ଗର୍ଭ ନିରୋଧ ପାଇଁ ଘରୋଇ ବ୍ୟବସ୍ଥା ପ୍ରତ୍ୟକ ଜାଗାରେ ଗର୍ଭନିରୋଧ କରିବା ପାଇଁ ତଥା ଗର୍ଭପାତ କରିବା ପାଇଁ ସେ ଅଞ୍ଚଳର ଘରୋଇ ବ୍ୟବସ୍ଥା ରହିଅଛି । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ବ୍ୟବସ୍ଥାମାନଙ୍କ ମଧ୍ୟରୁ ଅଧିକାଂଶ ଠିକ୍ କାମ କରନ୍ତି ନାହିଁ ଓ ବେଳେ ବେଳେ ଭୀଷଣ କ୍ଷତିକାରକ/ମାରାତ୍ମକ ହୋଇଥାନ୍ତି, ଉଦାହରଣସ୍ୱରୂପ କେତେକ ସ୍ତ୍ରୀ ଲୋକ ଭାବିଥାନ୍ତି ଯେ, ମୌଥୁନ ପରେ ଯୋନିକୁ ଧୋଇଦେଲେ ବା ପରିସ୍ରା କଲେ ଗର୍ଭ ଉଦୟ ହେବାର ସମ୍ଭାବନା ନ ଥାଏ । କିନ୍ତୁ ଏହା ସତ୍ୟ ନୁହେଁ । ସ୍ତନ୍ୟପାନ : ଯେତେଦିନ ମହିଳା ତାଙ୍କ ଶିଶୁକୁ ସ୍ତନ୍ୟପାନ କରାଉଥାନ୍ତି ସେତେଦିନ ପର୍ଯ୍ୟନ୍ତ ଗର୍ଭ ହେବାର ସମ୍ଭାବନା କମ୍ ଥାଏ । ବିଶେଷତଃ ଯେତେଦିନ ପର୍ଯ୍ୟନ୍ତ ଶିଶୁ କେବଳ ମା’ ସ୍ତନରୁ ନିର୍ଗତ କ୍ଷୀର ଖାଇ ଜୀବନ ଧାରଣ କରୁଥାଏ ସେତେଦିନ ପର୍ଯ୍ୟନ୍ତ ଗର୍ଭ ସାଧାରଣତଃ ହୁଏ ନାହିଁ । ଏ ମହିଳାଙ୍କର ଗର୍ଭବତୀ ହେବାର ସମ୍ଭାବନା ଶିଶୁକୁ ୪ ମାସରୁ ୬ ମାସ ହେବା ଭିତରେ ଅଧିକ ଥାଏ କାରଣ ଏହି ସମୟରେ ଶିଶୁ ମା’ କ୍ଷୀର ସାଙ୍ଗକୁ ଅନ୍ୟାନ୍ୟ ଖାଦ୍ଯ ଖାଇବାକୁ ଆରମ୍ଭ କରେ । ମାଆଟି ଗର୍ଭବତୀ ନ ହେବା ପାଇଁ ଅଧିକ ନିଶ୍ଚିତ ହେବାକୁ ଶିଶୁକୁ ୩ ମାସ / ୪ ମାସ ହେବାବେଳେ ଅନ୍ୟାନ୍ୟ ଜନ୍ମ ନିରୋଧକ ପଦ୍ଧତି ଗ୍ରହଣ କରିବା ଉଚିତ୍ । ଯେତେଶୀଘ୍ର ସମ୍ଭବ ଯେ କୌଣସି ପଦ୍ଧତି ଅବଲମ୍ବନ କରିବା ଉଚିତ୍ । (ଶିଶୁକୁ ୬ ମାସରୁ କମ୍ ହୋଇଥିଲେ ଜନ୍ମ ନିରୋଧକ ବଟିକା ଛାଡି ଅନ୍ୟ ଯେ କୌଣସି ପଦ୍ଧତି ଗ୍ରହଣ କରିପାରନ୍ତି, କାରଣ ଏହି ବଟିକାମାନ ସ୍ତ୍ରୀ ଲୋକମାନଙ୍କର କ୍ଷୀର କମାଇ ଦେଇଥାଏ ) । ସ୍ପଞ୍ଜ ଉପାୟ ଏହା ଏକ ଘରୋଇ ବ୍ୟବସ୍ଥା । ଏହା କ୍ଷତି କାରକ ନୁହେଁ ଏବଂ ସମୟେ ସମୟେ ଭଲ କାମ କରିଥାଏ । ଏହି ପଦ୍ଧତି ଗର୍ଭନିରୋଧକ କରି ପାରିବ ବୋଲି ଆପଣ ପୁରାପୁରି ନିଶ୍ଚିତ ହୋଇଯିବା ଉଚିତ୍ ନୁହେଁ, ପୁନଶ୍ଚ ଯେତେବେଳେ ଅନ୍ୟ କୌଣସି ପଦ୍ଧତି ଆପଣଙ୍କୁ ମିଳୁ ନ ଥାଏ, ସେତେବେଳେ ଏହି ପଦ୍ଧତିର ଆଶ୍ରୟ ନିଆଯାଇପାରେ । ଏଥିପାଇଁ ଆପଣ ଗୋଟିଏ ସ୍ପଞ୍ଜ ଏବଂ ଭିନେଗାର, ଲେମ୍ବୁ ବା ଲୁଣ ଦରକାର କରିବେ । ସମୁଦ୍ରରୁ ମିଳୁଥିବା ସ୍ପଞ୍ଜ ବା କୃତ୍ରିମ ସ୍ପଞ୍ଜ ଯେ କୌଣସିଟା ହେଲେ ଚଳିବ । ଯଦି ସ୍ପଞ୍ଜ ମିଳୁ ନାହିଁ ତେବେ ତୁଳା ବା ନରମ ଲୁଗାର ଗୋଟିଏ ଗୋଲାକାର ପୁଡିଆ ତିଆରି କରନ୍ତୁ । ମିଶ୍ରଣ କରନ୍ତୁ ଗୋଟିଏ କପ୍ ପାଣିରେ ଦୁଇ ତେଣୁଳ ଚାମଚ ଭିନେଗାର କିମ୍ବା ଏକ ଚାମଚ ପାଣିରେ ଏକ ଚାମଚ ଲୁଣ ବା ଏକ ଚାମଚ ଲେମ୍ବୁରସ ସହିତ ଏକ କପ୍ ପାଣି । ଏହି ମିଶ୍ରଣରେ ସ୍ପଞ୍ଜକୁ ବୁଡାନ୍ତୁ । ମୌଥୁନ କରିବାର କିଛି ସମୟ ପୂର୍ବରୁ ଅତି ବେଶୀ ହେଲେ ଏକ ଘଣ୍ଟା ମଧ୍ୟ ଏହି ସ୍ପଞ୍ଜକୁ ଯୋନିର ଖୁବ୍ ଭିତରେ ରଖି ଦିଅନ୍ତୁ । ମୌଥୁନ ପରେ ୬ ଘଣ୍ଟା ପର୍ଯ୍ୟନ୍ତ ଏହି ସ୍ପଞ୍ଜକୁ କାଢନ୍ତୁ ନାହିଁ । ୬ ଘଣ୍ଟା ପରେ ତାହାକୁ କାଢି ଆଣନ୍ତୁ । ଯଦି ଏହାକୁ କାଢିବାକୁ ଅସୁବିଧା ହେଉଛି, ଆର ଥରକୁ ଏଥିରେ ଗୋଟିଏ ରିବନ ବା ଦଉଡି ବାନ୍ଧି ଦିଅନ୍ତୁ । ଯାହା ଫଳରେ ଆପଣ ସହଜରେ ରିବନ ବା ଦଉଡିକୁ ଟାଣି ସ୍ପଞ୍ଜକୁ ବାହାର କରିପାରିବେ । ସ୍ପଞ୍ଜଟିକୁ ସାଫା କରି ପୁନର୍ବାର ବ୍ୟବହାର କରିପାରିବେ । ଏହିଭଳି ଗୋଟିଏ ସ୍ପଞ୍ଜ ବହୁବାର ବ୍ୟବହାର କରାଯାଇପାରେ । ଆପଣ ଏକକାଳୀନ ଏହି ମିଶ୍ରଣଟିକୁ ପ୍ରସ୍ତୁତ କରି ଗୋଟିଏ ରଖି ପାରନ୍ତି । ପ୍ରାକୃତିକ ପଦ୍ଧତି ତାଳ / ଲୟ ପଦ୍ଧତି ଏହି ପଦ୍ଧତି ଯେ ନିଶ୍ଚିତରୂପେ ଗର୍ଭ ନିରୋଧ କରିପାରିବ ତାହା କହି ହେବ ନାହିଁ, କିନ୍ତୁ ଏହାର ଏତିକି ଉପକାର ଯେ ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେ ନାହିଁ । ଏହି ପଦ୍ଧତିଟି କେବଳ ସେହି ମହିଳାଙ୍କ ପାଇଁ ଉପଯୋଗୀ ହୁଏ ଯେଉଁମାନଙ୍କର ଋତୁସ୍ରାବ ନିୟମିତ ହେଉଥାଏ, ହାରାହାରି ୨୮ ଦିନ ପରେ । ଏହା ସହିତ ପ୍ରତି ମାସରେ ଗୋଟିଏ ସପ୍ତାହ ମୌଥୁନ ନ କରିବା ପାଇଁ ପତି ପତ୍ନୀ ଦୁହେଁ ସମ୍ମତ ହେବା ଉଚିତ୍ । ପ୍ରାୟତଃ ଗୋଟିଏ ମହିଳା ଟା’ର ମାସିକ ଚକ୍ରର ମାତ୍ର ୮ଦିନ ମଧ୍ୟରେ ଗର୍ଭବତୀ ହେବାର ସମ୍ଭାବନା ବେଶୀ ଥାଏ । ଏହାକୁ ତାଙ୍କର ‘ଫଳ କାରକ ଦିନ’ କୁହାଯାଏ । ଏହି ୮ ଦିନ ତାଙ୍କର ମାସିକ ଚକ୍ରର ମଧ୍ୟବର୍ତ୍ତୀ ସମୟ – ଋତୁସ୍ରାବ ଆରମ୍ଭ ହେବାଠାରୁ ପ୍ରଥମ ୧୦ ଦିନ ପରେ ଗର୍ଭବତୀ ନ ହେବାକୁ ଇଚ୍ଛା କରୁଥିବା ମହିଳା ତାଙ୍କ ସ୍ଵାମୀଙ୍କ ସହ ଏହି ୮ ଦିନ ସହବାସରୁ ବିରତ ହେବା ଉଚିତ୍ । ମାସର ଅନ୍ୟ ଦିନମାନଙ୍କରେ ତାଙ୍କର ଗର୍ଭବତୀ ହେବାର ସମ୍ଭାବନା ବିଶେଷ ନ ଥାଏ । ଏ ସଂକ୍ରାନ୍ତରେ ସନ୍ଦେହ ମୋଚନ ପାଇଁ ମହିଳାମାନେ ଗୋଟିଏ କ୍ୟାଲେଣ୍ଡରରେ କେଉଁ ୮ଦିନ ମୌଥୁନ ନ କରିବା ଉଚିତ୍ ତାହା ଚିହ୍ନ ଦେଇ ପାରିବେ । ଉଦାହରଣ ସ୍ୱରୂପ ଆପଣଙ୍କର ମାସିକ ଋତୁସ୍ରାବ ମେ ମାସ ୫ ତାରିଖରେ ଆରମ୍ଭ ହେଲେ, ଏହିପରି ଚିହ୍ନ ଦିଅନ୍ତୁ । ତା’ ପରେ ୧୦ ଦିନ ଗଣନ୍ତୁ । ୧୧ ଦିନ ଠାରୁ ଟା’ ପରର ୮ ଦିନ ପର୍ଜଯାବତା ତାରିଖ ତଳେ ଗାର ଦିଅନ୍ତୁ । ଏହି ଫଳକାରକ ୮ ଦିନ ମଧ୍ୟରେ ମୌଥୁନ କରନ୍ତୁ ନାହିଁ । ମନେକର ଆପଣଙ୍କର ପରବର୍ତ୍ତୀ ମାସିକ ଋତୁ ସ୍ରାବ ଜୁନ୍ ୧ ତାରିଖରେ ହେଲା, ଠିକ୍ ସେହିଭଳି ଭାବରେ ଚିହ୍ନ ଦିଅନ୍ତୁ । ଏବେ ପୁଣି ଠିକ୍ ସେହି ପ୍ରକାର ୧ ଜୁନ୍ ଠାରୁ ୧୦ ଦିନ ଗଣନ୍ତୁ ଏବଂ ଦଶମ ଦିନଠାରୁ ୮ ଦିନ ଚିହ୍ନ ଦିଅନ୍ତୁ ଏବଂ ଏହି ୮ ଦିନରେ ଆପଣ ମୌଥୁନ କରନ୍ତୁ ନାହିଁ । ଯଦି ପତି ପତ୍ନୀ ଉଭୟେ ମାସିକ କ୍ରମରୁ ସାବଧାନତାର ସହ ନିର୍ଦ୍ଧାରିତ ୮ ତାରିଖ ଦିନମୌଥୁନରୁ ବିରତ ହୁଅନ୍ତି ତେବେ ବର୍ଷ ବର୍ଷ ଧରି ସେମାନଙ୍କର ସନ୍ତାନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ, କିନ୍ତୁ ଖୁବ୍ କମ୍ ସଂଖ୍ୟକ ଦମ୍ପତ୍ତି ବହୁ ଡେରି ପର୍ଯ୍ୟନ୍ତ ଏହି ପଦ୍ଧତିକୁ କୃତିତ୍ଵର ସହ ପାଳନ କରିଥାନ୍ତି । ଏହି ପଦଧନତି ସହିତ ନିରୋଧ ବା ଡାଏଫ୍ରାମ ମିଶ୍ରଣ ନ ହେଲେ ଏହାକୁ ନିଶ୍ଚିତ ମନେ କରି ହୁଏ ନାହିଁ । ଲାଳ ପଦ୍ଧତି : ଏହା ତାଳ ବା ଲୟ ପଦ୍ଧତିଠାରୁ କେତେକାଂଶରେ ପୃଥକ୍ ଏବଂ ବିଭିନ୍ନ ଧର୍ମ ଗୋଷ୍ଠି ଦ୍ଵାରା ଏହାକୁ ଉତ୍ସାହିତ କରାଯାଇଥାଏ, ଏହା କେତେକ ଲୋକଙ୍କ ପାଇଁ ଖୁବ୍ ଭଲ କାମ କରେ । ପୁଣି ଆଉ କେତେକଙ୍କ ପାଇଁ ଏହା ଫଳପ୍ରଦ ହୁଏ ନାହିଁ । ସାଧାରଣଭାବେ ଏହାକୁ ଗର୍ଭନିରୋଧ ପାଇଁ ନିଶ୍ଚିତ ଉପାୟ ବୋଲି ବିବେଚନା କରାଯାଇ ପାରିବ ନାହିଁ । କିନ୍ତୁ ଏହା ଆଦୌ ଖର୍ଚ୍ଚ ବହୁଳ ନୁହେଁ ବା ଏଥିରେ ଭୟ କରିବାର କିଛି ନାହିଁ । କେବଳ ଅକସ୍ମାତ ଗର୍ଭବତୀ ହୋଇଯିବା ବ୍ୟତୀତ ଅନ୍ୟ କୌଣସି ଭୟ ନ ଥାଏ । ମହିଳା ଜଣକ ତାଙ୍କର ମାସିକ ଋତୁସ୍ରାବ ହେଉହିବା ଦିନମାନଙ୍କୁ ଛାଡି ଦେଲେ ଅନ୍ୟ ସବୁଦିନ ତାଙ୍କ ଯୋନିରୁ କ୍ଷରିତ ଲାଳକୁ ପରୀକ୍ଷା କରିବା ଉଚିତ୍ । ଯୋନିରୁ କିଛି ଲାଳ କାଢି ସଫା ହାତରେ ବୁଢା ଆଙ୍ଗୁଠି ଓ ବିଶି ଆଙ୍ଗୁଠି ମଧ୍ୟରେ ମଧ୍ୟରେ ତାହାକୁ ସମ୍ପ୍ରସାରିତ କରିବାକୁ ଚେଷ୍ଟା କରିବେ । ଯେତେଦିନ ଏହି ଲାଳ ଅଠାଭଳି ରହିବ ସେତେଦିନ ପର୍ଯ୍ୟନ୍ତ ଆପଣଙ୍କର ଗର୍ଭବତୀ ହେବାର ସମ୍ଭାବନା ନାହିଁ, ଆପଣ ନିଶ୍ଚିତରେ ମୌଥୁନ କରିପାରନ୍ତି । ଯଦି ଲାଳ ପଚା ଅଣ୍ଡା ଭଳି ଚିକ୍କଣ ଓ ପତଳା ରୁହେ ଏବଂ ବୁଢା ଆଙ୍ଗୁଠି ଓ ବିଶି ଆଙ୍ଗୁଠି ମଧ୍ୟରେ ରଖିଲେ ତାହା ସମ୍ପସାରିତ ହୋଇଯାଏ ତେବେ ଆପଣ ମୌଥୁନ କଲେ ଆପଣଙ୍କର ଗର୍ଭବତୀ ହେବାର ସମ୍ଭାବନା ରହିଥାଏ । ତେଣୁ ଲାଳ ପତଳା କିମ୍ବା ସଂପ୍ରସାରିତ ହୋଇ ପାରୁଥିବା ଦିନଗୁଡିକରେ ମୌଥୁନ କରନ୍ତୁ ନାହିଁ । ଆପଣଙ୍କ ମାସିକ ଋତୁଚକ୍ରର ମଧ୍ୟବର୍ତ୍ତୀ କେତେଦିନ ପାଇଁ ଲାଳ ଏହିପରି ସଂପ୍ରସାରିତ ହୋଇଥାଏ । ଯଦି ଆପଣ ତାଳ ବା ଲୟ ପଦ୍ଧତି ଅବଲମ୍ବନ କରୁଥାନ୍ତି ତେବେ ଏହା ହେଉଛି ସେହି ଦିନଗୁଡିକ ଯେଉଁଦିନ ଗୁଡିକରେ ଆପଣ ଆପଣଙ୍କ ସ୍ଵାମୀଙ୍କ ସହ ମୌଥୁନ କରିବା ଉଚିତ୍ ନୁହେଁ । ଅଧିକ ନିଶ୍ଚିତ ହେବାପାଇଁ ତାଳ ପଦ୍ଧତି ଓ ଲାଳ ପଦ୍ଧତିକୁ ଏକତ୍ର ବ୍ୟବହାର କରନ୍ତୁ ଏବଂ ଆହୁରି ନିଶ୍ଚିତ ହେବାପାଇଁ ନିମ୍ନରେ ଦେଖନ୍ତୁ । ମିଶ୍ର ପଦ୍ଧତି : ଆପଣ ନିଶ୍ଚିତ ଭାବରେ ଗର୍ଭବତୀ ନ ହେବା ପାଇଁ ଚାହୁଁଥିଲେ, ଦୁଇଟିଯାକ ପଦ୍ଧତିକୁ ଏକତ୍ର କରାଯାଇ ଅନୁସରଣ କଲେ ତାହା ଅଧିକ ଫଳପ୍ରଦ ହେବ । ତାଳ ପଦ୍ଧତି ବା ଲାଳ ପଦ୍ଧତି ସହ ନିରୋଧ, ଡାଏଫ୍ରାମ, ଫେଣ ବା ସ୍ପଞ୍ଜ ଆଦିକୁ ମିଶ୍ରଣ କରାଇଲେ ତାହା ଯେ କୌଣସି ଗୋଟିକିଆ ପଦ୍ଧତିଠାରୁ ଅଧିକ ନିରାପଦ । ଠିକ୍ ସେହିପରି ଯଦି ଜଣେ ପୁରୁଷ ନିରୋଧ ବ୍ୟବହାର କରନ୍ତି ଓ ଜଣେ ନାରୀ ଡାଏଫ୍ରାମ ବା ଫେଣ ବ୍ୟବହାର କରନ୍ତି, ତେବେ ଗର୍ଭବତୀ ହେବାର ସମ୍ଭାବନା ଖୁବ୍ କମ୍ ରୁହେ । ଇଞ୍ଜେକ୍ସନ ଏବଂ ଇମ୍ ପ୍ଲାଣ୍ଟସ ହରମୋନ ନିରୋଧକ ଅଟେ । ଏହା ଗର୍ଭଧାରଣକୁ ରୋକିଥାଏ । ନେଟ୍ – ଏନ୍ ପ୍ରତିମାସରେ ନିଆଜିବା ଉଚିତ୍ ଓ ଡେପୋପ୍ରୋଭେରା ପ୍ରତି ୩ ମାସରେ ନେବା ଉଚିତ୍ । ଇମପ୍ଲାଣ୍ଟ – ଏହା ୫ ବର୍ଷ ପର୍ଯ୍ୟନ୍ତ ଗର୍ଭଧାରଣ ରୋକିଥାଏ । ଏହି ପଦ୍ଧତି ଆପଣେଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଯେଉଁ ମହିଳାମାନଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ବିଶୃଙ୍ଖଳା ଥାଏ, ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ । ସତର୍କତା ମାସିକ ଋତୁସ୍ରାବ ଏହି ସବୁ ପଦ୍ଧତିରେ ସାଧାରଣ ଅଟେ । ଏଥିପାଇଁ ଡାକ୍ତରୀ ପରାମର୍ଶ କରନ୍ତୁ ଓ ନିୟମିତ ଶରୀର ଯାଞ୍ଚ କରନ୍ତୁ । ଏପର୍ଯ୍ୟନ୍ତ ଏହି ପଦ୍ଧତି ଭାରତ ବର୍ଷରେ ବିଶେଷ ବ୍ୟବହାର ହୋଇନାହିଁ । ପରିବାରର ବଳ ସନ୍ତାନମାନଙ୍କ ସଂଖ୍ୟା ଉପରେ ନିର୍ଭର କରେନାହିଁ, ସନ୍ତାନମାନଙ୍କୁ ମିଳୁଥିବା ଉପଯୁକ୍ତ ଖାଦ୍ୟ ଉପରେ ଏହା ନିର୍ଭର କରେ, ନିଜର ପରିବାରକୁ ନିୟନ୍ତ୍ରଣ କରିବା ପାଇଁ ବିଚାର କରନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ aa