ଉପକ୍ରମ ଏହି ମସ୍ତିସ୍କଝିଲ୍ଲୀ ଏକ ସାଘାଂତିକ ସଂକ୍ରମଣ । ପିଲାମାନଙ୍କଠାରେ ଏହା ଅଧିକ ହୋଇଥାଏ । ଏହା ଅନ୍ୟ କୌଣସି ଏକ ରୋଗଯଥା ; ମିଳିମିଳା, ଗାଲୁଆ, ଧଇଁକାଶ, କାନରେ ସଂକ୍ରମଣ ଇତ୍ୟାଦିର ଜଟିଳତା ହିସାବରେ ଆରମ୍ଭ ହୋଇପାରେ । ଯକ୍ଷ୍ମାରୋଗ ହୋଇଥିବା ମାଆଙ୍କର ଛୁଆକୁ ଯକ୍ଷ୍ମା ଜନିତ ମସ୍ତିସ୍କଝିଲ୍ଲୀ ପ୍ରଦାହ ଜୀବନର ପ୍ରଥମ କିଛି ମାସରେ ହୋଇପାରେ । ଲକ୍ଷଣ ଜ୍ଵର ଅତ୍ୟଧିକ ମୁଣ୍ଡବିନ୍ଧା କଠିନ ବେକ : ପିଲା ବହୁତ ରୁଗ୍ଣ ଦେଖାଯାଏ ଏବଂ ମୁଣ୍ଡ ଓ ବେକକୁ ପଛକରି ପଡିରହେ ଏହିପରି ଭାବରେ ପିଠି ବହୁତ ଟାଣ ହୋଇ ଯାଇଥିବାରୁ ମୁଣ୍ଡକୁ ଆଣ୍ଠୁତଳେ ରଖାଯାଇ ପାରିବ ନାହିଁ । ଏକବର୍ଷରୁ କମ୍ ବୟସର ପିଲାମାନଙ୍କର ମୁଣ୍ଡର କୋମଳ ଅଂଶ ଉପରକୁ ବାହାରିଆସେ । ବାନ୍ତି ପ୍ରାୟ ସବୁବେଳେ ହେବ । ପିଲା ବହୁତ ଶୋଇବ ବା ଚିଡ଼ିଚିଡା ହୋଇପାରେ । ପିଲା ଖାଇବାକୁ ମନା କରିବ । କେତେକ ସମୟରେ ସଂକୋଚନ ବା ଅଦ୍ଭୁତ ବ୍ୟବହାର କରିପାରେ । ପିଲାର ଅବସ୍ଥା ଖରାପରୁ ଖରାପ ହୋଇଯିବ । ଶେଷରେ ସେ ନିଜର ଚେତା ହରାଇ ବସେ । ଯକ୍ଷ୍ମା ଜନିତ ମସ୍ତିସ୍କଝିଲ୍ଲୀ ପ୍ରଦାହ ଧୀରେ ଧୀରେ ପ୍ରକାଶପାଏ, କେତେଦିନ ବା କେତେ ସପ୍ତାହ ଧରି । ଅନ୍ୟପ୍ରକାରର ମସ୍ତିସ୍କଝିଲ୍ଲୀ ପ୍ରଦାହ ଖୁବ୍ ଶୀଘ୍ର ପ୍ରକାଶ ପାଇଥାଏ, କେତେ ଘଣ୍ଟା ବା ଦିନ ମଧ୍ୟରେ । ଚିକିତ୍ସା ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ – ପ୍ରତ୍ୟକ ମିନିଟ୍ ମୁଲ୍ୟବାନ । ସମ୍ଭବ ହେଲେ ରୋଗୀକୁ ଡାକ୍ତରଖାନା ନେଇଯାଆନ୍ତୁ, କିନ୍ତୁ ସେ ସମୟ ମଧ୍ୟରେ, ୫୦୦ ମି.ଗ୍ରାର ଆମ୍ପିସିଲିନ ୪ ଘଣ୍ଟା ଅନ୍ତରରେ ଦିଅନ୍ତୁ ବା ଏକ ଲକ୍ଷ୍ୟ ୟୁର କ୍ରାଇଷ୍ଟାଲିନ ପେନିସିଲିନ ପ୍ରତି ୪ ଘଣ୍ଟାରେ ଦିଅନ୍ତୁ ଯଦି ସମ୍ଭବ କ୍ଳୋରାମଫେନିକଲ ଦିଅନ୍ତୁ । ଯଦି ସେଣ୍ଟିଗ୍ରେଡରୁ ଅଧିକ ଜ୍ଵର ଥାଏ, ଓଦା ଲୁଗା କିମ୍ବା ଆସ୍ପିରିନ ବା ଏସିଟାମିନୋଫେନ ବ୍ୟବହାର କରି ଏହାକୁ କମାଇବାକୁ ଚେଷ୍ଟା କରନ୍ତୁ । ଯଦି ମା’ଙ୍କୁ ଯକ୍ଷ୍ମା ହୋଇଥାଏ ବା ଯଦି ପିଲାକୁ ଯକ୍ଷ୍ମା, ମସ୍ତିସ୍କଝିଲ୍ଲୀ ପ୍ରଦାହ ହୋଇଥିବାରୁ ଅନ୍ୟକାରଣ ଆପଣ ସନ୍ଦେହ କରନ୍ତି, ତେବେ ୦.୨ ମି.ଲି.ର ଷ୍ଟ୍ରେପଟୋମାଇସିନ ଇଞ୍ଜେକ୍ସନ ପ୍ରତି ୫ କିଲୋ ଓଜନ ବଢିବାରେ ଦିଅନ୍ତୁ ଓ ସଙ୍ଗେ ସଙ୍ଗେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଯଦି ମସ୍ତିସ୍କଝିଲ୍ଲୀ ଯକ୍ଷ୍ମା ହୋଇ ନ ଥାଏ, ଆମ୍ପିସିଲିନ ବା ପେନିସିଲିନ ବ୍ୟବହାର କରନ୍ତୁ । ନିବାରଣ ଯକ୍ଷ୍ମା ଜନିତ ମସ୍ତିସ୍କଝିଲ୍ଲୀର ନିବାରଣ ପାଇଁ ଯକ୍ଷ୍ମା ହୋଇଥିବା ମାଆର ନବଜାତ ଶିଶୁକୁ ସମୟରେ ବି.ସି.ଜି ଟୀକା ଦେବା ଦରକାର । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ