ଅର୍ଶ କ'ଣ ? ମଳଦ୍ଵାର ବା ମଳାଶୟର ଶିରାଗୁଡିକ ଯେତେବେଳେ ମୋଡାମୋଡି ହୋଇ ମୋଟା ହୋଇଯାଆନ୍ତି, ସେତେବେଳେ ତାହାକୁ ଅର୍ଶ କୁହାଯାଏ । ଏଗୁଡିକ ହାତକୁ ଖୁବ୍ ଛୋଟ କୋଳି ପରି ଲାଗେ । ଅର୍ଶ ଖୁବ୍ ଯନ୍ତ୍ରଣାଦାୟକ କିନ୍ତୁ କ୍ଷତିକାରକ ନୁହେଁ । ସ୍ତ୍ରୀ ଲୋକମାନଙ୍କ ଗର୍ଭାବସ୍ଥା ବେଳେ ଏହି ଅର୍ଶ ବାରମ୍ବାର ଦେଖାଯାଏ ଏବଂ ପରେ ଚାଲିଯାଏ। ଯେତେବେଳେ ଅର୍ଶରୁ ଅଧିକ ରକ୍ତ ବୋହିବା ଆରମ୍ଭ କରେ ରୋଗୀଠାରେ ରକ୍ତଶୂନ୍ୟତା ଦେଖାଯାଏ। କଟିସ୍ନାନ : ଯନ୍ତ୍ରଣାରୁ ରକ୍ଷାପାଇବାପାଇଁ ଗୋଟିଏ ଟବ୍ ରେ ଉଷୁମ ପାଣି ଭର୍ତ୍ତି କରି ଦିଅନ୍ତୁ । ଏଥିପାଇଁ କିଛି ପରିମାଣର ପଟାସିୟମ ପରମାଙ୍ଗାନେଟ୍ ମିଶାନ୍ତୁ । ଅଧଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କର ନିତମ୍ବ ବା ପିଚାକୁ ଏଥିରେ ବୁଡାନ୍ତୁ । ଦିନରେ ୨ ବା ୩ଥର ଏପରି କରନ୍ତୁ । କେତେକ ଚେରମୂଳିର ରସକୁ ମଳଦ୍ଵାରରେ ଲଗାଇଲେ ଉପକାର ମିଳିଥାଏ । ଅର୍ଶ,କଠିନଝାଡା ଯୋଗୁ ହୋଇପାରେ । ଯେଉଁମାନେ ଝାଡାଯାଇ ପାଣି ଏବଂ ସାବୁନରେ ଶୌଚ ହୁଅନ୍ତି ନାହିଁ, ସେମାନଙ୍କଠାରେ ଅର୍ଶରୋଗ ବେଶୀହୁଏ, ପ୍ରଚୁର ପରିମାଣରେ ଫଳ ଓ ରସ ଜାତୀୟ ଖାଦ୍ୟ ଯଥା, ଦକ୍ଷିଣୀମୂଳ ଓ କଞ୍ଚା କଦଳୀ ଖାଇଲେ ଲାଭ ମିଳିଥାଏ। କେତେବେଳେ ଡାକ୍ତରୀ ସାହାଯ୍ୟ ନେବେ ଅତି ବଡ ଆକାରରେ ଅର୍ଶ – ଅସ୍ତ୍ରୋପ୍ରଚାର ଆବଶ୍ୟକ ହୁଏ। ଅତ୍ୟଧିକ ଯନ୍ତ୍ରଣା ଅର୍ଶରୁ ରକ୍ତ ବୋହିବା ବନ୍ଦ ନ ହେବା ସତର୍କତା ଏହାକୁ କାଟିବାକୁ ଚେଷ୍ଟା କରନ୍ତୁ ନାହିଁ, ଏହାଦ୍ଵାରା ଅଧିକ ରକ୍ତ ସ୍ରାବ ହୋଇ ବ୍ୟକ୍ତି ମରିଯିବାର ସମ୍ଭାବନା ଥାଏ । ମଳଦ୍ଵାର ଫାଟିଯିବା କେତେକ ସମୟରେ ଟାଣଝାଡା ହେବା ଦ୍ଵାରା ମଳଦ୍ଵାର ଫାଟିଯାଏ । ଏହାଦ୍ଵାରା ପୋଡିଲାପରି ଯନ୍ତ୍ରଣା ହୁଏ ଓ ତାହା ଝାଡାଯାଇ ସାରିବାର ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ରୁହେ । ମଳଦ୍ଵାରରୁ ପାଣିପରି ଜିନିଷ ବାହାରେ, ଯାହାଦ୍ଵାରା କୁଣ୍ଡାଇ ହୁଏ । ଏହା ମଧ୍ୟ ସଂକ୍ରମିତ ହୋଇଯାଇପାରେ । ଚିକିତ୍ସା କଠିନ ଝାଡାରୁ ମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ । ଯଥେଷ୍ଟ ତନ୍ତୁଯୁକ୍ତ ଖାଦ୍ୟ ଓ ଫଳ ଖାଆନ୍ତୁ । କଟିସ୍ନାନ କରନ୍ତୁ ଓ ସେଥିରେ ବସନ୍ତୁ । ଝାଡାଯିବାପରେ ଅଳ୍ପ ଲିଗ୍ନୋକେନ ଜେଲି ଆପଣଙ୍କ ଆଙ୍ଗୁଠିରେ ଲଗାନ୍ତୁ ଏବଂ ଏହାକୁ ମଳଦ୍ଵାରର ଚାରିପଟେ ଲଗାନ୍ତୁ । ଲଗାଇବା ପୂର୍ବରୁ ହାତ ଭଲ ଭାବରେ ଧୁଅନ୍ତୁ । ଯଦି ଅବସ୍ଥାରେ ଭଲ ନ ହୁଏ ତେବେ ସାମାନ୍ୟ ଅସ୍ତ୍ରୋପ୍ରଚାର ଭଲ ହେବାରେ ସାହାଯ୍ୟ କରେ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ