ବିଷକ୍ରିୟା ଅନେକ ଛୋଟଛୁଆ ବିଷାକ୍ତ ପଦାର୍ଥ ଖାଇବାଦ୍ଵାରା ମୃତ୍ୟୁମୁଖରେ ପଡିଥାନ୍ତି । ଆପଣଙ୍କ ପିଲାମାନଙ୍କର ସୁରକ୍ଷାପାଇଁ ନିମ୍ନଦତ୍ତ ସତର୍କତା ଗୁଡିକ ଅବଲମ୍ବନ କରନ୍ତୁ । ଚର୍ମରେ ବି ଲାଗିଲେ ଏହା ଶୋଷିତ ହୋଇଯାଏ (ଯଥା – ପୋକମରା ଔଷଧ ସବୁ) । ନିଶ୍ଵାସରେ ଶୁଙ୍ଘିଲେ ଏହା ଫୁସ୍ ଫୁସ୍ ରେ ଶୋଷିତ ହୁଏ ଓ ପାଟିରେ ଖାଇଲେ ମଣିଷ ମରିଯାଏ। କିରୋସିନ, ଗ୍ୟାସେଲିନ ବା ଅନ୍ୟାନ୍ୟ ବିଷାକ୍ତ ପଦାର୍ଥକୁ କୌଣସି ପାନୀୟ ବୋତଲରେ ରଖନ୍ତୁ ନାହିଁ, କାରଣ ଛୁଆମାନେ ହୁଏତ ସେଗୁଡିକ ପିଇବାକୁ ଚେଷ୍ଟା କରିପାରନ୍ତି । ପିଲା ମାନଙ୍କର ହାତପାଆନ୍ତାରେ କୌଣସି ବିଷାକ୍ତ ଜିନିଷ ରଖନ୍ତୁ ନାହିଁ । କେତେକ ସାଧାରଣ ବିଷ ପ୍ରତି ଦୃଷ୍ଟିଦିଅନ୍ତୁ :- ମୂଷାମରା ବିଷ ଡି.ଡି.ଟି., ଲିଣ୍ଡେନ, ସିପଡିପ, ଏନଡ୍ରେକ୍ସ, ଫଲିଡଲ ଓ ଅନ୍ୟାନ୍ୟ କୀଟନାଶକ ଔଷଧ ଔଷଧ (ଅଧିକ ମାତ୍ରାରେ ଖିଆ ଯାଉଥିବା ଯେ କୌଣସି ଔଷଧ, ଲୌହ ବଟିକା, ଆସ୍ପିରିନ କିମ୍ବା ପାରାସିଟାମାଲ ସେବନ କରିବାବେଳେ ବିଶେଷ ଯତ୍ନ ନିଅନ୍ତୁ ) ବ୍ଲିଚ ଓ ଡିଟରଜେଣ୍ଟ ରବିଙ୍ଗ ବା ଉଡ ଆଲକହଲ ରଙ୍ଗ କିରୋସିନ, ଗ୍ୟାସୋଲିନ, ପେଟ୍ରୋଲ ଦୂଷିତ ଖାଦ୍ୟ ଜଡା ମଞ୍ଜି ଆୟୋଡିନର ଟିଙ୍କଚର ସିଗାରେଟ୍ସ ବିଷାକ୍ତ ପତ୍ର, ମଞ୍ଜି ବା କୋଳ ବା ଛତୁ ବ୍ୟବହୃତ ଦିଆସିଲ କାଠି – କାଠି ଅଗ୍ରଭାଗରେ ଥିବା ରଞ୍ଜକ ବିଷାକ୍ତ ଅଟେ। ସୋଡା ବା ଲାଇ ଲୁଣ – ଶିଶୁ ଓ ଛୋଟ ପିଲା ଅଧିକ ଲୁଣ ଖାଇଲେ ଅସୁବିଧା ହୁଏ। ଚିକିତ୍ସା ବିଷ ବୋଲି ସନ୍ଦେହ କରିବା ମାତ୍ରେ ହିଁ ସଙ୍ଗେ ସଙ୍ଗେ ନିମ୍ନମତ୍ତେ କରନ୍ତୁ : ଚେତା ଥିବା ବ୍ୟକ୍ତି କ୍ଷେତ୍ରରେ : ବ୍ୟକ୍ତି ବିଶେଷଙ୍କୁ ବାନ୍ତି କରାଇ ନିଅନ୍ତୁ । ଆପଣଙ୍କ ଆଙ୍ଗୁଠି ତାଙ୍କ ତଣ୍ଟି ଭିତରକୁ ଭର୍ତ୍ତି କରନ୍ତୁ ବା ଗୋଟିଏ ଚାମଚରେ ତାଙ୍କର ତଣ୍ଟିର ପାଶ୍ଚାତ ଭାଗକୁ ସଲସଲ କରନ୍ତୁ ବା ଗରମ ପାଣିରେ ଲୁଣ ମିଶାଇ ପିଇବାକୁ ଦିଅନ୍ତୁ । ଯଦି ତାଙ୍କର ବାନ୍ତି ନ ହୁଏ, ତେବେ ତାଙ୍କୁ ଗୋଟିଏ ଖଟ ଉପରେ ଶୁଆଇ ଦିଅନ୍ତୁ। ତାଙ୍କ ପାଟି ବାଟ ଦେଇ ଗୋଟିଏ ତୈଳାକ୍ତ ନଳୀ ଭର୍ତ୍ତି କରନ୍ତୁ ଓ ସେଥିରେ ଗୋଟିଏ କାହାଳୀ ଲଗାଇ, ତା ମାଧ୍ୟମରେ ୧ ରୁ ୨ ଲିଟର ପର୍ଯ୍ୟନ୍ତ ଲୁଣ ପାଣି ଭର୍ତ୍ତି କରନ୍ତୁ । ତା ପରେ ପାକସ୍ଥଳୀ ନଳୀର ମୁଣ୍ଡକୁ ଖଟ ଉଚ୍ଚତାର ନିମ୍ନକୁ ନେଇ ଆସନ୍ତୁ, ଏହାଦ୍ଵାରା ପେଟରେ ଥିବା ସମସ୍ତ ତରଳ ପଦାର୍ଥ ବାହାରି ଆସିବ । ପେଟରୁ ବାହାରୁଥିବା ତରଳ ପଦାର୍ଥ ପରିଷ୍କାର ଦେଖାଯିବା ପର୍ଯ୍ୟନ୍ତ ଏହିପରି କରନ୍ତୁ । ସେ ଯେତେ ପାରିବେ ତାଙ୍କୁ ସେତେ ଦୁଧ ପିଇବାକୁ ବା ଫେଣ୍ଟା ହୋଇଥିବା ଅଣ୍ଡା ବା ପାଣିରେ ଅଟା ଗୋଳାଇ ପିଇବାକୁ ଦିଅନ୍ତୁ । ଯଦି ସମ୍ଭବ ହୁଏ, ତେବେ ତାଙ୍କୁ ଏକ ଟେବଲ ଚାମଚ ଅଙ୍ଗାରପୂର୍ଣ୍ଣ ମଧ୍ୟ ଦିଅନ୍ତୁ । ତାଙ୍କୁ ଏହିପରି ଦୁଧ, ଫେଣ୍ଟା ହୋଇଥିବା ଅଣ୍ଡା ଓ ଅଟା ମଣ୍ଡ ବାନ୍ତି ବନ୍ଦ ହେବା ପର୍ଯ୍ୟନ୍ତ ଦେଇ ଚାଲନ୍ତୁ । ଯଦି ବ୍ୟକ୍ତି ଅଚେତ ହୋଇଥାନ୍ତି ତାଙ୍କୁ ବାନ୍ତି କରାନ୍ତୁ ନାହିଁ ଯଦି ତାଙ୍କର ଶ୍ଵାସକ୍ରିୟା ବନ୍ଦ ହୋଇଯାଏ,ତେବେ ମୁହଁରେ ମୁହଁ ଲଗାଇ ତାଙ୍କର ଶ୍ଵସକ୍ରିୟା ସମ୍ପାଦନ କରନ୍ତୁ। ସଙ୍ଗେ ସଙ୍ଗେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ। ସତର୍କତା ଯଦି ସେହି ବ୍ୟକ୍ତି କିରୋସିନ, ଗ୍ୟାସୋଲିନ, ପେଟ୍ରୋଲ ବା ତେଜୀୟାନ ଅମ୍ଳ ଅଥବା କ୍ଷୀର ବା ଲାଇ ପରି କ୍ଷୟ ସୃଷ୍ଟିକାରୀ ପଦାର୍ଥ ଖାଇଥାନ୍ତି, କିମ୍ବା ଯଦି ସେ ସଜ୍ଞାହୀନ ଅବସ୍ଥାରେ ଥାନ୍ତି ତେବେ ତାଙ୍କୁ ବାନ୍ତି କରାନ୍ତୁ ନାହିଁ । ଯଦି ସେହି ବ୍ୟକ୍ତିଙ୍କୁ ଥଣ୍ଡା ଲାଗୁଥାଏ, ତେବେ ତାଙ୍କୁ ଘୋଡାଇ ଦିଅନ୍ତୁ । ଯଦି ବିଷକ୍ରିୟା ଗୁରୁତର ହୋଇଥାଏ, ତେବେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ । କୀଟନାଶକ ଔଷଧଦ୍ଵାରା ବିଷକ୍ରିୟା ଫସଲ ନଷ୍ଟ କରୁଥିବା ବିଭିନ୍ନ କୀଟ ଯଥା : ମୂଷା, ପୋକ ଇତ୍ୟାଦି ବା ରୋଗ ବ୍ୟାପିବାରେ ସାହାଯ୍ୟ କରୁଥିବା ମଶା, ମାଛି ଇତ୍ୟାଦିଙ୍କୁ ନାଶ କରିବା ପାଇଁ କୀଟନାଶକ ଔଷଧ ବ୍ୟବହାର କରାଯାଇଥାଏ, ଉପଯୁକ୍ତ ସତର୍କତା ଅବଲମ୍ବନ ନ କରି ଏହାକୁ ଖାମଖିଆଲ ଭାବରେ ବ୍ୟବହାର କରିବା ଯୋଗୁଁ ବା ଏହାକୁ ଛିଞ୍ଚିଲାବେଳେ ନାକ, ପାଟି ଇତ୍ୟାଦି ଘୋଡାଇ ନ ରଖିବା ଯୋଗୁଁ ବା ଘରେ ଏହାକୁ ଛିଞ୍ଚିଲାବେଳେ ଖାଦ୍ୟ ପଦାର୍ଥ ଓ ପାଣି ଇତ୍ୟାଦିକୁ ଉପଯୁକ୍ତ ଭାବେ ନ ଘୋଡାଇବା ଯୋଗୁଁ ଏହି ବିଷକ୍ରିୟା ସଂଘଟିତ ହୋଇଥାଏ। କୀଟନାଶକ ଔଷଧ ଜନିତ ବିଷକ୍ରିୟାର ଲକ୍ଷଣ ଅନ୍ୟାନ୍ୟ ଟକ୍ସିକ ପ୍ରତିକ୍ରିୟା ମୁଣ୍ଡବିନ୍ଧା ଭୀଷଣ ଅସୁସ୍ଥ ବାନ୍ତି ଅନ୍ଧ ତଳିପେଟରେ କଷ୍ଟ ବନ୍ଧ୍ୟା ଅଙ୍ଗ ପ୍ରତ୍ୟଙ୍ଗ ଛଟାଛଟି ସହିତ ମୂର୍ଚ୍ଛା ପକ୍ଷାଘାତ ପ୍ରଘାତର ଲକ୍ଷଣ ଜନ୍ମ ତୃଟି ଶ୍ଵାସକ୍ରିୟାରେ ବ୍ୟାଘାତ କର୍କଟ ରୋଗ ଚେତା ହରାଇବା ଯଦି ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରା ନ ଯାଏ, ତେବେ ସେହି ବ୍ୟକ୍ତି ମୃତ୍ୟୁମୁଖରେ ପଡନ୍ତି । କୀଟନାଶକ ବିଷକ୍ରିୟା ପାଇଁ କ’ଣ କରିବେ ? ଯଦି ବ୍ୟକ୍ତି ନିଶ୍ଵାସ ନେଉ ନାହିଁ ତେବେ ପାଟିରୁ ପାଟି ନିଶ୍ଵାସ ପ୍ରକ୍ରିୟା ସମ୍ପାଦନ କରନ୍ତୁ । ପୁଣିଥରେ ବିଷକ୍ରିୟା ସଂଘଟିତ ହେବାର ଆଶଙ୍କା ଥିବା ଜାଗାରୁ ତାଙ୍କୁ ଦୂରେଇ ନିଅନ୍ତୁ । ଯଦି ସେ ଅଙ୍ଗ ପ୍ରତ୍ୟଙ୍ଗ ଛଟାଛଟି କରିବା ସହିତ ମୂର୍ଚ୍ଛା ଯାଉଥାନ୍ତି, ତେବେ ତାଙ୍କୁ ସିଡେଟିଭ ବା ନିଦ କରେଇ ଦେବା ଔଷଧ ଦିଅନ୍ତୁ ଓ ଅହିକ କିଛି କ୍ଷତି ହେବାକୁ ବା ତାଙ୍କୁ ଜିଭ କାମୁଡିହେବାକୁ ଦିଅନ୍ତୁ ନାହିଁ । ଚଉଡା ଥିବା ତଉଲିଆ ବା ଚାମଚ ତାଙ୍କ ପାଟିରେ ରଖିଲେ ରୋଗୀ ଜିଭ କାମୁଡି ପାରିବ ନାହିଁ । ତାଙ୍କୁ ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଆନ୍ତୁ । ଖୁବ୍ ଶୀଘ୍ର ଚିକିତ୍ସା କରା ନ ଗଲେ ସେ ନିଶ୍ଚୟ ମରିଯିବେ । ରୋଗୀକୁ ଅଙ୍ଗାର ଗୁଣ୍ଡ ବା ଅଣ୍ଡା ଭିତର ଧଳା ଅଂଶକୁ ଦେଲେ ପାକସ୍ଥଳୀର ବିଷ ନଷ୍ଟ ହୋଇଥାଏ । କିନ୍ତୁ ରୋଗୀ କେଉଁ ପ୍ରକାରର ବିଷ ଖାଇଛି ତାହା ଯଦି ଆପଣ ଜାଣି ନାହାନ୍ତି ତେବେ ତାଙ୍କର ବାନ୍ତି ହେବାପାଇଁ ଚେଷ୍ଟା କରନ୍ତୁ ନାହିଁ । ବିଷକ୍ରିୟାର ପ୍ରତିରୋଧପାଇଁ କ’ଣ କରିବେ ? କୀଟନାଶକ ଔଷଧ ବ୍ୟବହାର କଲାବେଳେ ହାତରେ ରବର ଦସ୍ତାନା ପିନ୍ଧନ୍ତୁ ବା ପଲିଥିନ୍ ଗୁଡାଇ ଦିଅନ୍ତୁ। କୀଟନାଶକ ଔଷଧ ଛିଞ୍ଚିଲାବେଳେ ମୁହଁ ଓ ନାକକୁ ଖଣ୍ଡିଏ କପଡା ଦ୍ଵାରା ଆଚ୍ଛାଦିତ କରି ରଖନ୍ତୁ। ଯେ କୌଣସି କୀଟନାଶକ ଔଷଧ ବ୍ୟବହାର କରିସାରିଲା ପରି ସାବୁନ ଓ ପାଣି ସାହାଯ୍ୟରେ ହାତକୁ ଭଲରୂପେ ପରିଷ୍କାର କରନ୍ତୁ। ଆପଣଙ୍କ ଘରେ କୀଟନାଶକ ପଦାର୍ଥ ସିଞ୍ଚନ କଲାବେଳେ ଖାଦ୍ୟ ପଦାର୍ଥ ଓ ପିଇବା ପାଣିକୁ ଘୋଡାଇ ରଖନ୍ତୁ। କୀଟନାଶକ ଔଷଧ ଚର୍ମ ମାଧ୍ୟମରେ ମଧ୍ୟ ଦେହ ଭିତରକୁ ଯାଇଥାଏ। ତେଣୁ ଖାଲି ହାତରେ କୀଟନାଶକ ଔଷଧକୁ ଛୁଅନ୍ତୁ ନାହିଁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ