ଗୋଧି ଭାରତରେ ପ୍ରାୟ ଛ’ ପ୍ରକାରର ଗୋଧି ଅଛନ୍ତି । ସେମାନଙ୍କର ଲମ୍ବ ପ୍ରାୟ ଦୁଇରୁ ତିନିଫୁଟ ପର୍ଯ୍ୟନ୍ତ । ସେମାନଙ୍କର ପଞ୍ଝା ବହୁତ ମଜଭୁତ ଓ ପଞ୍ଝାରେ ଖୁବ୍ ଶକ୍ତଭାବେ ଧରି ପାରନ୍ତି । ସେମାନଙ୍କର ଜିଭ ସାପ ମାନଙ୍କ ଜିଭ ପରି ଦୁଇକେନା ବିଶିଷ୍ଟ। ଗୋଧି ବିଷଧର ନୁହେଁ ଅଧିକାଂଶ ଲୋକଙ୍କର ଧାରଣା ଯେ ଗୋଟିଏ ଗୋଧିର,ବିଶେଷ କରି ବିଷ କୋପ୍ରା ନାମକ ଗୋଧିର ଶ୍ଵାସକ୍ରିୟା ମଧ୍ୟ ବିଷାକ୍ତ ଅଟେ। ଚିକିତ୍ସା ଗୋଧି କାମୁଡା ପାଇଁ ଆଣ୍ଟିଭେନିସର ଦରକାର ନାହିଁ । ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ଏ ବିଷୟରେ ଧୈର୍ଯ୍ୟର ସହିତ ବୁଝାଇବା ଓ ତାଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ଦରକାର । ତାଙ୍କର ନିଜସ୍ଵ ଭୟ ଯୋଗୁଁ ହିଁ ସେ ଅସୁସ୍ଥ ହୋଇଥାନ୍ତି । (ବିଶ୍ଵାସ ମଣିଷକୁ ଅସୁସ୍ଥ କରି ଦେଇପାରେ ଦେଖନ୍ତୁ)। ବିଛା ଦଂଶନ କେତେକ ବିଛା ଅନ୍ୟ କେତେକ ବିଛାଙ୍କ ଠାରୁ ଯଥେଷ୍ଟ ବେଶୀ ବିଷାକ୍ତ। ପାଞ୍ଚ ବୟସରୁ କମ୍ ବୟସର ପିଲାମାନଙ୍କ କ୍ଷେତ୍ରରେ ବିଛା ଦଂଶନର ପରିଣାମ ବିଶେଷ କରି ଦଂଶନ ଯଦି ମୁଣ୍ଡ ବା ଦେହରେ ହୋଇଥାଏ, ଭୀଷଣ ସାଘାଂତିକ ହୋଇଥାଏ। ବୟସ୍କମାନଙ୍କ କ୍ଷେତ୍ରରେ ପ୍ରଥମଥର ବିଛା ଦଂଶନର ପରିଣାମ ବିପଦଜନକ ନୁହେଁ । କିନ୍ତୁ ଉପଯୁକ୍ତ ଚିକିତ୍ସା କରାନଗଲେ, ଦ୍ଵିତୀୟ ଦଂଶନରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇପାରେ । ପ୍ରଥମ ଦଂଶନ ପରେ ଦେହରେ ଦଂଶନ ପ୍ରତି ଆଲର୍ଜି ସୃଷ୍ଟି ହୋଇଯାଏ । ତେଣୁ ସେହି ବ୍ୟକ୍ତିଙ୍କୁ ପୂର୍ବରୁ ବିଛା ଦଂଶନ କରିଛି କି ନା ଜାଣିବା ଅତି ଗୁରୁତ୍ଵପୂର୍ଣ୍ଣ। ବିଛା କାମୁଡିଲେ ତୀବ୍ର ସ୍ଥାନିକ ଯନ୍ତ୍ରଣା ହୁଏ, କାମୁଡାଜାଗା, ଚାରିପଟେ ଲାଲ ପଡିଯାଏ, ଫୁଲିଯାଏ ଓ କୁଣ୍ଡେଇ ହୁଏ। ପିଲାମାନଙ୍କଠାରେ ପ୍ରଘାତ, ଝାଳ ବୋହିବା, ବାନ୍ତି ହେବା ଏବଂ ନିଶ୍ଵାସରେ କଷ୍ଟ ଆଦି ଲକ୍ଷଣ ପ୍ରକାଶ ପାଇପାରେ । ବିଛା ଦଂଶନ ପାଇଁ କ’ଣ କରିବେ? ଯଦି ଜଣେ ବୟସ୍କଙ୍କ କ୍ଷେତ୍ରରେ ଏହା ପ୍ରଥମ ଥର ତେବେ ନିମ୍ନମତ୍ତେ କରନ୍ତୁ : - ଆସ୍ପିରିନ ଦିଅନ୍ତୁ ଓ ଯଦି ସମ୍ଭବ ହୁଏ ଦଂଶିତ ଜାଗାର ଚତୁଃପାର୍ଶ୍ଵରେ ବରଫ ଦିଅନ୍ତୁ ଏବଂ ଜୋର ପଟି ବାନ୍ଧନ୍ତୁ ଯେମିତି ବିଷ ଅନ୍ୟ ସ୍ଥାନକୁ ବ୍ୟାପୀ ନପାରେ। ଆଣ୍ଟିହିଷ୍ଟାମାଇନ ବଟିକା ମଧ୍ୟ ଦିଆଯାଇ ପାରିବ । ପାଞ୍ଚବର୍ଷରୁ କମ୍ ବୟସର ଛୋଟ ଛୁଆଙ୍କ କ୍ଷେତ୍ରରେ ବା ବୟସ୍କଙ୍କ କ୍ଷେତ୍ରରେ ଦ୍ଵିତୀୟ ଥର ପାଇଁ ବିଛା ଦଂଶନ ହୋଇଥିଲେ ନିମ୍ନମତ୍ତେ କରନ୍ତୁ :- ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଯଦି ଶ୍ଵାସକ୍ରିୟା ବନ୍ଦ ହୋଇଯାଇଛି, ତେବେ ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା କରାନ୍ତୁ । ଯଦି ସେହି ବ୍ୟକ୍ତି ପ୍ରଘାତପ୍ରାପ୍ତ ହୋଇଛନ୍ତି, ତେବେ ପ୍ରଘାତର ଚିକିତ୍ସା କରନ୍ତୁ । ଦଂଶନପ୍ରାପ୍ତ ଛୁଆଟି ଯଦି ଅତି ଛୋଟ ହୋଇଥାଏ ବା ତା’ ଶରୀରର ମୁଖ୍ୟ ଅଂଶରେ ବଂଶିତ ହୋଇଥାଏ ବା ଦ୍ଵିତୀୟଥର ପାଇଁ ଦଂଶିତ ହୋଇଥାଏ, ତେବେ ଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଅଧିକ ଭଲ ପାଇଁ ବିଛା ଆଣ୍ଟିଟକ୍ସିନ ବିଛା ଦଂଶନରେ ୨ ଘଣ୍ଟା ମଧ୍ୟରେ ଦିଅନ୍ତୁ। ଘରୋଇ ଚିକିତ୍ସା ଭାବେ ଦଂଶନ ସ୍ଥାନରେ ଗୋଟିଏ କଟା ପିଆଜ ଘଷନ୍ତୁ । ମହୁମାଛି ବା ବିରୁଡି ଦଂଶନ ଅଧିକାଂଶ କ୍ଷେତ୍ରରେ ଏମାନଙ୍କର ଦଂଶନ ବିପଦଜନକ ନୁହେଁ କିନ୍ତୁ ସେଗୁଡିକ ଭୀଷଣ କଷ୍ଟଦାୟକ ହୁଏ,ଏହା ଦ୍ଵାରା ଅଜିର୍ଣ୍ଣତା । ଜନିତ ପ୍ରଘାତ ହୋଇପାରେ । ଦଂଶିତ ସ୍ଥାନଟି ଲାଲ ଓ ଗରମ ହୋଇଯାଏ, ଫୁଲିଯାଏ ଓ କଷ୍ଟଦାୟକ ହୋଇଥାଏ । ଚିକିତ୍ସା ଦଂଶିତ ସ୍ଥାନରେ ବାମ୍ଫ ସେକ ଦିଅନ୍ତୁ । କଷ୍ଟ ଲାଘବ ପାଇଁ ଆସ୍ପିରିନ ଓ ଆଣ୍ଟିହିଷ୍ଟାମାଇନ ବଟିକା ଖାଇବାକୁ ଦିଅନ୍ତୁ । ପ୍ରଘାତର ଲକ୍ଷଣ ପ୍ରକାଶ ପାଇଲେ, ଅଜିର୍ଣ୍ଣତା ଜନିତ ପ୍ରଘାତ ପାଇଁ ଉଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ପ୍ରୟୋଗ କରନ୍ତୁ । ମହୁ ମାଛି କାମୁଡାରେ – କାମୁଡା ସ୍ଥାନରେ ଚୂନ ଲଗାନ୍ତୁ । ବିରୁଡି ଦଂଶନରେ – ଦଂଶନ ସ୍ଥାନରେ ଭେନେଗାର ଲଗାନ୍ତୁ । ମାଙ୍କଡସା ବା ବୁଢିଆଣୀ କାମୁଡା ଅଧିକାଂଶ ବୁଢିଆଣୀ କାମୁଡା କଷ୍ଟଦାୟକ, କିନ୍ତୁ ବିପଦଜନକ ନୁହେଁ । କେତେକ ବୁଢିଆଣୀ କାମୁଡା ଜଣେ ବୟସ୍କ ବ୍ୟକ୍ତିଙ୍କୁ ଯଥେଷ୍ଟ ଅସୁସ୍ଥ କରିଦେଇପାରେ । ଛୋଟ ଛୁଆମାନଙ୍କ କ୍ଷେତ୍ରରେ ସେଗୁଡିକ ଯଥେଷ୍ଟ ବିପଦଜନକ। ସେମାନଙ୍କ କାମୁଡା ଯୋଗୁଁ ପେଟର ମାଂସପେଶୀରେ ପ୍ରବଳ କଷ୍ଟ ହୁଏ (ବେଳେବେଳେ ଏହା ଆପେଣ୍ଡିସାଇଟସ୍ ର ଭ୍ରମ ସୃଷ୍ଟି କରାଏ)। କାମୁଡା ସ୍ଥାନରେ ତୀବ୍ର ଯନ୍ତ୍ରଣା, ଦେହର ସବୁ ମାଂସପେଶୀରେ ମଧ୍ୟ ଯନ୍ତ୍ରଣା ହୋଇପାରେ । ରୋଗୀକୁ ବାନ୍ତି, ବାନ୍ତିଭାବ, ଜ୍ଵର, ଝାଳ ବୋହିବା ଓ ପ୍ରଘାତ ମଧ୍ୟ ହୋଇପାରେ । ଆସ୍ପିରିନ ଦିଅନ୍ତୁ ଓ ଡାକ୍ତରୀ ସାହାଯ୍ୟ ଗ୍ରହଣ କରନ୍ତୁ । ଅତି ଦରକାରୀ ଔଷଧ ଗାଁ ଗହଳିର ଦୋକାନ ମାନଙ୍କରେ ମିଳେନାହିଁ । (ମାଂସପେଶୀ ସଂକୋଚନର ଉପଶମ ପାଇଁ ୧୦% କ୍ୟାଲସିୟମ ଗ୍ଲୁକୋନେଟର ୧୦ ମି.ଲି. ଅତି ଧୀରେ ୧୦ ମିନିଟ ଧରି ଶିରା ମଧ୍ୟରେ ଇଞ୍ଜେକ୍ସନରେ ଦିଅନ୍ତୁ । ଡାଏଜୋପାମ ମଧ୍ୟ ଫଳଦାୟକ ହୋଇପାରେ । ପ୍ରଘାତର ଲକ୍ଷଣ ଦେଖିଲେ, ଅଜିର୍ଣ୍ଣତା ଜନିତ ପ୍ରଘାତର ଚିକିତ୍ସା ପ୍ରଣାଳୀ ଅନୁଯାୟୀ ଚିକିତ୍ସା କରନ୍ତୁ । ଛୋଟ ଛୁଆମାନଙ୍କ କ୍ଷେତ୍ରରେ ହୁଏତ କୋର୍ଟିସନର ଇଞ୍ଜେକ୍ସନ ଦରକାର ହୋଇପାରେ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ