ଉପକ୍ରମ ଡ଼େଙ୍ଗୁଜ୍ଵର ଏକ ପ୍ରକାର ଭୂତାଣୁ ଜନିତ ରୋଗ । ଏହି ଜୀବାଣୁ ଏତେ କ୍ଷୁଦ୍ର ଯେ ସାଧାରଣମାଇକ୍ରୋସ୍କୋପରେ ଦେଖାଯାଏ ନାହିଁ । ଏହି ଜ୍ଵର ସାଧାରଣ ମଶା ଦ୍ଵାରା ଆହତ ବ୍ୟକ୍ତିରୁ ଭଲ ଲୋକ ଦେହକୁ ବ୍ୟାପେ । ଡ଼େଙ୍ଗୁ ମଶା ସାଧାରଣତଃ ପରିଷ୍କାର ପାଣି ଯଥା – କୁଲର, ଫ୍ରିଜ, ଫୁଲଦାନୀ ମାନଙ୍କରେ ରହୁଥିବା ପାଣିରେ ଡିମ୍ବ ଦେଇ ତାର ବଂଶ ବୃଦ୍ଧି କରନ୍ତୁ ଏବଂ ଏହି ମଶା ଭଲ ମଣିଷକୁ କାମୁଡିଲେ ଡ଼େଙ୍ଗୁଜ୍ଵର ହେବାର ସମ୍ଭାବନା ଥାଏ । ତେଣୁ ପ୍ରତି 7 ଦିନରେ ଥରେ କୁଲର ଏବଂ ଫ୍ରେଜ ମାନନ୍କାରେ ଯମୁଥିବା ପାଣିକୁ ବାରମ୍ଭାର ଖଳିକାରି ପରିଷ୍କାର କରିବା ଉଚିତ୍ । ଡ଼େଙ୍ଗୁ ଜ୍ଵର ୨ ପ୍ରକାରର ହୋଇପାରେ ଡ଼େଙ୍ଗୁଜ୍ଵର (Dengue Fever) ଡ଼େଙ୍ଗୁଜ୍ଵର ହୋଇ ରକ୍ତସ୍ରାବ ହୁଏ (Dengue Hemorrhagic fever) ଡ଼େଙ୍ଗୁଜ୍ଵର ଅପେକ୍ଷା ରକ୍ତସ୍ରାବ ହୋଇ ଡ଼େଙ୍ଗୁଜ୍ଵର ଅଧିକ ସାଘାଂତିକ । ଏହିଜ୍ଵର କବଳରେ ପଡିଥିବା ରୋଗୀର ଅତ୍ୟଧିକ ରକ୍ତସ୍ରାବ ହୁଏ ଏବଂ ସେ ସକ୍ ରେ ମୃତ୍ୟୁ ମୁଖରେ ପଡ଼େ । ଲକ୍ଷଣ ଅତ୍ୟଧିକ ଜ୍ଵର ହୁଏ । ଭୀକ୍ଷଣ ମୁଣ୍ଡ ବିନ୍ଧା ହୁଏ । ଆଖିର ପଛପାଖରେ ବିନ୍ଧା ହୁଏ । ମାଂସପେଶୀ ଏବଂ ଖଞ୍ଜାରେ ଯନ୍ତ୍ରଣା ହୁଏ । ଲୋକ ଲାଗେ ନାହିଁ ଏବଂ ଖାଦ୍ୟର ସ୍ଵାଦ ଜଣାପଡ଼େ ନାହିଁ । ମିଳିମିଳା ପରି ଦାଗ ଛାତି ଏବଂ ଅଙ୍ଗମାନଙ୍କରେ ଦେଖାଯାଏ । ବାନ୍ତି ହୁଏ କିମ୍ବା ବାନ୍ତି ଲାଗେ । ରକ୍ତସ୍ରାବ ସହିତ ଡ଼େଙ୍ଗୁ ଜ୍ଵର ଅତ୍ୟଧିକ ଜ୍ଵର ହୁଏ । ଅତ୍ୟଧିକ ମୁଣ୍ଡ ବିନ୍ଧା ହୁଏ । ଆଖିର ପଚାପାଖରେ ବିନ୍ଧାହୁଏ । ମାଂସପେଶୀ ଏବଂ ଖଞ୍ଜାରେ ଯନ୍ତ୍ରଣା ହୁଏ । ଲୋକ ଲାଗେ ନାହିଁ ଏବଂ ଖାଦ୍ୟର ସ୍ଵାଦ ଜଣାଯାଏ ନାହିଁ । ମିଳିମିଳା ପରି ଦାଗ ଛାତି ଏବଂ ଉର୍ଦ୍ଧ୍ଵ ଅଙ୍ଗରେ ଦେଖାଯାଏ । ବାନ୍ତି ହୁଏ କିମ୍ବା ବାନ୍ତି ଲାଗେ । ଆହତ ବ୍ୟକ୍ତିର ଦେହ ଶେତା ଦେଖାଯାଏ ଏବଂ ଆହତ ବ୍ୟକ୍ତିର ଶରୀର ଓଦା ଏବଂ ଥଣ୍ଡା ଲାଗେ । ନାକ, ମୁହଁ ମାଢିରୁ ରକ୍ତସ୍ରାବ ହୁଏ ଏବଂ ଚର୍ମରେ ରକ୍ତ ଜମାଟ ବାନ୍ଧିଲା ପରି ଦେଖାଯାଏ । କ୍ରମାଗତ ବାନ୍ତି ହୁଏ କିମ୍ବା ବାନ୍ତି ସହିତ ରକ୍ତ ପଡ଼େ । ରୋଗୀ ଶୋଇ ରୁହେ ଏବଂ ଅଶ୍ଵସ୍ତି ଅନୁଭବ କରେ, ଅତ୍ୟଧିକ ଶୋଷ ଲାଗେ, ନାଦିର ଗତି ଦୁର୍ବଳ ହୁଏ ଏବଂ ସେ ନିଃଶ୍ଵାସ ଏବଂ ପ୍ରଶ୍ଵାସ ନେବା ସମୟରେ କଷ୍ଟ ଅନୁଭବ କରେ । ପ୍ରାଥମିକ ଚିକିତ୍ସା ଜ୍ଵର କମାଇବା ପାଇଁ ରୋଗୀର ଦେହକୁ ଥଣ୍ଡା ପାଣିରେ ଧୋଇଦିଅ ଏବଂ ଆହତ ବ୍ୟକ୍ତି ପାରାସିଟାମଲ୍ ବଟିକା ଦିଅ । ପାଣି ବା ଲେମ୍ବୁ ସର୍ବତ ପିଇବାକୁ ଦିଅ । ଡାକ୍ତରଙ୍କ ସହିତା ପରାମର୍ଶ କର । ଆଧାର ST. JOHN AMBULANCE Odisha state centre, Bhubaneswar