କୋଲୋଷ୍ଟ୍ରମ୍ ବା କଷ କ୍ଷୀର ନିତାନ୍ତ ଆବଶ୍ୟକ ହୋଇଥାଏ ଉପକ୍ରମ ଶିଶୁ ଜନ୍ମ ନେବାର ଏକ ଘଣ୍ଟା ମଧ୍ୟରେ ମାଆ କ୍ଷୀର, ପ୍ରଥମ କ୍ଷୀର (କୋଲୋଷ୍ଟ୍ରମ୍) ଶିଶୁକୁ ଦିଆଯିବା ଉଚିତ୍ ଏହା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ମାଆର ପ୍ରଥମ କ୍ଷୀର ଶ୍ରେଷ୍ଠ ହୋଇଥାଏ, କେବେବି ଏହା ଫିଙ୍ଗନ୍ତୁ ନାହିଁ ଏବଂ ଶିଶୁ ଏହା ପାନ କରିବା ସୁନିଶ୍ଚିତ କରନ୍ତୁ କୋଲୋଷ୍ଟ୍ରମ୍ ବା କଷ କ୍ଷୀର ନିତାନ୍ତ ଆବଶ୍ୟକ ହୋଇଥାଏ, କାରଣ ଏହା ଶିଶୁର ପାଚନ ପ୍ରଣାଳୀକୁ ଶିଶୁ ପରବର୍ତ୍ତୀ କିଛି ଦିନରେ ପାଇବାକୁ ଥିବା ଭଲ କ୍ଷୀର ପାଇଁ ପ୍ରସ୍ତୁତ କରିଥାଏ କୋଲୋଷ୍ଟ୍ରମ୍ରେ ଜିଙ୍କ୍, କ୍ୟାଲସିଅମ୍, ଭିଟାମିନ୍, ଆଦି ପୋଷକତତ୍ୱ ଭରିରହିଥାଏ ଜନ୍ମର ପ୍ରଥମ ଛଅ ମାସ ପର୍ଯ୍ୟନ୍ତ ଶିଶୁ କେବଳ ମାଆ କ୍ଷୀର ଖାଇବା ଉଚିତ୍ ଏବଂ ଅନ୍ୟ କିଛି ଏପରିକି ପାଣି ପିଇବା ଅନୁଚିତ୍ ଛଅ ମାସ ପର୍ଯ୍ୟନ୍ତ କେବଳ ମାଆ କ୍ଷୀର ଖୁଆଇବା ଫଳରେ ଶୈଶବର ସାଧାରଣ ଅସୁସ୍ଥତା ଯେପରିକି ଡାଇରିଆ ଏବଂ ନିମୋନିଆରୁ ଶିଶୁ ମୃତ୍ୟୁହାର ହ୍ରାସ ପାଇଥାଏ ଏବଂ ଏହା ଅସୁସ୍ଥତାରୁ ଶୀଘ୍ର ଉପଶମ ଲାଭ କରିବାରେ ସାହାଯ୍ୟ କରିଥାଏ 7 ମାସରୁ ଶିଶୁର ପୋଷଣ ଆବଶ୍ୟକତା ପୂରଣ କରିବା ପାଇଁ ମାଆ କ୍ଷୀର ଯଥେଷ୍ଟ ହୁଏ ନାହିଁ ମାଆ କ୍ଷୀର ସହିତ ବିଭିନ୍ନ ପ୍ରକାରର ପୋଷଣଯୁକ୍ତ ଖାଦ୍ୟ ଦଇନ୍ତୁ ଠିକ୍ ସମୟରେ, ଯଥେଷ୍ଟ ପରିମାଣରେ, ବାରମ୍ବାର ଏବଂ ଉପଯୁକ୍ତ ପରିପୂରକ ଖାଦ୍ୟ ଆରମ୍ଭ କରାଯିବା ଉଚିତ୍ ଛଅ ମାସ ପରେ ଆପଣ ଶିଶୁକୁ ଦିନରେ ଅତି କମ୍ରେ 3-4 ଥର ଖୁଆଇବା ଉଚିତ୍ ଏବଂ ଏହା ସହିତ ଶିଶୁକୁ ସ୍ତନ୍ୟପାନ କରାଇବାକୁ ମଧ୍ୟ ଭୁଲନ୍ତୁ ନାହିଁ ଉଦ୍ଦେଶ୍ୟ ଏହି ଭିଡିଓର ଉଦ୍ଦେଶ୍ୟ ହେଉଛି ଅପପୁଷ୍ଟିର ଲକ୍ଷଣ ଓ କ୍ଷତିକାରକ ଫଳାଫଳ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଗୋଷ୍ଠୀକୁ ଅପପୁଷ୍ଟି ନିରାକରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ସାହିତ କରିବା ଓ ଜଣେ କିପରି ସହଜ କାର୍ଯ୍ୟ ଦ୍ୱାରା ଅପପୁଷ୍ଟି ପ୍ରତିହତ କରିପାରିବ ବୁଝାଇ ଦେବା ଏହା ବ୍ୟାପକ ଗୋଷ୍ଠୀ ହିତରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଆଧାର :ୟୁନିସେଫ୍ ଓ ଅନ୍ୟ ବିକାଶ ଅଂଶିଦାରଙ୍କ ସକ୍ରିୟ ସହାୟତା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ