ଉପକ୍ରମ ଚର୍ମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଟେ । ଏହା ବହିଃଚର୍ମ ଓ ଅନ୍ତଃଚର୍ମକୁ ନେଇ ଗଠିତ । ବହିଃଚର୍ମ ମୃତ କୋଷଗୁଡିକୁ ନେଇ ଗଠିତ । ଅନ୍ତଃ ଚର୍ମରେ କୋଷଗୁଡିକ ଜୀବନ୍ତ ଥାଆନ୍ତି । ଅନ୍ତଃ ଚର୍ମ ଗ୍ରନ୍ଥୀକୁ ନେଇ ଗଠିତ, ଯାହା ଝାଳ ବାହାରିବାରେ ସାହାଯ୍ୟ କରେ । ଏଥି ସହିତ ଯନ୍ତ୍ରଣା, ଚାପ, ଇତ୍ୟାଦି ଅନୁଭୂତ ହୋଇଥାଏ । ଏହିସବୁକୁ ନେଇ ଚର୍ମ ଆମ ଶରୀରର ରକ୍ଷାକାରୀ ଭାବେ କାମ କରେ ଏବଂ ଗରମ, ଥଣ୍ଡା ଓ ଜୀବାଣୁମାନଙ୍କ କବଳରୁ ରକ୍ଷା କରିଥାଏ । ସୂର୍ଯ୍ୟକିରଣରୁ ଚର୍ମ ଭିଟାମିନ ‘ଘ’ ପାଇଥାଏ ଯାହା ଶରୀରକୁ ରିକେଟ୍ ରୋଗରୁ ରକ୍ଷା କରିଥାଏ । ଖଣ୍ଡିଆ ଖାବରା ବା ଘା’ ହେତୁ ଚର୍ମ ସଂକ୍ରମଣର ସମ୍ମୁଖୀନ ହୋଇଥାଏ । ପୁଷ୍ଟିକାରକ ଖାଦ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ଚର୍ମର ଉପଯୁକ୍ତ ଯତ୍ନ ନେଇଥାଏ ଓ ଚର୍ମ ରୋଗ ହୋଇ ନଥାଏ । କେତେକ ଚର୍ମ ସମସ୍ୟାଦ୍ଵାରା ଚର୍ମ କେବଳ ସଂକ୍ରମିତ ହୋଇଥାଏ । ଯଥା – ଯାଦୁ, ଚକଡା ଦାଗ, ଭାତୁଡି ଇତ୍ୟାଦି । ଅନ୍ୟ ସମସ୍ୟା ସଂପୂର୍ଣ୍ଣ ଶରୀରକୁ ସଂକ୍ରମିତ କରୁଥିବା ରୋଗର ଲକ୍ଷଣ ଅଟେ । କେତେକ ଚର୍ମ ରୋଗ ଯକ୍ଷ୍ମା, ସିଫିଲିସ୍, ଓ କୁଷ୍ଠ ରୋଗର ଲକ୍ଷଣ ହୋଇଥାଏ । ଗ୍ରାମାଞ୍ଚଳରେ ସାଧାରଣ ଚର୍ମ ସମସ୍ୟାକୁ ନେଇ ଏହି ପରିଚ୍ଛେଦରେ ଆଲୋଚନା କରାଯାଇଛି । ଚର୍ମରେ ଶହ ଶହ ପ୍ରକାରର ରୋଗ ଅଛି । କେତେକ ରୋଗ ଏକା ଭଳି ଦେଖାଯାନ୍ତି ଯାହା ଅଲଗା ଅଲଗା ଚିହ୍ନିବା କଷ୍ଟକର ଅଟେ । ତଥାପି ସେମାନଙ୍କର କାରଣ ଓ ସେଥିପାଇଁ ଦରକାର ହେଉଥିବା ଚିକିତ୍ସା ସଂପୂର୍ଣ୍ଣରୂପେ ଅଲଗା ଅଟେ । ଯଦି କୌଣସି ଚର୍ମ ସମସ୍ୟା ଗୁରୁତର ହୁଏ ବା ଚିକିତ୍ସା କଲେ ବି ରୋଗ ଅଧିକ ବିପଦଜନକ ହୁଏ, ତେବେ ଡାକ୍ତରୀ ସହାୟତା ନିଅନ୍ତୁ । ଚର୍ମ ସମସ୍ୟାର ଚିକିତ୍ସା ପାଇଁ ସାଧାରଣ ନିୟମ ଯଦିଓ ଅନେକ ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ ନିର୍ଦ୍ଧିଷ୍ଟ ଚିକିତ୍ସା ଦରକାର ହୁଏ ତଥାପି କେତେକ ସାଧାରଣ ଉପାୟ ଅଛି ଯାହା ଅନେକ ସମୟରେ ସାହାଯ୍ୟ କରେ । ନିୟମ – ୧ ଯଦି ଚମଡାରେ କୌଣସି ଗୁରୁତର ସଂକ୍ରମଣ ଦେଖାଯାଏ, ଯଥା ଜଳିବା (ପ୍ରଭାବିତ ଜାଗାର ଆଖପାଖ ଚର୍ମ ଲାଲ ହୋଇଯିବା) ଫୁଲିବା ଯନ୍ତ୍ରଣା ହେବା ଉତ୍ତାପ (ଗରମ ଅନୁଭୂତ ହେବା) ପୂଜ ବାହାରିବା ଏହା କରନ୍ତୁ ରଭାବିତ ସ୍ଥାନକୁ ସ୍ଥିର ରଖନ୍ତୁ ଏବଂ ଉପରକୁ ଉଠାନ୍ତୁ (ଶରୀରର ଅନ୍ୟାନ୍ୟ ଅଂଶ ଅପେକ୍ଷା ଏହାକୁ ଉପରେ ରଖନ୍ତୁ) ଗରମ ପାଣିରେ ଭିଜା କପଡା ବ୍ୟବହାର କରନ୍ତୁ । ଯଦି ସଂକ୍ରମଣ ଅଧିକ ହୋଇଥାଏ ବା ବ୍ୟକ୍ତିଙ୍କୁ ଜ୍ଵର ହୋଇଥାଏ ଜୀବାଣୁନାଶୀ ଦିଅନ୍ତୁ (ପେନିସିଲିନ୍ ବା ସଲଫୋନାମାଇଡ) ବା (ଏରିଥ୍ରୋମାଇସିନ୍) ବ୍ୟବହାର କରନ୍ତୁ । ଲସୀକା ଗ୍ରନ୍ଥୀ ଫୁଲିଯିବା, ପ୍ରଭାବିତ ଅଞ୍ଚଳରେ ଲାଲ ଗାର ଦେଖାଯିବା ଦୁର୍ବଳ ହେବା, ଏହିସବୁ ହେଉଛି ରୋଗର ମାରାତ୍ମକ ଲକ୍ଷଣ । ଯଦି ଚିକିତ୍ସା ଦ୍ଵାରା ଏସବୁ ଭଲ ହୁଏ ନାହିଁ, ତେବେ ଜୀବାଣୁନାଶୀ ଔଷଧ ବ୍ୟବହାର କରନ୍ତୁ ଏବଂ ଅତିଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ନିୟମ – ୨ ଯଦି ପ୍ରଭାବିତ ଚର୍ମ ଉପରେ ଫୋଟକା ହୁଏ, ତା ଉପରେ ଅଂଶ କଠିନ ହୋଇଯାଏ, କାଦୁଆ ଦେଖାଯାଏ, କୁଣ୍ଡାଇ ହୁଏ, ବିନ୍ଧେ ବା ପୋଡିବାକୁ ଆରମ୍ଭ କରେ ତେବେ ଏହା କରନ୍ତୁ । ଧଳା ଚର୍ମ ମିଶିଥିବା ଥଣ୍ଡା ପାଣିରେ ଲୁଗାକୁ ଭିଜାଇ ପ୍ରଭାବିତ ସ୍ଥାନରେ ରଖନ୍ତୁ (ଏକ ପାଆ ବିଶୁଦ୍ଧ ଜଳରେ ଦୁଇ ଟେବୁଲ ଚାମଚ ସିର୍କା) । ଧଳା ସିର୍କା ବଦଳରେ ଆପଣ ପୋଟାସିୟମ ପରମାଙ୍ଗାନେଟ ମଧ୍ୟ ବ୍ୟବହାର କରିପାରନ୍ତି, ଏକ ଲିଟର ଥଣ୍ଡା ପାଣିରେ ସାମାନ୍ୟ ପରିମାଣର ପୋଟାସିୟମ ପରମାଙ୍ଗାନେଟ ମିଶାନ୍ତୁ । ଯେତେବେଳେ ପ୍ରଭାବିତ ଅଞ୍ଚଳ ଅପେକ୍ଷାକୃତ ଭଲ ଜଣା ପଡିବ ଏବଂ ପତଳା ନୂଆ ଚର୍ମ ଦେଖାଯିବ, ସେତେବେଳେ ତା ଉପରେ ଅଳ୍ପ ପରିମାଣରେ ଅଭକ ଓ ପାଣିର ମିଶ୍ରଣ ଦିଅନ୍ତୁ । (ଏକ ଭାଗ ଅଭ୍ରକ ଓ ଏକ ଭାଗ ପାଣି) ଯେତେବେଳେ ପ୍ରଭାବିତ ସ୍ଥାନ ଭଲ ହୋଇଯିବ, ତା ଉପରେ ବାହାରୁଥିବା ନୂଆ ଚମଡା ମୋଟା ହୋଇଯିବ, ସେତେବେଳେ ତାକୁ ନରମ କରିବାପାଇଁ ତା ଉପରେ ଶାକଶବଜି ତେଲ ବା ଶରୀର ପାଇଁ ବ୍ୟବହୃତ ତେଲ ଘଷନ୍ତୁ । ନିୟମ – ୩ ଯଦି ପ୍ରଭାବିତ ସ୍ଥାନ ଶରୀରର ଏପରି ଅଂଶରେ ହୋଇଥାଏ ଯେ ତାହା ଉପରେ ସବୁବେଳେ ଖରା ପଡେ, ତେବେ ତାକୁ ସେଥିରୁ ରକ୍ଷା କରନ୍ତୁ । ନିୟମ – ୪ ଯଦି ପ୍ରଭାବିତ ସ୍ଥାନ ଶରୀରର ଏପରି ଅଂଶରେ ହୋଇଥାଏ ଯେ ତା ଉପରେ ସବୁବେଳେ ପୋଷାକ ଆବୃତ୍ତ ଥାଏ, ତେବେ ତାକୁ ଦିନରେ ୨ ବା ୩ ଥର ୨୦ ମିନିଟ୍ ପାଇଁ ଖରା ଦିଅନ୍ତୁ । ଗରମ ପାଣି ସେକ ବ୍ୟବହାର ପାଇଁ ନିୟମାବଳୀ ଗରମ ପାଣି କରନ୍ତୁ ଓ ଆପଣଙ୍କ ହାତ ସେଥିରେ ରଖିପାରିବା ଭଳି ଥଣ୍ଡା କରନ୍ତୁ । ପ୍ରଭାବିତ ସ୍ଥାନଠାରୁ ସାମାନ୍ୟ ବଡ ଗୋଟିଏ ପରିଷ୍କାର କନାକୁ ଭାଙ୍ଗନ୍ତୁ, ତାକୁ ଗରମ ପାଣିରେ ବୁଡାଇ ଓଦା କରନ୍ତୁ ଓ ଅଧିକ ପାଣିକୁ ଚିପୁଡି ବାହାର କରିଦିଅନ୍ତୁ । ପ୍ରଭାବିତ ଚର୍ମ ଉପରେ କନାଟିକୁ ରଖନ୍ତୁ । ପତଳା ପ୍ୟୁଟିକ ବା ସେଲୋଫେନଦ୍ଵାରା କନାଟିକୁ ଢାଙ୍କି ଦିଅନ୍ତୁ । ତା’ଭିତର ଗରମ ରହିବା ପାଇଁ ତା’ ଉପରେ ଏକ ତଉଲିଆ ଗୁଡେଇ ଦିଅନ୍ତୁ । ପ୍ରଭାବିତ ଅଙ୍ଗକୁ ଉପରକୁ ଉଠାଇ ରଖନ୍ତୁ । ଲୁଗା ଥଣ୍ଡା ହେବାପରେ ତାକୁ ପୁଣି ଗରମ ପାଣିରେ ଭିଜାଇ ଏହାର ପୁନରାବୃତ୍ତି କରନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ