ଏଡସ୍ (ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଅଭାବ ରୋଗ) ଏଡସ୍ ଗୋଟିଏ ନୂଆ ଓ ମାରାତ୍ମକ ରୋଗ ଅଟେ । ଏହି ରୋଗ ଏକ ଭୂତାଣୁ ଦ୍ଵାରା ଜଣକଠାରୁ ଅନ୍ୟଜଣକୁ ବ୍ୟାପିଥାଏ । ବର୍ତ୍ତମାନ ଏହା ପୃଥିବୀର ପ୍ରତ୍ୟକ ଦେଶରେ ଦେଖାଯାଉଛି । ଏଡସ୍ ଶରୀରର ରୋଗ ପ୍ରତିରୋଧ ଶକ୍ତି ହ୍ରାସ କରିଥାଏ । ଜଣେ ଏଡସ୍ ରେ ପିଡିତ ବ୍ୟକ୍ତି ଖୁବ୍ ସହଜରେ ରୋଗରେ ପଡିଥାଏ । ଯଥା – ତରଳ ଝାଡା, ନିମୋନିଆ, ଯକ୍ଷ୍ମା ବା ମାରାତ୍ମକ ଚର୍ମ କର୍କଟ ରୋଗ । ଏଡସ୍ ରେ ପିଡିତ ବ୍ୟକ୍ତି ରୋଗ ସହିତ ସଂଘର୍ଷ କରି ନ ପାରି ମରିଥାନ୍ତି । ଏଡସ୍ ପିଡିତ ବ୍ୟକ୍ତିର ରକ୍ତ, ବୀର୍ଯ୍ୟ ବା ଯୋନିସ୍ରାବ ମାଧ୍ୟମରେ ସୁସ୍ଥ ଲୋକକୁ ଏଡସ୍ ହୋଇଥାଏ । ଗୁରୁତ୍ଵପୂର୍ଣ୍ଣ କୌଣସି ସୁସ୍ଥ ଦେଖାଯାଉଥିବା ଲୋକ ଦେହରେ ମଧ୍ୟ ଆପଣ ଏଡସ୍ ଭୂତାଣୁ ପାଇପାରିବେ । ଏଡସ୍ ଭୂତାଣୁ ସଂକ୍ରମଣର ମାସେ ବା ବର୍ଷକ ପରେ ମଧ୍ୟ କ୍ଵଚିତ ଲକ୍ଷଣ ଦେଖାଯାଏ । କିନ୍ତୁ ସଂକ୍ରମିତ ବ୍ୟକ୍ତି ଏହି ରୋଗ ଅନ୍ୟକୁ ବାଣ୍ଟିବାରେ ସକ୍ଷମ ହୋଇଥାଏ । ଏଡସ୍ ରେ ପିଡିତ ଲୋକଙ୍କ ସହିତ ହାତମିଳାଇଲେ, ବାସକଲେ, ଖେଳିଲେ ବା ଖାଇଲେ ରୋଗ ବ୍ୟାପୀ ନ ଥାଏ । ଆଉ ମଧ୍ୟ ଖାଦ୍ୟ, ପାଣି, କୀଟ ପତଙ୍ଗ, ଗାଧୁଆ ସରଞ୍ଜାମ ବା କପ୍ ଆଦାନପ୍ରଦାନରେ ଏହା ବ୍ୟାପି ନ ଥାଏ । ଯଦି ଏକ ସମୟରେ ୩ଟି ଲକ୍ଷଣ ଦେଖାଯାଏ ଓ ବ୍ୟକ୍ତି ଅଧିକରୁ ଅଧିକ ଅଶ୍ଵସ୍ତିବୋଧ କରନ୍ତି ତାଙ୍କୁ ଏଡସ୍ ହୋଇଥାଇପାରେ । ଲକ୍ଷଣ ବିଭିନ୍ନ ଲୋକର ଭିନ୍ନ ଭିନ୍ନ ଏଡସ୍ ଲକ୍ଷଣ ଦେଖାଯାଇଥାଏ । ଶରୀରର ଓଜନହାନି (କ୍ଷୀଣ ଓ ଦୁର୍ବଳ ହୋଇଯାନ୍ତି) ଏକ ମାସରୁ ଅଧିକ ତରଳ ଝାଡା ଲାଗିରହିବା । ଏକ ମାସରୁ ଅଧିକ ଜ୍ଵର ଲାଗିରହିବା । ଏକ ମାସରୁ ଅଧିକ ଥଣ୍ଡା ହେବା । ପାଟି ସଂକ୍ରମଣ ଶରୀରରେ ଗଣ୍ଠି ପ୍ରଦାହ ଚର୍ମ କୁଣ୍ଡାଇ ହେବା । ଜନନାଙ୍ଗ ଓ ପିଚାରେ ଘା’ ହେବା । ଦୁର୍ବଳ ଅବୁଭବ କରିବା ଏଡସ୍ ଭୂତାଣୁ ଥିବା ବ୍ୟକ୍ତିଙ୍କୁ ଯକ୍ଷ୍ମା ହୋଇପାରେ । କିମ୍ବା ସିଙ୍ଗଲସ୍ ହୋଇପାରେ । ଚିକିତ୍ସା ଏ ପର୍ଯ୍ୟନ୍ତ ଏଡସ୍ ରୋଗରୁ ଭଲ ହେବା ପାଇଁ କୌଣସି ଔଷଧ ବାହାରିନାହିଁ । ଏଣୁ ରୋଗର ଲକ୍ଷଣ ଦେଖି ଚିକିତ୍ସା କରିବା ଆବଶ୍ୟକ । ତରଳ ଝାଡା ପାଇଁ ଲୁଣ ଚିନୀ ସରବତ ପାଟି ସଂକ୍ରମଣ ପାଇଁ ଜେନସିଆନ ଭାଇଓଲେଟ, ନିଷ୍ଟାଟିନ ବା ମିକନାଜୋଲ ଚର୍ମ ଘା’ ପାଇଁ ବାଇକ୍ଲୋର ଏସେଟିକ୍ ଏସିଡ୍ ବା ପୋଡୋଫିଲିନ ଜ୍ଵର ପାଇଁ ପ୍ରଚୁର ପାଣି, ତରଳ ପାନୀୟ ଆସ୍ପିରିନ ଥଣ୍ଡା ଓ ନିମୋନିଆର ଚିକିତ୍ସା ପାଇଁ ଆଣ୍ଟିବାଇଓଟିକସ୍ ଯଦି ଥଣ୍ଡା ଓ ଜ୍ଵର ଅଧିକ ହୋଇଥାଏ ତେବେ ଯକ୍ଷ୍ମାର ପରକ୍ଷା କରାନ୍ତୁ । ଯକ୍ଷ୍ମା ପ୍ରତିଷେଧକ ପାଇଁ ସ୍ଥାନୀୟ ଉପଦେଶ ଗ୍ରହଣ କରନ୍ତୁ । ଚର୍ମ କୁଣ୍ଡାଇ ହେଲେ ଆଣ୍ଟିହିଷ୍ଟାମାଇନ୍ ଓ ସଂକ୍ରମଣର ଚିକିତ୍ସା କରନ୍ତୁ । ଉପଯୁକ୍ତ ପରିମାଣର ଖାଦ୍ୟ ଖାଇ ସୁସ୍ଥ ରୁହନ୍ତୁ, ମଦ୍ୟପାନ, ଧୂମପାନ ଓ ଡ୍ରଗ୍ ବ୍ୟବହାର କରନ୍ତୁ ନାହିଁ । ଏଡସ୍ ରେ ଆକ୍ରାନ୍ତ ବ୍ୟକ୍ତିର ଅଲଗା ରହିବା ବା ଶୋଇବାର ଆବଶ୍ୟକତା ନାହିଁ । କାରଣ ତା’ର ଚର୍ମ ଓ ନିଶ୍ଵାସ ଦ୍ଵାରା ରୋଗ ବ୍ୟାପି ନ ଥାଏ । ଘରେ ପରିବାରର ସଦସ୍ୟ ଓ ବନ୍ଧୁ ବାନ୍ଧବ ରୋଗୀକୁ ସ୍ନେହ ଓ ଶ୍ରଦ୍ଧା ଦେଖାଇବା ଉଚିତ୍ । ଯାହାଦ୍ୱାରା ରୋଗୀ ଯେତେଦିନ ବଞ୍ଚିବ ଆନନ୍ଦରେ ବଞ୍ଚିପାରିବ । ଏଡସ୍ ପ୍ରତିଷେଧକ ବିଶ୍ଵସ୍ତ ସାଥୀଙ୍କ ସହିତ ଯୌନ ସମ୍ପର୍କ ରଖନ୍ତୁ । ଯଦି ଆପଣଙ୍କର ଯୌନ ସାଥୀଙ୍କର ଏହି ରୋଗ ହେବାର ଜାଣନ୍ତି ତେବେ ନିରୋଧ ବ୍ୟବହାର କରନ୍ତୁ । ଯେଉଁମାନଙ୍କର ଅଧିକ ଯୌନ ସାଥୀ ଅଛନ୍ତି ସେମାନଙ୍କର ସହିତ ଯୌନ ସମ୍ପର୍କ ରଖନ୍ତୁ ନାହିଁ । ସଅଳ ଯୌନ ସଂଚାରିତ ରୋଗର ଚିକିତ୍ସା କରନ୍ତୁ । ଇଞ୍ଜେକ୍ସନ ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରନ୍ତୁ ନାହିଁ ଯେପର୍ଯ୍ୟନ୍ତ ଆପଣ ନିଶ୍ଚିତ ନୁହନ୍ତି ଯେ ଏହା ଭଲ ଭାବରେ ବିଶୋଧନ କରାଯାଇଛି । ଇଞ୍ଜେକ୍ସନ ମାଧ୍ୟମରେ ଡ୍ରଗ ବ୍ୟବହାର କରନ୍ତୁ ନାହିଁ । ଯଦି କରୁଛନ୍ତି ତେବେ ଗୋଟିଏ ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରନ୍ତୁ ବା ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ପାଣିରେ ଫୁଟାଇ ବିଶୋଧନ କରନ୍ତୁ । ଯେ କୌଣସି ଯନ୍ତ୍ରପାତି ବ୍ୟବହାର ଆବଶ୍ୟକ ହେଲେ ଭଲ ଭାବରେ ବିଶୋଧନ କରନ୍ତୁ । ରକ୍ତ ସଞ୍ଚାରଣ କରନ୍ତୁ ନାହିଁ, ଯଦି ଏହି ରକ୍ତ ଏଚ.ଆଇ.ଭି. ମୁକ୍ତ ବୋଲି ପରୀକ୍ଷା ନ ହୋଇଛି । ରାସ୍ତାକଡର ପିଲା, ସ୍ଥାନାନ୍ତରିତ ଶ୍ରମିକ, ଡ୍ରଗ ବ୍ୟବହାରକାରୀ ଓ ଅନ୍ୟାନ୍ୟ ବିପଦପୂର୍ଣ୍ଣ ଗୋଷ୍ଠିରେ ଏହି ରୋଗ ନ ହେବା ପାଇଁ ଶିକ୍ଷାଦାନ କରନ୍ତୁ । ଏଡସ୍ ରେ ଆକ୍ରାନ୍ତ ବ୍ୟକ୍ତିଙ୍କର ଜ୍ଵର, ତରଳ ଝାଡା ହେଲେ ସେମାନେ ବିଶେଷ ଯତ୍ନ ଆବଶ୍ୟକ କରିଥାନ୍ତି ଯାହା କିଛି ନ ଥାଇ କରିହେବ କିନ୍ତୁ ଏଡସ୍ ଭୂତାଣୁ ବ୍ୟାପିବାକୁ ନ ଦେବା ପାଇଁ ଆମକୁ କିଛିକଥା ମନେ ରଖିବାକୁ ପଡିବ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ