ଯକ୍ଷ୍ମା ରୋଗ କଣ ? ଫୁସୁଫୁସ୍ ର ଟି.ବି. ଦୀର୍ଘସ୍ଥାୟୀ ଓ ସଂକ୍ରାମକ ରୋଗ ଏବଂ ଏହା ଯେ କୌଣସି ବ୍ୟକ୍ତିକୁ ମଧ୍ୟ ହୋଇପାରେ। ମାତ୍ର ଏହା ସାଧାରଣତଃ ଦୁର୍ବଳ, ପୁଷ୍ଟିହୀନ ଓ ରୋଗୀସହ ବସବାସ କରୁଥିବା ଲୋକମାନଙ୍କୁ ହୋଇଥାଏ । ଯକ୍ଷ୍ମା କରମର୍ଦ୍ଦନ ଦ୍ଵାରା ବ୍ୟାପେନାହିଁ ବା ଗୋଟିଏ ଥାଳିରେ ଏକାଠି ଖାଇବାଦ୍ଵାରା ନଥାଏ । ସାଧାରଣତଃ ସୂର୍ଯ୍ୟକିରଣରେ ଯକ୍ଷ୍ମାର ଜୀବାଣୁ ଗୁଡିକ ମରିଯାଆନ୍ତି । ଏଣୁ ଯେଉଁ ଘରେ ସୂର୍ଯ୍ୟ କିରଣ ପଡୁଥାଏ ସେ ଘରେ ଜୀବାଣୁ କମିଯାଆନ୍ତି । ଯକ୍ଷ୍ମାରୋଗୀ ସୂର୍ଯ୍ୟ କିରଣ ପଡୁଥିବା ଘରେ ରହିବା ଆବଶ୍ୟକ। ଯକ୍ଷ୍ମା ଚିକିତ୍ସାଦ୍ଵାରା ଭଲ ହୋଇଯାଇଥାଏ । ତଥାପି ଏହି ରୋଗ ଯୋଗୁ ପ୍ରତିବର୍ଷ ୫ ଲକ୍ଷ ଲୋକ ମରନ୍ତି । ଉଭୟ ନିବାରଣ ଓ ଆରୋଗ୍ୟ ପାଇଁ ଯକ୍ଷ୍ମାକୁ ଖୁବ୍ ପ୍ରାଥମିକ ଅବସ୍ଥାରୁ ଚିକିତ୍ସା କରାଇବା ଅତି ଗୁରୁତ୍ଵପୂର୍ଣ୍ଣ। ତେଣୁ ଆପଣ ଯକ୍ଷ୍ମାର ଲକ୍ଷଣ ଜାଣିବା ଉଚିତ୍ ଓ ସେଗୁଡିକ ପ୍ରତି ସଜାଗ ରହିବା ଉଚିତ୍ । ସାଘାଂତିକ କ୍ଷେତ୍ରରେ ବା ରୋଗ ଖୁବ୍ ବଢିଯାଇଥିଲେ :- ନିଶ୍ଵାସ ନେବାରେ କଷ୍ଟ କାଶରେ ରକ୍ତ ପଡିବା (ପ୍ରାୟ ଅଳ୍ପ, ମାତ୍ର କେତେକ କ୍ଷେତ୍ରରେ ପ୍ରଚୁର) ମଳିନ ଓ ଗହମ ପରି ଚମଡା ଓ ଜଳକ୍ଷୟ ଏବଂ ମୃତ୍ୟୁ କଣ୍ଠସ୍ଵର ଫାଟିଯିବା ମୁଣ୍ଡ ବିନ୍ଧା, ବାନ୍ତି, ମୂର୍ଚ୍ଛା, ଅଜ୍ଞାନ ହୋଇଯିବା ଇତ୍ୟାଦି ପିଲାଙ୍କଠାରେ ଯକ୍ଷ୍ମାର ଲକ୍ଷଣ ଯକ୍ଷ୍ମା ହୋଇଥିବା ପିଲା ପ୍ରାୟତଃ କାଶେ ନାହିଁ ବା ତାକୁ ଉପରବେଳା ଜ୍ଵର ହୁଏ ନାହିଁ। ପିଲାଙ୍କ କ୍ଷେତ୍ରରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଲକ୍ଷଣ ହେଉଛି,ଭଲ ଖାଉଥିଲେ ବି ଓଜନ କମିକମି ଯିବା। ସେମାନଙ୍କର ନିଶ୍ଵାସରେ କଷ୍ଟ ହୋଇପାରେ। ଯଦି କୌଣସି ପିଲା ଭଲଖାଦ୍ୟ ଖାଉଥିଲେ ମଧ୍ୟ, ଲାଗ ଲାଗ ୨ ମାସ ଧରି ଓଜନରେ ବୃଦ୍ଧି ହୁଏ ନାହିଁ, ତେବେ ପିଲାଟିକୁ ଯକ୍ଷ୍ମା ହୋଇଛି ବୋଲି ସର୍ବଦା ସନ୍ଦେହ କରନ୍ତୁ। ଛୋଟ ପିଲା କ୍ଷେତ୍ରରେ ଯକ୍ଷ୍ମା ଅତ୍ୟନ୍ତ ବିପଦଜନକ ଏବଂ ଏହାଦ୍ଵାରା ଅତିଶୀଘ୍ର ପିଲାଟି ମରିଯାଏ। ଯକ୍ଷ୍ମା ସାଧାରଣତଃ ଫୁସୁଫୁସ୍ ରେ ହୋଇଥାଏ । କିନ୍ତୁ ଏହା ଶରୀରରେ ଯେ କୌଣସି ଅଂଶରେ ପ୍ରଭାବ ପକାଇ ପାରେ, ଯଥା ହାଡ, ଗଣ୍ଠି, ଲସିକା ଗ୍ରନ୍ଥୀ, ମସ୍ତିଷ୍କ, ଆଖି, ପୁରୁଷ ଜନନାଙ୍ଗ ଇତ୍ୟାଦି। ଯଦି ଆପଣ ଭାବୁଛନ୍ତି କୌଣସି ବ୍ୟକ୍ତିକୁ ଯକ୍ଷ୍ମା ହୋଇଛି ତେବେ ରୋଗୀକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି କଫ ପରୀକ୍ଷା କରିବା ଉଚିତ୍। ଏଥି ସହିତ ରଞ୍ଜନ ରଶ୍ମି ବା ଚର୍ମ ପରୀକ୍ଷା କରିବାକୁ ପଡିଥାଏ। ରୋଗୀ ମାଗଣାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଔଷଧ ପାଇପାରିବେ । ଛୋଟପିଲାଙ୍କୁ ଏହା ଯୋଗୁ ମସ୍ତିଷ୍କଝିଲ୍ଲୀ ପ୍ରବାହ ହୋଇପାରେ। ଯକ୍ଷ୍ମାର କେତୋଟି ଔଷଧ ଯକ୍ଷ୍ମାର କେତୋଟି ଔଷଧ ନିମ୍ନରେ ଦିଆଗଲା :- ରିଫାମପିସିନ ଆଇସୋନାଇଜିଡ ଇଥାମବୁଟଲ ପାଇରାଜିନାମିଡ ଷ୍ଟ୍ରେପଟୋମାଇସିନ ଇଞ୍ଜେକ୍ସନ ଥିଆସିଟାଜୋନ ବଟିକା ନିର୍ଦ୍ଦେଶ ଦିଆଯାଇଥିବା ଅନୁସାରେ ଔଷଧ ଖାଇବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଅତି କମ୍ ରେ ତିନୋଟି ଔଷଧ ଏକ ସମୟରେ ନେବା ଉଚିତ । ଯକ୍ଷ୍ମା ଜୀବାଣୁ ସହଜରେ ନଷ୍ଟ ହୁଅନ୍ତି ନାହିଁ । ନିୟମିତ ଚିକିତ୍ସା ଦ୍ଵାରା ଏହି ଜୀବାଣୁ ମରିଥାନ୍ତି । ସ୍ୱାସ୍ଥ୍ୟକର୍ମୀ ନ କହିବା ଯାଏ ଔଷଧ ବନ୍ଦ କରନ୍ତୁ ନାହିଁ । ଏହା ସାଧାରଣତଃ ଭଲ ହେବା ପାଇଁ ୬ମାସରୁ ୧ବର୍ଷ ସମୟ ନେଇଥାଏ । ରୋଗୀ ଉପଯୁକ୍ତ ପରିମାଣର ଔଷଧ ଖାଇବା ଆବଶ୍ୟକ । ପ୍ରୋଟିନ ଓ ଭିଟାମିନ ଓ ଶକ୍ତି ଦାୟକ ଖାଦ୍ୟ ଅଧିକ ପରିମାଣରେ ଖାଇବା ଉଚିତ୍ । କ୍ଷୀର ଖାଇବା ଦ୍ଵାରା କଫ ଅଧିକ ହୋଇ ନ ଥାଏ । ଏଣୁ କ୍ଷୀର ଖାଇବା ବନ୍ଦ କରିବା ଉଚିତ ନୁହେଁ । ବିଶ୍ରାମ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ । ଯଦି ସମ୍ଭବ ହୁଏ, ଆପଣ ଭଲ ଅନୁଭବ ନ କରିବା ପର୍ଯ୍ୟନ୍ତ କଠିନ ପରିଶ୍ରମ କରନ୍ତୁ ନାହିଁ । ଏହାଛଡା ଆପଣ ହାଲିଆ ହୋଇଗଲାପରି ଓ ଶ୍ଵାସକ୍ରିୟାରେ କଷ୍ଟ ହେଲାଭଳି, କଠିନ କାମ କରନ୍ତୁ ନାହିଁ । ଘରେ କାହାରିକୁ ଯକ୍ଷ୍ମା ହୋଇଥିଲେ? ଯଦି ଘରେ କାହାରିକୁ ଯକ୍ଷ୍ମା ହୋଇଥାଏ :- ଯଦି ସମ୍ଭବ ହୁଏ, ପରିବାରରେ ସମସ୍ତେ ଯକ୍ଷ୍ମା ପାଇଁ ପରୀକ୍ଷା କରାଇ ନିଅନ୍ତୁ । ପିଲାଙ୍କୁ ଯକ୍ଷ୍ମା ବିରୁଦ୍ଧରେ ଟୀକା ଦିଅନ୍ତୁ । ପ୍ରତ୍ୟକ ଲୋକ, ବିଶେଷତଃ ପିଲାମାନେ, ପ୍ରଚୁର ପରିମାଣରେ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍ ଯକ୍ଷ୍ମାରେ ପୀଡିତ ବ୍ୟକ୍ତି କାଶିବା ସମୟରେ ମୁହଁ ଘୋଡାଇବା ଉଚିତ୍ ଏବଂ ସେ ବାହାରେ ଛେପ ପକାଇବା ଉଚିତ୍ ନୁହେଁ । ଘୋଡଣୀ ଥିବା ପାତ୍ର ଭିତରକୁ ଛେପ ପକାଇବା ଉଚିତ୍ ଏବଂ ରାତିରେ ଏହାକୁ ପୋଡିଦେବା ଉଚିତ୍ । ପିଲାଟିକୁ ଯଦି ୨ ସପ୍ତାହରୁ ଅଧିକ କାଶ ଲାଗିରୁହେ ବା ହଠାତ୍ ଓଜନ କମିକମି ଯାଏ ବା ଶ୍ଵାସକ୍ରିୟାରେ କଷ୍ଟ ହୁଏ,ଏହି ସବୁ ଲକ୍ଷଣ ଦେଖିବାମାତ୍ରେ ଯକ୍ଷ୍ମା ହୋଇଛି ବୋଲି ସନ୍ଦେହ କରିବାମାତ୍ରେ ପିଲାଟିକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଆନ୍ତୁ । ସଙ୍ଗେ ସଙ୍ଗେ ଯକ୍ଷ୍ମାର ଚିକିତ୍ସା କରନ୍ତୁ । ଯାହାର ଏହି ରୋଗ ଭଲ ହୋଇଯାଇଥାଏ ତାହାଦ୍ଵାରା ଏହି ରୋଗ ସଂକ୍ରମିତ ହେବାର ଭୟ ନ ଥାଏ । ଯେଉଁ ଲୋକ ନିୟମିତ ଭାବରେ ଚିକିତ୍ସିତ ହେଉଛନ୍ତି ସେ ପରିବାରର ଅନ୍ୟମାନଙ୍କଠାରୁ ଅଲଗା ଶୋଇବା ବା ଖାଇବା ଆବଶ୍ୟକ ନାହିଁ । ଓଜନହାନୀ ହେଉଛି ନା ନାହିଁ ଲକ୍ଷ୍ୟ କରନ୍ତୁ । ଯଦି ସମ୍ଭବ ପ୍ରତ୍ୟକ ବ୍ୟକ୍ତି ବିଶେଷକରି ପିଲା ମାସକୁ ଥରେ ଓଜନ ହେବା ଉଚିତ୍ । ଫୁସୁଫୁସ୍ ଯକ୍ଷ୍ମା ଭଳି ଶରୀରର ଅନ୍ୟ ଅଂଶରେ ହେଉଥିବା ଯକ୍ଷ୍ମା ଏକା ଭଳି ଚିକିତ୍ସା କରାଯାଏ । ଯଥା – ଲସୀକା ଗ୍ରନ୍ଥୀରେ ଯକ୍ଷ୍ମା, ତଳି ପେଟରେ ଯକ୍ଷ୍ମା ଓ ଚର୍ମ ଯକ୍ଷ୍ମା ଯେଉଁ ପିଲାର ମେରୁଦଣ୍ଡରେ ଯକ୍ଷ୍ମା ହୋଇଥାଏ ପକ୍ଷାଘାତ ରୋଗରୁ ରକ୍ଷା ପାଇବା ପାଇଁ ଅସ୍ତ୍ରୋପ୍ରଚାର ଆବଶ୍ୟକ ହୋଇଥାଏ । ଯକ୍ଷ୍ମା ଏକ ମାରାତ୍ମକ ଡିଆଁ ରୋଗ ଅଟେ। ଯେଉଁ ବ୍ୟକ୍ତି ବା ପିଲା ଯକ୍ଷ୍ମା ପାଖରେ ରୁହନ୍ତୁ ତାକୁ ଏହି ରୋଗ ହେବାର ଅଧିକ ସମ୍ଭାବନା ଥାଏ । ବେକର ଲସୀକା ଗ୍ରନ୍ଥୀରେ ଯକ୍ଷ୍ମା ଏହା ସାଧାରଣତଃ ବେକର ପଛ ଭାଗ ଲସୀକା ଗ୍ରନ୍ଥୀରେ ହୋଇଥାଏ । ବେଳେବେଳେ ପିଲାଙ୍କର ବେକର ଗୋଟିଏ ପଟେ ଲସୀକା ଗ୍ରନ୍ଥୀ ଫୁଲିଥିବା ଦେଖାଯାଏ। ମେରୁଦଣ୍ଡରେ ଯକ୍ଷ୍ମା ଏହା ମେରୁଦଣ୍ଡରେ ମଝି ମଝିଆ ହୋଇଥାଏ । ଯଦି ଏହାର ଚିକିତ୍ସା କରା ନ ଯାଏ ମେରୁଦଣ୍ଡ ହାଡ ନଷ୍ଟ ହୋଇଯାଏ ଏବଂ ନାଡି ଗୁଡିକୁ ଅକାମୀ କରି ଦୁଇଟିଯାକ ଗୋଡରେ ପକ୍ଷାଘାତ ହୋଇଥାଏ । ମହିଳାମାନଙ୍କର ଫାଲୋପିଆନ ଟ୍ୟୁବରେ ହେଉଥିବା ଯକ୍ଷ୍ମା ମହିଳାମାନଙ୍କର ବଂକ୍ଷଣ ଶୋଥ ରୋଗ ଯକ୍ଷ୍ମା ରୋଗର ଏକ କାରଣ ଅଟେ । ଏହାକୁ ଚିକିତ୍ସା ନ କଲେ ମହିଳା ବନ୍ଧ୍ୟା ହୋଇଯାଆନ୍ତି । ମସ୍ତିଷ୍କ ଯକ୍ଷ୍ମା ଏଥିରେ ଆକ୍ରାନ୍ତ ବ୍ୟକ୍ତି ମୂର୍ଚ୍ଛା ହୋଇଯାନ୍ତି । ଯଦି ତୁରନ୍ତ ଚିକିତ୍ସା କରା ନ ଯାଏ, ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଥାନ୍ତି । ସ୍ଵର ଯନ୍ତ୍ରରେ ଯକ୍ଷ୍ମା ଏହା ଅଧିକ ସଂକ୍ରାମକ ଅଟେ। ଯେଉଁ ବ୍ୟକ୍ତିନର ତୀବ୍ର ଯକ୍ଷ୍ମା ରୋଗ ଥାଏ ସେମାନଙ୍କଠାରେ ଏହା ଦେଖାଯାଇଥାଏ । ଯକ୍ଷ୍ମାର ଜୀବାଣୁ ସାରା ଶରୀରରେ ବ୍ୟାପିଯାନ୍ତି। ପିଲାମାନେ ଠିକ୍ ସମୟରେ ଚିକିତ୍ସିତ ନ ହେଲେ ମରିଯାନ୍ତି। ଏହି ରୋଗରେ ସାଧାରଣତଃ ଜ୍ଵର,ରକ୍ତହୀନତା ଓ ପ୍ଲୀହା ବୃଦ୍ଧି ହୋଇଥାଏ। ପ୍ରତିଷେଧକ ଯକ୍ଷ୍ମାରୁ ଆରୋଗ୍ୟ ହେବା ଅପେକ୍ଷା ପ୍ରତିଷେଧକ ଉତ୍ତମ ଅଟେ । ପ୍ରୋଟିନ ଓ ଭିଟାମିନ ଥିବା ଖାଦ୍ୟ ପ୍ରଚୁର ଖାଆନ୍ତୁ । ଛୋଟ ପିଲା ବି.ସି.ଜି. ଟୀକା ନେବା ଉଚିତ୍ ଯେଉଁ ପିଲା ବି.ସି.ଜି. ଟୀକା ନେଇ ନ ଥାନ୍ତି ଓ ଯକ୍ଷ୍ମା ହୋଇଥିବା ବ୍ୟକ୍ତିଙ୍କ ସହିତ ରୁହନ୍ତି ଆଇ.ଏନ୍.ଏଚ୍ ୫ ମି,ଗ୍ରା./କି.ଗ୍ରା./ଦିନ ହିସାବରେ ବର୍ଷେ ନେବା ଉଚିତ୍ ଯଦି ସମ୍ଭବ ଚର୍ମ ପରୀକ୍ଷା କରିବା ଉଚିତ୍ । ଯଦି ପରୀକ୍ଷାରେ ଗୁଣାତ୍ମକ ବାହାରେ ତେବେ ଆଇ. ଏନ୍.ଏଚ୍ ଖାଇବା ଆବଶ୍ୟକ । ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଚିକିତ୍, ପ୍ରତିରୋଧର ଚାବିକାଠି ଅଟେ । ଚିକିତ୍ସା ନିମ୍ନଲିଖିତ ପଦ୍ଧତିରୁ ଯେକୌଣସି ଗୋଟିଏ ବାଛନ୍ତୁ : ୨ ଏସ୍.ଟି.ଏଚ୍/୧୦ମ କଫ ଗୁଣାତ୍ମକ ବା ଭୀଷଣ ଅସୁସ୍ଥ ଯକ୍ଷ୍ମା ରୋଗୀ : - ପ୍ରଥମ ୨ମାସ ଏସ୍-୦.୭୫ ଗ୍ରା – ଦୈନିକ ଏଚ୍ – ୩୦୦ ସେ.ମି.ଗ୍ରା + ଟି – ୧୫୦ ମି.ଗ୍ରା – ଦୈନିକ ଘରେ ଗୋଟିଏ ମାତ୍ରା ପରେ ୧୦ମାସ ଏଚ୍ – ୩୦୦ ସେ.ମି.ଗ୍ରା + ଟି. – ୧୫୦ ମି.ଗ୍ରା. ଘରେ ଦୈନିକ ଗୋଟିଏ ମାତ୍ରା :୧୨ ଟି.ଏଚ୍ ଧନାତ୍ମକ କଫ କିନ୍ତୁ ରାଡିଓଲୋଜିକାଲି ଗୁଣାତ୍ମକ ଏଚ୍ ୩୦୦ ସେ.ମି.ଗ୍ରା + ଟି ୧୫୦ ମି.ଗ୍ରା ଉଭୟ ଔଷଧ ଏକକ ମାତ୍ରାରେ ଦୈନିକ ମୌଖିକ ଘରେ ଖାଇବା କମ୍ ଚିକିତ୍ସା ସମୟ ପଦ୍ଧତି ୨ ଇ.ଏ.ଆର.ଜେଡ / ୬ ଟି.ଏଚ୍ ପ୍ରତ୍ୟକ ସ୍ମିଅର ଗୁଣାତ୍ମକ ରୋଗୀ ପ୍ରଥମ ୨ମାସ ଏଚ୍ ୩୦୦ମି.ଗ୍ରା , ଆର.୪୫୦ ମି.ଗ୍ରା. ୮୦୦ ମି.ଗ୍ରା. ଏବଂ ଜେଡ ୧.୫ ଗ୍ରା ଦୈନିକ ଏକକ ମାତ୍ରା ପର ୬ ମାସ ଏଚ୍.୩୦୦ ମି.ଗ୍ରା., ୧୫୦ ମି.ଗା. ଦୈନିକ ଏକକ ମାତ୍ରା ୨ ଏସ୍ଏଚ୍ ଆର.ଜେଡ./ ୪ ଏସ୍,ଏଚ୍, ଆର ଚିକିତ୍ସା ପରେ ରୋଗୀର ସ୍ମିଅର ଗୁଣାତ୍ମକ ଥିଲେ । ପ୍ରଥମ ୨ ମାସ ଏସ୍ – ୦-୭୫ଗ୍ରା., ଏଚ୍ ୩୦୦ ମି.ଗ୍ରା, ଆର୍ ୪୫୦ ମି.ଗ୍ରା.ଜେଡ ୧.୫ ଗ୍ରା ଦୈନିକ ପର ୪ମାସ ଟି ବଦଳରେ ଇ ଔଷଧର ପ୍ରାପ୍ତିକୁ ଆଖିରେ ରଖି ଏସ୍ – ଷ୍ଟେପଟୋମାଇସିନ ଆର୍ – ରିଫାମପିସିନ ଟି – ଥିଆସିଟାଜୋନ ଏଚ୍ - ଆଇସୋନାଇଜିଡ ଜେଡ – ପାଇରାଜିନାମିଡ ଇ - ଇଥାମବୁଟୋଲ ପି.ଏଚ୍.ଆଇ – ପେରିଫେରାଲ ହେଲ୍ଥ ଇନଷ୍ଟିଚ୍ୟୁଟ ଡି.ଟି.ସି. ଡିଷ୍ଟ୍ରିକଟ ଟ୍ୟୁବରକୁଲୋସିସ ସେଣ୍ଟର ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ