ନାକରୁ ରକ୍ତ ସ୍ରାବ ହେଲେ କ'ଣ କରିବେ ? ଧୀରସ୍ଥିର ହୋଇ ବସନ୍ତୁ । ଦଶମିନିଟ ପର୍ଯ୍ୟନ୍ତ ବା ରକ୍ତସ୍ରାବ ବନ୍ଦ ହେବା ପର୍ଯ୍ୟନ୍ତ ନାକକୁ ଚିପି ଧରନ୍ତୁ । ଏହା ଯଦି ରକ୍ତସ୍ରାବ ନିୟନ୍ତ୍ରଣ ନକରେ, ମେଞ୍ଚାଏ ତୁଳାକୁ ବିଣ୍ଡା କରି, ତା’ର କିଛି ଅଂଶ ବାହାରକୁ ରଖି ନାକପୁଡା ଭିତରେ ଭର୍ତ୍ତି କରନ୍ତୁ । ଯଦି ସମ୍ଭବ ହୁଏ ସେହି ତୁଳାକୁ ହାଇଡ୍ରୋଜେନ ପେରକସାଇଡ, ଭେସ୍ ଲିନ୍, କାର୍ଡନ କାକଟସ୍ ରସ ବା ଏପିନେଫ୍ରାଇନ ସହିତ ଲିଡୋକେନ ମିଶାଇ ଭିଜାଇ ଦିଅନ୍ତୁ। ତା’ପରେ ପୁଣିଥରେ ନାକକୁ ଭଲଭାବେ ଚାପି ଧରନ୍ତୁ । ୧୦ ମିନିଟ୍ ବା ରକ୍ତସ୍ରାବ ବନ୍ଦ ହେବା ପର୍ଯ୍ୟନ୍ତ ସେହିପରି ଧରନ୍ତୁ । ମୁଣ୍ଡକୁ ସିଧା ଉପରକୁ ରଖନ୍ତୁ । ରକ୍ତସ୍ରାବ ବନ୍ଦ ହେବାର କିଛି ଘଣ୍ଟା ପର୍ଯ୍ୟନ୍ତ ତୁଳା ବିଣ୍ଡାକୁ ବାହାର କରନ୍ତୁ ନାହିଁ ଓ ତା’ପରେ ଅତି ଯତ୍ନର ସହିତ ତୁଳା ବିଣ୍ଡାକୁ ବାହାର କରି ନିଅନ୍ତୁ । ନାକ ଖୋଳନ୍ତୁ ନାହିଁ ବା ଜମାଟ ବାନ୍ଧିଥିବା ରକ୍ତକୁ ବାହାର କରନ୍ତୁ ନାହିଁ ଏହାଦ୍ଵାରା ପୁଣିଥରେ ରକ୍ତସ୍ରାବ ହେବ । ବିଶେଷତଃ ବୃଦ୍ଧଲୋକମାନଙ୍କ କ୍ଷେତ୍ରରେ ନାକର ପାଶ୍ଚାତ ଭାଗରୁ ରକ୍ତସ୍ରାବ ହୋଇଥାଏ ଓ ନାକକୁ ଚିପି ଧରିବା ଦ୍ଵାରା ବନ୍ଦ ହୁଏ ନାହିଁ । ଏ କ୍ଷେତ୍ରରେ ଦାନ୍ତ ମଝିରେ ସୋଲ, ଜହ୍ନି ବା ମକା ଭୁଣ୍ଡି ଛାପି ରଖି ସାମ୍ନାକୁ ଝୁଙ୍କି ଧୀରସ୍ଥିର ହୋଇ ବସି ରହନ୍ତୁ ଓ ରକ୍ତସ୍ରାବ ବନ୍ଦ ନ ହେବା ପର୍ଯ୍ୟନ୍ତ ନ ଢୋକିବାକୁ ଚେଷ୍ଟା କରନ୍ତୁ । (ପାଟି ମେଲା ରହିବାଦ୍ଵାରା ଢୋକି ହୁଏ ନାହିଁ ଓ ରକ୍ତ ଜମାଟ ବାନ୍ଧିବା ପାଇଁ ସୁଯୋଗ ମିଳିଥାଏ ।) ପ୍ରତିଷେଧକ ଯଦି ଜଣେ ବ୍ୟକ୍ତିର ନାକରୁ ବାରମ୍ବାର ରକ୍ତ ବାହାରେ, ତେବେ ଦିନକୁ ଦୁଇଥର ଅଳ୍ପ କିଛି ଭେସଲିନ୍ ତାଙ୍କ ନାକ ପୁଡା ଭିତରେ ଲେପନ କରନ୍ତୁ କିମ୍ବା ପାଣିରେ ଅଳ୍ପ ଲୁଣ ମିଶାଇ ଏହାକୁ ନାକରେ ଶୁଙ୍ଘନ୍ତୁ । କମଳା, ଟମାଟୋ ବା ଅନ୍ୟାନ୍ୟ ଫଳ ଖାଇବାଦ୍ଵାରା ରକ୍ତବାହୀ ଶୀରା ମଜବୁତ ହୋଇ ନାକରୁ ରକ୍ତ ପଡିବା କମିଯାଏ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏ