ଜ୍ଵର ଜଣେ ସୁସ୍ଥ ଲୋକର ଶରୀରର ଉତ୍ତାପ ସାଧାରଣତଃ ସେଣ୍ଟିଗ୍ରେଡରୁ ସେଣ୍ଟିଗ୍ରେଡ ମଧ୍ୟରେ ଥାଏ । ସେଣ୍ଟିଗ୍ରେଡରୁ ଅଧିକ ହେଲେ ବ୍ୟକ୍ତିକୁ ଜ୍ଵର ହୋଇଛି ବୋଲି କୁହାଯାଇଥାଏ । ଯେତେବେଳେ ଶରୀର ଶରୀର ବାହ୍ୟ ଜୀବାଣୁ ମାନଙ୍କ ସହିତ ଯୁଦ୍ଧ କରେ ଜ୍ଵର, ହୋଇଥାଏ । ଶରୀରର କୋଷ ଗୁଡିକ ଏହି ବହିଃ ଶତ୍ରୁମାନଙ୍କୁ ମାରିଦେବା ପାଇଁ ଚେଷ୍ଟା କରେ । ଏହି ଅବସ୍ଥାରେ କୋଷଗୁଡିକରୁ କିଛି ବାହାରିଥାଏ, ଯାହା ଶରୀରର ଉତ୍ତାପକୁ ବଢାଇଦିଏ । ଜ୍ଵର ଏକ ରୋଗ ନୁହେଁ, ଏହା ରୋଗର ଲକ୍ଷଣ ଅଟେ । ଜ୍ଵର ହେଲେ ଶରୀରରେ କୌଣସି ରୋଗ ହୋଇଛି ବୋଲି ଜଣାପଡିଥାଏ । ଜ୍ଵରର ପ୍ରାଧାନ୍ୟତା ଜଣେ ବ୍ୟକ୍ତି ରୋଗରେ କେତେ ପରିମାଣରେ ଆକ୍ରାନ୍ତ ତାହା ଜ୍ଵରରୁ ହିଁ ଜଣାପଡିଥାଏ । ଜ୍ଵରର ପ୍ରକାର ଭେଦ ରୋଗର ଅବସ୍ଥାକୁ ବୁଝାଇଥାଏ । ଜ୍ଵରର ପ୍ରକାର ଭେଦ ଜ୍ଵର ସାମାନ୍ୟ ହୋଇପାରେ ବା ଅଧିକ ହୋଇପାରେ । ନିମ୍ନରେ କେତେ ଗୁଡିଏ ଉଦାହରଣ ଦିଆଗଲା । ସାମାନ୍ୟ ଜ୍ଵର (ସେଣ୍ଟିଗ୍ରେଡ) ସଂକ୍ରମିତ ଘା’, ବଥ ଓ ବ୍ରଣ, ଦାନ୍ତ ମୂଳ ବ୍ରଣ, ମଧ୍ୟ କର୍ଣ୍ଣ ସଂକ୍ରମଣ, ଥଣ୍ଡା ମଧ୍ୟମ ଧରଣର ଜ୍ଵର (ସେଣ୍ଟିଗ୍ରେଡରୁ ସେଣ୍ଟିଗ୍ରେଡ) ଯକ୍ଷ୍ମା,ଆଣ୍ଠୁଗଣ୍ଠି ଆମବାତଜ୍ଵର, ମୂତ୍ରାଶୟ, ସୂତିକା ଜ୍ଵର ପ୍ରବଳ ଜ୍ଵର (ସେଣ୍ଟିଗ୍ରେଡରୁ ଅଧିକ) ଇନଫ୍ଲୁଏଞ୍ଜା, ମିଳିମିଳା, ହାଡଫୁଟି, ନିମୋନିଆ, ଆନ୍ତ୍ରିକ ଜ୍ଵର, ମ୍ୟାଲେରିଆ, ଟନସିଲ ବା ଗଳା ସଂକ୍ରମଣ, ଡିପଥେରିଆ, ମସ୍ତିସ୍କଝିଲ୍ଲୀ ସଂକ୍ରମଣ ଜ୍ଵର କମିବା ଓ ବଢିବା କେତେ ଗୁଡିଏ ରୋଗର ବିଶେଷ ଗୁଣ ଉପରବେଳା ଜ୍ଵର ହେବା ଓ ସକାଳୁ ଛାଡିଯିବା ଯକ୍ଷ୍ମା ରୋଗର ଲକ୍ଷଣ ପ୍ରତିଦିନ ଜ୍ଵର ବଢିବା, ଆନ୍ତ୍ରିକ ଜ୍ଵର ଜ୍ଵର ପ୍ରତି ଦୁଇଦିନ ବା ତିନିଦିନରେ ହେବା ମ୍ୟାଲେରିଆ ଚିକିତ୍ସା ଅସୁସ୍ଥ ବ୍ୟକ୍ତିକୁ ଜ୍ଵର ଅଧିକ ଯନ୍ତ୍ରଣା ଦେଇଥାଏ । ପିଲା ମାନଙ୍କର ଜ୍ଵର ଯୋଗୁଁ ମୂର୍ଚ୍ଛା ହୋଇଥାଏ । ହୃଦରୋଗୀ ମାନଙ୍କ ପାଇଁ ଏହି ଜ୍ଵର ହୃତସ୍ପନ୍ଦନ ବଢାଇ ଦେଇଥାଏ । ଜ୍ଵର ହୋଇ ଝାଳ ବାହାରି ଯିବା ଦ୍ଵାରା ଶରୀରରୁ ଲବଣ ଓ ପାଣି କ୍ଷୟ ହୋଇ ଜଳ ଶୁଷ୍କତା କରିଥାଏ । ପ୍ରବଳ ଜ୍ଵରରେ ଲୋକେ ବିଳିବିଳେଇ ଥାନ୍ତି । ଯଦି କୌଣସି ବ୍ୟକ୍ତିକୁ ଜ୍ଵର ହୋଇଛି ତା ଦେହରୁ ଲୁଗାପଟା କାଢିଦିଅନ୍ତୁ । ଛୋଟ ପିଲାମାନେ ସମ୍ପୂର୍ଣ୍ଣ ଲଙ୍ଗଳା ହୋଇ ରହିବା ଉଚିତ୍ । ଘରର କବାଟ ଝରକା ଖୋଲି ଦେବା ଉଚିତ୍ । ପିଲାକୁ ଜ୍ଵର ସମୟରେ ଘୋଡାଇ ରଖନ୍ତୁ ନାହିଁ । ଜ୍ଵର କମିବା ପାଇଁ ପାରାସିଟାମଲ ଦିଅନ୍ତୁ । ଓଦା କନାରେ ଦେହ ପୋଛି ଦିଅନ୍ତୁ । ପ୍ରଚୁର ତରଳ ପାନୀୟ ପିଇବାକୁ ଦିଅନ୍ତୁ । ଜ୍ଵରର କାରଣ ଜାଣି ଚିକିତ୍ସା କରନ୍ତୁ । ଯଦି ନିମୋନିଆ ଯୋଗୁଁ ହୋଇଥାଏ ତେବେ ନିମୋନିଆ ସହିତ ଜ୍ଵରର ଚିକିତ୍ସା କରନ୍ତୁ । ମୁଣ୍ଡ ବିନ୍ଧା ଓ ଅଧକପାଳି ମୁଣ୍ଡ ବିନ୍ଧା ଏକ ସାଧାରଣ ସମସ୍ୟା ଅଟେ । ଏହା ମୁଖ୍ୟତଃ ଚିନ୍ତା, ଅଧକପାଳି ଓ ମାରାତ୍ମକ ରୋଗ ଯୋଗୁଁ ହୋଇଥାଏ ଜଣେ ମୁଣ୍ଡ ବଥା ହୋଇଥିବା ବ୍ୟକ୍ତିର ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍ । ମୁଣ୍ଡ ବିନ୍ଧା ପ୍ରକାର - କଠିନ ଲାଗିବା, ଛାପି ହୋଇଯିବା, ମୁଣ୍ଡ ଫାଟିଗଲା ଭଳି ଲାଗିବା ଯନ୍ତ୍ରଣା ମୁଣ୍ଡ ବିନ୍ଧାର ସ୍ଥାନ - ଉଭୟ ପାଖ, ଚାରିଆଡେ, ଗୋଟିଏ ପାଖ, ସମ୍ମୁଖ ଭାଗ, ପଛ ଭାଗ କେତେ ସମୟ ମୁଣ୍ଡ ବିନ୍ଧୁଛି – ମିନିଟ୍, ଘଣ୍ଟା, ଦିନ, ସପ୍ତାହ ଦିନର ଯେଉଁ ସମୟରେ ମୁଣ୍ଡ ବିନ୍ଧୁଛି – ସକାଳୁ, ସନ୍ଧ୍ୟା ଓ ଦ୍ଵିପ୍ରହର କ’ଣ ଯୋଗୁଁ ମୁଣ୍ଡ ବିନ୍ଧୁଛି - ଚିନ୍ତା, ପଢିବା କ’ଣ ପାଇଁ ଏହା ଅଧିକ ହେଉଛି - ଆଲକୋହଲ କ’ଣ କରିବା ଦ୍ଵାରା ମୁଣ୍ଡ ବିନ୍ଧା ଭଲ ହୋଇ ପାରିବ – ବିଶ୍ରାମ, ଔଷଧ ମୁଣ୍ଡ ବିନ୍ଧା କିପରି ଭଲ ହୁଏ ? ସାମାନ୍ୟ ମୁଣ୍ଡ ବିନ୍ଧା ବିଶ୍ରାମ ଓ ଆସ୍ପିରିନ ଖାଇବାଦ୍ଵାରା ଭଲ ହୋଇଯାଇଥାଏ । ଏଥି ସହିତ ଗରମ ପାଣିରେ ଓଦା ହୋଇଥିବା କନାରେ ବେକ ପଛପଟେ ସେକ ଦେଲେ ବା ଘଷିଲେ ମୁଣ୍ଡ ବିନ୍ଧା ଭଲ ହୋଇଯାଏ । ଅଧକପାଳି ଅଧକପାଳିରେ ମୁଣ୍ଡର ଗୋଟିଏ ପାଖରେ ସବୁବେଳେ ବ୍ୟଥା ହୋଇଥାଏ । ଯାହାଦ୍ଵାରା ଗୋଟିଏ ଆଖି ବା ଗୋଟିଏ କାନାରେ ଅଧିକ ଯନ୍ତ୍ରଣା ହୋଇଥାଏ । ଏହା ବାରମ୍ବାର କିମ୍ବା ମାସେ ବା ବର୍ଷେ ପରେ ହୋଇଥାଏ । ଗୋଳମାଳ, ଉଜ୍ଜ୍ଵଳ ଆଲୋକ, ଚିନ୍ତା, ଆଲକୋହଲ, ରାଗ, ଉତ୍ତେଜନା ଏହାର କାରଣ ଅଟେ । ଏକ ପ୍ରକାର ଅଧକପାଳିରେ ଆଖି ଜାଲ ଜାଲୁଆ ଦିଶିବା ଠାରୁ ଆରମ୍ଭ ହୋଇଥାଏ । ଏଥି ସହିତ ବାନ୍ତିରେ ଆଖି ନାଲି ପଡିଯାଏ । ଅରୁଚି ଲାଗେ, ନିଡୁଆ ଲାଗେ । ଅଧକପାଳି ବହୁତ ଯନ୍ତ୍ରଣାଦାୟକ କିନ୍ତୁ ବିପଦପୂର୍ଣ୍ଣ ନୁହେଁ । ଅଧକପାଳି ଲକ୍ଷଣ ଓ ଚିକିତ୍ସା ଅଧକପାଳି ବନ୍ଦ କରିବା ପାଇଁ ଲକ୍ଷଣରୁ ହିଁ ଏହା କରନ୍ତୁ :- କଡା କଫି ବା କଡା ନାଲି ଚା’ର ଗୋଟିଏ କପ ସହିତ ୨ଟି ଆସ୍ପିରିନ ଖାଆନ୍ତୁ । ଅନ୍ଧାର ତଥା ଶାନ୍ତ ଜାଗାରେ ଶୋଇପଡନ୍ତୁ । ଆରାମ ପାଇଁ ପୁରା ଚେଷ୍ଟା କରନ୍ତୁ । ଆପଣଙ୍କ ସମସ୍ୟା ବିଷୟରେ ଚିନ୍ତା ନ କରିବା ପାଇଁ ଚେଷ୍ଟା କରନ୍ତୁ । ବିଶେଷ ଭାବରେ ତୀବ୍ର ଅଧକପାଳି ପାଇଁ କାଫେନଯୁକ୍ତ ଏରଗୋଟାମାଇନ ଦୁଇଟି ବଟିକା ଖାଇବା ଆବଶ୍ୟକ ଓ ପ୍ରତି ଅଧ ଘଣ୍ଟାରେ ଗୋଟିଏ ଖାଇବା ଆବଶ୍ୟକ । ଦିନକରେ ୬ଟି ରୁ ଅଧିକ ବଟିକା ଖାଇବା ଉଚିତ୍ ନୁହେଁ ବା ପ୍ରୋକ୍ଲୋରପେରାଜାଇନ ଦୁଇଟି ବଟିକା ଦିନକୁ ୩ ଥର, ୪ ଦିନ ଖାଇବା ଉଚିତ୍ । ସତର୍କତା ଗର୍ଭଧାରଣ ସମୟରେ କାଫରଗଟ ବ୍ୟବହାର କରନ୍ତୁ ନାହିଁ । ଚିନ୍ତାଜନିତ ମୁଣ୍ଡ ବିନ୍ଧା ଚିନ୍ତାଜନକ ମୁଣ୍ଡବ୍ୟଥା ମୁଣ୍ଡର ଦୁଇ ପାଖରେ ହୋଇଥାଏ, ଯାହା କିଛି ଘଣ୍ଟା ବା ଦିନ ଧରି ଲାଗିରୁହେ । ଏହା ବିଶେଷ କରି ବ୍ୟକ୍ତି ଚିନ୍ତିତ ଥିବାବେଳେ ବା ବ୍ୟଗ୍ର ଥିବା ବେଳେ ବା ଶୋଇପାରୁ ନ ଥିବା ବେଳେ ହୋଇଥାଏ । ମୁଣ୍ଡ ଘଷିବାଦ୍ଵାରା ଭଲ ହୋଇଯାଏ । ଆଖିରେ ଚାପ ପଡିବା ହେତୁ ମୁଣ୍ଡ ବ୍ୟଥା ଏହା ମୁଖ୍ୟତଃ ଆଖିର ଅଧିକ ବ୍ୟବହାର ଯୋଗୁଁ ହୋଇଥାଏ । ଏହାଦ୍ଵାରା ଆଖିର ଚାରିପଟେ ଓ ବେଳେବେଳେ ମୁଣ୍ଡ ପଛ ପାଖରେ ଯନ୍ତ୍ରଣା ହୁଏ । ବିଶ୍ରାମ ନେବାଦ୍ଵାରା ଏହା ଭଲ ହୋଇଯାଏ । ଉଚ୍ଚ ରକ୍ତ ଚାପ ଯୋଗୁଁ ମୁଣ୍ଡ ବ୍ୟଥା ସକାଳୁ ଉଠିବାଦ୍ଵାରା ଏହା ହୋଇଥାଏ । ଉତ୍ତେଜନା ଓ ଚିନ୍ତାଦ୍ଵାରା ଏହା ଅଧିକ ମାରାତ୍ମକ ହୋଇଥାଏ । ନାଳୀ ଘା’ ଜନିତ ମୁଣ୍ଡ ବ୍ୟଥା ସକାଳର ମଧ୍ୟଭାଗରେ ଚାଲିବାଦ୍ଵାରା ଏହା ହୋଇଥାଏ । ମସ୍ତିସ୍କଝିଲ୍ଲୀ ସଂକ୍ରମଣ ଯୋଗୁଁ ମୁଣ୍ଡ ବ୍ୟଥା ମୁଣ୍ଡରେ ଅଧିକ ଯନ୍ତ୍ରଣା ଓ ବେକରେ ଯନ୍ତ୍ରଣା ମୁଣ୍ଡ ନୂଆଁଇଲେ ଅଧିକ ହୁଏ । ମସ୍ତିସ୍କ ଟ୍ୟୁମର ଜନିତ ମୁଣ୍ଡ ବ୍ୟଥା ଏହା ଘଣ୍ଟା ଘଣ୍ଟା ଧରି ଲାଗିରୁହେ । ରାତିରେ ବ୍ୟକ୍ତି ନିଦରୁ ଉଠିପଡେ, ବାନ୍ତି ହୁଏ, ମୁଣ୍ଡ କାମ କରେ ନାହିଁ, ଯଦି ଔଷଧ ଖାଇବା ଦ୍ଵାରା ଏହା ଭଲ ନହୁଏ ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ । କାଶ କାଶ ଏକ ସାଧାରଣ ସମସ୍ୟା ଅଟେ । ଏହା ଏକ ଗୋଟିଏ ଅସୁସ୍ଥତା ନୁହେଁ, କିନ୍ତୁ ଅନ୍ୟ ଅସୁସ୍ଥତାର ଲକ୍ଷଣ ଅଟେ । ଯାହା ଗଳା ଓ ଫୁସଫୁସ୍ କୁ ସଂକ୍ରମିତ କରିଥାଏ । ଯେତେବେଳେ ଫୁସୁଫୁସ୍ ଓ ବାୟୁନଳୀ ସଂକ୍ରମିତ ହୁଏ, କାଶ ହୋଇଥାଏ । ନାକରେ ଧୁଳି ପଶିଯିବାଦ୍ଵାରା ସିଗାରେଟ ଧୂଆଁ, ରାସାୟନିକ ପଦାର୍ଥଦ୍ଵାରା ମଧ୍ୟ କାଶ ହୋଇଥାଏ । କାଶ ଶରୀରକୁ ରକ୍ଷା କରିଥାଏ । କାଶ ଦ୍ଵାରା ଶ୍ଵାସନଳୀ ସଫା ହୋଇଯାଏ ଓ ଗଳା ଓ ଫୁସୁଫୁସ୍ ରେ ଥିବା ଜୀବାଣୁ କଫ ମାଧ୍ୟମରେ ବାହାରି ଆସନ୍ତି । ତେଣୁ କାଶରେ କଫ ପଡିଲେ ଔଷଧ ଖାଇବା ଉଚିତ୍ ନୁହେଁ ବରଂ ଏପରି କିଛି କରନ୍ତୁ ଯାହାଦ୍ଵାରା କଫ ବାହାରି ଆସିବ । କାଶର କାରଣ ଓ ଚିକିତ୍ସା କାଶ ଦୀର୍ଘ ଦିନ ଧରି ହେଉଛି କି ? କାଶ ସହତ ଜ୍ଵର ହେଉଛି କି ? କାଶରେ କଫ ପଡୁଛି କି ? ଯଦି ପଡୁଛି ଏହାର ରଙ୍ଗ ଓ ଗନ୍ଧ ? କାଶରେ ରକ୍ତ ପଡୁଛି କି ? ବ୍ୟକ୍ତି ଧୂମପାନ କରନ୍ତି କି ? ବ୍ୟକ୍ତିର ବୃତ୍ତି କାଶ ହେବାର ଲକ୍ଷଣ ସୁଚାଇଥାଏ । ବ୍ୟକ୍ତିକୁ ପଚାରନ୍ତୁ ଏହିପରି ଆଗରୁ ହେଉଥିଲା କି ? ଚିକିତ୍ସା କଫକୁ ନରମ କରିବା ପାଇଁ ଅଧିକ ପାଣି ପିଇବା ଉଚିତ୍ । ଗରମ ପାଣି ବାଷ୍ପ ଆଘ୍ରାଣ କରିବା ଦ୍ଵାରା କଫ ତରଳ ହୋଇ ବାହାରି ଆସେ । ଗୋଟିଏ ଗରମ ପାଣି ବାଲ୍ଟି ଆଗରେ ରଖି ଏକ ଚୌକିରେ ବସନ୍ତୁ । ମୁଣ୍ଡରେ ଏକ କପଡା ପକାଇ ଦିଅନ୍ତୁ ଓ ଗରମ ପାଣିରୁ ବାହାରୁଥିବା ବାଷ୍ପ ୧୫ ମିନିଟ୍ ଶୁଘଂନ୍ତୁ । ଦିନକୁ ଏହିପରି ଅଧିକଥର କରନ୍ତୁ । କେତେକ ବ୍ୟକ୍ତି ଏହି ଗରମ ପାଣିରେ ଇୟୁକାଲିପଟାସ ପତ୍ର ଭେପରନ ବା ବେଞ୍ଜୋଇନ ପକାଇଥାନ୍ତି । ସତର୍କତା ଆଜମା ଥିବା ବ୍ୟକ୍ତି ଗରମ ପାଣିରେ ଇୟୁକାଲିପଟାସ ଭେପରବ ଆଘ୍ରାଣ କରିବା ଉଚିତ ନୁହେଁ । ସବୁ ପ୍ରକାର କଫ ପାଇଁ କଫ ସିରପ୍ ଦିଆଯାଇପାରିବା । ପ୍ରତି ୨ବା ୩ ଘଣ୍ଟାରେ ଏକ ଚା ଚାମଚ ସିରପ୍ ଖାଇବା ଉଚିତ୍ । ଅନ୍ୟାନ୍ୟ ଘରୋଇ ଚିକିତ୍ସା ଉଗ୍ର ଶୁଖିଲା କାଶ ପାଇଁ କୋଡିନ ଦିଅନ୍ତୁ । କୋଡିନ ପିଲାମାନଙ୍କୁ ଦେବା ଉଚିତ୍ ନୁହେଁ । କୋଡିନ ସହିତ ଆସ୍ପିରିନ ମିଶାଇ ଖାଇଲେ ଉପକାର ମିଳିଥାଏ । ଯଦି ଅଧିକ କଫ ବାହାରୁଛି ବା ଛିଙ୍କ ହେଉଛି ତେବେ କୋଡିନ ବ୍ୟବହାର କରନ୍ତୁ ନାହିଁ । କାଶ ସହିତ ଛିଙ୍କ ପାଇଁ ଆଜମାର ଚିକିତ୍ସା, ପୁରାତନ ଶ୍ଵାସ ସଂକ୍ରମଣ ଓ ହୃଦରୋଗ ଦେଖନ୍ତୁ । ଯେକୌଣସି କାଶ ହେଉଥିଲେ ଧୂମପାନ କରନ୍ତୁ ନାହିଁ । ଏହା ଫୁସୁଫୁସ୍ ରେ କ୍ଷତି ପହଞ୍ଚାଇଥାଏ । କାଶ ନିବାରଣ ପାଇଁ ଧୂମପାନ କରନ୍ତୁ ନାହିଁ । କାଶରୁ ମୁକ୍ତି ପାଇବା ପାଇଁ ଅସୁସ୍ଥତାର ଚିକିତ୍ସା କରନ୍ତୁ ଯେଉଁଥି ପାଇଁ କାଶ ହେଉଅଛି । ତରଳ ପଦାର୍ଥ ଅଧିକ ପିଅନ୍ତୁ । ଫୁସଫୁସ୍ ରୁ କଫକୁ କିପରି ବାହାର କରିବ ଯଦି କୌଣସି ବୁଢା ବା ଦୁର୍ବଳ ବ୍ୟକ୍ତିଙ୍କୁ ଖୁବ୍ ଜୋରରେ କାଶ ହୁଏ ଓ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଗାଢ କଫରୁ ରକ୍ଷା ମିଳୁନାହିଁ, ତେବେ ସେ ପ୍ରଚୁର ପରିମାଣରେ ପାଣି ପିଇବା ଉଚିତ୍ । ନିମ୍ନଲିଖିତ କାମ ମଧ୍ୟ କରନ୍ତୁ । କଫକୁ ନରମ କରିବାପାଇଁ ପ୍ରଥମେ ଗରମ ପାଣିର ବାଷ୍ପ ଶୁଘାଂନ୍ତୁ । ତା ପରେ ତାଙ୍କୁ ଖଟରେ ଏପରି ଶୁଆଇ ଦିଅନ୍ତୁ ଯେପରି ତାଙ୍କର ମୁଣ୍ଡ ଓ ଛାତି ତଳକୁ ଝୁଲି ରହିବ ଓ ତାଙ୍କର ପିଠିକୁ ଉପରକୁ ରହିବ । ପିଠିକୁ ଆସ୍ତେ ଆସ୍ତେ ଥାପୁଡାନ୍ତୁ । ଏହା କଫକୁ ବାହାର କରିବାରେ ସାହାଯ୍ୟ କରିବ । କଫରେ ରକ୍ତ ପଡିବା ଜଣେ ବ୍ୟକ୍ତିର କଫରେ ଅଳ୍ପ ପରିମାଣର ରକ୍ତ ପଡିପାରେ ବା ଅଧିକ ପରିମାଣରେ ପଡିପାରେ । ତେଣୁ ଯଦି ଏହିପରି ଜଣେ ଅଭିଯୋଗ କରେ ଆପଣ ନିଶ୍ଚିତ ହେବା ଉଚିତ୍ ଯେ, ରକ୍ତ କଫରେ ପଡୁଛି କିନ୍ତୁ ରକ୍ତ ବାନ୍ତି ହେଉନାହିଁ ଯଦି ଫୁସୁଫୁସ୍ ରୁ ରକ୍ତ ଆସୁଥାଏ ତେବେ ରୋଗୀ ଗଳା କୁଣ୍ଡାଇ ହେବାର ଅଭିଯୋଗ କରେ । ଯଦି ରକ୍ତ ପାକସ୍ଥଳୀରୁ ଆସୁଥାଏ ତେବେ ରୋଗୀକୁ ବାନ୍ତି ଲାଗେ ଓ ତଳିପେଟରେ ଯନ୍ତ୍ରଣା ଅନୁଭବ କରିଥାଏ । କଫରେ ରକ୍ତ ପଡିବା ଏକ ଅସୁସ୍ଥତା ନୁହେଁ, କିନ୍ତୁ ରୋଗର ଏକ ଲକ୍ଷଣ ଅଟେ । କାରଣ ଓଜନହାନୀ ସହିତ ବାରମ୍ବାର କଫରେ ରକ୍ତ ପଡିବା ଯକ୍ଷ୍ମା ଯୋଗୁଁ ହୋଇଥାଏ । ୪୦ ବର୍ଷ ବୟସରୁ ଉର୍ଦ୍ଧ୍ଵ ବ୍ୟକ୍ତି ବା ଧୂମପାନ କରୁଥିବା ବ୍ୟକ୍ତିଙ୍କର ଏହା କର୍କଟ ରୋଗ ହୋଇପାରେ । ଫୁସୁଫୁସ୍ ରେ ବ୍ରଣ, ଶ୍ଵାସନଳୀ ପ୍ରଦାହ, ନିମୋନିଆ ରକ୍ତବାନ୍ତି ସହିତ ଅତ୍ୟଧିକ କଫ ପଡୁଥିଲେ ତାହା ବ୍ରୋଙ୍କାଇଟସ୍ ହୋଇପାରେ ଜଣେ ସୁସ୍ଥ ଲୋକକୁ ବାରମ୍ବାର ରକ୍ତବାନ୍ତି ହେଲେ ଏହା କର୍କଟ ରୋଗ ହୋଇପାରେ । ଚିକିତ୍ସା ଯେଉଁ ବ୍ୟକ୍ତିଙ୍କର କାଶରେ ରକ୍ତ ପଡେ ସେ ତୁରନ୍ତ ଛାତି ରଞ୍ଜନରଶ୍ମି କରିବା ଉଚିତ୍ । ଇତ୍ୟବସରରେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍ । ଯଦି କାଶରେ କମ୍ ପରିମାଣରେ ରକ୍ତ ପଡୁଥାଏ, ରୋଗୀ ନିଜ ଶରୀର ପରୀକ୍ଷାକରିବା ଉଚିତ୍ ଯଦି ରକ୍ତର ପରିମାଣ ଏକ ବା ଦୁଇ ଗ୍ଲାସ ହୁଏ ତେବେ ବିଶ୍ରାମ ନେବା ଉଚିତ୍ ଓ କୋଡିନ ଖାଇବା ଉଚିତ୍ ଯଦି କାଶରେ ୩ରୁ ୪ ଗ୍ଲାସ ରକ୍ତ ଗୋଟିଏ ଦିନରେ ପଡେ ଏହା ବିପଦଜନକ, ତୁରନ୍ତ ଡାକ୍ତରୀ ସାହାଯ୍ୟ ନେବା ଆବଶ୍ୟକ । ରୋଗୀର ରକ୍ତ ସଞ୍ଚାରଣ ଆବଶ୍ୟକ ହୋଇଥାଏ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ