ଉପକ୍ରମ ମ୍ୟାଲେରିଆ ଏକପ୍ରକାର ରୋଗ ଯାହା ସାଧାରଣତଃ ମଶା ଦ୍ଵାରା ହୋଇଥାଏ । ମ୍ୟାଲେରିଆ ଏକ ଜଟିଳ ରୋଗ । ଛୋଟ ପିଲା ଏବଂ ଗର୍ଭାବତୀ ମହିଳମାନଙ୍କ ଦେହରେ ଏହାର ପ୍ରାଦୁର୍ଭାବ ଅଧିକ । ମ୍ୟାଲେରିଆ ପ୍ରବଣ ସ୍ଥାନମାନଙ୍କରେ ବାସ କରୁଥିବା ଲୋକମାନଙ୍କ ଜ୍ଵର ହେଲେ ତାକୁ ମ୍ୟାଲେରିଆ ବୋଲି ଅନୁମାନ କରିବାକୁ ହେବ । ମ୍ୟାଲେରିଆ ରୋଗୀ ଉପୟୁକ୍ତ ଚିକିତ୍ସା ନପାଇଲେ ନିମ୍ନଲିଖିତା କାରଣରୁ ମୃତ୍ୟୁ ମୁଖରେ ପଡିଥାଏ । ରକ୍ତହୀନତା (Anemia) – ରକ୍ତ ପତଳା ହୋଇଥାଏ । ଚେତନାହୀନ ମୂର୍ଚ୍ଛା ଯଦି କୌଣସି ଗର୍ଭାବତୀ ମହିଳା ମ୍ୟାଲେରିଆ ପ୍ରବଣ ସ୍ଥାନରେ ବାସ କରୁଥାନ୍ତି ଏବଂ ଯଦି ସେ ଜ୍ଵରରେ ପୀଡିତ ହୋଇଥାନ୍ତି ତାଙ୍କୁ ମ୍ୟାଲେରିଆ ହୋଇଛି ବୋଲି ଅନୁମାନ କରାଯାଇପାରେ । ଗର୍ଭବତୀ ମହିଳା ମ୍ୟାଲେରିଆ ପୀଡିତ ହେଲେ ରକ୍ତହୀନତା ଯୋଗୁଁ ଗର୍ଭ ନଷ୍ଟ ହୋଇଯାଇପାରେ କିମ୍ବା ପିଲା ଜନ୍ମ ହେଲେ ଡ଼ୃବଳ ଓ ରୋଗଗ୍ରସ୍ତ ହେବାର ସମ୍ଭାବନା ଥାଏ । ପ୍ରାଥମିକ ଚିକିତ୍ସା ଯଦି ଆପଣ ମ୍ୟାଲେରିଆ ପ୍ରବଣ ସ୍ଥାନରେ ବାସ କରୁଥାନ୍ତି ଏବଂ ଆପାଣାଙ୍କ ପିଲାଙ୍କୁ ଜ୍ଵର ହୁଏ ତେବେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ । ଜ୍ଵରର ପ୍ରାଥମିକ ଚିକିତ୍ସା – ଯଦି ସେ ଅତ୍ୟଧିକ ଜ୍ଵରରେ ପୀଡିତ ହୋଇଥାନ୍ତି ତେବେ ତାଙ୍କ ଦେହରେ ଥିବା ବସ୍ତ୍ର କାଢି ଦିଅ ଏବଂ ଥଣ୍ଡା ପାଣିରେ ଦେହକୁ ଧୋଇ ଦିଅ । ଡାକ୍ତର ଚିକିତ୍ସା ପାଇଁ ବନ୍ଦୋବସ୍ତ କର ଏବଂ ମ୍ୟାଲେରିଆ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଔଷଧ ସେବନ କରିବା ପାଇଁ କୁହ । ରୋଗୀର ଅଭିଭାବକମାନଙ୍କୁ ପରାମର୍ଶ ଦିଅନ୍ତୁ ଯେପରି ଠିକ୍ ଅନୁପାତରେ ରୋଗୀକୁ ଔଷଧ ସେବନ କରାଇବେ ( ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ) । ଯଦି ରୋଗୀ ଔଷଧ ସେବନ କରାଇବେ (ଡାକ୍ତର ନିର୍ଦ୍ଦେଶ ଅନୁସାରେ) । ଯଦି ରୋଗୀ ଔଷଧ ସେବନ କଲାପରେ ବାନ୍ତି କରିଦିଏ ତେବେ ପୁନଶ୍ଚ ଔଷଧ ସେବନ କରିବାକୁ ଦିଅନ୍ତୁ । ଔଷଧ ସେବନ କରିବା ପରେ ଯଦି ରୋଗୀ ଭଲ ନହୁଏ, ତେବେ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତାର ଚିକିତ୍ସା କରିବା ଉଚିତ୍ । ଗୋଷ୍ଠୀ କେଦ୍ରମାନଙ୍କର ପ୍ରାଥମିକ ଚିକିତ୍ସା ଯଦି ଆପଣ ମ୍ୟାଲେରିଆ ପ୍ରବଣ ସ୍ଥାନମାନଙ୍କରେ ବାସ କରୁଥାନ୍ତି ଏବଂ ସେହି ସ୍ଥାନମାନଙ୍କରେ ମ୍ୟାଲେରିଆ ଜ୍ଵରରେ ଆକ୍ରାନ୍ତ ହେଲେ – ପ୍ରଥମେ ଜ୍ଵର ପ୍ରାଥମିକ ଚିକିତ୍ସା କରନ୍ତୁ । ଡାକ୍ତରଙ୍କ ପାଖକୁ ଚିକିତ୍ସା ପଠାନ୍ତୁ । କେବଳ ସେହି ସମୟରେ ମ୍ୟାଲେରିଆ ଜ୍ଵରର ଔଷଧ ହିଁ ଗର୍ଭବତୀ ମହିଳା ଏବଂ ସେମାନଙ୍କର ଗର୍ଭରେ ଥିବା ସନ୍ତାନ ମ୍ୟାଲେରିଆ ରୋଗ ଦାଉରୁ ରକ୍ଷା ପାଇପାରିବେ । ଛୋଟ ପିଲାମାନଙ୍କୁ ମ୍ୟାଲେରିଆ ନ ହେବା ପାଇଁ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ଛୋଟ ପିଲାମାନଙ୍କର ଶରୀରକୁ ବାହାରକୁ ନେବା ସମୟରେ ଘୋଡାଇ କରି ରଖନ୍ତୁ । ପାଣିକୁଣ୍ଡ କିମ୍ବା ପାଣି ଯମୁଥିବା ସ୍ଥାନକୁ ପରିଷ୍କାର କରି ରଖନ୍ତୁ । କୌଣସି ପାତ୍ର କିମ୍ବା ଖାଲୁଆ ଜାଗାମାନଙ୍କରେ ପାଣି ଜମିବା ପାଇଁ ଦିଅନ୍ତୁ ନାହିଁ । ଶୋଇବା ସମୟରେ ମଶାବତୀ କିମ୍ବା ମଶାରୀ ବ୍ୟବହାର କରନ୍ତୁ । ବସ୍ତୁ ବା ସାହି ଲୋକମାନଙ୍କୁ ମିଳିମିଶି କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାନ୍ତୁ। ବସ୍ତୁରେ ଥିବା ଖାଲୁଆ ଜାଗାମାନଙ୍କରେ ମାଟି ପକାଇ ପୋତି ପକାନ୍ତୁ, ପାଣି ଜମିବା ପାଇଁ ଦିଅନ୍ତୁ ନାହିଁ । ପାଖରେ ଥିବା ନାଳ, ନର୍ଦ୍ଦମା ଏବଂ ମଇଳା ଜମାଠିବା ସ୍ଥାନମାନଙ୍କୁ ପରିଷ୍କାର ପରିଚ୍ଛାନ୍ମ ରଖନ୍ତୁ ଏବଂ ସ୍ଥଳ ବିଶେଷରେ ମଶାମରା ତେଲେ ବ୍ୟବହାର କରନ୍ତୁ ମଇଳା ଆବର୍ଜନା ସ୍ଥାନମାନଙ୍କରେ ମଇଳା ଜମା କରି ନିଆଁରେ ପୋଡି ଦିଅନ୍ତୁ । ମନେରଖନ୍ତୁ ଆପଣ ଏବଂ ଆପଣଙ୍କର ବସ୍ତିଲୋକ ଚାହିଁଲେ ମ୍ୟାଲେରିଆ ପ୍ରତିରୋଧ କରିପାରିବେ । ଆଧାର ST. JOHN AMBULANCE Odisha state centre, Bhubaneswar