚାଲିବାପରେ ଅନିତା ଶରୀରର ତେଜ କ୍ଷୀଣ ହେବା ଆରମ୍ଭ ହୋଇଥିଲା । ଖାଦ୍ୟ ନ ଖାଇ ପାରି କେବଳ ପାନୀୟରେ ତାଙ୍କୁ ଜୀବନ ଧରିବାକୁ ହେଲା । ଓଜନ କମିଯାଇଥିଲା ଏବଂ ଆସନ୍ନ ମୃତ୍ୟୁ ବିଷୟରେ ଚିନ୍ତା ମଧ୍ୟ ବଢିଥିଲା । ସେତେବେଳକୁ ସେ ନିଜେ ଭୋଗୁଥିବା ରୋଗର ଫଳାଫଳକୁ ଜାଣିସାରିଥିଲେ । ସେସ ବେଳକୁ ନିଜର ବଡଭଉଣୀ ଜୁଲିଙ୍କ ସହିତ କଥାବାର୍ତ୍ତା ହେବେ ଓ ତାଙ୍କ ସହିତ ମିଶିବେ ବୋଲି ଅନିତା ଇଚ୍ଛା କରିଥିଲେ । ତେଣୁ ସୁବ୍ରତ ତାଙ୍କ ବଡ ଭଉଣୀ ଅନିତାଙ୍କ ପାଖରେ ରହୁ ବୋଲି ପରାମର୍ଶ ଦେଇଥିଲେ । ସେହି ଅନୁସାରେ ବଡ ଭଉଣୀ ଜୁଲିଙ୍କୁ ଅନିତାଙ୍କ ନିକଟକୁ ଅଣାଯାଇଥିଲା । ଏପରି ଏକ ଦିନ ରବିବାର ସକାଳେ ସୁବ୍ରତ ଅନିତାଙ୍କୁ ତାଙ୍କ ବଡଭଉଣୀ ଜୁଲିଙ୍କ ସହ ଦେଖିପାରିଥିଲେ । ସେଠାରେ ଜୁଲି ଓ ଅନିତା କଥୋପକଥନରୁ ଆନନ୍ଦାଶ୍ରୁ ବହି ଆସୁଥିଲା ଉଭୟଙ୍କ ଆଖିରୁ । ଯଦିଓ ଜୁଲି କିଛି ସମୟ ରହି ଚାଲିଯିବାକୁ ଭାବୁଥିଲେ ପରାମର୍ଶଦାତାଙ୍କ କଥାରେ ସେ ରହିଥିଲେ । ପୁଣି ଅନିତା ଆହୁରି କ୍ଷିଣାଙ୍ଗୀ ହୋଇ ଆସିଲେ ଦିନକୁ ଦିନ । ତାଙ୍କୁ ଅନେକ କିଛି ଦେଖାଗଲା ଏପରିକି ସେ ଠାରରେ କହି ପକାଇଲେ ମୋର ଜେଜେ ବାପା ଓ ମାଆ ବତୀ ଜଳାଇ ମୋ ପାଖକୁ ଆସୁଛନ୍ତି , ଏପରି ଭାବେ ସେସ ମୂହୁର୍ତ୍ତ ପର୍ଯ୍ୟନ୍ତ ଅନିତା ସବୁ ଜାଣିପାରୁଥିଲେ । ଏଣେ ପରିବାରରେ ସମସ୍ତଙ୍କଠାରେ ବ୍ୟବହାରର ପରିବର୍ତ୍ତନ ଦେଖାଦେଇଥିଲା । ଯାହାକି ସେମାନଙ୍କୁ ଏକାଠି କରିଥିଲା ଅନିତା ଶେଷ ନିଶ୍ଵାସ ତ୍ୟାଗ କଲା ବେଳକୁ । ସାରାଦିନର କୋଳାରାବକୁ ଶାନ୍ତ କରିଦେଇ ଦିଗ୍ ବଳୟର ଅସ୍ତମିତ ସୂର୍ଯ୍ୟଙ୍କ ଆଲୋକ ଲିଭିଗଲା ଭଳି ଅନିତା ଏଥର ବିଦାୟ ନେଲେ ଚର୍ତୁପାର୍ଶ୍ବରେ ଘେରି ରହିଥିବା ପରିବାର ବର୍ଗ ଓ ବନ୍ଧୁମାନଙ୍କଠାରୁ , ସମସ୍ତେ ନୀରବ । ଏଥର ପରାମର୍ଶଦାତାଙ୍କ ମନରେ ଟିକିଏ ଖୁସିଭାବ ଦେଖାଦେଇଥିଲା । କାନ ତାଙ୍କ ଚେଷ୍ଟିତ ପାରିବାରିକ ପରାମର୍ଶ ପଦ୍ଧତି ସଫଳ ହୋଇଥିଲା ଯାହାର ପ୍ରମାଣ ହେଉଛି ଅନ୍ତତଃ ପରିବାରବର୍ଗ ନିଜ ନିଜ ଭିତର ଅସୁବିଧାକୁ ଭୁଲିଯାଇ ଅନିତାଙ୍କୁ ଏକ ଶାନ୍ତିପୂର୍ଣ୍ଣ ବିଦାୟ ଜଣାଇଥିଲେ । ମୃତ୍ୟୁ ସମୟର କେତେକ ମୌଳିକ ଆବଶ୍ୟକତା ମୃତ୍ୟୁ ସମୟକୁ ଜାଣିବା ଓ ଏହିପାଇଁ ନିଜେ ମୃତ୍ୟୁ ବରଣ କରିବାକୁ ସାହାସ ସଞ୍ଚୟ କରିବା । ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଇଚ୍ଛା ଓ ସମ୍ମାନ ସହିତ ତିଷ୍ଟି ରହିବା । ଆଶାକୁ ଚରିତାର୍ଥ କରିବା ନିଜର ସମସ୍ତ ପ୍ରକାର ଦୁଷ୍କର୍ମ , ରାଗ , ଈର୍ଷା , ଅଭିମାନ ପ୍ରଭୃତିକୁ ପ୍ରକାଶ କରିବା ଏବଂ ମିଳିମିଶି ଚଳିବାର ଭାବନା ମଧ୍ୟ ବ୍ୟକ୍ତ କରିବା । ବିରକ୍ତିଭାବ ପ୍ରକାଶ ନ କରି ତାଙ୍କ ଭାବକୁ ଶୁଣିବା । ସମାଜ ଓ ପରିବାର ନିକଟରେ ବ୍ୟକ୍ତିବିଶେଷଙ୍କ ମୂଲ୍ୟ ବହୁତ ବୋଲି ମନେକରିବା । ନିଜର ପାରୁ ପର୍ଯ୍ୟନ୍ତ ବ୍ୟକ୍ତି ବିଶେଷ ଅନ୍ୟମାନଙ୍କ ସହିତ ସ୍ନେହ ସମ୍ପର୍କର ଆଦାନ ପ୍ରଦାନରେ ବିଶେଷ ଇଛା ବଳାଇ ଥାନ୍ତି । ତାଙ୍କୁ କେହି ପାସୋରି ନଯାଆନ୍ତୁ ଏହି ଇଛା ପୋଷଣ କରିଥାନ୍ତି । ତାଙ୍କ ମନର କଥା ସମସ୍ତେ ବୁଝି ପାରନ୍ତୁ (କେବଳ ପାଟିରେ କହିବା ନୁହେଁ ) ପରିବାରବର୍ଗ ଓ ବନ୍ଧୁବାନ୍ଧବ ଆସନ୍ନ ମୃତ୍ୟୁ ଜନିତ ଓ ଭାବନାକୁ ତ୍ୟାଗକରନ୍ତୁ ଓ ସେମାନଙ୍କ ମଧ୍ୟରେ ଥିବା ଭୟ ଦୂର କରନ୍ତୁ । ଆତ୍ମବଳ , ସ୍ଵାଭିମାନ ଓ ସୁରକ୍ଷାର ସହିତ ମୃତ୍ୟୁକୁ ଅପେକ୍ଷା କରିବା । ମରଣକୁ ବରଣ କରିବା ଇଛା । ରୋଗ ଶଯ୍ୟାରେ ପଡି ମୃତ୍ୟୁକୁ ଅପେକ୍ଷା କରିଥିବା ଯେକୌଣସି ବ୍ୟକ୍ତି ଉପରୋକ୍ତ ଇଛା ସବୁ ପ୍ରକାଶ କରିଥାନ୍ତି । ତେଣୁ ପରାମର୍ଶ ଦାତା ଏ କ୍ଷେତ୍ରରେ ଯତ୍ନବାନ ହୋଇ ପ୍ରତିକାର ଚିନ୍ତା କରିବା ଉଚିତ । ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"