ସଂପ୍ରତିକ ପରିସ୍ଥିତି ଡିସେମ୍ବର ୨୦୧୯ ରେ ଚାଇନାର ହୁବାଇ ପ୍ରୋଭିନ୍ସର ବୁହାନ୍ ଠାରେ ପ୍ରଥମ କୋଭିଡ଼ ଭାଇରସ୍ ଦେଖାଯାଇଥିଲା ଏବଂ ଆଜି ଏହା ପୃଥିବୀର ସମସ୍ତ ଦେଶକୁ ବ୍ୟାପି ଗଲାଣି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ମହାମାରୀ କୋରନା ଭୁତାଣୁ (କୋଭିଜ୍-୧୯)କୁ ଆନ୍ତଜାତୀୟ ସ୍ୱାସ୍ଥ୍ୟ ନିୟମ ୨୦୦୫ ଆପାତକାଳୀନ ସମିତି, ଜେନେଭା, ଜାନୁଆରୀ ୩୦ରେ ଆନ୍ତଜାତୀୟ ମହାମାରୀରୂପେ ଘୋଷଣା କଲା । କୋଭିଡ୍ ୧୯ – କୋରନା ଭାଇରସ୍ ଡିଜିଜ୍ ୨୦୧୯ । ଯାହା ୨୦୧୯ ରେ ଚିହ୍ନିଟ କରାଯାଇଥିଲା। କୋଭିଡ଼ ୧୯ ମୌଳିକ ତଥ୍ୟ ଚାଲନ୍ତୁ କୋଭିଡ଼ ୧୯ ବିଷୟରେ ଜାଣିବା। ଏନ୍- କୋଭିଡ଼ ୧୯ ମାନେ ନୂଆ କରୋନା ଭୂତାଣୁ ରୋଗ ୨୦୧୯ । ନୋଭେଲ ଅର୍ଥ ନୂଆ କୋଭିଡ଼ ୧୯ର ସାଧାରଣ ଲକ୍ଷଣ ଗୁଡ଼ିକ କଣ ? କୋଭିଡ୍ ୧୯ର ଲକ୍ଷଣ ଗୁଡିକ ହେଲା ଜ୍ଵର, କାଶ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଏହା କୋରୋନା ଭୂତାଣୁ ଦ୍ଵାରା ହୋଇଥାଏ । ଏହା ସାରସ୍କୋଭ-୨ (ସିଭିୟର ଆକ୍ୟୁଟ୍ ରେସ୍ ପିରେକ୍ଟୋରି ସିଣ୍ଡ୍ରୋମ୍ କୋରୋନା ଭାଇରସ୍-୨ । ନାମରେ ନାମିତ) ଯଦି ଆପଣଙ୍କ ଏହି ସବୁ ଲକ୍ଷଣ ଅଛି ଏବଂ ଆପଣ କାହା ସଂପର୍କରେ ଅଛନ୍ତି ତେବେ ତୁରନ୍ତ ଓଡ଼ିଶା ରାଜ୍ୟ ହେଲୁଲାଇନ୍ ୧୦୪ କିମ୍ବା ସାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାରଙ୍କ ୨୪x୭ ହେଲୁଲାଇନ୍ ନମ୍ବର- ୦୧୧୨୩୯୭୮୦୪୬,୧୦୭କୁ କଲ କରନ୍ତୁ । ସଂକେତ ଏବଂ ଲକ୍ଷଣ ଗୁଡିକ କୋଭିଡ଼ ୧୯ର ଲକ୍ଷଣ ଗୁଡିକ କୋଭିଡ଼ ୧୯ର ରୋଗୀ ଅତି ସାଧାରଣରୁ ଗୁରୁତର ଶ୍ଵାସଜନିତ ଅସୁସ୍ଥତାରେ ପୀଡିତ ହୁଅନ୍ତି ବା ଭୋଗ କରନ୍ତି । ଜ୍ଵର କାଶ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ । ସଂକ୍ରମିତ ହେବାର ୨-୧୪ ଦିନ ପରେ ଏହି ସବୁ ଲକ୍ଷଣ ଦେଖା ଦେଇଥାଏ ଜ୍ଵର -୮୭.୯% କାଶ -୬୭.୭% ଥକ୍କାପଣ- ୩୮.୧% କଫ - ୩୩.୪% ମାୟାଲଜିଆ -୧୪.୮% ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ୧୮% ଗଳାଦରଜ- ୧୩.୯% ମୁଣ୍ଡ ବିନ୍ଧା- ୧୩.୬% ଅତ୍ୟଧିକ ଥଣ୍ଡା- ୧୧% ବାନ୍ତି- ୫% ଝାଡ଼ା- ୩.୭% ଯଦି ଆପଣଙ୍କ ଏହି ସବୁ ଲକ୍ଷଣ ଥାଏ କିମ୍ବା ଆପଣ କୋଭିଡ଼ ୧୯ ସଂକ୍ରମିତ ବ୍ୟକ୍ତି ସଂପର୍କରେ ଆସିଛନ୍ତି କି ଆପଣ କୋଭିଡ଼ ୧୯ ଜୋରେ ବାସ କରନ୍ତି କିମ୍ବା ସେହିପରି ସ୍ଥାନରୁ ଆସୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ଠାରୁ ପରାମର୍ଶ ଗ୍ରହଣ କରନ୍ତୁ । ସଂକ୍ରମଣର ମାଧ୍ୟମ ସଂକ୍ରମିତ ବ୍ୟକ୍ତିଙ୍କ ଦ୍ଵାରା ସଂକ୍ରମିତ ବ୍ୟକ୍ତିଙ୍କ ଦ୍ଵାରା କାଶ ଓ ଛିଙ୍କ ସଂକ୍ରମିତ କ୍ଷୁଦ୍ର କଣିକା ସଂକ୍ରମିତ କ୍ଷୁଦ୍ରକଣିକା ହାତ ମାଧ୍ୟମରେ ଅନ୍ୟ ବ୍ୟକ୍ତି ସଂସ୍ପର୍ଶ ତଥା କୌଣସି ପୁଷ୍ଠ ସଂସ୍ପର୍ଶ ଭାଇରସ ଟ୍ରାନ୍ସଫର ପ୍ରତିରୋଧ - ଗୋଷ୍ଠୀରେ ସୁରକ୍ଷିତ ଆଚରଣ ହାତର ପରିଚ୍ଛନ୍ନତା ଶ୍ଵାସକ୍ରିୟା ଜନିତ ସଚ୍ଛତା ସାମାଜିକ ଦୂରତା ଅଧିକ ସଂକ୍ରମଣ ପ୍ରବଣ ବ୍ୟକ୍ତି ସମୁହ ହାତର ପରିଚ୍ଛନ୍ନତା ହାତର ପରିଚ୍ଛନ୍ନତା ଅର୍ଥ ଏକ ବିଶେଷ ଭାବରେ ହାତ ସଫା କରିବା ଯାହା ଫଳରେ ହାତରେ ରୋଗାଣୁ (କ୍ଷତିକାରକ ଜୀବାଣୁ) ରହିପାରିବେ ନାହିଁ । କରନ୍ତୁ ଆପଣଙ୍କ ହାତକୁ ବାରମ୍ବାର ସାବୁନ ପାଣିରେ ୪୦ ସେକେଣ୍ଡ ପାଇଁ ଧୁଅନ୍ତୁ । ବିଶେଷ କରି ଯେବେ ଆପଣ ସର୍ବସାଧାରଣ ସ୍ଥାନରୁ ଫେରୁଛନ୍ତି କିମ୍ବା ନାକ ସଫା କରୁଛନ୍ତି, ଛିଙ୍କୁଛନ୍ତି, କାଶୁଛନ୍ତି । ହାଣ୍ଡି ସାନିଟାଇଜର (୭୦ ପ୍ରତିଶତ ଆଲକୋହଲ ଯୁକ୍ତ) ବ୍ୟବହାର କରନ୍ତୁ । ସାବୁନ ପାଣି ବଦଳରେ ଏହାକୁ ହାତର ସମସ୍ତ ପାର୍ଶ୍ୱରେ ଘଷନ୍ତୁ । ସାବଧାନତା ପାଇଁ ମାସ୍କ ବ୍ୟବହାର କରନ୍ତୁ । ସୁତା କପଡା ମଧ୍ୟ ବ୍ୟବହାର କରିପାରିବେ । କରନ୍ତୁ ନାହିଁ ଧୋଇ ନଥିବା ହାତରେ ଆଖି, ନାକ, ପାଟିକୁ ଛୁଇଁବା । କବାଟ କ୍ୟାଣ୍ଡେଲ, କଲିଂ ବେଲ, ଲିଫ୍ଟର ବଟନ୍ ଷ୍ଟିଲ୍ ରେଲିଂ, ହେଣ୍ଡଲ, ଚୌକି, ଏଟିଏମ୍, ମୋବାଇଲ୍ ଛୁଇଁବା ପରେ ହାତ ସଫା ନ କରିବା । ପ୍ରତିରୋଧ – ଶ୍ଵାସକ୍ରିୟା ଜନିତ ସ୍ଵଚ୍ଛତା ଶ୍ଵାସକ୍ରିୟା ଜନିତ କାର୍ଯ୍ୟ ଯଥା କାଶ କିସା ଛିଙ୍କ ଦ୍ଵାରା ଜୀବନ୍ଧୁ ମାନଙ୍କର ପ୍ରସାର ରୋକିବା ପାଇଁ ନିଆଯାଉଥିବା କିଛି ଉପାୟ ସମୁହକୁ ଶ୍ଵାସକ୍ରିୟା ଜନିତ ସ୍ଵଚ୍ଛତା କୁହାଯାଏ । କରନ୍ତୁ କାଶିବା କିମ୍ବା ଛିଙ୍କିବା ସମୟରେ ନିଜ ମୁହଁକୁ ରୁମାଲ୍ କିମ୍ବା ଟିସୁରେ ଘୋଡାନ୍ତୁ । ବ୍ୟବହୃତ ଟିସୁକୁ ସଙ୍ଗେ ସଙ୍ଗେ କଭର ଥିବା ଡଷ୍ଟବିରେ ପକାନ୍ତୁ । ରୁମାଲ କିମ୍ବା ଟିସୁ ନଥଲେ ଆପଣ ନିଜ କହୁଣିର ଉପର ଭାଗରେ ମୁହଁକୁ ଢାକନ୍ତୁ । ନିଜ ହାତକୁ ସଙ୍ଗେ ସଙ୍ଗେ ଧୋଇ ଦିଅନ୍ତୁ । କରନ୍ତୁ ନାହିଁ କାଶିବା କିମ୍ବା ଛିଙ୍କିବା ସମୟରେ ନିଜ ମୁହଁକୁ ଶାଢି, କାନି କିସା ଗାମୁଛା ଦ୍ଵାରା ଘୋଡାଇବା । ଖୋଲା ସ୍ଥାନରେ ଛେପ ପକାନ୍ତୁ ନାହିଁ । ଛେପ ପକାଇବା ପାଇଁ ପିଦାନୀ ବା ସ୍ଵାବେସିନ୍ ବ୍ୟବହାର କରନ୍ତୁ । ପ୍ରତିଷେଧକ – ସାମାଜିକ ଦୂରତା ସାମାଜିକ ଦୂରତା – ରୋଗର ପ୍ରସାରକୁ ଏଡାଇବା ପାଇଁ ଜାଣିଶୁଣି ବ୍ୟକ୍ତିଗତ ଦୂରତା ବଢାଇବା ଏବଂ ବ୍ୟକ୍ତିଠାରୁ ଅତିକମରେ ୧ମି. ଦୂରତା ରଖିବା ଯାହାଦ୍ଵାରା କୋଭିଡ଼-୧୯ର ଆଶଙ୍କା କମିଯାଇଥାଏ । କରନ୍ତୁ ଅତ୍ୟନ୍ତ ଜରୁରୀ ଥିଲେ ଘରୁ ବାହାରନ୍ତୁ । ଅନ୍ୟ ବ୍ୟକ୍ତି ଠାରୁ ନିଜକୁ ଅତିକମରେ ୧ମି. ବ୍ୟବଧାନ ରଖନ୍ତୁ । କରନ୍ତୁ ନାହିଁ ଲୋକ ଏକାଠୀ ହେବା ପରି କୌଣସି ଆୟୋଜନ କରନ୍ତୁ ନାହିଁ । ଜନଗହଳି ସ୍ଥାନ ଯଥା ବଜାର, ମେଳା, ଦୋକାନ ଆଦିକୁ ଯାଆନ୍ତୁ ନାହିଁ । ଜନସାଧାରଣ ପରିବହନ ସେବାକୁ ବ୍ୟବହାର କରନ୍ତୁ ନାହିଁ । ପ୍ରତିରୋଧ - ଅଧିକ ସମସ୍ୟା ଜନସାଧାରଣ ଯେଉଁମାନେ ଅଧିକ ସମସ୍ୟାରେ ପଡିବାର ସମ୍ଭାବନା ଅଛନ୍ତି ବୃଦ୍ଧ ତଥା ବୟସ୍କ ବ୍ୟକ୍ତି । ବ୍ୟକ୍ତି ଯେଉଁମାନଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ରହିଛି ଯଥା – ହୃଦ ରୋଗ ମଧୁମେହ ଉଚ୍ଚ ରକ୍ତଚାପ କିଡନି ପୀଡିତ ରୋଗ ଶ୍ଵାସରୋଗ ଗର୍ଭବତୀ ମହିଳା (ଏ ପର୍ଯ୍ୟନ୍ତ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ କୋଭିଡ଼-୧୯ ର ପ୍ରଭାବ ଜଣା ପଡିନାହିଁ, ଅତଏବ ଉପଯୁକ୍ତ ଯନ୍ ଆବଶ୍ୟକ । ଏକାକୀବାସ ବ୍ୟବସ୍ଥା ଏକାକୀବାସ – ସଂଭାବିତ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ସୁରକ୍ଷିତ ରହିବା । କୋଭିଡ଼ ୧୯ ସନ୍ଦେହଯୁକ୍ତ ବ୍ୟକ୍ତିଙ୍କ ପାଇଁ ସୀମିତ ଆତଯାତ । ଦୂରତା ବଜାୟ ରଖିବା ଆଲୋକ ଓ ବାୟୁ ଆତଯାତ କଠୋରୀରେ ଲୋକଙ୍କ ଠାରୁ ଦୂରେଇ ରହିବା । ସୀମିତ ଆତଯାତ କରିବା ଯଦି ସମ୍ଭବ ସତନ୍ତ୍ର ସ୍ନାନଗାର ବ୍ୟବହାର କାରିବା । ଭେଟ କରିବାକୁ ଲୋକଙ୍କୁ ପରିହାର୍ଯ୍ୟ କରିବା ଯେହେତୁ ବାହାର ବ୍ୟକ୍ତିଙ୍କୁ ଠାରୁ ବା ବାହର ବ୍ୟକ୍ତିଙ୍କୁ ସଂକ୍ରମଣ ହେବାର ସମ୍ଭାବନା ଥାଏ । ସାର୍ବଜନୀନ ସ୍ଥାନକୁ ଯିବା ପରିହାର୍ଯ୍ୟ କରନ୍ତୁ ନିଜ କର୍ମସ୍ଥଳୀ, ସ୍କୁଲ, କଲେଜ, ବଜାର, ସିନେମାହଲ୍ ଭଳି ଜାଗାକୁ ଯାଆନ୍ତୁ ନାହିଁ । ସାର୍ବଜନୀନ ପରିବହନ ବାରଣ କରନ୍ତୁ । ସ୍ୱାସ୍ଥ୍ୟ ଗତ ଯତ୍ନ ନେବା ଓ ସୂଚନା ଦେବା ଯଦି କୋଭିଡ଼ ୧୯ ଲକ୍ଷଣ ଦେଖାଦିଏ ତେବେ ମୁହଁରେ ମାସ୍କ ଲଗାନ୍ତୁ ଏବଂ ନିକଟସ୍ଥ ପ୍ରାଥମିକ । କେନ୍ଦ୍ରରେ ସୂଚନା ଦିଅନ୍ତୁ । ସଂଦେହଯୁକ୍ତ ବ୍ୟକ୍ତିଙ୍କ ବିଷୟରେ ସନ୍ଧାନ ମିଳେ, ତେବେ ନିକଟସ୍ଥ ପ୍ରାଥମିକ କେନ୍ଦ୍ରରେ ସୂଚନା ଦିଅନ୍ତୁ । ମାସ୍କର ବ୍ୟବହାର କରନ୍ତୁ ଅନ୍ୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପୂର୍ବରୁ କିମ୍ବା ଚିକିତ୍ସା କେନ୍ଦ୍ରକୁ ଯିବା ବେଳେ ମାସ୍କ ବ୍ୟବହାର କରନ୍ତୁ । ଘରେ ଯତ୍ନବାନ ହୁଅନ୍ତୁ – ବାତାବରଣକୁ ସୁରକ୍ଷିତ ରଖନ୍ତୁ ସଂଦେହ ଯୁକ୍ତ କ୍ଷେତ୍ରରେ ଘରେ ନେବାକୁ ଥିବା ସାବଧାନତା ମୂଳକ ପ୍ରତିଷେଧକ ବ୍ୟବସ୍ଥା ସହଯୋଗ - ସଂକ୍ରମିତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା, ଔଷଧ ଦେବା, ଯନେବା, ଘରର କୌଣସି ବ୍ୟକ୍ତିଙ୍କୁ ଦାୟିତ୍ଵ ଦେବା। ହାତ ଧୋଇବା – ସାବୁନ୍ ଓ ପାଣିରେ ୪୦ ସେକେଣ୍ଡ ପାଇଁ ହାତ ଧୋଇବା, କିମ୍ବା ୭୦ ପ୍ରତିଶତ ଆଲକହଲ ଯୁକ୍ତ ସାନିଟାଇଜର ବ୍ୟବହାରକରିବା । ବାରମ୍ବାର ହାତ ଧୋଇବା ଯଦି କୌଣସି ବସ୍ତୁକୁ ଛୁଉଁଥିଲେ ଯଥା ଫୋନ୍, କବାଟ କ୍ୟାଣ୍ଡେଲ । ସଫାସୁତୁର ରଖିବା – ଘରର ପ୍ରତ୍ୟେକ ପୃଷ୍ଠ ଯଥା ଟେବୁଲ, କବାଟ ହ୍ୟାଣ୍ଡଲ ସଫା ରଖିବା । ସଫା କରିବା ପାଇଁ ବି ବ୍ୟବହାର କରିବା (୪ ଚାମଚ୍ ବ୍ରିଟି ପାଉଡର ଏବଂ ୪ କପ୍ ପାଣିର ମିଶ୍ରଣ) । ପ୍ରତ୍ୟେକ ଦିନ ବ୍ୟବହୃତ କପଡା ସଫା ରଖିବା । ମଳ, ମୂତ୍ର ଲାଗିଥିବା କପଡାକୁ ଗରମପାଣି ସାବୁରେ ସଫା କରିବା । ଜୀବାଣୁ ମୁକ୍ତ କରିବା । କପଡା ଖରାରେ ଶୁଖାଇବା । ମାସ୍କ, ଗ୍ଲାଭସ୍ ଏବଂ ଅନ୍ୟାନ୍ୟ ଜୀବାଣୁ ଯୁକ୍ତ ପଦାର୍ଥକୁ ସଫା କରିବା ତଥା ନିଷ୍କାସିତ କରିବା। ଯଦି ସଂକ୍ରମିତ ବ୍ୟକ୍ତି ଚିକିତ୍ସାଧୀନ ବା ଶଯ୍ୟଧାରୀ ହୋଇଥାନ୍ତି, ତେବେ ତାର କପଡା, ଚାଦରକୁ ଭଲ ଭାବେ ଧୋଇ ସଫା କରି ଜୀବାଣୁ ମୁକ୍ତ କରିବା ଏକାକୀବାସ - ପରିବାର ଲୋକଙ୍କ ସୁରକ୍ଷା ପାଇଁ ସଂକ୍ରମିତ ବ୍ୟକ୍ତିଙ୍କୁ ପରିବାର ଠାରୁ ଦୂରେଇ ଅନ୍ୟ ଏକ କୋଠରୀରେ ରଖିବା । ପରିବାର ଲୋକମାନେ ଅନ୍ୟ ସ୍ନାନଗାର, ପାଇଖାନା ବ୍ୟବହାର କରିବେ । ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ ଅଲଗା ବାସନକୁସନ, ଗ୍ଳାସ, କପ୍, ଗାମୁଛା, ଚାଦର ବ୍ୟବହାର କରିବାକୁ ଦେବା । ସାବୁନ୍ ଓ ପାଣିରେ ୪୦ ସେକେଣ୍ଡ ପାଇଁ ହାତ ଧୋଇବା, କିମ୍ବା ୭୦ ପ୍ରତିଶଥା ଆଲକହଲ ଯୁକ୍ତ ସାନିଟାଇଜର ବ୍ୟବହାରକରିବା ସଂକ୍ରମିତ ବ୍ୟକ୍ତିଙ୍କ ନିକଟକୁ ଯିବା ପୂର୍ବରୁ ୩-ପରସ୍ତ ମାସ୍କ, ଗ୍ଲାଭସ୍ ବ୍ୟବହାର କରିବା । ବାରମ୍ବାର ଗୋଟିଏ ମାସ୍କ ବ୍ୟବହାର ବର୍ଜନ କରିବା । ମାସ୍କ ଫଙ୍ଗିବା ପୂର୍ବରୁ ଝିରେ ରେ ବୁଡାଇ ଅଳିଆଗଦାରେ ଫିଙ୍ଗିବା । ଅପବାଦ ଓ ପକ୍ଷପାତ ଅପବାଦ କାହିଁକି ଅଛି କୋଭିଡ଼-୧୯ ସମ୍ବନ୍ଧୀୟ ଭୟ ବିଶେଷ କରି ୩ଟି ମୁଖ୍ୟ ଉପାଦାନ ଉପରେ ପର୍ଯ୍ୟବେସିତ । କୋଭିଡ଼-୧୯ ଗୋଟିଏ ନୂଆ ରୋଗ ଓ ଏ ସମ୍ବନ୍ଧୀୟ ବହୁ ତଥ୍ୟ ଆଗକୁ ଆବିଷ୍କାର ହେବାକୁ ଅଛି । ଯେତେବେଳେ କୌଣସି ବିଷୟ ଜଣା ନଥାଏ, ଜନସାଧାରଣ ବ୍ୟସ୍ତ ବିବ୍ରତ ହୋଇ ପଡ଼ନ୍ତି । ଯାହାକି ଭୟର ମାତ୍ରା ବଢାଇ ଥାଏ । ଗୁଜବ୍, ଉଡ଼ା ଖବର, ନକଲି ଖବର ଭୁଲ୍ ତଥ୍ୟ ପ୍ରଦାନ କରିଥାଏ ଓ ତାହା ଭୟର ବାତାବରଣକୁ ବିସ୍ତୁତ କରେ । ଯୋଗାଯୋଗ କିପରି କରିବେ ? ଭଦ୍ରାମି ରକ୍ଷା କରିବା । କୌଣସି ବ୍ୟକ୍ତିଙ୍କ ନିକଟରେ କୋଭିଡ଼ ଲକ୍ଷଣ ଥିଲେ , ସେମାନଙ୍କୁ ଅଲଗା ବ୍ୟବହାର,ପାଟି କରିବା ତଥା ଅଭଦ୍ର ବ୍ୟବହାର କରିବା ନାହିଁ । ଆସିବାର ଉଦ୍ଦେଶ୍ୟ ସ୍ପଷ୍ଟ ଭାବେ ଜଣାଇବା । । ରୋଗୀଙ୍କ ଠାରୁ ନିର୍ଭୁଲ ତଥ୍ୟ ଗ୍ରହଣ କରିବା । ସେମାନଙ୍କ ନାମ,ଜନ୍ମ, ଭ୍ରମଣ ତଥ୍ୟ, ରୋଗର ଲକ୍ଷଣ ଭଲ ଭାବେ ଫର୍ମାଟ ତାଲିକାରେ ଅନ୍ତଭୁକ୍ତ କରିବା । ତଥ୍ୟ ସଂଗ୍ରହ ବେଳେ ରୋଗୀ ତଥା ପରିଜନଙ୍କ ଠାରୁ ୧ ମିଟର ଦୂରତା ରକ୍ଷା କରିବା ଖୋଲା ଜାଗାରେ ବସି ତଥ୍ୟ ସଂଗ୍ରହ ପ୍ରତି ଧ୍ୟାନ ଦେବେ । ଏଥିପାଇଁ ରୋଗୀର ପରିବାର ସହ କଥା ହେଇପାରିବେ । ପ୍ରଶ୍ନ ନିଦ୍ଧିଷ୍ଟ ପଚାରିବା ଏବଂ ସଠିକ୍ ଉତ୍ତର ଆଣିବା । ତୁମ ବାର୍ତାକୁ ଲୋକଙ୍କ ପାଖରେ ରଖିବା ସହ ସେମାନଙ୍କୁ ଦୋହରାଇବାକୁ କହିବା । ସେମାନଙ୍କୁ ପ୍ରଶ୍ନ ପଚାରିବାକୁ କହିବା ସହ ପ୍ରତ୍ୟେକ ପ୍ରଶ୍ନର ସଠିକ୍ ଉତ୍ତର ଦେବା । ନିଜର ସୁରକ୍ଷା କିପରି ନେବେ ? କୌଣସି ବସ୍ତି ତଥା ଗ୍ରାମ ଭ୍ରମଣ ବେଳେ । କଥାହେବା ସମୟରେ ନିଜକୁ । 'ଅନ୍ୟଲୋକଙ୍କ ଠାରୁ ଅତିକମରେ ୧ମି. ବ୍ୟବଧାନରେ ରଖନ୍ତୁ । ଭଲଭାବେ ମାସ୍କ ବ୍ୟବହାର କରନ୍ତୁ । ହାତରେ ଆଖି, ନାକ, ପାଟିକୁ ଛୁଅନ୍ତୁ ନାହିଁ । ପ୍ରତ୍ୟକ୍ଷ ଶାରିରୀକ ସଂସ୍ପର୍ଶରୁ ଦୁରେଇ ରୁହନ୍ତୁ । ଘରେ ଆସିବା କ୍ଷଣି, ଯତ୍ନର ସହ ନିଜ ମାସ୍କକୁ କାଢନ୍ତୁ ଏବଂ ମାସ୍କକୁ ବ୍ରିଟି ପାଉଡରରେ ପାଣିରେ ବୁଡାଇ କଭର ଡଷ୍ଟବିନ୍ ରେ ଫିଙ୍ଗନ୍ତୁ । ହାତକୁ ସାବୁନ ପାଣିରେ ଧୁଅନ୍ତୁ ତଥା ଆଲକୋହଲ ଯୁକ୍ତ ସାନିଟାଇଜରରେ ହାତ ପରିଷ୍କାର କରନ୍ତୁ। ନିଜସଙ୍ଗେ ନେଇଥିବା ସମସ୍ତ ଜିନିଷ ଯଥା ଫୋନ୍, ପର୍ସକୁ ଜୀବାଣୁ ମୁକ୍ତ କରନ୍ତୁ । (୪ ଚାମଚ ବିଟି ଏବଂ ୪ କପ୍ ପାଣିର ମିଶ୍ରଣରେ) ଯଦି କୋଭି-୧୯ ର ଲକ୍ଷଣ ଅନୁଭବ କରନ୍ତି ତେବେ ନିକଟସ୍ଥ ପ୍ରାଥମିକ କେନ୍ଦ୍ରରେ ସୂଚନା ଦିଅନ୍ତୁ। ନିଜ ନାକ, ପାଟି, ଯୋଡି ଢାଙ୍କିବା । ନାକଅଗଟି ମାସ୍କ ମଝିରେ ରହିବ କୌଣସି ସ୍ଥାନ ଖୋଲା ଛାଡିବା ନାହିଁ । ମାସ୍କକୁ ତଳକୁ ଟାଣିବା ତଥା ଓହଳାଇବା ନାହିଁ । ବ୍ୟବହାର ବେଳେ ମାସ୍କକୁ ଛୁଇଁବା ନାହିଁ । ବ୍ୟ ବହାରର ପ୍ରତି ୬-୮ ଘଟିକା ପାରେ ନୂଆ ମାସ୍କ ବ୍ୟବହାର କରିବା । ମାସ୍କ ସେତେବେଳେ ବ୍ୟବହାର କର ଯେତେବେଳେ ତମେ ଲକ୍ଷଣ ଅନୁଭବ କରିବ ଚିକିତ୍ସାଳୟକୁ ଯାଇଥାଆ କୌଣସି ରୋଗୀର ଯତ୍ନ ନେଉଥିବ ଯେତେବେଳେ ଯୋଗାଯୋଗ ସ୍ଥାପନ କରୁଥିବା ମାସ୍କ କାଢିବା ଓ ଫୋପାଡିବା କିପରି ? ମାସ୍କକୁ ପୁନଃବ୍ୟବହାର କରିବା ନାହିଁ । ମାସ୍କ କାଢିଲା ବେଳେ ମୁହଁର ଅନ୍ୟ ଜାଗାକୁ ସ୍ପର୍ଶ କରିବା ନାହିଁ । ମାସ୍କ କାଢିବା ପାଇଁ ତାର ପିତା ଢିଲା କରିବା । ମାସ୍କକାଢିବା ପରେ ନିଜ ହାତକୁ ୪୦ ସେକେଣ୍ଡ ପାଇଁ ଭଲ ଭାବରେ ସଫା କରିବା । ଜଣଙ୍କ ଦ୍ଵାରା ବ୍ୟବହୃତ ମାସ୍କକୁ ଯରେ ଫୋପାଡିବା । ସିଙ୍ଗିଲ୍ ୟୁଜ୍ ମାସ୍କକୁ ଥରେ ବ୍ୟବହାର ପରେ ଯରେ ଫୋପାଡି ଦେବା। ସେଚ୍ଛାସେବୀଙ୍କ ଦାୟିତ୍ଵ ସେଚ୍ଛାସେବୀ କିଏ ? ସେଚ୍ଛାସେବୀ ଜଣେ ବ୍ୟକ୍ତି ଯିଏ କୌଣସି ସଂସ୍ଥାରେ କାର୍ଯ୍ୟ କରେ/ ଗୋଟିଏ କାରଣ ପାଇଁ କୌଣସି ପାରଶ୍ରମିକ ନ ନିଏ/ ବ୍ୟକ୍ତିଗତ ଲାଭ ପାଇବାର କୌଣସି ଉଦ୍ଦେଶ୍ୟ ରଖୁନଥାଏ । ନିଜକୁ ସେଚ୍ଛାସେବୀ ରୂପେ ରେଜିଷ୍ଟ୍ରେସନ୍ କରନ୍ତୁ । https://self4society.mygov.in/ ଆବଶ୍ୟକତା ଅନୁଯାୟୀ ତୁମର ଦାନ କରାଯାଇଥିବା ଚିକତ୍ସା ଯୋଗାଣ ସାମଗ୍ରୀ/ ଉପକରଣ ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/ସାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଂପୃକ୍ତ ଅଧିକାରୀଙ୍କ ଆପଣଙ୍କୁ ଯୋଗାଯୋଗ କରିବେ । ସେଚ୍ଛାସେବୀଙ୍କ ଭୂମିକା ସ୍ୱାସ୍ଥ୍ୟ ପ୍ରାଥମିକ ସ୍ଵାସ୍ଥ୍ୟକର୍ମୀ ମାନଙ୍କ ସେବା । ସଂକ୍ରମଣ ପ୍ରତିରୋଧ ଏବଂ ନିୟନ୍ତ୍ରଣ। 'ବୃଦ୍ଧ ଏବଂ ଆବଶ୍ୟକ ଲୋକଙ୍କୁ ସାହାଯ୍ୟ କରିବା । 'ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏକ ତାଲିକା ପ୍ରସ୍ତୁତ କରନ୍ତୁ (ଗ୍ରାମପ୍ରଧାନ, ଧାର୍ମିକ/ଆଦିବାସୀ ନେତା ଇତ୍ୟାଦି) ଏବଂ ସଠିକ ସୂଚନା ଦେବାରେ ସେମାନଙ୍କ ସହ ସମୟତା ରକ୍ଷା କରନ୍ତୁ । ଯୋଗାଯୋଗ ସ୍ଵଚ୍ଛତା ଅଭ୍ୟାସ ଉପରେ ଜନସାଧାରଣଙ୍କୁ ସଚେତନ କରନ୍ତୁ । ସାମାଜିକ ଦୂରତା ପଦକ୍ଷେପକୁ ପ୍ରୋତ୍ସାହିତ କରନ୍ତୁ । ସଂପ୍ରଦାୟିକ ସ୍ତର, ଆର ଏନ୍ ଏ, ସମାଜିକ ଗୋଷ୍ଠୀ, ଧାର୍ମିକ ସ୍ଥାନ ସଚେତନତା ଅଭିଯାନ ଅପପ୍ରଚାର ରୋକିବାକୁ ଚେଷ୍ଟା କରନ୍ତୁ । (ଆପଣ ସଠିକ୍ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା । କରନ୍ତୁ ନାହିଁ ) ଗୁରୁତ୍ଵପୂର୍ଣ ସରକାର ୱେବସାଇଟ୍, ଜରୁରୀକାଳୀନ ସେବା ଏବଂ କୋଭିଡ଼-୧୯ ହେଳ୍ପଲାଇନ୍ ସମ୍ବନ୍ଧୀୟ ସୂଚନା ବିସ୍ତାର କରନ୍ତୁ । ଅତ୍ୟାବଶ୍ୟକ ସେବା ଜିଲ୍ଲାପ୍ରଶାସନକୁ ସହ ସଂଘରୋଧ, ଘର ବିଚ୍ଛିନ୍ନତା ଏବଂ ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ ସାହାଯ୍ୟ କରନ୍ତୁ । ନିରକାରଣ ଏବଂ ପରିଷ୍କାର ସେବା । ଦ୍ଵାରକୁ ଦ୍ଵାର ସୂଚନା ଏବଂ ସେବା ପରିଚାଳନା । ଅନ୍ୟାନ୍ୟ ସୟଂସହାୟକ ଗୋଷ୍ଠୀଙ୍କ ସହ ସମନ୍ଵୟରେ ମାସ୍କ ଉତ୍ପାଦନ ଏବଂ ବିତରଣରେ ସାହାଯ୍ୟ କରନ୍ତୁ । ସହାୟକ ପରିବେଶ ସୃଷ୍ଟି କରନ୍ତୁ । ଭଲ ସାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରନ୍ତୁ - ଆପଣଙ୍କ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କ ଏବଂ ସେବା ସହ କଥା ହୁଅନ୍ତୁ । ସହାୟତାକୁ ସକ୍ରିୟ କରିବା ନିମନ୍ତେ ଗୋଷ୍ଠୀର ସହାୟତାରେ ସେହି ଅଞ୍ଚଳର ତଥ୍ୟ ଓ ସହାୟତା ପ୍ରଦାନ କ୍ଷେତ୍ରରେ ତାଲିମ ପ୍ରାପ୍ତ ଦାୟୀତ୍ଵବାନ ବ୍ୟକ୍ତିଙ୍କୁ ନିୟୋଜିତ କରିବା ଗୋଷ୍ଠୀସଦସ୍ୟଙ୍କୁ ଉପଦେଶ ସ୍ଥାନୀୟ ପୌରପାଳିକା ଦ୍ଵାରା ସ୍ଥାପିତ ସହାୟକ ଡେସ୍କର ସହାୟତା ପାଇଁ ସ୍ୱେଚ୍ଛାକୃତ ସେବା ଦେବେ । ଗୋଷ୍ଠୀ ଭିତରେ ମାସ୍କ (ମୁଖା) ବଣ୍ଟନରେ ସାହାଯ୍ୟ କରିବେ । ଯେଉଁମାନଙ୍କ ପାଇଁ ମାସ୍କ ନିତାନ୍ତ ଜରୁରୀ ସେମାନଙ୍କୁ ଦେବାର ନିଶ୍ଚିତ କରିବେ । ମାସ୍କ ବାଣ୍ଟିବା ସମୟରେ ତାର ବ୍ୟବହାର ପ୍ରଣାଳୀ ବିଷୟରେ ଶିକ୍ଷାଦେବେ । ଗୋଷ୍ଠୀର ପ୍ରତିନିଧ, ପୌରପାଳିକା ନିଗମ ଦ୍ଵାରା ନିୟମିତ ପରିଷ୍କାର ଏବଂ ଜୀବାଣୁନାଶକ ନିମନ୍ତେ ବିଶୋଧନ କାର୍ଯ୍ୟ ଚାଲୁଥିବା ନିଶ୍ଚିତ କରାଇବେ । ସ୍ଥାନୀୟ ରାଜନୈତିକ ଏବଂ ଧାମିକ ମୁଖ୍ୟ ବ୍ୟକ୍ତିଙ୍କ ମାଧ୍ୟମରେ ତଥ୍ୟ ଦେବେ । ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଗାଡି ଯଥା- ଆବର୍ଜନା ସଂଗ୍ରହ କରୁଥିବା ଗାଡି, କ୍ଷୀର ଯୋଗାଇ ଦେଉଥିବା ଗାଡି ମାଧ୍ୟମରେ ତଥ୍ୟ ପ୍ରଚାର କରିବେ । ଗୋଷ୍ଠୀଭିତରେ ମାଗଣାରେ ବ୍ରିଟି/ସୋଡିୟମ ହାଇପୋସ୍କୋରାଇଟ ଦ୍ରବଣ ଏବଂ ଜୀବାଣୁନାଶକ ବିଶୋଧନର ବ୍ୟବହାର ପାଇଁ ଯୋଜନା କରିବେ ସହାୟତାକୁ ସକ୍ରିୟ କରିବା ନିମନ୍ତେ ମନେରଖନ୍ତୁ - ସହରାଞ୍ଚଳରେ ଜନସଂଖ୍ୟାର ବହୁଳତା ଥିବାବେଳେ ସୀମିତ ସ୍ଵାସ୍ଥ୍ୟକର୍ମୀ ଅଛନ୍ତି । ତେଣୁ ନିଜକୁ ଏବଂ ସମସ୍ତଙ୍କୁ ନିରାପଦ ରଖିବା ପାଇଁ ଗୋଷ୍ଠୀର ସହଯୋଗକୁ ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ । ଗୋଷ୍ଠୀଭିତରେ ଥିବା ପ୍ରମୁଖ ବିପଦ ବର୍ଗଙ୍କୁ ଛିନ୍ନଟ କରିବା ଏବଂ ସେମାନଙ୍କୁ ଗୋଷ୍ଠୀରୋଧ କରି ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିବେ । ସରକାରୀ ସେବାସମୁହ ସହିତ ଜଡିତ ରହି ଛୁଆମାନଙ୍କ ଘରେ ମଧ୍ୟାନ୍ନ ଭୋଜନ ପହଞ୍ଚିବା ନିମନ୍ତେ ସଂଗଠିତ ଭାବେ କାର୍ଯ୍ୟ କରିବେ ପ୍ରମୁଖ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ଚିହ୍ନ, ଯିଏକି ତୁମକୁ ସାମ୍ଭାବ୍ୟ ସଂକ୍ରମଣ କରିବାକୁଥିବା ବ୍ୟକ୍ତି ସମ୍ପର୍କରେ ସତର୍କତା ସହିତ ତାର ଉପସ୍ଥିତି ଚିହ୍ନଟ କରିବାରେ, ତା’ ସମ୍ଭନ୍ଧୀୟ । ବିବରଣୀ/ସୂଚନା ପ୍ରଦାନ, ଚିକିସ୍ୟ ନିମନ୍ତେ ପରାମର୍ଶରେ ସାହାଯ୍ୟ କରିପାରିବେ ଗୋଷ୍ଠୀସ୍ତରୀୟ ଦୃଢୀକୃତ ବ୍ୟକ୍ତିମାନଙ୍କୁ ତାଲିମ ଦେଇପାରିବେ, ଯିଏକି ଲକଡାଉନ (ନାକାବନ୍ଦୀ) ସମୟରେ ତତସମ୍ଭନ୍ଧୀୟ ନିୟମାବଳୀ ,ସତର୍କତା ସମୃହକୁ ଅନୁପାଳନ ନିମନ୍ତେ ନିଶ୍ଚିତ କରାଇବେ। ଗୋଷ୍ଠୀସ୍ତରରେ ନିର୍ମିତ ଥିବା ବାସଉପଯୋଗୀ ସ୍ଥାନ ଛିନ୍ନଟକରି ତାକୁ ସଙ୍ଗରୋଧ/ଏକାକୀବାସ ବ୍ୟବସ୍ଥା ପାଇଁ ବ୍ୟବହାର କରାଇବେ । ସୁରକ୍ଷିତ ବ୍ୟବହାରର ଅଭ୍ୟାସ ମନେରଖନ୍ତୁ, ନିବାରଣ ସତ୍ତ୍ଵ ଅନେକ ଦିନ ମଜୁରିଆ ଏବଂ ଅଣସଙ୍ଗଠିତ କର୍ମଚାରୀ ସେମାନଙ୍କ ଆର୍ଥିକ ଦୁରାବସ୍ଥା ଯୋଗୁଁ କାର୍ଯ୍ୟପାଇଁ ବାହାରକୁ ଯାଇଥାନ୍ତି, ଯାହାକି ତାଙ୍କ ପାଇଁ ସଂକ୍ରମଣର ବିପଦ ବଢାଇପାରେ ନିର୍ଦ୍ଧିଷ୍ଟ ଦଳର ଲୋକମାନେ ଯଥା ଶ୍ରମିକ, କାମବାଲି, ଆଶ୍ରୟଗୃହ ପ୍ରବାସୀ ଏବଂ ଦିନ ମଜୁରିଆ ମାନଙ୍କ ପାଖରେ ପହଞ୍ଚନ୍ତୁ ଏବଂ ସେମାନଙ୍କୁ ନିମ୍ନ ଲିଖିତ ଉପଦେଶ ଗୁଡିକ ମାନିବାକୁ ଜଣାନ୍ତୁ ବାରମ୍ବାର ସାବୁନ ଏବଂ ପାଣିରେ ୪୦ ସେକେଣ୍ଡ ଧରି ହାତ ଧୁଅନ୍ତୁ । ମୁଖ୍ୟତଃ ବାହାରୁ ଆସିବା ପରେ,ଖାଇବା ପୂର୍ବରୁ ଏବଂ ଶୌଚକ୍ରିୟା ପରେ । ବାହାରୁ ଆସିଲାପରେ ନିଜର ବ୍ୟବହୃତ ବସ୍ତ୍ର ବଦଳାନ୍ତୁ ଏବଂ ନିଜେ ସାବୁନରେ ଭଲ ଭାବରେ ଧୋଇ ହୁଅନ୍ତୁ । ଆଖି, ନାକ, ପାଟିକୁ ସ୍ପର୍ଶ କରନ୍ତୁ ନାହିଁ । ଖୋଲାସ୍ଥାନରେ ଛେପ ପକାନ୍ତୁ ନାହିଁ । କେବଳ ଛେପ ପକାଇବା ଦାନୀ/ ପିକ ଦାନୀ ବା ୱାସବେଶିନରେ ଛେପ ପକାନ୍ତୁ। ଅନ୍ୟମାନଙ୍କ ଠାରୁ ୧ ମିଟର ଦୂରତାର ବ୍ୟବଧାନ ରଖନ୍ତୁ । ଯଦି ଜ୍ୱର, କାଶ, ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି କିମ୍ବା ଅନ୍ୟ କୌଣସି ସୂଚନା ଦରକାର କରନ୍ତି ତେବେ ଗୋଷ୍ଠୀ ହେଲ୍ ଡେସ୍କା/ ସ୍ଵାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ। ସୂଚନା https://www.mohfw.gov.in/ https://health.odisha.gov.in/ ରାଜ୍ୟ COVID-19 ସହାୟତା ନମ୍ବର: ୧୦୪ ଦ୍ରବ୍ୟର ସୁଗମ ପରିଚାଳନା ପାଇଁ ସହାୟତା ନମ୍ବର: ୦୬୭୪-୨୬୨୦୨୦୦ (ପୋଲିସ୍) ଅସହାୟ ଓଡ଼ିଆ ଶ୍ରମିକଙ୍କ ପାଇଁ ସହାୟତା ନମ୍ବର: +୦୬୭୪-୨୩୯୨୧୧୫ (ଗୃହ ବିଭାଗ) । ରାଜ୍ୟ ବାହାର ଶ୍ରମିକଙ୍କ ପାଇଁ ସହାୟତା ନମ୍ବର: +୧୮୦୦୩୪୫୬୭୦୩ (ଶ୍ରମ ଆୟୋଗ କାର୍ଯ୍ୟାଳୟ ବିଭାଗ) । ସଂଯୋଗ ସହାୟକ ନମ୍ବର: ୧୫୫୩୩୫ (ବ୍ୟବସାୟୀଙ୍କ ପାଇଁ ଅଭିଯୋଗ / ଦୋକାନୀମାନେ/ କୁଚୁରା ବେପାରୀ) ଓ ଜାତୀୟ ନିଶୁଳ୍କ ସେବା ସହାୟତା ନମ୍ବର: ୧୦୭୫ ଆଧାର - ଜାତୀୟ ସ୍ୱାସ୍ଥ୍ୟ ମିଶନ ମିନିଷ୍ଟ୍ରି ଅଫ ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର, ଭାରତ ସରକାର ୟୁଏନଫପିଏ