କାଛୁ ଛୋଟ ପିଲାମାନଙ୍କ ପାଇଁ କାଛୁ ଏକ ସାଧାରଣ ରୋଗ ଏହା ଶରୀରର ପ୍ରାୟ ସମସ୍ତ ସ୍ତନରେ ଛୋଟ ଛୋଟ କୁଣ୍ଡେଇ ହେଉଥିବା ଫୋଟକା ଆକାରରେ ଦେଖାଦିଏ , କିନ୍ତୁ ନିମ୍ନୋକ୍ତ ସ୍ଥାନ ଗୁଡିକରେ ଏହା ସାଧାରଣତଃ ଦେଖାଦିଏ । ଟିଙ୍କ ପରି ଛୋଟ କୀଟଙ୍କ ଯୋଗୁଁ କାଛୁ ଆରମ୍ଭ ହୋଇଥାଏ, ଏମାନେ ଚରମ ତଳେ ନାଳୀ ସୃଷ୍ଟି କରିଦିଅନ୍ତି । କାଛୁ ହୋଇଥିବା ଲୋକଙ୍କୁ ଛୁଇଁଲେ ବା ତା’ର ଲୁଗା ପଟା ବା ବିଛଣା ବ୍ୟବହାର କରିବା ଦ୍ଵାରା କାଛୁ ବ୍ୟାପିଥାଏ । ଏହାକୁ କୁଣ୍ଡାଇବା ଦ୍ଵାରା ସଂକ୍ରମିତ ହୋଇ ତାହା ପୂଜଯୁକ୍ତ ଘା’ ସୃଷ୍ଟି କରେ ଏବଂ ବେଳେବେଳେ ଜ୍ଵର ସହିତ ଲସୀକା ଗ୍ରନ୍ଥୀ ଫୁଲିଯାଏ । ଚିକିତ୍ସା ଯଦି କୌଣସି ବ୍ୟକ୍ତିକୁ କାଛୁ ହୋଇଥାଏ, ତେବେ ତାଙ୍କ ପରିବାର ସମସ୍ତେ ଚିକିତ୍ସିତ ହେବା ଉଚିତ୍ । ଏହିଭଳି ମଲମ ତିଆରି କରନ୍ତୁ – ଅଳ୍ପ ପାଣିରେ କିଛି ସମୟ ନିମ୍ବ ପତ୍ରକୁ ସିଝାନ୍ତୁ । କିଛି ହଳଦୀଗୁଣ୍ଡ ସହିତ ତାକୁ ବାଟି ଏକ ମଲମ ପ୍ରସ୍ତୁତ କରନ୍ତୁ । ସାରା ଶରୀରକୁ ଭଲ ଭାବରେ ସାବୁନରେ ଘସି ପାଣି ପକାଇ ସଫା କରନ୍ତୁ, ତା’ପରେ ଏହି ନିମ୍ବ ଓ ହଳଦୀର ମଣ୍ଡକୁ ସାରା ଦେହରେ ବିଶେଷତଃ ଗୋଡ ବା ହାତ ଆଙ୍ଗୁଠି ସନ୍ଧି ତଥା ଜଙ୍ଘ ସନ୍ଧିରେ ଭଲ ଭାବରେ ପ୍ରଲେପ କରନ୍ତୁ । କିଛି ସମୟ ପାଇଁ ଖରାରେ ଠିଆ ହୁଅନ୍ତୁ । ଦିନକୁ ଦିନ ଅଧିକ ପରିମାଣରେ ଏହି ମଣ୍ଡକୁ ୩ ଦିନ ପର୍ଯ୍ୟନ୍ତ ବୋଳି ହୁଅନ୍ତୁ । ସ୍ନାନ କରନ୍ତୁନାହିଁ, ଏହି ତିନିଦିନ ମଧ୍ୟରେ ସମସ୍ତ ଲୁଗାପଟା, ବିଛଣାପତ୍ର, ବିଛଣା ଚଦର, ଗାମୁଛା ଇତ୍ୟାଦିକୁ ଗରମ ପାଣିରେ ସିଝାଇ ଦିଅନ୍ତୁ ଓ ତାହାକୁ ଖରାରେ ଶୁଖାନ୍ତୁ । ଚତୁର୍ଥ ଦିନ ଭଲଭାବେ ସ୍ନାନ କରି ସଫା ଶୁଖିଲା ପୋଷାକ ପିନ୍ଧନ୍ତୁ । ଏ କ୍ଷେତ୍ରରେ ବ୍ୟକ୍ତିଗତ ପରିଚ୍ଛନ୍ନତା ହେଉଛି ଅଧିକ ଗୁରୁତ୍ଵପୂର୍ଣ୍ଣ । ପ୍ରତିଦିନ ଗାଧାନ୍ତୁ ଏବଂ ପୋଷାକ ପରିବର୍ତ୍ତନ କରନ୍ତୁ । ସମସ୍ତ ଲୁଗାପଟା ବିଛଣା ଇତ୍ୟାଦି ନିୟମିତ ସଫା କରି ଖରାରେ ଶୁଖାନ୍ତୁ । ନିମ୍ନ ଓ ହଳଦୀର ମିଶ୍ରଣ ବଦଳରେ ଆପଣ କିଛି ଗନ୍ଧକକୁ ସମାନ ପରିମାଣର ପାଣିରେ ମିଶାଇ ମଲମ ତିଆରି କରି ପାରନ୍ତି ଓ ତାକୁ ଦେହରେ ଲଗାଇ ପାରନ୍ତି । ଲିଣ୍ଡେନ (ଗାମାବେଞ୍ଜିନ ହେକ୍ସାକ୍ଳୋରାଇଡ ଓ ଭେସଲିନ (ପେଟ୍ରୋଲିୟମ ଜେଲି ମିଶାଇ ସାରା ଦେହକୁ ଗରମ ପାଣି ଓ ସାବୁନ ଦ୍ଵାରା ଭଲଭାବରେ ଧୁଅନ୍ତୁ । ଭେସଲିନ ୧୫ ଭାଗ ଓ ଲିଣ୍ଡେନ ଏକ ଭାଗ ଗରମ କରି ସାରା ଶରୀରରେ ଲଗାନ୍ତୁ ଗୋଟିଏ ଦିନ ପରେ ଗାଧାନ୍ତୁ । ଏହି ପରି ଏକ ସପ୍ତାହ ପରେ ଆଉ ଥରେ କରନ୍ତୁ । ଏହା ଛଡା ୪ ଠୋପା ଲିଣ୍ଡେନ ଓ ଲେମ୍ବୁରୁ ଫାଳେ ବ୍ୟବହାର କରି ଦେହସାରା ଲଗାଇଲେ ଉପକାର ମିଳିଥାଏ । ସତର୍କତା ଲିଣ୍ଡେନ ଅଧିକ ବ୍ୟବହାର କରିବାଦ୍ଵାରା ବିଷ ହୋଇଯାଏ । ସପ୍ତାହକୁ ଥରେ ଲିଣ୍ଡେନ ଲଗାଇବା ଉଚିତ୍ ଓ ତା ପରଦିନ ଭଲଭାବରେ ଗାଧୋଇବା ଉଚିତ୍ । ଏକ ବର୍ଷରୁ କମ୍ ପିଲାଙ୍କ ଦେହରେ ଲିଣ୍ଡେନ ଲଗାନ୍ତୁ ନାହିଁ । ମନେ ରଖନ୍ତୁ ଗାମାବେଞ୍ଜିନ ହେକ୍ସାକ୍ଳୋରାଇଡ ଓ ବେଞ୍ଜିଲ ବେଞ୍ଜୋଏଟ କାଛୁକୁ ଭଲ କରିଦେଇଥାଏ, କିନ୍ତୁ ଏହା ଖର୍ଚ୍ଚ ବହୁଳ । କ୍ରୋଟାମିନଟନ (କ୍ରୋଟୋରକ୍ସ) ଉକୁଣୀ ମୁଣ୍ଡ ଉକୁଣୀ ଓ ଦେହ ଯୋଗୁଁ ମୁଣ୍ଡ ଓ ଦେହ କୁଣ୍ଡେଇ ହୁଏ । ଏମାନଙ୍କ ଯୋଗୁଁ ଚର୍ମରେ ବେଳେବେଳେ ଚର୍ମରେ ବେଳେବେଳେ ସଂକ୍ରମଣ ହୋଇଥାଏ ଏବଂ ଲସୀକା ଗ୍ରନ୍ଥୀ ଫୁଲିଯାଏ, ଉକୁଣୀମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ବ୍ୟକ୍ତିଗତ ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଅନ୍ତୁ । ଖଟ, ତକିଆଖୋଳ ଓ ବିଛଣା ଆଦିକୁ ପ୍ରତିଦିନ ଖରାରେ ଶୁଖାନ୍ତୁ । ପ୍ରତିଦିନ ଗାଧାନ୍ତୁ ଓ ମୁଣ୍ଡକୁ ସଫା କରନ୍ତୁ ।ପିଲାମାନଙ୍କର କେଶକୁ ସଫା ରଖନ୍ତୁ । ଯଦି ପିଲାମାନଙ୍କର ମୁଣ୍ଡରେ ଉକୁଣୀ ହୋଇଥାଏ ତେବେ ଉକୁଣୀ ନିର୍ମୂଳ କରିବାକୁ ଔଷଧ ଲଗାନ୍ତୁ । ଉକୁଣୀ ହୋଇଥିବା ପିଲାକୁ ଅନ୍ୟମାନଙ୍କ ପାଖରେ ଶୋଇବାକୁ ଦିଅନ୍ତୁ ନାହିଁ । ଚିକିତ୍ସା ସମାନ ପରିମାଣର ମୁଣ୍ଡରେ ଲଗାଇବା ତେଲ ଏବଂ କିରୋସିନର ଏକ ମିଶ୍ରଣ ତିଆରି କରନ୍ତୁ । ରାତ୍ରିରେ ଏହି ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ । ଏହି ମିଶ୍ରଣକୁ କେଶର ପ୍ରତ୍ୟକ ଶିରାରେ ଲଗାନ୍ତୁ ଯେପରିକି ଏହା ସମସ୍ତ ଉକୁଣୀ ଓ ନଖ ସଂସ୍ପର୍ଶରେ ଆସିପାରିବ । ଏହାପରେ ଗୋଟିଏ ତଉଲିଆରେ ମୁଣ୍ଡକୁ ଭଲ ଭାବରେ ବାନ୍ଧି ଦିଅନ୍ତୁ । ତା’ ପରଦିନ ସକାଳେ କେଶକୁ ଭଲ ଭାବରେ ସାବୁନରେ ଧୋଇ ଦିଅନ୍ତୁ, (କୌଣସି ଗୁଣ୍ଡ ଜାତୀୟ କ୍ଷାରରେ ଧୋଇବେ ନାହିଁ) ଓ ଗୋଟିଏ ଭଲ ଦାନ୍ତ ପାନିଆରେ ମୁଣ୍ଡକୁ କୁଣ୍ଡାନ୍ତୁ । ପାନିଆରେ ଥିବା ଉକୁଣୀକୁ ମାରିବା ପାଇଁ ପାନିଆକୁ କିରୋସିନରେ ବୁଡାଇ ଦିଅନ୍ତୁ । ନିଖମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ କେଶକୁ ଫୁଟନ୍ତା ପାଣି ଓ ସିର୍କାର ମିଶ୍ରଣରେ ଅଧଘଣ୍ଟା ଯାଏଁ ବୁଡାଇ ରଖନ୍ତୁ । ତା’ପରେ ଗୋଟିଏ ସରୁ ଦାନ୍ତବାଲା ପାନିଆରେ ଭଲ ଭାବରେ କୁଣ୍ଡାଇ ଦିଅନ୍ତୁ । ଦଶଦିନ ପରେ ପୁଣି ଏହିଭଳି କରନ୍ତୁ । ଏକ ଭାଗ ଲିଣ୍ଡେନ ଓ ୧୦ ଭାଗ ପାଣିରେ ଏକ ସାମ୍ପୋ ପ୍ରସ୍ତୁତ କରନ୍ତୁ ଓ ଏହାକୁ କେଶରେ ଲଗାନ୍ତୁ । ଏହା ଯେପରି ଆଖିରେ ନ ଲାଗିବ ସତର୍କ ରୁହନ୍ତୁ । ଲଗାଇସାରିବାର ୧୦ ମିନିଟପରେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏକ ସପ୍ତାହ ପରେ ପୁଣି ଆଉଥରେ ଧୁଅନ୍ତୁ । ଟିଙ୍କ ଯଦିଓ ଟିଙ୍କକୁ ସହଜ ଓ ସୁବିଧାରେ କାମୁଡିଥିବା ସ୍ଥାନରୁ ବାହାର କରିଦିଆଯାଏ ତଥାପି ଏହା ଅଯଥା ଯନ୍ତ୍ରଣା ଦେଇଥାଏ ଓ ଯଦି ବିଶେଷକରି ଏହାର ମୁଣ୍ଡ ଚର୍ମ ଭିତରେ ରହିଯାଏ ତେବେ ଏହା ଶରୀରର ପ୍ରଭୁତ କ୍ଷତି କରିଥାଏ । ଟିଙ୍କ କାମୁଡିବା ଦ୍ଵାରା କେତେକ ସଂକ୍ରମଣ ଓ ପକ୍ଷାଘାତ ହୋଇଥାଏ । ଟିଙ୍କ କାମୁଡିବା ସଙ୍ଗେ ସଙ୍ଗେ ଏହାକୁ କାଢିଦେଲେ ଏହି ପ୍ରକାର ସମସ୍ୟା ସୃଷ୍ଟି ହୁଏ ନାହିଁ । ତେଣୁ ଟିଙ୍କ ଥିବା ସ୍ଥାନରେ ଚାଲିଲା ପରେ ଶରୀରକୁ ଭଲ ଭାବରେ ଦେଖି ନିଅନ୍ତୁ – ଟିଙ୍କ ଦେହରେ ଲାଗିଛି ନା ନାହିଁ । ତିଙ୍କର ମୁଣ୍ଡ ଯେପରି ଚର୍ମ ଭିତରେ ରହିବ ନାହିଁ ସେଥିପ୍ରତି ସତର୍କ ରୁହନ୍ତୁ । ଟିଙ୍କର ଦେହକୁ ଟାଣନ୍ତୁ ନାହିଁ । ଟିଙ୍କକୁ କାଢିବା ପାଇଁ -- ଚିମୁଟାଦ୍ଵାରା ଟିଙ୍କର ପାଟିଠାରୁ ଧରି ଟାଣନ୍ତୁ । ଜ୍ଵଳନ୍ତା ସିଗାରେଟ ତା ପାଖରେ ରଖିଦିଅନ୍ତୁ ବା ତା’ ଉପରେ କିଛି ଆଲକହଲ ପକାଇ ଦିଅନ୍ତୁ । ଟିଙ୍କ ଆପେ ଆପେ ତଳେ ପଡିଯିବ । ଛୋଟ ଟିଙ୍କ କାଢିବା ପାଇଁ କାଛୁ ପାଇଁ ଦିଆଯାଇଥିବା ପ୍ରତିଷେଧକ ଆପଣାନ୍ତୁ । ଟିଙ୍କ କାମୁଡା ଯନ୍ତ୍ରଣାରୁ ଭଲ ହେବା ପାଇଁ ଆସ୍ପିରିନ ଖାଆନ୍ତୁ ଏବଂ କୁଣ୍ଡିଆ ଚିକିତ୍ସା ଦେଖନ୍ତୁ । ଟିଙ୍କ କାମୁଡାରୁ ରକ୍ଷା ପାଇବା ପାଇଁ ଦେହରେ ସଲଫର ପାଉଡର ଲଗାଇ କ୍ଷତ ବା ଜଙ୍ଗଲକୁ ଯାଆନ୍ତୁ । ପୂଜ ହୋଇଥିବା ଛୋଟ ଘା’ ଛୋଟ ଛୋଟ କୀଟମାନଙ୍କର କାମୁଡା, କାଛୁ,ତଥା ଅନ୍ୟାନ୍ୟ କ୍ଷତକୁ ଅପରିଷ୍କାର ନଖରେ କୁଣ୍ଡାଇବା ଦ୍ଵାରା ଚର୍ମରେ ପୂଜଯୁକ୍ତ ଛୋଟ ଛୋଟ ଘା’ ଦେଖାଯାଏ । ଚିକିତ୍ସା ଘା’କୁ ସିଝା ପାଣି ଓ ସାବୁନରେ ଭଲ ଭାବରେ ଧୁଅନ୍ତୁ, ଘା’ ବକଳାକୁ ଆସ୍ତେ ଆସ୍ତେ କରି ଛଡାଇ ଦିଅନ୍ତୁ । ପୂଜ ଥିବା ପର୍ଯ୍ୟନ୍ତ ପ୍ରତିଦିନ ଏହିପରି ଘା’କୁ ଧୋଉଥାନ୍ତୁ । ଛୋଟ ଘା’ ଗୁଡିକୁ ପବନ ବାଜିବାପାଇଁ ଖୋଲା ଛାଡି ଦିଅନ୍ତୁ । କିନ୍ତୁ ବଡ ଘା’ ଗୁଡିକରେ ପଟି ବାନ୍ଧି ଦେବା ଦରକାର । ଏହି ପଟି ପ୍ରତିଦିନ ପରିବର୍ତ୍ତନ ହେବା ଆବଶ୍ୟକ । ଯଦି ଘା’ର ଚାରି ପାଖରେ ଲାଲ ଦିଶୁଥାଏ ଓ ତାହା ଗରମ ଥାଏ, କିମ୍ବା ଘା’ ହୋଇଥିବା ବ୍ୟକ୍ତିଙ୍କୁ ଜ୍ଵର ହେଉଥାଏ, ଘା’ ଉପରେ ଲାଲଗାର ପଡିଥିବା ଭଳି ଦିଶୁଥାଏ ବା ଲସୀକାଗ୍ରନ୍ଥୀ ଫୁଲିଥାଏ, ତେବେ ତାହାଙ୍କୁ ଜୀବାଣୁନାଶୀ ଔଷଧ ଯଥା – ପେନିସିଲିନ ବା ସଲ୍ଫା ବଟିକା ଦିଅନ୍ତୁ । ଘା’କୁ ଖଣ୍ଡିଆ କରନ୍ତୁ ନାହିଁ, ଏହା ଅବସ୍ଥାକୁ ବେଶୀ ଖରାପ କରିଥାଏ ଓ ସଂକ୍ରମଣ ହୋଇ ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ । ଛୋଟ ପିଲାମାନଙ୍କର ନଖକୁ କାଟି ଛୋଟ କରି ଦିଅନ୍ତୁ ବା ସେମାନଙ୍କ ହାତରେ ମୋଜା ବା ଦସ୍ତାନା ପିନ୍ଧାଇ ଦିଅନ୍ତୁ ଯାହାଦ୍ଵାରା ସେ ଘା’କୁ ଅଧିକ ଖଣ୍ଡିଆ କରି ପାରିବେ ନାହିଁ । ଚର୍ମ ଉପରେ ଘା’ ହୋଇଥିବା ଅଥବା ଅନ୍ୟାନ୍ୟ ଚର୍ମ ରୋଗ ହୋଇଥିବା ପିଲା ସହିତ ଅନ୍ୟାନ୍ୟ ସୁସ୍ଥ ପିଲାଙ୍କୁ ଏକତ୍ର ଶୋଇବାକୁ ବା ଖେଳିବାକୁ ଦେବା ଉଚିତ୍ ନୁହେଁ, କାରଣ ଏଗୁଡିକ ଭୀଷଣଭାବେ ସଂକ୍ରାମକ ଅଟନ୍ତି । ଶିଶୁମାନଙ୍କ ଦେହର ଘ ମାରାତ୍ମକ ଭାବେ ସଂକ୍ରାମକ ଅଟେ । ତେଣୁ ଶିଶୁଟିକୁ ସ୍ୱାସ୍ଥ୍ୟସେବୀମାନଙ୍କୁ ଦେଖାଦେଇଥିବା ଉଚିତ୍ । ଚର୍ମ ପୂୟ ଏହା ଏକ ପ୍ରକାର ସୂକ୍ଷ୍ମ ଜୀବାଣୁମାନଙ୍କ ଦ୍ଵାରା ସଂକ୍ରମିତ ହୋଇ ଚର୍ମ ଉପରେ ଚକଚକିଆ ଓ ହଳଦିଆ ବକଳା ଧରୁଥିବା ଘ’ ସୃଷ୍ଟି କରେ । ଏହା ଛୋଟ ପିଲାମାନଙ୍କ ମୁହଁ ଉପରେ, ବିଶେଷତଃ ପାଟି ଚାରି ପାଖରେ ଦେଖାଦେଇଥାଏ । ଏହି ସଂକ୍ରମଣ ଜଣଙ୍କଠାରୁ ଅନ୍ୟଜଣଙ୍କ ଖୁବ୍ ସହଜରେ ଡେଇଁଥାଏ । ସାଧାରଣତଃ ଏହି ଘା’ରେ ଲାଗିଥିବା ଆଙ୍ଗୁଠିଦ୍ଵାରା ଏହାର ବୀଜାଣୁ ସୁସ୍ଥ ଲୋକ ଦେହକୁ ସଂକ୍ରମିତ ହୋଇଥାଏ । ଘା’ ହୋଇଥିବା ସ୍ଥାନକୁ ଭଲଭାବରେ ସିଝାପାଣି ଓ ସାବୁନରେ ଧୋଇ ବକଳାକୁ ଆସ୍ତେ ଓଦା କରି ଉଠାଇ ଦିଅନ୍ତୁ । ଘା’ ଉପରେ ଜେନସନ ଭାଇଓଲେଟ କିମ୍ବା ଜୀବାଣୁନାଶୀ ମଲମ ଯଥା : ପଲିସ୍ପୋରିନ କିମ୍ବା ଟେଟ୍ରାସାଇକ୍ଲିନ ଲଗାନ୍ତୁ। ଯଦି ଏହି ଘା’ ଦେହର ଅଧିକ ଜାଗାରେ ହୋଇଥାଏ ଓ ଉଭୟଙ୍କର ଆକାର ଧାରଣ କରିଥାଏ କିମ୍ବା ବ୍ୟକ୍ତିଙ୍କୁ ଜ୍ଵର ହେଉଥାଏ, ତେବେ ତାହାଙ୍କୁ ପେନିସିଲିନ ବଟିକା ଖାଇବାକୁ ଦିଅନ୍ତୁ । ପ୍ରତିଷେଧକ ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ଥିବା ନିର୍ଦ୍ଦେଶାବଳୀକୁ ଅନୁସରଣ କରନ୍ତୁ । ପିଲାମାନଙ୍କୁ ପ୍ରତିଦିନ ଗାଧୋଇ ଦିଅନ୍ତୁ । ପିଲାମାନଙ୍କୁ ମଶା, ଛାରପୋକ ତଥା ଅନ୍ୟାନ୍ୟ କୀଟ ପତଙ୍ଗ ଯେପରି କାମୁଡି ନ ପାରିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ଯଦି ପିଲା ଦେହରେ କାଛୁ ଦେଖାଦିଏ, ତେବେ ବିଳମ୍ବ ନ କରି ଶୀଘ୍ର ଚିକିତ୍ସା ବ୍ୟବସ୍ଥା କରନ୍ତୁ । ଏହି ସଂକ୍ରମଣ ହୋଇଥିବା ପିଲାଙ୍କୁ ଅନ୍ୟ ସୁସ୍ଥ ପିଲାଙ୍କ ସହ ଖେଳିବାକୁ ଛାଡନ୍ତୁ ନାହିଁ ଅଥବା ସେମାନଙ୍କ ନିକଟରେ ଶୁଆନ୍ତୁ ନହିଁ । ଏହି ସଂକ୍ରମଣର ଲକ୍ଷଣ ଦେଖିଲାମାତ୍ରେ ଚିକିତ୍ସା ଆରମ୍ଭ କରନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ