ଚର୍ମ ଅସୁସ୍ଥତା ଅତି ସାମାନ୍ୟ ହୋଇଥିଲେ ବି ଅସୁସ୍ଥ ବ୍ୟକ୍ତି ଦେହକୁ ପରୀକ୍ଷା କରିବା ଦରକାର । ଛୋଟ ଛୁଆ ପିଲାମାନଙ୍କ ଦେହରୁ ସବୁ ପୋଷାକ କାଢି ନେଇ ଅସ୍ଵାଭାବିକ ଜୋଗାଗୁଡିକ ଭଲଭାବେ ଦେଖନ୍ତୁ । ଯଥା : ଘା ଫୁଲାଳିଆ ଲସିକା ଗ୍ରନ୍ଥି ସମୂହ (ବେକ, କାଖ ଓ ଜଙ୍ଘ) ଆଦି ଜାଗାରେ ଛୋଟ ଛୋଟ ଆବୁ ଯାଦୁ, କୁଣ୍ଡିଆ ଇତ୍ୟାଦି ଖଣ୍ଡିଆ ଅସାଧାରଣଭାବେ କେସ ପତଳା ହୋଇଆସିବା ବା ସମ୍ପୁର୍ଣ୍ଣଭାବେ ଉପଡିଯିବା ଅଥବା କେସର ରଙ୍ଗ ଓ ଉଜ୍ଵଳତା କମିଯିବା ଛଉ ବା ଦେହରେ ଛୋଟ ଛୋଟ ନାଲିଦାଗ ଭୁଲତାର କେସ ଉପଡିଯିବା ଭଙ୍ଗା ଅସ୍ଥି ଖଣ୍ଡ ପ୍ରଦାହ ( ଲାଲ, ଉତ୍ତପ୍ତକଷ୍ଟ ଓ ଫୁଲାସହ ସଂକ୍ରମଣ) ଲକ୍ଷଣ ଆବୁଫୁଲା ଚର୍ମ କୁଣ୍ଡାଇ ଦେଉଥିଲେ ପଚାରନ୍ତୁ । ଚର୍ମ କୁଣ୍ଡାଇ ଦେବାର ସାଧାରଣ କାରଣଗୁଡିକ ହେଲା : ଶୁଖିଲା ଚର୍ମ ବୃଦ୍ଧାବସ୍ଥା ଗର୍ଭଧରଣ ଔଷଧର ପ୍ରତିକ୍ରିୟା ଚର୍ମ ଉକୁଣୀ ସର୍ବଦା ଶିଶୁମାନଙ୍କର ପିଚା ସନ୍ଦି, ଳିଙ୍ଗ ଓ ଟାଏର ଚତୁପାର୍ଶ୍ଵସ୍ଥ, ହାତ ଓ ଗୋଡର ସବୁ ଆଙ୍ଗୁଠି ସନ୍ଦି ଓ ଉକୁଣୀ, କୃମି, ଘା ବିସ୍ପୋଟକ ଇତ୍ୟାଦି ପାଇଁ କାନମୂଳ ତଥ୍ୟ ମୁଣ୍ଡ ବାଳର ଭିତର ଇତ୍ୟାଦି ସ୍ଥାନଗୁଡିକ ପରୀକ୍ଷା କରନ୍ତୁ । ମୁଣ୍ଡ ମୁଣ୍ଡରେ ବାଳଥିବା ଯୋଗୁଁ ମୁଣ୍ଡର କେତେକ ସମସ୍ୟା ସହଜରେ ଜଣାପଡେ ନାହିଁ । ଯଦି ବ୍ୟକ୍ତି ବାଳ ହେତୁ କୌଣସି ଭଲ ମତ ଦିଅନ୍ତି ତାହାହେଲେ ବ୍ୟକ୍ତିକୁ ପଚାରନ୍ତୁଯେ, ସେ ମୁଣ୍ଡରେ ବା ଖପୁରୀରେ କିଛି ଅସ୍ଵାଭାବିକତା ଅନୁଭବ କରୁଛନ୍ତି କି ? ବାଳରେ ଉକୁଣୀ ବା ବାଳଝଡି ପଡିବା ପରୀକ୍ଷା କରନ୍ତୁ । ଖପୁରୀରେ ଆବୁ ଅଛି କି ନାହିଁ ଦେଖନ୍ତୁ । ମୁହଁରେ ଯେକୌଣସି ଅସ୍ଵାଭାବିକତା ପାଇଁ ମୁଖ ପରୀକ୍ଷା କରନ୍ତୁ । ଚକ୍ଷୁ ଆଖିର ଶ୍ଵେତପଟଳ ବା ଧଳା ଦେଖାଯାଉଥିବା ଅଂଶକୁ ଲକ୍ଷ କରନ୍ତୁ । ଏହା ସ୍ଵାଭାବିକ ରକ୍ତବୁର୍ଣ୍ଣ ନା ହଳଦିଆ ରୋଗୀର ଦୃଷ୍ଟିରେ ହେଉଥିବା ପରିବର୍ତ୍ତନ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଆଖି ପରୀକ୍ଷା କରିବା ସମୟରେ ନିମ୍ନଲିଖିତ ସୂଚନା ପ୍ରତି ଧ୍ୟାନ ଦିଅନ୍ତୁ । ଦୁଇ ଆଖିର ଅବସ୍ଥିତ ଆଖିର ଅବସ୍ଥିତିରେ ଅସମାନତା ଟେରା ଆଖି ଯୋଗୁଁ ହୋଇପାରେ ଭୁଲତା ବୃଦ୍ଧଲୋକଙ୍କ କ୍ଷେତ୍ରରେ ଭୁଲତାର ବାଳ ବହୁତ ପତଳା ହୋଇଥାଏ । କୁଷ୍ଠ ରୋଗ କାରଣରୁ ମଧ୍ୟ ଭୁଲତାର ବାଳ ଉପଡିଯାଏ । ଆଖିପତା ଆଖିପତା ଫୁଲିବା ମୂତ୍ରାଶୟ ସମସ୍ୟା ଯୋଗୁଁ ହୋଇପାରେ । ବ୍ୟକ୍ତିଙ୍କୁ ଦୁଇ ଆଖିପତା ବନ୍ଦ କରିବାପାଇଁ କୁହନ୍ତୁ । ଆଖିପତା ବନ୍ଦ କରିବା ଅସମର୍ଥତା ପ୍ରଘାତ ଯୋଗୁଁ ହୋଇପାରେ ଆଖିପତା ସମ୍ପୁର୍ଣ୍ଣ ବନ୍ଦ ହେବାଦ୍ଵାରା ଆଖି ଶୁଖିଯିବ ଓ ଆଖି ନଷ୍ଟ ହୋଇଯିବାର କାରଣ ହୋଇପାରେ । ଆଖିର ଧଳା ଅଂଶର ରଙ୍ଗ । ଏହା ସାଧାରଣ କି, ଲାଲ ବା ହଳଦିଆ ଏଠି ସହିତ ଅସୁସ୍ଥ ବ୍ୟକ୍ତିଙ୍କର ଦୃଷ୍ଟି ଶକ୍ତିର କିଛି ପରିବର୍ତ୍ତନ ହୋଇଛି କି ନାହିଁ ଦେଖନ୍ତୁ । ଆଖିପୁଅ (ଆଖିର ମଧ୍ୟଭାଗରେ ଥିବା କଳା ଡୋଳା) ର ଆକାର ପ୍ରତି ଧ୍ୟାନ ଦିଅନ୍ତୁ । ତାହା ଯଦି ଅତି ବଡ ଦେଖାଯାଏ, ତେବେ ତାହା ଶଙ୍କା ବା ଭୟ ଜନିତ ଅବସ୍ଥା । ତାହା ଯଦି ଖୁବ୍ ଛୋଟ ଦେଖାଯାଏ, ତେବେ ତାହା ବିଆଇଏସ କୌଣସି ଏକ ନିର୍ଘିଷ୍ଟ ଔଷଧ ପରିଣତି । ଦୁଇଟିଯାକ ଚକ୍ଷୁକୁ ଅନୁଧ୍ୟାନ କରି ଉଭୟଙ୍କ ମଧ୍ୟରେ ଥିବା ଅସାମଞ୍ଜସ୍ୟତା ପ୍ରତି ଧ୍ୟାନ ଦିଅନ୍ତୁ । ବିଶେଷକରି ଆଖିପୁଅ ଦୁଇଟିର ଆକାର ପ୍ରତି ଦୃଷ୍ଟି ଦିଅନ୍ତୁ । ଆଖିପୁଅ ଦୁଇଟିର ଆକାରର ଅସାମଞ୍ଜସ୍ୟତା ପାଇଁ ଡାକ୍ତରୀ ଚିକିତ୍ସା ଅତ୍ୟନ୍ତ ଜରୁରୀ । ବଡ ଆକାର ଧାରଣ କରିଥିବା ଆଖିପୁଅର ତୀବ୍ର ପୀଡା ଯୋଗୁଁ ଯଦି ବାନ୍ତି ହୁଏ ତେବେ ବ୍ୟକ୍ତିଙ୍କୁ ପ୍ରାୟତଃ ଗ୍ଳୁକୋମା ହୋଇଥାଏ । ଛୋଟ ଆକାରର ପୁଅ ଥିବା ଆଖିରେ ଯଦି ଭୀଷଣ ପୀଡା ହୁଏ, ତେବେ ଆଇରିଟିସ୍ ନାମକ ଏକ ଭୟଙ୍କର ସଂକ୍ରମଣ ଜନିତରୋଗ ହୋଇଥାଇପାରେ । ଅଚେତ ଥିବା ବା ଖୁବ ନିକଟରେ ମସ୍ତିଷ୍କରେ ଆଘାତ ପାଇଥିବା ବ୍ୟକ୍ତିଙ୍କର ଦୁଇଆଖିର ପିତୁଳାର ଆକାରରେ ଯଦି ଅସାମଞ୍ଜସ୍ୟତା ଥାଏ, ତେବେ ତାହା ମସ୍ତିଷ୍କ ନଷ୍ଟ ହୋଇଥିବାର ଲକ୍ଷଣ ହୋଇପାରେ ବା ଷ୍ଟ୍ରୋକ ର ଲକ୍ଷଣ ହୋଇଥାଇପାରେ । ବ୍ୟକ୍ତି ତାଙ୍କର ଆଖିକୁ ତଳ ଉପରେ ବା କଡକୁ ଆସ୍ତେ ବୁଲାଉଛନ୍ତି କି? ଏହା ମୁଖ୍ୟତ ମସ୍ତିଷ୍କ କ୍ଷତି ଯୋଗୁଁ ହୋଇଥାଏ । ଆଖିର ଗତିକୁ ଭଲଭାବରେ ପରୀକ୍ଷା କରନ୍ତୁ । ବ୍ୟକ୍ତି ତାଙ୍କର ମୁଣ୍ଡନ ବୁଲାଇ ଆପଣ ଆପଣଙ୍କ ଆଙ୍ଗୁଠି ଯେଉଁ ଆଡକୁ ଚାଳନା କରୁଛନ୍ତି ଦେଖିବା ପାଇଁ କୁହନ୍ତୁ । ସାଧାରଣତଃ ବ୍ୟକ୍ତିଙ୍କର ଦୁଇ ଆଖି ଏକ ସମୟରେ ଗୋଟିଏ ଆଡକୁ ଘୂରିଥାଏ । ଯଦି ର୍ଥିରେ କିଛି ବିଶୁଙ୍ଖଳା ଦେଖାଯାଏ, ତେବେ ଏହା ଆଖି ମାଂସପେଶୀର ପକ୍ଷାଘାତ ଯୋଗୁଁ ହୋଇପାରେ । କର୍ଣ୍ଣ କୌଣସି ବ୍ୟକ୍ତି ବା ବିଶେଷକରି ଏକ ଶିଶୁର ଜ୍ଵର ବା ଶର୍ଦ୍ଦି ଜନିତ ଅସୁସ୍ଥତାର ପରୀକ୍ଷା କଲାବେଳେ, ସର୍ବଦା ତାର କାନ ପୀଡା ବା ସଂକ୍ରମଣର ଲକ୍ଷଣଗୁଡିକ ପରୀକ୍ଷା କରନ୍ତୁ । କାନଙ୍କୁ ମକଚି ବା ଟଣାଟାଣି କରି ଯଦି ଶିଶୁଟି ପ୍ରବଳ ଭାବେ କାନ୍ଦୁଥାଏ, ତେବେ ତା’ର କାନ ସଂକ୍ରମଣ ହୋଇଥାଏ ବାହ୍ୟକର୍ଣ୍ଣ ପଛପାଖ ଚର୍ମ ଯଦି ଲାଲ ଦେଖାଯାଉଥାଏ, ତେବେ ସେହି ଜାଗାଟିକୁ ଚିପାନ୍ତୁ । ଯଦି ଭୀଷଣ କଷ୍ଟ ହୁଏ ତେବେ ହାଡ ସଂକ୍ରମିତ ହୋଇଛି ବୋଲି ଜଣାପଡେ । ଏହାଦ୍ଵାରା ରୋଗୀକୁ ଭୀଷଣ ଜ୍ଵର ହୁଏ ଓ ସେ ଭୀଷଣ ଦୁର୍ବଳ ଦେଖାଯାଏ। କର୍ଣ୍ଣର ଅଭ୍ୟନ୍ତର ଦେଖିବା ପାଇଁ ଆପଣଙ୍କ ଆଙ୍ଗୁଠି ସହଜୟାରେ କାନଟିକୁ ଧୀରେ ଭିଡନ୍ତୁ ଏବଂ ଏହାଦ୍ଵାରା ଯଦି କଷ୍ଟ ବଢିଯାଏ, ତେବେ କର୍ଣ୍ଣନାଲୀ ସଂକ୍ରମିତ ହୋଇଥାଏ । କର୍ଣ୍ଣର ଅତ୍ୟନ୍ତ ଲାଲ ଦେଖାଯାଉଛି କି ପୂଯେଇଛି, ତାହା ଲକ୍ଷ୍ୟ କରନ୍ତୁ, ସେଥିପାଇଁ ଛୋଟ ଟର୍ଚ୍ଚ ଲାଇଟ ଟିଏ ସାହାଯ୍ୟ କରିବା । କିନ୍ତୁ କେବେ ବି କାଠି, ତାର କିମ୍ବା ଅନ୍ୟାନ୍ୟ କୌଣସି ଟାଣୁଆ ଜିନିଷ କାନ ଭିତରେ ପୁରାନ୍ତ ନାହିଁ । ଜଣେ ଠିକ ଭାବେ ଶୁଣିପାରୁଛି କି ନାହିଁ, ଅଥବା ଗୋଟିଏ ଆର କାନ ଅପେକ୍ଷା କମ୍ ଶୁଣାଯାଉଛି କି? ପରୀକ୍ଷା କରି ଦେଖନ୍ତୁ । ନାକ ଓ ନାଳୀ ଘା’ ନାକର କୌଣସି ବିକୃତି ଫୁଲା ବା ଲାଲ ରଙ୍ଗ ନିରୀକ୍ଷଣ କରନ୍ତୁ । ନାକଭିତର ଦେଖନ୍ତୁ । ବ୍ୟକ୍ତିକୁ କୁହନ୍ତୁ, ବେକ ପଛପଟକୁ ନୁଆଁଇ ରଖିବା ପାଇଁ ଯାହାଦ୍ଵାରା ଆପଣ ନାକରେ ସିଙ୍ଘାଣି, ପୂଜ ରକ୍ତ ଫୁଲା ଇତ୍ୟାଦି ଜାଣିପାରିବେ । ଆଖି ପତାର ଭିତର ପଟେ ହାତ ଦେଇ ନାଳୀ ଘା’ ହୋଇଛି କି ନାହିଁ ଜାଣିପାରିବେ । ଯଦି ବ୍ୟକ୍ତି ଯନ୍ତ୍ରଣା ହୁଏ ନାକରୁ ଲାଳ ଲକ୍ଷଣ ହେଉଥାଏ ତେବେ ତାହାକୁ ନାଳୀ ଘା’ ହୋଇଥାଇପାରେ । ପାଟି, ଜିହ୍ଵା ଓ ଗଲା ଜଣେ ଅତି ଅସୁସ୍ଥ ଦେଖାଯାଉ ନ ଥିଲେ ମଧ୍ୟ ତା’ର ପାଟି, ଜିହ୍ଵା ଓ ଗଳା ପରୀକ୍ଷା କରିନିଅନ୍ତୁ । ଓଠ ଓଠରେ କୌଣସି ଆବୁ, ଘା ହୋଇଛି କି ନାହିଁ ଦେଖନ୍ତୁ । ଓଠରେ କର୍କଟ ରୋଗ ସାଧାରଣତଃ ତଳ ଓଠରେ ହୋଇଥାଏ । ଏହା ମୁଖ କର୍କଟ ରୋଗର ସାଧାରଣ ଅବସ୍ଥାଅଟେ । ପାଟି ଯଦି ପାଟିର କାଳରେ ଫାଟ ଓ ଘା’ ହେଉଥାଏ ତେବେ ତାହା ଖାଦ୍ୟସାର ବା ଭିଟାମିନ୍ ଅଭାବରୁ ହୋଇଥାଏ । ଜିଭ ଜିଭର ରଙ୍ଗ ଓ ରୂପ ଦୃଷ୍ଟି ଦିଅନ୍ତୁ: ମହିଳା ଓ ଚିକକଣ ହୋଇଥିଲେ – ରକ୍ତଶୂନ୍ୟତା ନୀଳ ଦେଖାଯାଉଥିଲେ – ଶ୍ଵାସକ୍ରୀୟା କିମ୍ବା ହୃଦପିଣ୍ଡଜନିତ ସମସ୍ୟା ଜିଭ ଶୁଖିଲା ଦେଖାଯାଉଥିଲେ – ଶରୀରର ଜଳୀୟ ଅଂଶ କମିଯିବାର ଲକ୍ଷଣ ଜିଭ ଉପରେ ଛୋଟ ଛୋଟ ଧଳା ଚକଡା ଥିଲେ - ଛତୁ ଜାତୀୟ ସଂକ୍ରମଣ ଜିଭ ପାଟି ଭିତରେ କୌଣସି ପୁରୁଣା ଘା ଶୁଖୁ ନଥିଲେ, ତାହା କର୍କଟରୋଗ । କଡା ପାନ ( ପାନପତ୍ର ସହିତ ଚୂନ ଓ ଅତ୍ୟଧିକ ଧୂଆଁପତ୍ର) ଖାଉଥିବା ଲୋକମାନଙ୍କ କ୍ଷେତ୍ରରେ ଏହା ଅତି ସାଧାରଣ । ତେଣୁ ଏ କ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କର ପରାମର୍ଶ ଗ୍ରହଣ କରନ୍ତୁ । ଗଳା ଗଳାର ଭିତର ଅଂଶ ଦେଖିବାକୁ ଚାହିଁଲେ ଗୋଟିଏ ଚାମଚର ପଛପଟେ ଜିଭକୁ ଦବେଇ ରଖନ୍ତୁ ଓ ଟଚ୍ଚ ଆଲୁଅରେ ଦେଖନ୍ତୁ । ଗଳା ଭିତରେ ଜିଭର ଦୁଇପାଖରେ ଥିବା ଉଚ୍ଚ ମାଂସକୁ ଟନସିଲ କୁହାଯାଏ। ଟନସିଲ ଆକ୍ରାନ୍ତ ହେଲେ ତାହାକୁ ଟନସିଲ କୁହାଯାଏ । ଟନସିଲ ବଢିଗଲେ ପିଲାଙ୍କୁ ଜ୍ଵର ହୁଏ ଓ ଏହା ପିଲାଙ୍କୁ ଜ୍ଵର ହେବାର ଏକ ପ୍ରଦାନ କାରଣ । ଛୋଟ ଛୁଆଙ୍କର ଗଳା ଓ ଟନସିଲରେ ଧଳା ବା ପାଉଁଶଆ ରଙ୍ଗର ଚକଡାମାନ, ଥିଲେ ତାହା ଡିପଥେରିଆ । ଦାନ୍ତ ଓ ମାଢି ଦାନ୍ତ ମୂଳ ଫୁଲା, ସଂକ୍ରମଣ, ଲାଲ ଦେଖାଯିବା ବା ରକ୍ତ ବାହାରୁକି କି ନାହିଁ ଦେଖନ୍ତୁ । ବେକ ବେକର ଲସିକା ଗ୍ରନ୍ଥି ଫୁଲିବା ଦେଖନ୍ତୁ । ବେକର ସିରା ହୃତ ଗତିରେ ଯଦି ସ୍ପନ୍ଦିତ ହେଉଥାଏ । ଏହା ହୃଦ ସମସ୍ୟାର କାରଣ ହୋଇପାରେ । ବେକ କଡ ଓ ପଛ ପାଖର ଲସିକା ଗ୍ରନ୍ଥି ଦେଖନ୍ତୁ । ସାଧାରଣ ବ୍ୟକ୍ତିଙ୍କର ଛୋଟ ଯନ୍ତ୍ରଣାହୀନ ଗ୍ରନ୍ଥି ଥାଏ । ଯନ୍ତ୍ରଣାଦାୟାକ ଗ୍ରନ୍ଥି ଅର୍ଥ ପ୍ରଦାହ । କଠିନ ବା ଗତିହୀନ ଗ୍ରନ୍ଥି କର୍କଟ ରୋଗ ହୋଇପାରେ । ବ୍ୟଥା ହେଉଥିବାର ନିର୍ଦ୍ଦିଷ୍ଟ ସ୍ଥାନକୁ ଜାଣିପାରିଲେ, ଅନେକ ସମୟରେ ବ୍ୟଥା ହେବାର କାରଣ ଜଣାପଡିଥାଏ । ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ୍ ଆସୋସିଏସନ