ଶରୀରର ଉତ୍ତାପ କମିଯିବା (ହାଇପୋଥର୍ମିଆ) ଥଣ୍ଡାରେ ବା ଥଣ୍ଡା ଜଳବାୟୁରେ ବା ଶୀତ, ବର୍ଷା, ବତାସ ପାଗରେ ଯେଉଁ ବ୍ୟକ୍ତିମାନେ ଉପଯୁକ୍ତ ପରିମାଣର ଗରମ ପୋଷାକ ନ ପିନ୍ଧନ୍ତି, ସେମାନଙ୍କ ଶରୀରର ଉତ୍ତାପ କମିଯାଏ । ଏହା ବହୁତ ବିପଦଜନକ। ବେଳେବେଳେ ବ୍ୟକ୍ତି କିଛି ଜାଣିପାରେ ନାହିଁ ଯେ ତା’ର କ’ଣ ହୋଇଯାଉଛି ? ଏପରିକି ସେ ଏପରି ଭାବରେ ଥଣ୍ଡାରେ ଆକ୍ରାନ୍ତ ହୋଇଯାଏ, ଯାହାଦ୍ୱାରା ସେ ଅନ୍ୟକୁ ସାହାଯ୍ୟ ପାଇଁ କହିପାରେ ନାହିଁ ଓ ଶେଷରେ ମରିଯାଏ । ଲକ୍ଷଣ ଜୋରରେ ଥରିବା ପାଟି ଖନି ମାରିବା ଚାଲିଲାବେଳେ ଥରିବା ଠିକ୍ ଭାବରେ ଚିନ୍ତା କରି ନ ପାରିବା। ଦୁର୍ବଳ ଅନୁଭବ କରିବା ବ୍ୟକ୍ତିକୁ ତୁରନ୍ତ ଶୁଖିଲା ଓ ଉଷୁମ ଜାଗାକୁ ନେଇଯାଆନ୍ତୁ । ଯଦି ତାଙ୍କର ଲୁଗାପଟା ଓଦା ହୋଇଛି ତାକୁ କାଢି ଶୁଖିଲା ପୋଷାକ ପିନ୍ଧାଇଦିଅନ୍ତୁ । ଦେଖନ୍ତୁ ତାଙ୍କର ଯେପରି ମୁଣ୍ଡ, ହାତ, ଗୋଡ ଘୋଡାଇ ହୋଇ ରୁହେ । ଛୋଟ ଛୋଟ ଗୋଡି ଗରମ କରି ଗୋଟିଏ କନାରେ ଗୁଡାଇ ତାଙ୍କର ଛାତି, ପେଟ, ପିଠିରେ ରଖନ୍ତୁ । ଚିକିତ୍ସା ବ୍ୟକ୍ତିଙ୍କୁ ଉଷୁମ ରଖିବା ପାଇଁ ପଦକ୍ଷେପ ନିଅନ୍ତୁ । ଯଦି ଛୋଟ ପିଲା, ତେବେ ତାକୁ ଆପଣଙ୍କ ଦେହରେ ଜାକି ଧରନ୍ତୁ । ବା ତାକୁ ନିଜ ବାହୁରେ ଜାବୁଡି ଧରି ଶୁଅନ୍ତୁ । ଯଦି ସମ୍ଭବ, ସେହି ପିଲାର ଅନ୍ୟ ପାର୍ଶ୍ଵରେ ଆଉ ଜଣେ ଶୋଇପଡନ୍ତୁ ଓ ଯଦି ଖଟ ଅଛି ଖଟ ତଳେ କିଛି କୋଇଲା କିମ୍ବା ଲଣ୍ଠନ ଜାଳି ରଖନ୍ତୁ । (ସାବଧାନ – ଏହା ଅତି ଗରମ ବା ଜାଳି ନ ପକାଏ)। ମିଠା ଜିନିଷ ଖାଇବାକୁ ଦିଅନ୍ତୁ ଯଥା – ଚିନି, ମିଶ୍ରି, ମହୁ, ମିଠା ପାଚିଲା ଫଳ ବା ଫଳରସ । ଯଦି ମିଠା ଜିନିଷ କିଛି ନାହିଁ ତେବେ ଭାତ, ରୁଟି, କଦଳୀ, ଆଳୁ ଖାଇବାକୁ ଦିଅନ୍ତୁ । ଯଦି ଏହା କଲାପରେ ବି ଲୋକଟି ଥରେ ବା ତା’ଠାରେ ଉପରୋକ୍ତ ଲକ୍ଷଣ ଥାଏ ବା ଅଜ୍ଞାନ ହୋଇଯାଏ, ତେବେ ତା’ର ଦେହରେ ଉଷୁମ ଆଣିବା ପାଇଁ ଚେଷ୍ଟା କରନ୍ତୁ ଓ ଡାକ୍ତରୀ ସହାୟତା ଶୀଘ୍ର ନିଅନ୍ତୁ । ପିଲା ଓ ଅସୁସ୍ଥ ବ୍ୟକ୍ତି ମାନଙ୍କର ଶରୀରରେ ସ୍ୱଳ୍ପ ଉତ୍ତାପ ବେଳେବେଳେ ବିଶେଷ କରି ଥଣ୍ଡା ପାଗରେ, ଛୋଟ ପିଲା ଓ ଅସୁସ୍ଥ ବ୍ୟକ୍ତି, ବୃଦ୍ଧ, ରୋଗୀ, ଦୁର୍ବଳ ଓ କୁପୋଷଣ ବ୍ୟକ୍ତିମାନେ ଶୀଘ୍ର ଉତ୍ତାପ ହରାନ୍ତି । ଶରୀରର ଉତ୍ତାପ ସାଧାରଣ ଉତ୍ତାପଥାରୁ ବହୁତ ତଳକୁ ଖସିଯାଏ ଯାହାଦ୍ୱାରା ପୂର୍ବ ପୃଷ୍ଠାରେ ବର୍ଣ୍ଣିତ ଲକ୍ଷଣ ସବୁ ପ୍ରକାଶ ପାଏ ଓ ରୋଗୀ ମରିଯାଇପାରେ। ଏପରି କ୍ଷେତ୍ରରେ ସେମାନଙ୍କର ଶରୀରରେ ଉତ୍ତାପ ଆଣିବା ପାଇଁ ପୂର୍ବ ବର୍ଣ୍ଣିତ ଉପାୟଦ୍ଵାରା ଚେଷ୍ଟା କରନ୍ତୁ । ଚର୍ମ ବରଫା ହୋଇଯିବା (ତୁଷାର କ୍ଷତ) ଥଣ୍ଡା ପାଗରେ ଯଦି ଜଣେ ବ୍ୟକ୍ତି ଠିକ୍ ଭାବରେ ପୋଷାକ ନ ପିନ୍ଧେ ତାର ହାତ, ଗୋଡ, କାନ ଓ ମୁହଁ ଭୀଷଣ ଥଣ୍ଡା ହୋଇଯିବାକୁ ଆରମ୍ଭ କରେ । ଏହାକୁ ତୁଷାର କ୍ଷତ କୁହାଯାଏ । ଏହା ଅତି ମାରାତ୍ମକ। ଚର୍ମ ଅଧିକ ଥଣ୍ଡାହୋଇ ମରିଯାଏ ଓ କଳା ପଡିଯାଏ ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ କାଟିବାକୁ ପଡିଥାଏ । ଲକ୍ଷଣ ଶରୀରର ସେହି ଅଂଶଟି ନିସ୍ତେଜ ଓ ତା’ପରେ ତୀବ୍ର ବେଦନା ଅନୁଭୂତ ହୁଏ । ତା’ପରେ ଯେବେ କ୍ରମଶଃ ତୁଷାର କ୍ଷତ ବଢି ବଢି ଚାଲେ ସେ ଅଂଶର ଅନୁଭବ ଶକ୍ତି ନଷ୍ଟ ହୁଏ । ସେହି ଅଂଶଟି ବିକୃତ ବର୍ଣ୍ଣଯୁକ୍ତ ହୁଏ ଓ ଛୁଇଁଲେ କଠିନ ଜଣାପଡେ । ମୃଦୁ ତୁଷାର କ୍ଷତ ଚିକିତ୍ସା ଯଦି ଚର୍ମ ନରମ ଜଣାପଡୁଛି ତେବେ ଏହା ମୃଦୁ ତୁଷାର କ୍ଷତ ହୋଇପାରେ । ଥଣ୍ଡା ହୋଇଥିବା ଅଂଶକୁ ଶୁଖିଲା କନାରେ ବାନ୍ଧି ଦିଅନ୍ତୁ ଓ ରୋଗୀର ଅନ୍ୟ ଅଙ୍ଗ କିମ୍ବା ଅନ୍ୟ ଜଣକର ଅଙ୍ଗଦ୍ଵାରା ଏହାକୁ ଉଷୁମ କରାନ୍ତୁ । ଯେତେ ଶୀଘ୍ର ସମ୍ଭବ ରୋଗୀକୁ ଉଷୁମ ଜାଗାକୁ ନେଇଯାଆନ୍ତୁ । ହାତ ଓ ଗୋଡ ଉଷୁମ କରାନ୍ତୁ, କାନ ଓ ମୁହଁ ଘୋଡାଇ ରଖନ୍ତୁ । ସତର୍କତା ଏ କ୍ଷେତ୍ରରେ ବ୍ୟକ୍ତିର ଶରୀର ଯେପରି ସଂପୂର୍ଣ୍ଣ ଭାବରେ ଉଷୁମ ରହିପାରିବ ସେଥିପ୍ରତି ସତର୍କ ରୁହନ୍ତୁ। ଗୋଟିଏ ବଡ ପାତ୍ରରେ ହାତକୁ ସୁହାଇଲା ଭଳି ଉଷୁମ ପାଣି ରଖନ୍ତୁ (ଗରମ ପାଣି ନୁହେଁ) । ବ୍ୟକ୍ତିର ଥଣ୍ଡା ହୋଇଥିବା ଜାଗା ଉଷୁମ ହେବା ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଯଦି ପାଣି ଥଣ୍ଡା ହୋଇଯାଏ ତେବେ ଉଷୁମ ପାଣି ମିଶାନ୍ତୁ । ପାଣି ବଦଳାଇବା ସମୟରେ ବ୍ୟକ୍ତିର ରୋଗାଗ୍ରସ୍ତ ଅଙ୍ଗକୁ ବାହାରକୁ ନେଇ ଆସନ୍ତୁ କାରଣ ପାଣି କେତେ ଗରମ ଅଛି । ସେ ଜାଣିପାରେ ନାହିଁ ତେଣୁ ତା’ର ଅଙ୍ଗତି ଜଳିଯାଇପାରେ । ବ୍ୟକ୍ତିର ଥଣ୍ଡା ଜାଗା ଉଷୁମ ହୋଇଗଲେ ଅଧିକ ଯନ୍ତ୍ରଣା ହୁଏ । ତେଣୁ ବ୍ୟକ୍ତିକୁ ଆସ୍ପିରିନ ବା କୋଡିନ ଦିଅନ୍ତୁ । ବ୍ୟକ୍ତିର ଦେହ ଉଷୁମ ହୋଇଗଲେ ତାକୁ ଶୁଖିଲା ଜାଗାକୁ ନେଇଯାଆନ୍ତୁ, ତା’କୁ ପୂର୍ଣ୍ଣ ବିଶ୍ରାମ ଦେଇ ଉଷୁମରେ ରଖନ୍ତୁ । ଘା’ ବା ପୋଡା ଭଳି ଏହି ଥଣ୍ଡା ଜାଗାର ଯତ୍ନ ନିଅନ୍ତୁ ଓ ସେହି ଅଙ୍ଗକୁ ସାବଧାନ ସହକାରେ ଚିକିତ୍ସା କରନ୍ତୁ । ଡାକ୍ତରୀ ସହାୟତା ନିଅନ୍ତୁ । ବେଳେବେଳେ ତୁଷାର କ୍ଷତ ସ୍ଥାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ । ଯେଉଁଥିପାଇଁ ତା’କୁ ଅସ୍ତ୍ରୋପ୍ରଚାର ଦ୍ଵାରା କାଟି ବାହାର କରିଦେବାକୁ ପଡେ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ