ନାକର କାର୍ଯ୍ୟ ନାକ ଶ୍ଵାସକ୍ରିୟାର ଏକ ମୁଖ୍ୟ ଅଙ୍ଗ ଅଟେ । ଏହାର ଭିତର ଅଂଶ ଶିଘାଂଣି ଓ ଲୋମରେ ଆଚ୍ଛାଦିତ । ଶ୍ଵାସକ୍ରିୟା ସମୟରେ ବାୟୁ ଗରମ ବା ଆର୍ଦ୍ର ହୋଇଥାଏ ଏବଂ ଏହା ଫୁସୁଫୁସ୍ ରେ ପହଞ୍ଚିବା ପୂର୍ବରୁ ଜୀବାଣୁ କିମ୍ବା ମଇଳାଗୁଡିକ ଛାଙ୍କି ହୋଇଯାଇଥାଏ । ନାକ ମଧ୍ୟ ଏପରି ଏକ ଅଙ୍ଗ ଯିଏକି ଗନ୍ଧ ବାରିପାରି ଥାଏ । ଏହା ବାୟୁରନ୍ଧ୍ରକୁ ସଂଯୋଗ କରିଥାଏ । ଏହାକୁ ନଳୀ ବ୍ରଣ କୁହାଯାଏ । ନାକର ସାଧାରଣ ଅସୁବିଧା ନାଳୀ ଘା’ ଅସୁବିଧା ନାକକୁ ଯେଉଁସବୁ ହାଡଗୁଡିକ ବାଟ ଖୋଲିଛନ୍ତି, ସେମାନଙ୍କର ନାଳୀ ବା ହାଡଗୁଡିକର ଖାଲି ଜାଗାରେ ଯଦି କୌଣସି କାରଣରୁ ହଠାତ୍ ବା ଦୀର୍ଘଦିନ ଧରି ପ୍ରଜ୍ଵଳନ ଲାଗି ରହିଲା ତାହାକୁ “ସାଇନୋସାଇଟିସ” କୁହାଯାଏ । ଲକ୍ଷଣ ଆଖିର ଉପରିଭାଗ ଏବଂ ତଳ ଭାଗର ମୁଖ ମଣ୍ଡଳରେ ଯନ୍ତ୍ରଣା (ଯେତେବେଳେ ଆପଣ ସାମାନ୍ୟ ଭାବରେ ହାଡରେ ଆଘାତ ଦେବେ ବା ଆଗକୁ ନଇଁବେ ସେତେବେଳେ ଏହା ଅଧିକ କଷ୍ଟଦାୟକ ହୋଇଥାଏ) । ବହଳ ଶିଘାଂଣି କିମ୍ବା ପୂଜ, ସମ୍ଭବତଃ ଗନ୍ଧଦାୟକ, ପ୍ରାୟତଃ ନାକ ଚୁଣ୍ଟି ହୋଇଥାଏ । ଵର (ସମୟ ସମୟରେ) ମୁଣ୍ଡ ଯନ୍ତ୍ରଣା ଚିକିତ୍ସା ନାକ ଭିତରକୁ ଅଳ୍ପ ଲୁଣପାଣି ଶୋଷାଡନ୍ତୁ । ମୁହଁରେ ଗରମ ପାଣିରେ ସେକ ଦିଅନ୍ତୁ । ଗରମ ବାଷ୍ପ ଆଘ୍ରାଣ କଲେ ମଧ୍ୟ ନାକ ରୁନ୍ଧି ହୋଇଥିଲେ ବି ଆରାମ ମିଳେ । ଫେନିଲେଫ୍ରାଇନ ପରି ନାକ ସଫା କରୁଥିବା ଔଷଧ ବ୍ୟବହାର କରନ୍ତୁ । କୋଟ୍ରାଇମୋକ୍ସାଜୋଲ ଆମ୍ପିସିଲିନ ପେନିସିଲିନ ଭଳି ଜୀବାଣୁ ପ୍ରତିରୋଧକ ଔଷଧ ବ୍ୟବହାର କରନ୍ତୁ । ଯଦି ବ୍ୟକ୍ତି ଭଲ ହେଉନାହିଁ, ତେବେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଜ୍ଵର ବା ମୁଣ୍ଡ ବିନ୍ଧା ପାଇଁ ପାରାସିଟାମଲ୍ ଦିଅନ୍ତୁ, ପ୍ରଚୁର ପାଣି ପିଅନ୍ତୁ । ଶରୀରର ରୋଗ ପ୍ରତିରୋଧ କ୍ଷମତା ବଢାଇବାପାଇଁ ପୁଷ୍ଟିକର ଖାଦ୍ୟ ଖାନାନ୍ତୁ । ପ୍ରତିଷେଧକ ଆପଣଙ୍କୁ ସର୍ଦ୍ଦି ହେଲେ ବା ନାକ ରୁନ୍ଧି ହୋଇଗଲେ ନାକକୁ ପରିଷ୍କାର ରଖିବା ପାଇଁ ଚେଷ୍ଟା କରନ୍ତୁ । କେତେ ଟୋପା ଲୁଣ ପାଣି ନାକ ଭିତରକୁ ଦେଇ ଶୁଘିଂ ନିଅନ୍ତୁ । ଏହା ନାକ ଭିତର ଶିଘାଂଣିକୁ ପତଳା କରିଦେବ । ଯଦି ଲୁଣ ପାଣି ନ ମିଳେ ତେବେ ସାଧା ପାଣିରେ ମଧ୍ୟ ଏହି କାମ ଦେବା ଗରମ ବାଷ୍ପ ଆଘ୍ରାଣ କଲେ ଉପକାର ମିଳିବ । ନାକରୁ ରକ୍ତ ପଡିବା ନାକରୁ ରକ୍ତ ପଡିବା ସାଧାରଣତଃ ନାକ ଭିତର ଖଣ୍ଡିଆହେଲେ, ନାକ ସଂକ୍ରମଣ ବା ଖରାଦିନରେ ନାକର ଭିତର ଅଂଶ ଅତ୍ୟଧିକ ଶୁଖିଗଲେ ନାକରୁ ରକ୍ତ ପଡିଥାଏ । ରକ୍ତ ଓ ଯକୃତର ଅସୁସ୍ଥତା ନାକରୁ ରକ୍ତ ପଡିବାର କାରଣ ହୋଇପାରେ । ଯଦି କୌଣସି ବ୍ୟକ୍ତିଙ୍କର କିଛି କାରଣ ନ ଥାଇ ବାରମ୍ବାର ରକ୍ତ ପଡେ, ତୁରନ୍ତ ଡାକ୍ତରୀ ଚିକିତ୍ସା କରିବା ଆବଶ୍ୟକ । ଚିକିତ୍ସା ବ୍ୟକ୍ତିକୁ ଆଗକୁ ଢଳି ବସିବାକୁ କୁହନ୍ତୁ । ୧୦ ମିନିଟ୍ ନାକ ଟିପନ୍ତୁ । ଯଦି ରକ୍ତ ସ୍ରାବ ହୁଏ ତେବେ ଆପଣ ଠିକ୍ ଜାଗା ଚିପି ନାହାନ୍ତି । ଆପଣ ନାକର ଅନ୍ୟ ଜାଗାକୁ ଚିପନ୍ତୁ । ଯଦି ରକ୍ତ ସ୍ରାବ ହୁଏ ତେବେ ନାକ ରନ୍ଧ୍ର ଭିତରେ ତୁଳା ବା ପରିଷ୍କାର କନା ପୁରାନ୍ତୁ ଓ ଏହାର ଶେଷ ଅଂଶ ବାହାରକୁ ରଖନ୍ତୁ । ଯଦି ସମ୍ଭବ ଏହି ତୁଳା ବା କନାକୁ ଏପିନେଫ୍ରାଇନ ବା କର୍ଡନ କାକଟସ ରସରେ ଓଦା କରିଦିଅନ୍ତୁ । ଏହାକୁ କିଛି ଘଣ୍ଟା ଧରି ଏମିତି ନାକ ଭିତରେ ରଖନ୍ତୁ ଟା’ପରେ ସାବଧାନତାର ସହ କାଢି ଦିଅନ୍ତୁ । ପ୍ରତିଷେଧକ ନାକକୁ ଚିପନ୍ତୁ ନାହିଁ ବା ନାକ ହିତରେ ଆଙ୍ଗୁଠି ପୁରାନ୍ତୁ ନାହିଁ । ନାକରୁ ଶିଘାଂଣି ଜୋରରେ ପୋଛନ୍ତୁ ନାହିଁ । ଯଦି ନାକ ରୁନ୍ଧି ହୋଇଯାଇଥାଏ, ତେବେ ଗରମପାଣି ବାଷ୍ପ ଆଘ୍ରାଣ କରନ୍ତୁ, ଯାହା ଶିଘାଂଣିକୁ ତରଳ କରିଦିଏ ଓ ନାକ ସଫା ହୋଇଯାଏ । ଯଦି ପାଗ ବହୁତ ଶୁଖିଲା ଅଛି ଓ ନାକରୁ ରକ୍ତ ପଡୁଛି ନାକ ଭିତରେ ଭେସଲିନ୍ ଲଗାନ୍ତୁ । ଏହି ଭେସଲିନ୍ ଏକ ଡିଆସିଲି ଅଗରେ କନା ବା ତୁଳା ଗୁଡାଇ ଲଗାନ୍ତୁ । ଏହିପରି ଦିନକୁ ଥରେ ୫ ଦିନ କରନ୍ତୁ । ରକ୍ତ ପଡିବା ବନ୍ଦ ହୋଇଗଲେ ସପ୍ତାହକୁ ଥରେ ଏକମାସ ପର୍ଯ୍ୟନ୍ତ ଭେସଲିନ୍ ଲଗାନ୍ତୁ । ବାହ୍ୟ ପଦାର୍ଥ ଛୋଟ ପିଲାମାନେ ସାଧାରଣତଃ ଖେଳିବା ସମୟରେ ଛୋଟ ଛୋଟ ବସ୍ତୁ ବା ପଦାର୍ଥ ନାକରେ ପୁରାଇ ଦେଇଥାନ୍ତି । ଖାଦ୍ୟ ପଦାର୍ଥ ମଧ୍ୟ ନାକ ଭିତରେ ପଶିଯାଇପାରେ । ଲକ୍ଷଣ ନାକର ଗୋଟିଏ ପୁଡାରୁ ସିଙ୍ଘାଣି ବାହାରେ । ପ୍ରଥମେ ଏହା ଧଳା ଦେଖାଯାଏ ଓ ପରେ ହଳଦିଆ ହୋଇଥାଏ । ନାକର ଗୋଟିଏ ପୁଡାରୁ ପୂଜ ମିଶ୍ରିତ ଶିଙ୍ଘାଣି ବାହାରେ । ବାହ୍ୟପଦାର୍ଥ କିପରି ନାକରୁ ବାହାର କରିବ ଯଦି ପିଲା ଅଧିକ ବୟସର, ପିଲାକୁ ବଡ ଜୋରରେ ସୁଁ କରିବାପାଇଁ କୁହନ୍ତୁ ବା ପିଲାର ନାକକୁ ସଲସଲ କରନ୍ତୁ ଯାହାଦ୍ଵାରା ସେ ଛିଙ୍କିବ, ଯଦି ଏହା କରିବା ଦ୍ଵାରା ନାକରୁ ପଦାର୍ଥ ବା ବସ୍ତୁ ନ ବାହାରେ ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ