ସ୍ୱାସ୍ଥ୍ୟକର୍ମୀ ଓ ଧାଈମାନଙ୍କପାଇଁ ପଦେ କେତେକ ମହିଳାଙ୍କର ପ୍ରସବ କଷ୍ଟକର ହୋଇଥାଏ ଓ ପ୍ରସବ ପରେ ମଧ୍ୟ ବିଭିନ୍ନ ଜଟିଳତା ଦେଖାଦେଇଥାଏ । ଏପରିକି କେତେକ ଶିଶୁ ଜନ୍ମ ସମୟରେ ଅସୁସ୍ଥ ଇ ସ୍ୱଳ୍ପ ଓଜନର ହୋଇଥାନ୍ତି । ଏ କ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀ ଓ ଧାଈମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଧାଈ ଓ ସ୍ୱାସ୍ଥ୍ୟ କର୍ମୀଙ୍କର ସେବା ଉଭୟ ମା’ ଓ ଶିଶୁକୁ ରୋଗ ଦୁଃଖରୁ ବଞ୍ଚାଇପାରିବ । ସ୍ୱଳ୍ପ ଓଜନ ଶିଶୁଙ୍କପାଇଁ ଏକ ବିଶେଷ ବ୍ୟବସ୍ଥା କଙ୍ଗାରୁଙ୍ଗ ଯେଉଁ ଶିଶୁ ୨.୫ କି.ଗ୍ରା. ରୁ କମ୍ ବା ୫ ପାଉଣ୍ଡରୁ କମ୍ ଓଜନର ହୋଇ ଜନ୍ମ ହୋଇଥାଏ, ଷେ ବିଶେଷ ଯତ୍ନ ଆବଶ୍ୟକ କରିଥାଏ ଯଦି ସମ୍ଭବ ଶିଶୁକୁ ଡାକ୍ତରଖାନା ନେଇଯିବା ଉଚିତ୍ । କାରଣ ଏମାନଙ୍କୁ ଇନକ୍ୟୁବେଟରରେ ରଖିବାକୁ ପଡିଥାଏ । ସେ ଯାହାହେଉ ଯେଉଁ ଶିଶୁ ସ୍ୱାସ୍ଥ୍ୟବାନ ଥାଏ ତାକୁ ମା’ ମଧ୍ୟ ଏହି ଇନକ୍ୟୁବେଟର ପରି ଶିଶୁକୁ ଉତ୍ତାପ ଯୋଗାଇଦେଇପାରିବ । ନିମ୍ନରେ କେତେଗୁଡିଏ ପଦ୍ଧତି ଦିଆଗଲା : ଶିଶୁକୁ ଲାଙ୍ଗଳା କରି ଦିଅନ୍ତୁ । ନିଜ ଛାତି ସହିତ ଲଗାଇ ଧରନ୍ତୁ । ଶିଶୁ ଯେତେଥର ଚାହେଁ ସ୍ତନ୍ୟପାନ କରିବା ଆବଶ୍ୟକ । ଯଦି ଶିଶୁ ଅଧିକ କ୍ଷୀର ନ ଖାଉଛି ତେବେ ପ୍ରତି ୨ ଘଣ୍ଟାରେ ଥରେ ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ୍ । ଶିଶୁର ମୁହଁ ପ୍ରତିଦିନ ଧୋଇବା ଉଚିତ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ଶିଶୁ ଦେହର ଉତ୍ତାପ କେବେ ବି କମ୍ ହେବା ଉଚିତ୍ ନୁହେଁ । ଯଦି ଶିଶୁର ଦେହ ଥଣ୍ଡା ଜଣାପଦେ ତେବେ ଶିଶୁକୁ ପୋଷାକ ପିନ୍ଧାଇଦିଅନ୍ତୁ ଓ ମୁଣ୍ଡରେ ଟୋପି ପିନ୍ଧାଇ ଦିଅନ୍ତୁ । ଯେତେବେଳେ ମା’ ଗାଧୋଇବାକୁ ବା ଅନ୍ୟ କାମ କରିବାକୁ ଯାଏ ଘରର ଅନ୍ୟ ସଦସ୍ୟ, ପିଲାକୁ ଏହିପରି ଛାତିରେ ଲଗାଇ ରଖିବା ଉଚିତ୍ । ଶିଶୁ ପ୍ରତିଦିନ ଡାକ୍ତରଖାନା ଯାଇ ଯାଞ୍ଚ ହେବା ଉଚିତ୍ ଓ ସମସ୍ତ ଟିକା ନେବା ଉଚିତ୍ । ଲୌହ ଓ ଭିଟାମିନ୍ ‘ଘ’ ଦିଅନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ