ଉପକ୍ରମ ବିଭିନ୍ନ ଗୋଷ୍ଠୀ ତଥା ବିଭିନ୍ନବର୍ଗର ଜନ ସମୂହଙ୍କ ମଧ୍ୟରେ ପୁଷ୍ଟି ( ପୁଷ୍ଟି ହୀନତା)। ଜନିତ କାରଣଗୁଡିକୁ ହଟାଇବା ପାଇଁ ଭାରତ ଅନେକ ଦିନ ଧରି ଚେଷ୍ଟା ଚଳାଇ ଆସିଛି । ଆଜିର ଦିନରେ ଆମ ଦେଶ ପାଇଁ ଏହା ଏକ ବିରାଟ ପ୍ରତିବନ୍ଧକ । ବିଶୁ ସ୍ଵାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ ଅପପୁଷ୍ଟି ଜନିତ ପୁଷ୍ଟିହୀନତା ଯୋଗୁଁ ଭାରତରେ ପ୍ରତିବର୍ଷ ପାଖାପାଖି ୧.୩ ନିୟୁତ ଶିଶୁ ମୃତ୍ୟୁ ବରଣ କରୁଛନ୍ତି । ଆଉ କେତେକ ହିସାବରୁ ଜଣାଯାଏ । ଭାରତରେ ପୁଷ୍ଟିହୀନତାର ଦୀର୍ଘକାଳୀନ ପ୍ରଭାବ ଜନିତ ସମସ୍ୟା ଗୁଡିକ ପାଇଁ ପ୍ରତିବର୍ଷ ପ୍ରାୟ ୩୫୦ କୋଟି ଟଙ୍କା ବ୍ୟୟ ହୋଇଥାଏ । ଅପପୁଷ୍ଟି ଯୋଗୁଁ ଜନ୍ମରୁ ଏକ ବର୍ଷ ମଧ୍ୟର ଶିଶୁ, ବଢ଼ନ୍ତା ଶିଶୁ ଏବଂ ମା'ମାନେ ରୋଗରେ ପଡିବା ସହିତ ମୃତ୍ୟୁମୁଖରେ ପଡିଥାନ୍ତି । ପ୍ରାୟ ୫୦ % ରୁ ଅଧିକ ସଂଖ୍ୟକ ଶିଶୁ ମୃତ୍ୟୁ ଅପପୁଷ୍ଟି ଜନିତ ହୋଇଥାଏ । ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ନିଆଯାଉଥ୍ଲେ ବି ଭାରତୀୟ ଶିଶୁମାନେ ଆବଶ୍ୟକତା ଅନୁଯାୟୀ ପୁଷ୍ଟିକର ଖାଦ୍ୟ ପାଇପାରୁନାହାନ୍ତି । ଲାନସେଟ ସିରିଜ (Lancet Series) ର ତଥ୍ୟ ଅନୁଯାୟୀ ୩୫ ଲକ୍ଷ ମା' ଏବଂ ଶିଶୁଙ୍କର ଅପପୁଷ୍ଟି କାରଣରୁ ମୃତ୍ୟୁ ହେବା ସହିତ ଏହା ୩୫% (ଶିଶୁ) ୫ ବର୍ଷରୁ କମ ବୟସର ଶିଶୁମାନଙ୍କର ରୋଗର କାରଣ ହୋଇଥାଏ । ଏହି ଅଧାୟର ଶୈଖିକ ଉଦେଶ୍ୟ (କ'ଣ ଜାଣିବା) ଏହି ଅଧାୟର ଶୈଖିକ ଉଦ୍ଦେଶ୍ୟ ଗୁଡିକ ହେଲା :- ମୌଳିକ ପୁଷ୍ଟି ବିଷୟରେ ଜ୍ଞାନ ଆହରଣ କରିବା ଅପପୁଷ୍ଟିର ସଂଜ୍ଞା ଏବଂ ଏହାର ବିବିଧ ଉପାଦାନ ତଥା ଏହାର ନିଦ୍ଧାରକ ଗୁଡିକ କିଏ ତାହା ବୁଝିବା : ବିଶେଷତଃ ଅସୁସ୍ଥତା ଏବଂ ବୟସ ଅନୁପାତରେ ଉଚ୍ଚତା ହ୍ରାସ ବା ଗୋଡାପଣ ମଧ୍ୟରେ ସଂପର୍କ କ’ଣ ଅଛି ତାହା ଜାଣିବା । ଜୀବନର ପ୍ରଥମ ହଜାର ଦିନଟି କ’ଣ ତାହା ବୁଝିବା । ପୁଷ୍ଟି ପୁଷ୍ଟିର ମୌଳିକ ସଂଜ୍ଞା ଗୁଡିକ ହେଲା :- ଖାଦ୍ୟ - ଯାହା ଖୁଆଯାଏ, ଯେଉଁଥିରେ ଏକ କିମ୍ବା ଏକାଧିକ ପୁଷ୍ଟିକାରକ(ନୁଟ୍ରିଏଣ୍ଟ) ପଦାର୍ଥ ଭରି ରହିଥାଏ । ପୁଷ୍ଟି – ଖାଦ୍ୟ ଖାଇବା, ହଜମ ହେବା, ଖାଦ୍ୟଗୁଣ ଶରୀରକୁ ଯିବା ( ଶୋଷଣ) ଏବଂ ଖାଇଥିବା ଖାଦ୍ୟ ଶରୀରର କାର୍ଯ୍ୟରେ ଲାଗିବାର ସଂପୂର୍ଣ୍ଣ ପ୍ରକ୍ରିୟାକୁ ପୁଷ୍ଟି ସାଧନ ବା ନ୍ୟୁଟ୍ରିସନ କୁହାଯାଏ । ପୁଷ୍ଟି ସାଧନ ଏକ ପ୍ରକ୍ରିୟା ଯେଉଁଥିରେ କି ପ୍ରତ୍ୟେକ ଜୀବ ସୁସ୍ଥ ହୋଇ ବଢ଼ିବା ପାଇଁ ଦରକାର ମୁତାବକ ବିଭିନ୍ନ ପ୍ରକାରର ଖାଦ୍ୟ ସଂଗ୍ରହ କରିଥାନ୍ତି ଓ ଖାଇଥାନ୍ତି । ଲୋକମାନଙ୍କୁ ଆବଶ୍ୟକତା ଅନୁସାରେ ଯଥେଷ୍ଟ ପରିମାଣର ଖାଦ୍ୟ ଏବଂ ଖାଦ୍ୟର ପୁଷ୍ଟିଗୁଣ ମିଳିବା ଦ୍ଵାରା ସ୍ଵାଭାବିକ ଭାବେ ସେମାନଙ୍କର ବୃଦ୍ଧି ଘଟିବା ସହିତ ସୁସ୍ଥ ରହିଥାନ୍ତି । ଅତି ଆବଶ୍ୟକୀୟ ପୁଷ୍ଟିକାରକ ବୃହତ୍ତ ପୁଷ୍ଟିକାରକ : - ଏହା ହେଉଛି ବହୁତ ପରିମାଣରେ ଆବଶ୍ୟକ ହେଉଥିବା ପୁଷ୍ଟିକାର କ; ଏହି ପୁଷ୍ଟିକାରକ ଗୁଡିକ ମୌଳିକ ଭାବେ ଶକ୍ତି ଯୋଗାଇ ଥାଆନ୍ତି । ସେଗୁଡିକ ହେଲା। ଶକ୍ତି ପ୍ରଦାନକାରୀ ଖାଦ୍ୟ ବାକାର୍ବୋହାଇଡ୍ରେଟ୍ – ପୁଷ୍ଟିସାର ଏବଂ ଚର୍ବି ଜାତୀୟ ଖାଦ୍ୟ । କ୍ଷୁଦ୍ର ପୁଷ୍ଟିକାରକ। – ଏହା ହେଉଛି। ଖୁବ କମ ପରିମାଣର ଆବଶ୍ୟକ ପୁଷ୍ଟିକାରକ । (ଅଣୁସାର) ଏହି ପୁଷ୍ଟିକାରକ ଗୁଡିକ ଶରୀରର ଅନେକ ମୁଖ୍ୟ ପ୍ରକ୍ରିୟାରେ ସହାୟକ ହୁଏ । ଖାଦ୍ୟସାର ଏବଂ ଧାତୁସାର (Vitamin & Minerals) ଏହି ଜାତୀୟ ପୁଷ୍ଟିକାରକ । ସମସ୍ତ ଖାଦ୍ୟକୁ ପୁଷ୍ଟିକାରକବ ଗୁଣ ଅନୁସାରେ ମୁଖ୍ୟତଃ ତିନି ଭାଗରେ ବିଭିକ୍ତ କରାଯାଇଛି । ପୁନଶ୍ଚ ଖାଦ୍ୟର ପରକାର ଭେଦ ଓ ପୁଷ୍ଟିର ପ୍ରକାର ଭେଦ ଅନୁସାରେ ସମସ୍ତ ଖାଦ୍ୟକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା – ଶକ୍ତି ପ୍ରଦାନକାରୀ ଖାଦ୍ୟ ଶ୍ଵେତସାର ଏବଂ ଚର୍ବିଜାତୀୟ ଖାଦ୍ୟ ଶସ୍ୟ ଜାତୀୟ ଖାଦ୍ୟ ଚର୍ବି ଜାତୀୟ ଏବଂ ଶର୍କରା ଜାତୀୟ ଖାଦ୍ୟ ଶରୀର ଗଠନକାରୀ ଖାଦ୍ୟ ପୁଷ୍ଟିସାର ଡାଲି ଜାତୀୟ ଦୁଗ୍ଧ ଜାତୀୟ, ଛେଳି ମାଂସ କୁକୁଡା ମାଂସ ଶରୀର ସୁରକ୍ଷାକାରୀ ଖାଦ୍ୟ ଜୀବସାର ବା ଭିଟାମିନ୍ ଏବଂ ଧାତବଳବଣ ( ଧାତୁସାର) ଫଳ ଓ ପନିପରିବା ତେଣୁ ଶିଶୁର ଦୈନିକ ତାଲିକାରେ ନିମ୍ନରେ କୁହାଯାଇଥିବା କିମ୍ବା 4 ରୁ ଅଧିକ ପରକାର ଖାଦ୍ୟ ରହିଥିବା ଦରକାର ଶ୍ଵେତସାର ଶରୀରକୁ ଶକ୍ତି ଯୋଗାଇବାର ମୂଳଉତ୍ସ ହେଉଛି ଶ୍ଵେତସାର ଜାତୀୟ ଖାଦ୍ୟ ସମୂହ । ଏହା ଦୈନିକ କାର୍ଯ୍ୟ ଓ ବ୍ୟାୟାମ ପାଇଁ ଆବଶ୍ୟକ । ଆମ ଶରୀର ଉତ୍ତମ ରୂପେ କାର୍ଯ୍ୟ କରିବା ପାଇଁ ନିୟମିତ ଶକ୍ତି ଆବଶ୍ୟକ କରିଥାଏ । ଖାଦ୍ୟରେ ଶ୍ରେତସାର ପରିମାଣ କମିଗଲେ ଆମେ ହାଲିଆ ହୋଇଯାଉ ଏବଂ କ୍ଲାନ୍ତି ଅନୁଭବ କରୁ । ଏଥିପାଇଁ ମସ୍ତିଷ୍ଠ ଭଲରେ କାର୍ଯ୍ୟ କରେ ନାହିଁ, ଅଧିକ ସମୟଧରି କାର୍ଯ୍ୟ କରି ହୁଏ ନାହିଁ, କାର୍ଯ୍ୟ କରିବାର ସାମର୍ଥ୍ୟ କମିଯାଏ ଏବଂ ଓଜନ କମିବା ଓ ସଂକ୍ରମଣ ତଥା ରୋଗର ଶିକାର ହେବା ଦେଖାଯାଏ । ଶସ୍ୟ ଜାତୀୟ ଖାଦ୍ୟରୁ ଅଧିକ ପରିମାଣର ଶକ୍ତି ମିଳିଥାଏ । ତେଣୁ ଆମେ ଏହା ଅଧିକ ପରିମାଣରେ ଖାଇବା ଦରକାର ଏବଂ ଆମ ଭୋଜନ ଗୁଡିକରେ ଏହି ପ୍ରକାର ଖାଦ୍ୟ ଅଧିକ ରହିବା ଦରକାର । ଖାଦ୍ୟ ଶସ୍ୟର ପୁଷ୍ଟିଗୁଣ ବଢ଼ାଇବା ପାଇଁ ଏହାକୁ ଗଜା କରିବା ବା ସିଝାଇ ଶୁଖାଇ ରନ୍ଧାଯାଇଥାଏ । ପୁଷ୍ଟିସାର ଶରୀର ମଧ୍ୟରେ ଜୀବକୋଷଗୁଡିକ ଠିକ ଭାବରେ ବଢ଼ି, ଜୀବକୋଷଗୁଡିକର କ୍ଷତିପୂରଣ ଓ ପରିଚାଳନା ପୁଷ୍ଟିସାର ଦ୍ଵାରା ହୋଇଥାଏ । ଅନ୍ୟ ମୁଖ୍ୟ ଭୂମିକାଗୁଡିକ ମଧ୍ୟରେ - ଅମ୍ଳଜାନ, ପୁଷ୍ଟିକାରକ ଏବଂ ଔଷଧ ଇତ୍ୟାଦିକୁ ଜୀବକୋଷ ମଧ୍ୟକୁ ନେବା ( ଶୋଷଣ କରିବା) ସ୍ତନ୍ୟ ଦାତ୍ରୀ ମା'ମାନଙ୍କର କ୍ଷୀରରେ ପୁଷ୍ଟିସାର ସୃଷ୍ଟି କରିବା ଏବଂ ଶରୀରରୁ ଦୈନିକ ଭାବେ ବ୍ୟୟ ହେଉଥିବା ପୁଷ୍ଟସାରର ଭରଣା କରି ନଖ ଏବଂ ଚୁଟିକୁ ସୁସ୍ଥ ରଖିବା ଓ ଚୁଟି ଝଡିବାରୁ ସୁରକ୍ଷା ଦେଇଥାଏ । ବିଭିନ୍ନ ପ୍ରକାରର ଡାଲି, ଛେଳିମାଂସ, କ୍ଷୀର, ସେଲ ମାଛ ଏବଂ କୁକୁଡା ମାଂସ ଇତ୍ୟାଦି ପୁଷ୍ଟିସାର ପାଇବାର ଉତ୍ତମ ଉସ୍ତ୍ର ସମୁହ । ଜୀବସାର ଏବଂ ଧାତୁସାର (ଧାତବଲବଣ) ସମୂହ : ଜୀବସାର ଏବଂ ଧାତ୍ରସାର ରୋଗ ପ୍ରତିରୋଧ ଶକ୍ତିର କ୍ଷମତା ବଢ଼ାଇବା ସହିତ ସାଧାରଣ ବୃଦ୍ଧି ଓ ବିକାଶ ପାଇଁ ସହାୟତା ଯୋଗାଇଥାନ୍ତି ଏବଂ ବିଭିନ୍ନ ଜୀବକୋଷ ଓ ଶରୀର ଭିତରର ଅଙ୍ଗଗୁଡିକ ନିଜ କାର୍ଯ୍ୟ କରିବା ପାଇଁ ସହାୟକ ହୋଇଥାନ୍ତି । ଆମେ ଖାଉଥିବା ଖାଦ୍ୟଗୁଡିକ ମଧ୍ୟରେ ଜୀବସାର ଏବଂ ଧାତୁସାରଗୁଡିକ ଶରୀର ସୁରକ୍ଷାକାରୀ ଖାଦ୍ୟରୂପେ ପରିଗଣିତ । ଆମେ ତିଷ୍ଠି ରହିବାପାଇଁ ଆବଶ୍ୟକୀୟ ଜୀବସାର ଓ ଧାତୁସାର ବିଭିନ୍ନ ଫଳ ପନିପରିବାରୁ ମିଳିଥାଏ । ଏହା ସାଙ୍ଗକୁ ଏଥିରୁ କିଛି କ୍ୟାଲୋରୀ ମଧ୍ୟ ମିଳିଥାଏ । ଉଦାହରଣସ୍ୱରୂପ, ଗାଜରରୁ ମିଳୁଥିବା ବେଟା କନ୍ୟାରୋଟିନ୍ ଚକ୍ଷୁ, ହାଡ ଏବଂ ପ୍ରଜନନ ସ୍ଵାସ୍ଥ୍ୟରେ ଉନ୍ନତି ଆଣିଥାଏ ଓ ସୁରକ୍ଷା ଦେଇଥାଏ । ପ୍ରତ୍ୟେକ ପ୍ରକାର ଫଳରେ ଯଥେଷ୍ଟ ପରିମାଣର ତନ୍ତୁ ଭରିରହିଥିବାରୁ ଏହା ପେଟରୁ (ବୃହଦନ୍ତ୍ର ଦେଇ) ଉତ୍ତମ ଭାବେ ମଳ ନିଷ୍କାସନରେ ସହାୟକ ହୁଏ । ୪ – ଚର୍ବି ଚର୍ବିଗୁଡିକ ଖୁବ ସହାୟକ କାରଣ ଏଥିରୁ ଅନେକ ପରିମାଣର ଶକ୍ତି ମିଳିଥାଏ ଏବଂ କେତେକ ଜୀବସାର ପ୍ରକୃତି ଦୃଷ୍ଟିରୁ ଚର୍ବିରେ ଦ୍ରବଣୀୟ । ତେଣୁ ଏହି ଚର୍ବିଗୁଡିକ ଚର୍ବି ଦ୍ରବଣୀୟ ଜୀବସାରର ଯାନ ଭଳି କାର୍ଯ୍ୟ କରେ । ଏଗୁଡିକ ଶରୀରକୁ ବିଭିନ୍ନ ପ୍ରଘାତରୁ ସୁରକ୍ଷା ଦେବା ସହିତ ଏକ ସୁରକ୍ଷା ବଳୟ ପ୍ରସ୍ତୁତ କରି ଏକ ରୋଧକ ବା ଇନସୁଲେଟର ଭଳି କାର୍ଯ୍ୟ କରିଥାନ୍ତି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟ ଗୁଡିକୁ ନିମ୍ନ ୭ଟି ଭାଗରେ ବିଭକ୍ତ କରାଯାଇଛି । ଶସ୍ୟ, ମୂଳ ଏବଂ କନ୍ଦା ବା ନାଡଜାତୀୟ ଖାଦ୍ୟ ବିଭିନ୍ନ ଛୁଇଁ ଏବଂ ବାଦାମ ଦୁଗ୍ଧ ବା ଦୁଗ୍ଧଜାତୀୟ ପଦାର୍ଥ (କ୍ଷୀର, ଛେନା, ଲହୁଣୀ ଇତ୍ୟାଦି) ମାଂସଜାତୀୟ (ଛେଳିମାଂସ, ମାଛ, କୁକୁଡା ମାଂସ, କଲିଜା । ଛେଳିର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ମାଂସ) ଅଣ୍ଡା ଜୀବସାର “ଏ” ଥିବା ଫଳ ଏବଂ ପନିପରିବା ଅନ୍ୟାନ୍ୟ ଫଳ ଓ ପନିପରିବା ଖାଦ୍ୟ ଗୁଡିକର ମୌଳିକ କାର୍ଯ୍ୟ ଜୀବସାର - ଏ ରୋଗ ପ୍ରତିରୋଧକ ଶକ୍ତି ବଢାଏ ଉତ୍ତମ ଦ୍ରୁଷ୍ଟିଶକ୍ତି ପାଇଁ ଏହି ଖାଦ୍ୟସାର ଆବଶ୍ୟକ ଜୀବସାର - ସି ଖାଦ୍ୟରୁ ଆଇରନ୍ ବା ଲୌହ ଅଂଶ ଶରୀର ମଧ୍ୟକୁ ଶୋଷଣ କରିବାରେ ସହାୟକ ହୁଏ । ଆଣ୍ଟିଅକ୍ସିଡାଣ୍ଟ ଜୀବସାର – ଡି ଶରୀରକୁ କ୍ୟାଲସିୟମ ଶୋଷଣରେ ସହାୟକ ହୁଏ । ହାଡ ଓ ଦାନ୍ତଗୁହିକୁ ଶକ୍ତକରି ଗଢିଥାଏ । ଜୀବସାର – ବି ସମୂହ ଏବଂ ଫାଲିକ୍ ଏସିଡ୍ ଶକ୍ତି ଉତ୍ପନ୍ନ କରାଇବା ଗର୍ଭସ୍ଥ ଭୃଣ ଶିଶୁର ବୃଦ୍ଧି ଓ ବିକାଶ କରାଏ ( ଫୋଲିକ୍ ଏସିଡ) କ୍ୟାଲିସିୟମ ହାଡ ଓ ଦାନ୍ତକୁ ସୁସ୍ଥ ଓ ଶକ୍ତିକରି ଗଢେବା ପାଇଁ ଆବଶ୍ୟକ । ଲୌହ ବା ଆଇରନ୍ ହିମୋଗ୍ଲୋବିନ୍ ହେବା ପାଇଁ ଆବଶ୍ୟକ । ରକ୍ତହୀନତାର ରକ୍ଷା ପାଇବାପାଇଁ ଆବଶ୍ୟକ ଆୟୋଡିନ୍ ମସ୍ତିଷ୍କ ବିକାଶ ନିମନ୍ତେ ଆବଶ୍ୟକ । ବିଭିନ୍ନ ଗୁଣସୁତ୍ର ବା ହରମୋନ୍ ସୃଷ୍ଟି କରି ଶରୀରର ଗଠନ ପ୍ରକ୍ରିୟା ସହାୟକ ହୋଇଥାଏ ଜିଙ୍କ୍ ବୃଦ୍ଧି ପାଇଁ ଆବଶ୍ୟକ । ରୋଗ ପ୍ରତିରୋଧକ ଶକ୍ତି ଉତ୍ତମ ଭାବେ କାମ କରିବାରେ ସହାୟକ । ପ୍ରଥମ ଏବଂ ଦ୍ଵିତୀୟ ପ୍ରକାରର କ୍ଷୁଦ୍ର ପରିମାଣର ଆବଶ୍ୟକ ଅନୁସାର ତାଲିକା ଆଇରନ୍ ବା ଲୌହ (୨) ଆୟୋଡିନ୍ ନାଇଟ୍ରୋଜେନ୍ କପର ବା ତମ୍ବା ଏସେନସିଆଲ୍ ଆମିନୋ ଏସିଡ୍ କ୍ୟାଲସିୟମ୍ ପୋଟାସିୟମ୍ ଥାୟାମିନ୍ ମ୍ୟାଗନେସିୟମ୍ ରିବୋ ଫ୍ଲାବିନ୍ ଜିଙ୍କ୍ ପାଇରୋଡକସାଇନ୍ ସେଡିୟମ୍ ନିଆସିନ୍ କ୍ଳୋରାଇଡ୍ କୋବାଲାମିନ୍ ଜୀବସାର ଏ, ଡି, ଇ କେ ( ୧ ମ ପ୍ରକାର) (୨ ୟ ପ୍ରକାର) ଶରୀରରେ ଗଚ୍ଛିତ ହୋଇଥାଏ ଶରୀରରେ ଗଚ୍ଛିତ ହୋଇ ରହି ନଥାଏ ଅଭାବରେ ଯେତିକ ଗଚ୍ଛିତ ହେବା ଦରକାର ତାହା କମିଯାଏ । ଅଭାବରେ କୌଣସି ସ୍ଵତନ୍ତ୍ର ସଙ୍କେତ ପ୍ରକାଶ ପାଏ ନାହିଁ । ଏଗୁଡିକ ଅଭାବ ହେଲେ ସ୍ଵତନ୍ତ୍ର ଲକ୍ଷଣ ଦେଖାଯାଏ । ବୃଦ୍ଧି କମିବା ଏକ ମୁଖ୍ୟ ଲକ୍ଷଣ । ବୃଦ୍ଧି ନ ହେବା ଏକ ଲକ୍ଷଣ ହୋଇଥାଏ । ମା’ କ୍ଷୀରରେ ନିଶ୍ଚିତ ଭାବରେ ସମପରିମାଣରେ ଥାଏ । ମା’ କ୍ଷୀରରେ ଏଗୁଡ଼ିକର ପରିମାଣରେ ତଫାତ୍ ବା କମ୍ ବେଶୀ ହୋଇଥାଏ । ଅଭାବରେ ଅସୁସ୍ଥତା ବିଳମ୍ବରେ ଦୂର ହୋଇଥାଏ । ଶିଶୁ ବଞ୍ଚି ରହିବା ସହିତ ତା’ର ବୃଦ୍ଧି ଓ ବିକାଶ ଉପଯୁକ୍ତ ଭାବେ ହେବାପାଇଁ ଉତ୍ତମ ମାନର ଯତ୍ନ ଏବଂ ପୁଷ୍ଟି ଓ ସ୍ୱାସ୍ଥ୍ୟର ଆବଶ୍ୟକତା ରହିଛି । ପୁଷ୍ଟିହୀନତା (ଅତିପୁଷ୍ଟି ଓ ଅପପୁଷ୍ଟି) ଅସୁସ୍ଥତା ଦିଗରୁ ବିଚାର କଲେ ପୁଷ୍ପହୀନତା ହେଉଛି ଉପଯୁକ୍ତ ତଥା ପର୍ଯ୍ୟାପ୍ତ ଖାଦ୍ୟର ଅଭାବ । ଏହା ମଧ୍ୟ ଅପପୁଷ୍ଟିକୁ ବୁଝାଏ । ଯାହା ଯଥେଷ୍ଟ ଖାଦ୍ୟ ନ ଖାଇବା, ଖାଦ୍ୟରୁ ମିଳୁଥିବା ପୁଷ୍ଟିକାରକ ବା ଅଣୁସାର ଖୁବ କମ । ମାତ୍ରାରେ ଶରୀର ଭିତରକୁ ଯିବା କିମ୍ବା ଏହା ଅଧିକ ମାତ୍ରାରେ ଶରୀରରୁ ବାହାରି ଆସିବା; କିନ୍ତୁ ପୁଷ୍ଟିହୀନତା ମଧ୍ୟ ଅତିପୁଷ୍ଟି ବା ଓଭର ନ୍ୟୁଟ୍ରିସନ୍ କୁ ବୁଝାଇ ଥାଏ ଯାହାକି ଅତ୍ୟଧିକ ମାତ୍ରାରେ ଖାଦ୍ୟ ବା କେତେକ ସ୍ଵତନ୍ତ୍ର ପ୍ରକାରର ପୁଷ୍ଟିକାରକ ଖାଇବା ହେତୁ ହୋଇଥାଏ । ଯଦି କୌଣସି ବ୍ୟକ୍ତି । ଅଧିକ ଦିନ ଧରି ଉପଯୁକ୍ତ ପରିମାଣର ଉତ୍ତମମାନର ସୁସ୍ଥ ଭୋଜନ ନ ଖାଆନ୍ତି ତେବେ ସେ ପୁଷ୍ଟି ହୀନତାର ଶୀକାର ହୋଇଥାଆନ୍ତି । ତେଣୁ ପୁଷ୍ଟିହୀନତା କହିଲେ ଅପପୁଷ୍ଟି, ଅତିପୁଷ୍ଟି ତଥା ପୁଷ୍ଟିକାରକ ଅଭାବ ଜନିତ ରୋଗ ସମୂହ (ଜୀବସାର-ଏ ଅଭାବ, ଲୌହସାର ଅଭାବ ଜନିତ ରକ୍ତହୀନତା, ଆୟୋଡିନ ଅଭାବ ଜନିତ ଅସୁବିଧା)କୁ ବୁଝାଇଥାଏ । ଅପପୁଷ୍ଟିର ସଂଜ୍ଞା ସ୍ଵାଭାବିକ ଭାବେ ବୃଦ୍ଧି ଘଟିବା ଏବଂ ସୁସ୍ଥରହିବା ନିମନ୍ତେ ଉପଯୁକ୍ତ ପରିମାଣର ଖାଦ୍ୟ ଏବଂ ପୁଷ୍ଟିକାରକ ବା ଅଣୁସାର ଲୋକମାନଙ୍କୁ ନମିଳିବା ଦ୍ଵାରା ସେମାନେ ଅପପୁଷ୍ଟିର ଶୀକାର ହୋଇଥାନ୍ତି । ଏହା ଅନ୍ୟୁନ ତିନୋଟି କାରଣରୁ ହୋଇପାରେ : (୧) ଯେତେବେଳେ ଲୋକମାନଙ୍କୁ ଉପଯୁକ୍ତ ପରିମାଣର ଖାଦ୍ୟ ମିଳେ ନାହିଁ । (୨) ଯେତେବେଳେ ଲୋକମାନେ ଉପଯୁକ୍ତ ପ୍ରକାରର ଖାଦ୍ୟ ଆବଶ୍ୟକ ପରିମାଣରେ ପାଇ ପାରିନଥାନ୍ତି । (୩) ଯେତେବେଳେ ଲୋକମାନେ ଖାଦ୍ୟରୁ ମିଳୁଥିବା ପୁଷ୍ଟିକାରକ ବା ଅଣୁସାରକୁ ଶରୀର ଭିତରକୁ ନେବା ବା ଶୋଷଣ କରିବାରେ ଅକ୍ଷମ ହୋଇଥାଆନ୍ତି । ଯେତେବେଳେ ଲୋକମାନେ ତରଳ ଝାଡା ବା କୃମି ସଂକ୍ରମଣରେ ପୀଡିତ ଥାନ୍ତି । ସେହିହେତୁ କମ୍ କାର୍ଯ୍ୟକାରିତା, ରୁଗଣ ସ୍ଵାସ୍ଥ୍ୟ ଏବଂ ମୃତ୍ୟୁମୁକରେ ପଡ଼ିବା ଇତ୍ୟାଦି ଦେଖାଯାଏ । ଅପପୁଷ୍ଟିର କାରଣ ସମୁହ : ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଅପପୁଷ୍ଟିର କେତେକ କାରଣ ଗୁଡିକ ହେଲା : କମ ଓଜନ ଓ ଅସୁବିଧା ଥାଇ ଶିଶୁଜନ୍ମ ନେବା । ପାଞ୍ଚବର୍ଷ ମଧ୍ୟରେ ଶିଶୁମାନଙ୍କ କ୍ଷେତ୍ରରେ ନ୍ୟୁନ ତଥା ଅନିୟମିତ ଖାଦ୍ୟାଭ୍ୟସ । ଶିଶୁ ବାରମ୍ବାର ରୋଗାକ୍ରାନ୍ତ ହେବା ଏବଂ ଏହାର ସମୟ ଉପଯୋଗୀ ଚିକିତ୍ସା କରା ନ ଯିବା । ଗର୍ଭବତୀ ଏବଂ ପ୍ରସୂତି ସମୟରେ ମା’ ର ଅପପୁଷ୍ଟି । ସଂଲଗ୍ନ କାରଣ (immediate Causes) ଖାଦ୍ୟାଭାବ ବା ଖାଦ୍ୟା ନ ଖାଇବା ଆମ ଖାଦ୍ୟରେ ଆବଶ୍ୟକ ହେଉଥିବା ଶ୍ଵେତସାର ଓ ପୁଷ୍ଟିସାରକୁ ଅଧିକ ପରିମାଣରେ ନଖାଇବା ଏବଂ କମ । ପରିମାଣର ଦରକାରୀ ଜୀବସାର ଓ ଧାତ୍ରସାର, ଅଣୁସାର ବା ପୁଷ୍ଟିକାରକ, ଦୈନିକ ଆବଶ୍ୟକତା ଅନୁସାରେ ଶରୀର ନ ପାଇବା ଦ୍ଵାରା ବ୍ୟକ୍ତିର (ଶିଶୁ) ଯେତିକି ବୃଦ୍ଧି ହେବାକଥା। ତାହା ହୋଇପାରି ନ ଥାଏ । ରୋଗରେ ପଡିବା - ଆବଶ୍ୟକତା ଠାରୁ କମ ଖାଦ୍ୟ ଖାଇଲେ ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଥାଏ । ଏଥି ପାଇଁ ଅସୁସ୍ଥତା ଓ ସଂକ୍ରମଣ ଦେଖାଦିଏ ଯାହାକି ଶିଶୁର କ୍ଷୁଧାହାନୀ ଘଟାଇଥାଏ । ତେଣୁ ଅନେକ ସଂକ୍ରମଣ ବାରମ୍ବାର ଶିକାର ହୋଇ ପୁଷ୍ଟିହୀନତା ଚକ୍ରବ୍ୟୁହ ଭିତରେ ଶିଶୁଟି ରହିଥାଏ । ନିମ୍ନରେ ପ୍ରଦତ୍ତ ନକସାରେ ବିବିଧ ସଂକ୍ରମ ଏବଂ ପୁଷ୍ଟିହୀନତାର ଦୃଢ଼ ସମ୍ପର୍କ ବାବଦରେ ବୁଝାଯାଇଛି । କେଉଁସବୁ କାରଣ ଏଥିପାଇଁ ଦାୟୀ ରହିଥାଏ (ଆଭ୍ୟତରୀଣ କାରଣ ସମୂହ) ଆବଶ୍ୟକ ପରିମାଣର ଉଚିତ୍ ଖାଦ୍ୟ ନ ମିଳିବା : ଦାରିଦ୍ର୍ୟ ଏବଂ କମ୍ ରୋଗଗାର ସାଙ୍ଗକୁ ଆବଶ୍ୟକ ପରିମାଣର ଖାଦ୍ୟ ନ ପାଇବା । ମା ଓ ଶିଶୁମାନଙ୍କ ନିମନ୍ତେ ଆବଶ୍ୟକ ଯତ୍ର ନ ନେବା: ଶିଶୁର ଯତ୍ର ଓ ଲାଳନ ପାଳନ ସମ୍ବନ୍ଧରେ ବିଶେଷ ଜଣା ନ ଥିବା (କମ୍ ଜ୍ଞାନ), ସାମାଜିକ ନୀତିନିୟମ ଏବଂ ବିଶ୍ଵାସବୋଧ, ବଡ଼ ପରିବାର ଇତ୍ୟାଦି । ଆବଶ୍ୟକ ସ୍ଵାସ୍ଥ୍ୟସେବାର ଅଭାବ ଏବଂ ଅସୁସ୍ଥ ପରିବେଶ : ଲୋକମାନେ ସ୍ଵାସ୍ଥ୍ୟସେବାର ଉପଯୁକ୍ତ ଉପଯୋଗ କରୁନାହାନ୍ତି, ପରିମଳ ଏବଂ ସ୍ଵାସ୍ଥ୍ୟରକ୍ଷାର ଅଭାବ । ମୂଳ କାରଣ ସମୂହ ଶିକ୍ଷାର ଅଭାବ ଏବଂ ସାମାଜିକ ଅସମାନତା ରାଜନୈତିକ ଏବଂ ପ୍ରଶାସନିକ ଗଠନ ବ୍ୟବସ୍ଥା ଅର୍ଥନୈତିକ ଅସମାନତା । ଅପପୁଷ୍ଟିର ପ୍ରକାର ଭେଦ ତିନୋଟି ଭାଗରେ ଏହାକୁ ବିଭକ୍ତ କରାଯାଇଛି – ବୟସ ଅନୁପାତରେ ଓଜନ, ବୟସ ଅନୁପାତରେ ଲମ୍ବା ଉଚ୍ଚତା/ଉଚ୍ଚତା ଅନୁପାତରେ ଓଜନକୁ ନେଇ ତିନିପ୍ରକାର ପୌଷ୍ଟିକ ସ୍ଥିତି ଆକଳନ କରାଯାଇଥାଏ । ବୟସ ଅନୁପାତରେ କମ୍ ଉଚ୍ଚତା ଏବଂ ପତଳା ଏହିଭଳି ବିଭାଗୀକରଣ କରାଯାଇଛି । ପୁନଶ୍ଚ ଅପପୁଷ୍ଟିକୁ ମଧ୍ୟମ ଏବଂ ଅତିଶୟ ପୁଷ୍ଟିହୀନ ଭାବେ ବିଭକ୍ତ କରାଯାଇଛି । କ) ବୟସ ଅନୁପାତରେ ଅଜନକୁ ନେଇ ଏହା ସ୍ଥିର କରାଯାଇଥାଏ । ଏହା ମଧ୍ୟ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟଗତ ସ୍ଥିତିର ଏକ ବିଶେଷ ସୂଚନା ଭାବେ ପରିଗଣିତ । ଓଜନ କମିବାର ସ୍ଥିତି ଯୋଗୁଁ ଗୁରୁତର ଏବଂ ପୁରାତନ ପୁଷ୍ଟିହୀନତା ହୋଇପାରେ । ଖ) (stunting) ବୟସ ଅନୁପାତରେ କମ୍ ଉଚ୍ଚତା ବା ଗୋଡ଼ାପଣ ଗୋଡ଼ା ବା କମ ଉଚ୍ଚତା ବହୁଦିନ ଧରି ରହିଥିବା (ଦୀର୍ଘକାଳୀନ) ପୁଷ୍ଟିହୀନତାର ଏକ ସୁଚକା ଉପଯୁକ୍ତ ସେବାଯତ୍ର ପାଇ ବଢିଥିବା ଏକ ସୁସ୍ଥଶିଶୁ ତୁଳନାରେ ଯଦି ସମାନ ବୟସର ଆଉ ଗୋଟିଏ ଶିଶୁର ଉଚ୍ଚତା ଆଶା କରାଯାଉଥିବା ଅନୁଯାୟୀ ନ ବଢିଲା। ଏହା ଗୋଡ଼ା ହେବାର ସୂଚକ ବୋଲି ଜଣାଯାଇଥାଏ । ଏହାର କାରଣ ସ୍ଵରୂପ ବହୁଦିନ ଧରି ଶିଶୁ ଆବଶ୍ୟକ ପରିମାଣର ପୁଷ୍ଟି ନ ପାଇବା, ଲଗାତାର ସଂକ୍ରମଣ, ଶିଶୁକୁ ଅନେକ ଦିନ ଧରି ଯଥୋଚିତ୍ତ ଖାଦ୍ୟାଭାସ ନ କରାଇବା ଏବଂ ଦାରିଦ୍ର୍ୟତା ଇତ୍ୟାଦି ଦାୟୀ ରହିଥାନ୍ତି । ଗ) ପତଳା (କ୍ଷୀଣମା°ସ ପେଶୀ ବା Wasting) ପତଳା ବା କ୍ଷୀଣମା°ସପେଶୀ ଦେଖାଯିବା ସ୍ୱଳ୍ପକାଳୀନ ପୁଷ୍ଟି ହୀନତାର ଏକ ସୂଚକ । ବିଗତ କିଛିଦିନ ମଧ୍ୟରେ ଘଟିଥିବା କିଛି ବ୍ୟତିକ୍ରମ ଯଥା- ଆବଶ୍ୟକ ପୁଷ୍ଟି ନ ମିଳିବା, କମ ଖାଦ୍ୟ ଖାଇବା, ତ୍ରଟି ପୁର୍ଣ୍ଣ ଖାଦ୍ୟାଭ୍ୟସ, ରୋଗ ସଂକ୍ରମଣର ଶିକାର ହେବା କିମ୍ବା ଉକ୍ତ ସମସ୍ତ ପ୍ରକାର ଅସୁବିଧାର ଶିକାର ହେବା ହେତ୍ର ପତଳା ବା କ୍ଷୀଣମା°ସପେଶୀ ଜନିତ ପୁଷ୍ଟିହୀନତା ହୋଇଥାଏ । ଅତିଶୟ ପତଳା ବା କ୍ଷୀଣମା°ସପେଶୀ ଜନିତ ପୁଷ୍ଟିହୀନତା ଭୋଗୁଥିବା ଶିଶୁମାନଙ୍କର ୧୦ ଗୁଣ ମୃତ୍ୟୁ ଆଶଙ୍କା ରହିଛି । ତିନି ବର୍ଷରୁ କମ୍ ଶିଶୁମାଙ୍କର ଗେଡା ହେବା ଶତପ୍ରତିଶତ ହାର ୩ବର୍ଷରୁ କମ୍ ଶିଶୁ ମାନଙ୍କର ପତଳା ( କ୍ଷୀଣମାଂଶପେଶୀ ସତ ପ୍ରତିଶତ ହାର) ୩ବର୍ଷରୁ କମ୍ ଶିଶୁମାଙ୍କର କମ୍ ଓଜନ ଶତ ପ୍ରତିଶତ ହାର ଉପରୋକ୍ତ ସାରଣୀରେ ଏନ. ଏଫ.ଏଚ.ଏସ.ର ଅନୁଧ୍ୟାନ ଅନୁଯାୟୀ ଓଡ଼ିଶାରେ ଅପପୁଷ୍ଟି କିପରି ରହି ଆସିଛି ତାହା ଦର୍ଶାଯାଇଛି । ଏନ. ଏଫ.ଏଚ.ଏସ-୨ର ଅନୁଧ୍ୟାନରେ ଅପପୁଷ୍ଟି ହାର ୫୦% ଥିବା ବେଳେ ଏନ. ଏଫ.ଏଚ.ଏସ୩ରେ ଏହା ଦୃଷ୍ଟାନ୍ତ ଭାବେ ୩୯.୫%କୁ କମିଛି । ଓଡ଼ିଶା ସରକାର ଏବଂ ସହଯୋଗୀ ଅନୁଷ୍ଠାନ ମାନଙ୍କର ଉତ୍ତମ ପଦେକ୍ଷେପ ଏବଂ କାର୍ଯ୍ୟ ହେତୁ ଏବଂ ଓଡିଶାର ସଫଳ ପ୍ରମାଣିତ ପଦକ୍ଷେପ(evidence based intervention)କୁ କାର୍ଯ୍ୟକାରୀ କରିବା ହେତୁ ଏହା ସମ୍ଭବ ହୋଇପାରିଛି । ଯଦି ଗେଡା ବା କମ ଉଚ୍ଚତା କଥା ବିଚାରକୁ ନେବା ଓଡ଼ିଶାରେ ଏନ. ଏଫ.ଏଚ.ଏସ୍.୨ ରୁ ଏନ. ଏଫ.ଏଚ.ଏସ. - ୩ମଧ୍ୟରେ ଏହା ୬ ପ୍ରତିଶତ କମିଛି । ଏ କ୍ଷେତ୍ରରେ ଓଡ଼ିଶାକୁ ଆହୁରି କିଛି କରିବାକୁ ହେବ । ଫଳରେ ଏହା ରାଜ୍ୟର ଅର୍ଥନୈତିକ ଓ ବିକାଶର ପୃଷ୍ଠଭୂମିକୁ ସୁପ୍ରଭାବିତ କରିପାରିବ । ତେଣୁ ଆଜିର ଦିନରେ ସଫଳ ପ୍ରମାଣିତ ପଦକ୍ଷେପ (evidence based intervention) କୁ କାର୍ଯ୍ୟକାରୀ କରି ଓଡ଼ିଶାରୁ ଗେଡ଼ା ବା କମ୍ ଉଚ୍ଚତା ଜନିତ ସମସ୍ୟା ଦୂର କରିବାର ଆବଶ୍ୟକତା ଅନେକ । ବେଗଡ଼ାହେବା ବା କମ୍ ଉଚ୍ଚତା ହେବା (Stunting) ଲଗାତାର ଭାବେ ଉପଯୁକ୍ତ ପୁଷ୍ଟି ପାଇବାରୁ ବଞ୍ଚିତ ହେବାର ସାମୂହିକ ପ୍ରଭାବ (Cumulative effect) ହେତୁ ଶିଶୁମାନଙ୍କର ଆବଶ୍ୟକୀୟ ବୃଦ୍ଧି ଓ ବିକାଶ ହେବାରେ ବାଧା ଉପୁଜିଥାଏ । ଗେଡା ହୋଇଯିବା ଶିଶୁ ଅଭିବୃଦ୍ଧି ଏବଂ ବିକାଶର ଏକ ଗୁରୁତ୍ଵପୂର୍ଣ୍ଣ ସୂଚକ । ଗେଡ଼ା ହୋଇଯିବା ବା ଉଚ୍ଚତା କମିଯିବା କେବଳ ଶାରୀରିକ ଉଚ୍ଚତା ଦୃଷ୍ଟିରୁ ବିଚାର କରାଯାଇନଥାଏ। ବରଂ ପୁଷ୍ଟିହୀନତା ଯୋଗୁଁ ଗେଡାହେବା ସହିତ ମାନସିକ କ୍ଷମତା ମଧ୍ୟ ବଢିନଥାଏ ଯାହା ପରବର୍ତ୍ତୀ ଜୀବନକୁ ଏକ ନ୍ୟୁନ ଅଭିବୃଦ୍ଧି (stunted life) ଯୁକ୍ତ ଜୀବନ ରୂପେ ପରିଚୟ ଦେଇଥାଏ । ପୃଥୁବୀରେ ଥିବା ସମୁଦାୟ ଗେଡାଶିଶୁଙ୍କ ମଧ୍ୟରୁ ୩.୧.୨% । ଶିଶୁ କେବଳ ଭାରତରେ ଅଛନ୍ତି, ଯାହାକି ସର୍ବାଧୁକ । ଏନ. ଏଫ.ଏଚ.ଏସ. -୩ର ଅନୁଧ୍ୟାନ ଅନୁସାରେ ଭାରତରେ ୪୮% ଗେଡା ଶିଶୁ ରହିଥିବା ବେଳେ ଓଡ଼ିଶାରେ ଏହାର ପରିମାଣ ୪୪ % ରହିଛି । ସାମାଜିକ ଓ ଅର୍ଥନୈତିକ ପରିସ୍ଥିତି ଏବଂ ପରିବେଶ ଜନିତ ପୁରାତନ ପୁଷ୍ଟିହୀନତା ଯୋଗୁଁ ଗେଡାହେବା ବା ଶିଶୁର କମ୍ ଉଚ୍ଚତା ହୋଇଥାଏ; ଏହା ସ୍ଵାସ୍ଥ୍ୟର ସ୍ଥିତି ମାପିବା ପାଇଁ ଏକ ଉତ୍ତମ ସୁଚକ ଭାବେ ପରିଗଣିତ । ଓଡିଶାର ପୁଷ୍ଠିଗତ ସ୍ଥିତିକୁ ଜାଣିବା ଓଡିଶା ଏକ ରାଜ୍ୟ ଯେଉଁଥୁରେ ୩୦ଟି ଜିଲ୍ଲା ଏବଂ ୩୧୪ ଗୋଟି ବ୍ଲକ ରହିଛି । ଶିଶୁ ମୃତ୍ୟୁହାର (ପ୍ରତି ୧୦୦% ଜନ୍ମିତ ଶିଶୁଙ୍କ ମଧ୍ୟରୁ)୫୩ । ଯଥାଶୀଘ୍ର ସମ୍ଭବ ନବଜାତ ଶିଶୁର ସ୍ତନ୍ୟପାନ ଆରମ୍ଭ : ୭ ୧.୫ । ୦ -୫ ମାସ ମଧ୍ୟରେ କେବଳ ସ୍ତନ୍ୟପାନ କରିଥିବା ଶିଶୁ- ୨୪.୮ । ୬-୯ ମଧ୍ୟର ଶିଶୁ ଯେଉଁମାନଙ୍କ ମା’ କ୍ଷୀର ସହିତ କଠିନ ଏବଂ ଅର୍ଦ୍ଦ କଠିନ ଖାଦ୍ୟ ଖାଉଛନ୍ତି – ୬୭ । ସମ୍ପୁର୍ଣ୍ଣ ଟୀକାକରଣ - ୬୨.୩ । ଅନ୍ୟାନ ଗୋଟିଏ ମାତ୍ରା ଭିଟାମିନ-ଏ ମାତ୍ରା ପାଇଥିବା ଶିଶୁ ସଂଖ୍ୟା - ୭ ୧.୬ । ରକ୍ତହୀନତା ଶିକାର ହୋଇଥିବା ମହିଳାଙ୍କ ଶତ ପ୍ରତିଶତ ହାର – ୬୩.୦ । ରକ୍ତହୀନତା ଥିବା ୬.୩୫ ବର୍ଷ ମଧ୍ୟର ଶିଶୁଙ୍କ ଶତକଡା ହାର-୭୨.୩ ଗେଡା ଶିଶୁ-୪୩.୯ ବୟସ ଅନୁପାତରେ କମ୍ ଉଚ୍ଚତା ଶିଶୁ । ଗୁରୁତର ଅପପୁଷ୍ଟି ( ପତଳା ବା କ୍ଷୀଣ ମାଂସପେଶୀ) ଥିବା ଶିଶୁଙ୍କ ହାର – ୨୩.୭ । କମ୍ ଓଜନ ଥିବା ଶିଶୁଙ୍କ ହାର- ୩୯.୫ । ଉତ୍ସ :- ( NFHS – 3 DLHS – 3, AHS -2011-12 ଉତ୍ସ : NFHS - 3 ଉପରୋକ୍ତ ପରିସଂଖ୍ୟାନ ଚିତ୍ରରୁ ସ୍ପଷ୍ଟ ଜଣାପଡେ ଯେ, ଓଡିଶାରେ ୨ ବର୍ଷ ବୟସ ମଧ୍ୟରେ କମ୍ ଉଚ୍ଚତା ହୋଇଯାଉଥିବା ଆଦିବାସୀ ଶିଶୁମାନଙ୍କ ଆନୁପାତିକ ସଂଖ୍ୟା ତୁଳନାରେ ୨ ବର୍ଷ ମଧ୍ୟରେ ଗେଡା ହୋଇ ଯାଉଥିବା ଅନ୍ୟ ସାଧାରଣ ଶିଶୁଙ୍କ ଆନୁପାତିକ ସଂଖ୍ୟାଠାରୁ ଅଧିକ । ତେଣୁ ଆଦିବାସୀ ଓ ହରିଜନ ବସବାସ କରୁଥିବା ଅଞ୍ଚଳମାନଙ୍କରେ ଜନ୍ମରୁ ଏକ ବର୍ଷର ଶିଶୁ ଏବଂ ବଢ଼ନ୍ତା ଶିଶୁଙ୍କ ଖାଦ୍ୟାଭ୍ୟସ (IYCF) ଉପରେ ଅଧିକ ଗୁରୁତ୍ର ଦେବା ଆବଶ୍ୟକ । ଗେଡା ହୋଇଯିବାର ପ୍ରଦ୍ଭାବ (implications of stunting) ଶିଶୁଟିଏ ଯଦି କମ ଉଚ୍ଚତା ହେଲା । ତେବେ ଧରିନେବାକୁ ହେବ ଯେ ତା’ର ଶାରୀରିକ ଏବଂ ମାନସିକ ବୃଦ୍ଧି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି ଏବଂ ଆମେ ଏଥିରେ ନୀରବ ରହିଛେ । ଅନୁଧ୍ୟାନରୁ ଜଣାଯାଏ। ଯଦି ଦୁଇବର୍ଷ ମଧ୍ୟରେ ଶିଶୁମାନଙ୍କର କମ ଉଚ୍ଚତା ହୋଇଯିବା ସମସ୍ୟା ପାଇଁ କିଛି ପଦକ୍ଷେପ ନିଆ ନଯାଏ ତେବେ ତା'ର ସେ ପ୍ରାପ୍ତବୟସ୍କ ସମୟର ବୃଦ୍ଧି ଓ ବିକାଶକୁ ଏହି ସମସ୍ୟା ପ୍ରଭାବିତ କରିବ । (କ) ସ୍ୱାସ୍ଥ୍ୟ ଜନିତ ଫଳାଫଳ ଗେଡା ମା' ମାନଙ୍କ କ୍ଷେତ୍ରରେ ମାତୃ ମୃତ୍ୟୁହାର ଅଧିକ ଏବଂ ସେମାନେ ଛୋଟ ଏବଂ କମ୍ ଓଜନ ଶିଶୁକୁ ଜନ୍ମ ଦେବାର ସମ୍ଭାବନା ଅଧିକ । ୫ବର୍ଷ ମଧ୍ୟର ଶିଶୁ ଯେଉଁମାନେ କି ଗେଡା (୧୪୫ ସେ.ମି ରୁ କମ) ମା’ଙ୍କ ଠାରୁ ଜନ୍ମ ନେଇଛନ୍ତି ସେମାନଙ୍କର ମୃତ୍ୟୁ ଆଶଙ୍କା ୪୦% ଅଧିକ । ଗେଡା ହେବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ଦୂର୍ବଳ ଥାଏ ଏବଂ ଜନ୍ମରୁ ଏକ ବର୍ଷର ଶିଶୁ ଓ ବଢ଼ନ୍ତା ଶିଶୁଙ୍କ କ୍ଷେତ୍ରରେ ଅତ୍ୟନ୍ତ ସଂକ୍ରମଣ ଯୁକ୍ତ ରୋଗମାନ ହେବାର ଆଶଙ୍କା ଅଧିକ ଥାଏ । ସ୍ଵାଭାବିକ ଜନ୍ମ ଓଜନ ଶିଶୁଙ୍କ ତୁଳନାରେ କମ ଜନ୍ମ ଓଜନ ଶିଶୁମାନେ ପ୍ରାପ୍ତ ବୟସ୍କ ହେଲାବେଳକୁ କମ। ଉଚ୍ଚତା ହେବାର ଅଧିକ ସମ୍ଭାବନା ଥାଏ । ଉପରୋକ୍ତ ଗେଡା ଶିଶୁମାନେ ପ୍ରାପ୍ତ ବୟସ୍କ ହେଲା ବେଳକୁ ଉଚ୍ଚରକ୍ତଚାପ, ମଧୁମେହ, ହୃଦରୋଗ ଏବଂ ମେଦବହୁଳ ଇତ୍ୟାଦି ସ୍ଵାସ୍ଥ୍ୟ ସମସ୍ୟାର ଶିକାର ହେବା ଆଶଙ୍କା ଥାଏ । ଶିକ୍ଷା ଏବଂ ଆର୍ଥିକସ୍ଥିତି ଉପରେ ଫଳାଫଳ ପୁଷ୍ଟିହୀନତାରୁ ଗେଡା ହୋଇଯାଇଥିବା ଶିଶୁମାନେ ଡେରିରେ ପାଠପଢ଼ା ଆରମ୍ଭ କରିବା ବା ଅଧାରୁ ପାଠପଢେ ଛାଡି ଦେବା ଦେଖାଯାଏ । ଶିଶୁଟି ବଢ଼ିବା ବେଳେ ମସ୍ତିଷ୍ଟ ବୃଦ୍ଧି ଠିକରେ ହୋଇ ନଥିବା ହେତୁ ସେ ପାଠ ଶିଖିବା କଷ୍ଟ ହୁଏ । ବିଦ୍ୟାଳୟ ଉପସ୍ଥାନ କମ୍ ହେବା ଏବଂ ପାଠପଢ଼ା କରି ନପାରିବା । କମ୍ ଅଭିବୃଦ୍ଧି ହେତୁ ଅର୍ଥ ରୋଜଗାର କମ୍ ହୋଇଥାଏ । କାରଣ, କମ୍ ଅଭିବୃଦ୍ଧିକୁ ଲୋକମାନେ ଦେଖି ମଧ୍ୟ କିଛି ପଦକ୍ଷେପ ନେଇ ନଥାନ୍ତି । ଯାହା ପରବର୍ତ୍ତୀ ଜୀବନରେ ଶିଶୁଟି ପ୍ରାପ୍ତ ବୟସ୍କ ହେବା ବେଳକୁ ତାକୁ ରୋଜଗାର କ୍ଷମ କରାଇବାରେ ପ୍ରତିବନ୍ଧକ ହୋଇଥାଏ । ଦୁଇବର୍ଷରୁ କମ୍ ବୟସର ଶିଶୁ ଏବଂ ସେମାନଙ୍କର ମା'ମାନଙ୍କ ନିମତେ ଦଶଗୋଟି ପ୍ରମାଣିତ ପୁଷ୍ଟି ସାଧନ ପଦକ୍ଷେପ ଯଥାଶୀଘ୍ର ସମ୍ଭବ ସ୍ତନ୍ୟପାନ ଆରମ୍ଭ କରାଇବା । ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା ଶିଶୁ ତିଷ୍ଠି ରହିବାର ଏକ ମୁଖ୍ୟ ପଦକ୍ଷେପ । କେବଳ ସ୍ତନ୍ୟପାନ ଜନ୍ମରୁ ୬ମାସ ଯାଏଁ ଶିଶୁକୁ କେବଳ ସ୍ତନ୍ୟପାନ କରାଇବା ଦ୍ଵାରା ଶିଶୁ ସୁସ୍ଥ ରହିଥାଏ । ଉଚିତ୍ ବୟସରେ ଅନୁପୂରକ ଖାଦ୍ୟ ଦେବା ଆରମ୍ଭ କରିବା । ଶିଶୁକୁ ଛଅମାସ ପୁରିବା ମାତ୍ରେ ମା’ କ୍ଷୀର ସହିତ ତାକୁ ଅର୍ଦ୍ଦ କଠିନ ଖାଦ୍ୟ ଦେବା ଦ୍ଵାରା ସେ ସୁସ୍ଥ ହୋଇ ବଢ଼ିଥାଏ । ବିଭିନ୍ନ ପ୍ରକାରର ଖାଦ୍ୟ ଏବଂ ଥରକୁ ଥର ଖାଦ୍ୟ ଦେବା । ଶିଶୁକୁ ୬ ମାସ ପୂରିବା ପରଠାରୁ ଦୁଇବର୍ଷ ପର୍ଯ୍ୟନ୍ତ ଶିଶୁର ଅନୁପୁରକ ଖାଦ୍ୟଭାବରେ ତାକୁ ଉପଯୁକ୍ତ ପରିମାଣ ଏବଂ ଉପଯୁକ୍ତ ମାନର ବିଭିନ୍ନ ପ୍ରକାର ଖାଦ୍ୟ ଦେବା ଦ୍ଵାରା ଶିଶୁ ସୁସ୍ଥ ହୋଇ ବଢିଥାଏ ଉତ୍ତମ ସ୍ଵାସ୍ଥ୍ୟ ରକ୍ଷା ଏବଂ ହାତଧୁଆ ଅଭ୍ୟାସ ସ୍ଵାସ୍ଥ୍ୟରକ୍ଷା ନିୟମ ମାନିବା ଏବଂ ହାତକୁ ପରିଷ୍କାର କରି ଶିଶୁର ଯତ୍ନ ନେଉଥଲେ ବଢ଼ନ୍ତା । ଶିଶୁ ସୁସ୍ଥ ସବଳ ହୋଇ ବଢ଼ିଥାଏ । ନିୟମିତ ଅଣୁସାର ବା ପୁଷ୍ଟିକାରକ ଖାଇବା ନିୟମିତ ଭାବେ ଲୌହସାର ଏବଂ ଭିଟାମିନ୍ - ଏ ଦ୍ରବଣ ତଥା କୃମିନାଶକ ଔଷଧ ଦେବାଦ୍ଵାରା ବଢ଼ନ୍ତା ଶିଶୁ ବିଭିନ୍ନ ରୋଗ ତଥା ରକ୍ତହୀନତାରୁ ସୁରକ୍ଷା ପାଇଥାଏ । ଅସୁସୁଥିବା ସମୟରେ ଏବଂ ଭଲ ହେବାପରେ ଶିଶୁକୁ ଆବଶ୍ୟକ ମାତ୍ରାରେ ଖାଦ୍ୟଦେବା । ଅସୁସ୍ଥତା ବେଳେ ଏବଂ ରୋଗରୁ ଭଲ ହେବା ପରେ ଶିଶୁକୁ ପୁଷ୍ଟିଯୁକ୍ତ ଖାଦ୍ୟ ଦେବାଦ୍ଵାରା ଶିଶୁ ଶୀଘ୍ର ସୁସ୍ଥ ହୋଇଥାଏ । ଅତିଶୟ କମ୍ ଓଜନ ଶିଶୁକୁ ଉପଯୁକ୍ତ ଖାଦ୍ୟଦେବା । କେତେକ ପ୍ରକାରର ଜୀବନ ରକ୍ଷକ ପୁଷ୍ଟିକର ଖାଦ୍ୟ ଏବଂ ଉତ୍ତମ ଯତ୍ର ଠିକ ସମୟରେ ଦେଇ ପାରିଲେ ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କର ଅବସ୍ଥା ଗୁରୁତର ଆଡକୁ ଯାଇ ନ ଥାଏ । କିଶୋରୀ ବାଳିକାମାନଙ୍କ ନିମନ୍ତେ ଉପଯୁକ୍ତ ପୁଷ୍ଟିର ଆବଶ୍ୟକତା । କିଶୋରୀ ବାଳିକାମାନଙ୍କର ପୌଷ୍ଟିକ ସ୍ଥିତିରେ ଉନ୍ନତି ଆଣିବା ଦ୍ଵାରା ସେମାନେ ଭବିଷ୍ୟତରେ ସୁସ୍ଥ ମାଆ ହୋଇ ସୁସ୍ଥ ଶିଶୁକୁ ଜନ୍ମ ଦେଇପାରିବେ । 10. ମହିଳାମାନଙ୍କ ପାଇଁ ଉପଯୁକ୍ତ ପୁଷ୍ଟିର ଆବଶ୍ୟକତା । ଗର୍ଭବତୀ ଏବଂ ସ୍ତନ୍ୟଦାତ୍ରୀ ମାଆମାନଙ୍କ ପାଇଁ ଉତ୍ତମ ମାନର ପୁଷ୍ଟିକର ଖାଦ୍ୟ ଏକାନ୍ତ ଆବଶ୍ୟକ ଯାହା ମହିଳାମାନଙ୍କୁ ସୁସ୍ଥ ରଖୁପାରିବ । ଜୀବନର ପ୍ରଥମ ହଜାର ଦିନ ବିଷୟରେ ଧାରଣା: ମହିଳାଟିଏ ଗର୍ଭଧାରଣ କରିବାଠାରୁ ତାଙ୍କ ଶିଶୁର ଦୂତୀୟ ଜନ୍ମଦିବସ ପାଳନ ଦେବା ପର୍ଯ୍ୟନ୍ତ ସମୟକୁ ଜୀବନର ପ୍ରଥମ ହଜାର ଦିନ ବୋଲି କୁହାଯାଉଛି । ଶିଶୁ ଗର୍ଭରେ ୨୭୦ ଦିନ + ୨ ବର୍ଷ (୭୩୦ ଦିନ)= ୧୦୦୦ ଦିନ । ଏହି ହଜାର ଦିନ ସମୟ ଶିଶୁକୁ ସୁସ୍ଥ କରି ଗଢ଼ି ତୋଳିବାର ଏକ ସୁଯୋଗର ଦ୍ଵାର ଦେଶ ବୋଲି କୁହାଯାଇ ପାରେ । ଏହି ୧୦୦୦ ଦିନ ମଧ୍ୟରେ ଶିଶୁକୁ ଉତ୍ତମ ପୁଷ୍ଟି ଦେଇ ପାରିଲେ । ଏହାର ପ୍ରଭାବ ଶିଶୁର ପରବର୍ତ୍ତୀ ଜୀବନରେ ପଡିଥାଏ । ଫଳରେ ତାର ବୃଦ୍ଧି, ଶିକ୍ଷା ଇତ୍ୟାଦିରେ ଉନ୍ନତି ହେବା ସହିତ ଦାରିଦ୍ର୍ୟ ଦୂର ହୋଇଥାଏ । ଏପରିକି ୧୦୦୦ ଦିନର ପ୍ରକୃଷ୍ଟ ଯତ୍ନ, ସାମାଜିକ ସୁସ୍ଥତା, ସ୍ଥିରତା ଏବଂ ପ୍ରଗତୀ ଆଣିବାରେ ସହାୟକ ହୋଇ ପାରିବ । ଏକ ଉତ୍ତମ ଓଜନ ବିଶିଷ୍ଟ ସୁସ୍ଥ ଶିଶୁଟିଏ ଜନ୍ମ ଦେବା ପାଇଁ ମା’ର ପୁଷ୍ଟି ସାଧନ ସବୁଠାରେ ଗୁରୁତ୍ଵପୂର୍ଣ୍ଣ । ଦୁଇବର୍ଷ ମଧ୍ୟରେ ଦେଖାଯାଉଥିବା ଗେଡା ହେବା ସମସ୍ୟା ଅତ୍ୟନ୍ତ ଗୁରୁତର ହୋଇଥାଏ, ଯାହାକି ଭଲ ହେବାର ସମ୍ଭାବନା ନଥାଏ ତାହା ଉପରେ ଥିବା ଗ୍ରାଫ୍ ଚିତ୍ରରେ ଦର୍ଶ ଯାଇଛି । e, ଗର୍ଭ ସମୟରେ ଅପପୁଷ୍ଟି ହେତୁ ଶିଶୁଟି ଭଲ ଭାବରେ ନ ବଢ଼ିବା ଏବଂ ତା’ର ଅନ୍ୟାନ୍ୟ ବିକାଶ ନ ହେବା ଭଳି ଅତ୍ୟନ୍ତ କୁପ୍ରଭାବମାନ ପଡିଥାଏ । ଯେଉଁ ଶିଶୁମାନେ ଗଭୀଶୟରୁ ପୁଷ୍ଟିହୀନତାର ଶୀକାର ହୋଇଥାନ୍ତି ସେମାନେ ଜୀବନସାରା ଶାରୀରିକ ଏବଂ ମାନସିକ କ୍ଷେତ୍ରରେ କମ୍ ବିକାଶ କରିଥାନ୍ତି ଏବଂ ଅନେକ ଦିନ ଧରି ବିଭିନ୍ନ ରୋଗ ସଂକ୍ରମଣର ସମସ୍ୟା ଲାଗି ରହିଥାଏ । ଠିକ୍ ଜନ୍ମ ପରେ ପରେ କିପରି ଗେଡା ହେବା ସମସ୍ୟା ଆରମ୍ଭ ହେଉଛି ଏବଂ ୧୮ – ୨୩ ମାସ ମଧ୍ୟରେ ଏହି ସମସ୍ୟା ବିଶେଷ ପ୍ରକଟିତ ହେଉଛି ତାହା ଉପର ଗ୍ରାଫ୍ ଚିତ୍ରରେ ଦର୍ଶାଯାଇଛି । ଗର୍ଭାବସ୍ଥା ସମୟରେ ମା’କୁ ଉପୟୁକ୍ତ ପୁଷ୍ଟି ନ ମିଳିବା ହେତୁ ଭାରତରେ ଅଧିକାଂଶ ଶିଶୁ କମ୍ ଓଜନ ହୋଇ ଜନ୍ମ ହେଉଛନ୍ତି । ଶିଶୁର ଅନୁପୂରକ ଖାଦ୍ୟ ଖାଇବା ଆରମ୍ଭ ହେବାମାତ୍ରେ ଶିଶୁଠାରେ ରହିଥିବା ପୁରାତନ ଅସୁସ୍ଥତା ହେତୁ ଶିଶୁଠାରେ ଗେଡା ହେବା ସମସ୍ୟା ଦେଖାଦିଏ; ଯାହାକି ଏହି ପ୍ରଥମ ୧୦୦୦ ଦିନ ମଧ୍ୟରେ ଦେଖା ଦେଇଥାଏ । ଦୁଇବର୍ଷ ମଧ୍ୟରେ ଶିଶୁମାନଙ୍କଠାରେ ଅପପୁଷ୍ଟି ଏକ ଜୀବନନାଶକ ସମସ୍ୟା ହୋଇ ରହିଥାଏ । ଶିଶୁର ରୋଗପ୍ରତିରୋଧକ ଶକ୍ତିକୁ କମାଇ ଦେଇ ଏହା ଅନେକ ଅସୁସ୍ଥତା ଯଥା ନିମୋନିଆ, ତରଳ ଝାଡା ଏବଂ ମ୍ୟାଲେରିଆ ଇତ୍ୟାଦି ହେବାର ପ୍ରବଣତାକୁ ବଢ଼ାଇ ଥାଏ। ଏପରିକି ମୃତ୍ୟୁ ଘଟାଇଥାଏ । ଜୀବନର ପ୍ରଥମ ୧୦୦୦ ଦିନ ମଧ୍ୟରେ ଶିଶୁର ପୌଷ୍ଟିକସ୍ଥିତିରେ ଉନ୍ନତି ଆଣିବାର ପନ୍ଥା ବା ଉପାୟଗୁଡିକ କ’ଣ? ଜୀବନର ପ୍ରଥମ ୧୦୦୦ ଦିନ ମଧ୍ୟରେ ଶିଶୁର ପୁଷ୍ଟିରେ ଉନ୍ନତି ଆଣିବା ନିମନ୍ତେ ରହିଥିବା ଉପାୟଗୁଡିକ ସହଜରେ ଉପଲବ୍ଧ, ଦେୟ ସମ୍ଭବ ଏବଂ ସ୍ୱଳ୍ପ ବ୍ୟୟଯୁକ୍ତ । ସେଗୁଡିକ ହେଲା ; ୧) ପ୍ରତ୍ୟେକ ମା’ ଏବଂ ଶିଶୁ ଗର୍ଭ ସମୟରେ, ଶିଶୁ ଜନ୍ମ ପରେ ପରେ ଏବଂ ଶିଶୁକୁ ଦୁଇବର୍ଷ ପୂରିବା ପର୍ଯ୍ୟନ୍ତ ଆବଶ୍ୟକତା ଅନୁଯାୟୀ ଉଚିତ୍ ପରିମାଣର ବୃହତ୍ତ ପୁଷ୍ଟିକାରକ ଏବଂ କ୍ଷୁଦ୍ର ପୁଷ୍ଟିକାରକ। ପାଉଛନ୍ତି ବୋଲି ନିଶ୍ଚିତ କରାଇବା । ୨) ଉତ୍ତମ ପୁଷ୍ଟିସାଧନ ଅଭ୍ୟସରେ ଉନ୍ନତି ଆଣିବା ସାଙ୍ଗକୁ ସ୍ତନ୍ୟପାନ ଏବଂ ଶିଶୁ ପାଇଁ ଆବଶ୍ୟକ ଉପଯୁକ୍ତ ପରିମାଣର ସ୍ଵାସ୍ଥ୍ୟକର ଖାଦ୍ୟ, ଗୀକାକରଣ ସାରଣୀ ମୁତାବକ ସମ୍ପୁର୍ଣ୍ଣ ଟୀକାକରଣ (୧୦ ଟି ପୁଷ୍ଟି ସାଧନ ପଦକ୍ଷେପ ତାଲିକାରେ ଥିବାଭଳି) କରାଇବା । ୩) ଉପଯୁକ୍ତ ପଥ୍ୟଯୁକ୍ତ ଖାଦ୍ୟ ଦେଇ ଅତିଶୟ ପୁଷ୍ଟିହୀନ (ଅପପୁଷ୍ଟି) ଶିଶୁଙ୍କର ଉତ୍ତମ ଚିକିତ୍ସା କରିବା । ୪) ଅସୁସ୍ଥ ଶିଶୁର ଖାଦ୍ୟପେୟକୁ ଜୋର ଦେଇ ତା'କୁ ପୁଷ୍ଟିକର ଖାଦ୍ୟ ଦେବା । ମାତୃ ପୁଷ୍ଟି ସାଧନ ଏବଂ ଶିଶୁ ସ୍ୱାସ୍ଥ୍ୟର ଫଳାଫଳ ପୁଷ୍ଠିଗତସ୍ଥିତି ଗର୍ଭଧାରଣ ପୂର୍ବରୁ ମା’ ର ପୁଷ୍ଠିଗତ ସ୍ଥିତି ଉପରେ ମଧ୍ୟ ନିର୍ଭରଶୀଳ । ବହୁଦିନ ଧରି ଅପପୁଷ୍ଟିର ଶିକାର ହୋଇ ଆସିଥିବା ମା' ଟିଏ ଗୋଟିଏ କମ୍ ଓଜନ ଶିଶୁକୁ ଜନ୍ମ ଦେଇଥାଏ । ସେହି ଶିଶୁ ପୁଷ୍ଟିହୀନତାର ଶିକାର ହୋଇ ଗେଡା ହୋଇଥାଏ ଏବଂ ଶେଷ ଫଳସ୍ଵରୂପ ଏହି ଗେଡା ଶିଶୁଟି ମା' ହୋଇ ଏକ ପୁଷ୍ପହୀନ (ଅପପୁଷ୍ଟି) ଶିଶୁକୁ ଜନ୍ମ ଦେଇଥାଏ । ଅନ୍ୟ ପକ୍ଷରେ ଉତ୍ତମ ଯତ୍ର ଓ ପୁଷ୍ଟ ସାଧନ ଥିବା ଏବଂ ୧୮ ବର୍ଷରୁ ଉଦ୍ଧି ହୋଇଥିବା ମହିଳାଟିଏ ଭଲରେ ଗର୍ଭଧାରଣ କରିବା ସହିତ ତା’ର ଶିଶୁକୁ ସୁସ୍ଥ ଭାବେ ବଢ଼ାଇବାର ସାମର୍ଥ୍ୟ ଥାଏ । ଏନ. ଏଫ୍. ଏଚ. . ଏସ୍.-୩ର ଅନୁଧ୍ୟାନରୁ ଜଣାଯାଏ ଓଡିଶାରେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ ମା' ମାନଙ୍କୁ ମିଶାଇ ସମୁଦାୟ ୫୦% ମହିଳା ରକ୍ତହୀନ । ଏହା ମହିଳାମାନଙ୍କ ନିମନ୍ତେ ଏକ ବିଶେଷ ଚିନ୍ତାର କାରଣ; ଯାହାକି ତାଙ୍କର ଶିଶୁମାନଙ୍କର ସ୍ଵାସ୍ଥ୍ୟ, ପୁଷ୍ଟି ଓ ବିକାଶ ପାଇଁ ପ୍ରତିବନ୍ଧକ ସ୍ଵରୂପ । ମା' ମାନଙ୍କର ପୁଷ୍ଟି ସାଧନ କାହିଁକି ଏତେ ଗୁରୁତ୍ଵପୂର୍ଣ୍ଣ ? ଗର୍ଭର ପ୍ରଥମ ତିନିମାସରେ ମା’ ଖାଉଥିବା ଖାଦ୍ୟର ସୁପ୍ରଭାବ । କୁପ୍ରଭାବ ଶିଶୁର ଜନ୍ମ ଓଜନ ସହିତ ଜଡିତ ଥାଏ | v ଗର୍ଭର ପଥମ ତିନିମାସ ଏବଂ ଦ୍ଵିତୀୟ ତିନିମାସରେ ମା' ର ଓଜନବୃଦ୍ଧି ଉପରେ ଜନ୍ମ ସମୟରେ ଶିଶୁର ଉଚ୍ଚତା ନିର୍ଭରଶୀଳ ଥାଏ । v ମା' ର କ୍ଷୁଦ୍ର ପୁଷ୍ଟି କାରକ ଅଭାବ ହେତ୍ର (ଲୌହସାର, ଜୀବସାର-କ, ଆୟୋଡିନ ଏବଂ ଫୋଲେଟ ର ଅଭାବ) ପ୍ରସବର ଫଳାଫଳ ଉପରେ କୁପ୍ରଭାବ ପକାଇଥାଏ ବା ଜନ୍ମିତ ସନ୍ତାନର କିଛି ଅଭାବ ଥାଏ । v ମା’ଙ୍କଠାରେ ରହିଥିବା ଗେଡା ଦୋଷର କୁପ୍ରଭାବ ଗର୍ଭସ୍ଥ ଭୃଣ ଉପରେ ପଡିଥାଏ। ଫଳରେ ଶିଶୁର ଅଭିବୃଦ୍ଧି କମିବା ସହିତ ବିକାଶରେ ବାଧା ପହଥେଞ୍ଚ । ଏହାଦ୍ଵାରା ବୃଦ୍ଧି ରେଖା ତଳକୁ ଆସିଥାଏ । ମା' କୁ ଉପଯୁକ୍ତ ପୁଷ୍ଟି ମିଳିବାରେ କେଉଁସବୁ ପ୍ରତିବନ୍ଧକ ରହିଥାଏ। v ଗର୍ଭ ପୂର୍ବରୁ, ଗର୍ଭଧାରଣ ସମୟରେ ମା’କୁ ଉପଯୁକ୍ତ ପୁଷ୍ଟି ନ ମିଳିବା ଦ୍ଵାରା ରକ୍ତ ହୀନତା ହେବା । କ୍ଷୁଦ୍ର ପୁଷ୍ଟିକାରକର ଅଭାବ । ଅଧିକ ସଂକ୍ରମଣ । v ସ୍ଵାସ୍ଥ୍ୟସେବା ଉପଲବ୍ଧ ନ ହେବା ବା ଏହା ଉପଯୋଗ କରି ନ ପାରିବା । v ଲିଙ୍ଗଭେଦ ଜନିତ ଭାବନାର ପ୍ରଭାବ ହେତୁ ମା' କୁ ଉପଯୁକ୍ତ ଖାଦ୍ୟ ଓ ପୁଷ୍ଟି ନ ମିଳିବା । v ନିଜ ସ୍ତନରୁ ଝରୁଥିବା କ୍ଷୀରରେ ଆବଶ୍ୟକ ମାତ୍ରାର ପୁଷ୍ଟକାରକ ରହିବା ପାଇଁ ଏବଂ ଶିଶୁକୁ ଭଲରେ ସ୍ତନ୍ୟପାନ କରାଇ ପାରିବା ପାଇଁ ଗର୍ଭବତୀ ଯଥେଷ୍ଟ ପରିମାଣର ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ଆବଶ୍ୟକ । v ସ୍ଵାସ୍ଥ୍ୟ ରକ୍ଷା ଏବଂ ପରିମଳରେ ଉନ୍ନତି ତଥା ସୁରକ୍ଷିତ ପିଇବା ପାଣିର ବ୍ୟବହାର । v ପରିବାର ମାନଙ୍କରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଦ୍ୟ ଏବଂ ଉନ୍ନତ ଖାଦ୍ୟାଭ୍ୟାସରେ ଉନ୍ନତି ଆଣିବା । କ'ଣ ବୁଝିଲେ ଶାରୀରିକ ଏବଂ ବୈଦ୍ଧିକ ବୃଦ୍ଧି ଓ ବିକାଶ ନିମନ୍ତେ ଉତ୍ତମ ପୁଷ୍ଠିର ଆବଶ୍ୟକତା ରହିଛି ବୋଲି ତାହା ଗୁରୁତ୍ଵ ଦେଇ ବୁଝିବା ଦରକାର । ଯଦି ବର୍ଷକ ମଧ୍ୟରେ ଶିଶୁ କୁ ପୋଷଣର ଶିକାର ହୁଏ ତେବେ ଏହାର କୁପ୍ରଭାବ ଅନେକ ଦିନ ରହିଥାଏ ଏବଂ ଏହି ଅବସ୍ଥାର ପରିବର୍ତ୍ତନ ଆସି ନଥାଏ । ତେଣୁ ମା’କୁ ପୁଷ୍ଟିସାଧନର ଗୁରୁତ୍ଵ ବାବଦରେ ଶିକ୍ଷା ଦେବା ନିହାତି ଦରକାର । ଏହା ସାଙ୍ଗକୁ ଅଙ୍ଗନୱାଡି କର୍ମୀଙ୍କ ମାଧ୍ୟମରେ ସଠିକ୍ ଏବଂ ମନ ପସନ୍ଦିଆ ଦରକାରୀ ବାର୍ତ୍ତା ଓ ସୁଚନାମାନ ଦେଇ ୫ବର୍ଷ ମଧ୍ୟରେ ଶିଶୁମାନଙ୍କୁ ପୁଷ୍ଟିହୀନତାରୁ ସୁରକ୍ଷା ଦେବା ତଥା ଗର୍ଭବର୍ତ୍ତୀ ଓ ସ୍ତନ୍ୟଦାତ୍ରୀ ମା’ଙ୍କ ପୌଷ୍ଟିକ ସ୍ଥିତିରେ ଉନ୍ନତି ଆଣିବା ଦରକାର । ଶିଶୁସାଙ୍ଗରେ ଚଳପ୍ରଚଳ ହେଉଥିବା ମା' ଏବଂ ଯତ୍ନକାରୀଙ୍କ ଆଚରଣକୁ ଲକ୍ଷ୍ୟକରି ସେନେମାନଙ୍କୁ ଶିକ୍ଷାଦେବାଦ୍ଵାରା ମା' ଶିଶୁଙ୍କ ପୁଷ୍ଟିହୀନତା ଜନିତ ସମସ୍ୟା ଦୂରକରିବାରେ ଅତ୍ୟନ୍ତ ସହାୟକ ହେବ । ଦିଆଯାଉଥିବା ସୂଚନା ବା ବାର୍ଭାଗୁଡିକରେ ଶିଶୁକୁ ସଠିକ ପୁଷ୍ଟିକୁ ଉଚିତ୍ ପରିମାଣରେ ଦେବା କିପରି ତା ବୁଝାଇବା ଦରକାର । ଆଚରଣଗତ ପରିବର୍ତନ ମାଧ୍ୟମରେ ଆମେ ଲୋକମାନଙ୍କୁ ଶକ୍ତି ବା କ୍ୟାଲୋରୀ ଯୋଗାଉଥିବା ଖାଦ୍ୟ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ପାଇଁ ଉତ୍ସାହିତ କରିବା ଉଚିତ୍ । ମା’ ର ପୁଷ୍ଟି ଓ ସ୍ଵାସ୍ଥ୍ୟର ଉନ୍ନତି ନିମନ୍ତେ କ'ଣ କରିହେବ ? ଗର୍ଭବତୀ ଏବଂ ସ୍ତନ୍ୟଦାତ୍ରୀ ମା'ମାନଙ୍କର ପୌଷ୍ଟିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଅଙ୍ଗନୱାଡି କର୍ମୀଙ୍କର ନିମ୍ନ ଦାୟିତ୍ଵ ରହିଛି । ସେ ନିଜର ଦେଖାଶୁଣା କାର୍ଯ୍ୟ କରି ଏଗୁଡିକୁ ନିଶ୍ଚିତ କରାଇ ପାରିବେ । ଅଙ୍ଗନୱାଡି କେନ୍ଦ୍ରରୁ ମିଳୁଥିବା ଅନୁପୂରକ ଖାଦ୍ୟର ପହଞ୍ଚ ଓ ଉପଯୋଗରେ ଉନ୍ନତି ଆଣିବା (ଏହି ଖାଦ୍ୟ ମା’ ଓ ଶିଶୁଠାରେ ଅଭାବ ଥିବା ଖାଦ୍ୟ କନ୍ୟାଲୋରୀ ( ଶକ୍ତି)ର ଭରଣା କରିବା, ପୁଷ୍ଟିସାର ଓ କ୍ଷୁଦ୍ର ପୁଷ୍ଟି କାରକ ଯୋଗାଇବାରେ ସହାୟକ ହୋଇଥାଏ । ଗର୍ଭାଧାନ ସମୟରେ ଆଇରନ ଫୋଲିକ ଏସିଡ ବଟୀକା ମହଜୁଦ, ଯୋଗାଣ ଓ ଉପଯୋଗକୁ ନିଶ୍ଚିତ କରାଇବା ସହିତ ବର୍ଷକୁ ୨ଥର କୃମିନାଶକ ଦେବା । ଗର୍ଭ ଆରମ୍ଭରୁ ମା' ର ଓଜନ ରେକର୍ଡ କରି ରଖିବା ସହିତ ମାସକୁ ମାସ ତାଙ୍କୁ ଅଙ୍ଗନୱାଡିରେ ( ମମତା ଦିବସ ଇତ୍ୟାଦିରେ ) ଓଜନ କରି ତାଙ୍କ ଓଜନ କିପରି ବଢୁଛି ତାହା ଦେଖିବା, ଲେଖୁବା ଏବଂ ସେହି ଅନୁଯାୟୀ ପଦକ୍ଷେପ ଜୋନବାଚୋର ବାଟ ଦେଖାଇବା । ଗର୍ଭର ଦ୍ଵିତୀୟ ତିନିମାସ ଆରମ୍ଭରୁ ଗର୍ଭବତୀ ଦୈନିକ ଆଇରନ ଫଲିକ ଏସିଡ ବଟୀକା ଖାଉଛନ୍ତି ବୋଲି ନିଶ୍ଚିତ ହେବା I ଗର୍ଭର ଶେଷ ତିନିମାସ ବେଳକୁ ଗର୍ଭବତୀଙ୍କୁ କ୍ୟାଲସିୟମ ଦେବା । ଗର୍ଭବତୀଙ୍କ ପରିବାରରେ ରନ୍ଧାଯାଉଥବା ଖାଦ୍ୟରେ ଆୟୋଡିନଯୁକ୍ତ ଲୁଣ ବ୍ୟବହାର ହେଉଛି ବୋଲି ନିଶ୍ଚିତ ହେବା । ଗର୍ଭବତୀ ସବୁ ପ୍ରକାରର ଖାଦ୍ୟକୁ ଯଥେଷ୍ଟ ପରିମାଣରେ ଖାଉଛନ୍ତି ବୋଲି ନିଶ୍ଚିତ ହେବା ଯଦ୍ଵାରା ତାଙ୍କର ଜନ୍ମିତ ଶିଶୁ ପୁଷ୍ଟିହୀନତାର ଶିକାର ହେବା ଆଶଙ୍କା ପ୍ରାୟ ନଥାଏ । ଦରକାର ମୁତାବକ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ପାଇଁ ପ୍ରବର୍ଭାଇ ପାରିବା ମୂଖ୍ୟ ବାର୍ତ୍ତା ସମୂହ(Key Messages) v ସାରା ବିଶ୍ଵରେ ୫ ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁର ଏକ ମୁଖ୍ୟ କାରଣ ହେଉଛି ଅପପୁଷ୍ଟି । v ଗେଡା ମା' ମାନଙ୍କର ଅଧିକ ମାତୃମୃତ୍ୟୁ ଆଶଙ୍କା ରହିଛି ଏବଂ ସେମାନେ ଛୋଟ ଏବଂ କମ୍ ଓଜନର ଶିଶୁ । ଜନ୍ମ କରିବାର ସମ୍ଭାବନା ଅଧିକ । v ବର୍ଷକ ମଧ୍ୟରେ ଶିଶୁ ଏବଂ ବଢ଼ନ୍ତା ଶିଶୁଙ୍କ କ୍ଷେତ୍ରରେ ଗେଡା ହେବା ସମସ୍ୟା ଅଧିକ ସଂକ୍ରମଣ ଯୁକ୍ତ ସମସ୍ୟାର ଆଶଙ୍କା ଅଧିକ । v ବର୍ଷକ ମଧ୍ୟରେ ଶିଶୁ ଏବଂ ବଢ଼ନ୍ତାଶିଶୁଙ୍କ ଉତ୍ତମ ଖାଦ୍ୟାଭ୍ୟାସ ପାଞ୍ଚ ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁ ରୋକିବାରେ ଖୁବ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥାଏ । v ଅଧିକ ଯତ୍ର ଆବଶ୍ୟକ କରୁଥିବା ମହିଳା ଏବଂ ଶିଶୁମାନଙ୍କୁ ବିଶେଷ ନଜର ଦେଇ ସେମାନଙ୍କ ପାଇଁ ସମ୍ଭବ ହୋଇପାରିବା ଭଳି, ସ୍ୱଳ୍ପ ବ୍ୟୟଯୁକ୍ତ, ଗୋଷ୍ଠୀ ଭିତ୍ତିକ ପଦକ୍ଷେପର ଯୋଜନା କରିବା ଓ କାର୍ଯ୍ୟକାରୀ କରିବା । v ଶାରୀରିକ ଏବଂ ମାନସିକ ବିକାଶ ଉପରେ ଅପପୁଷ୍ଟି ଜୀବନଧାରା ପ୍ରଭାବିତ କରିପାରେ । ଯେଉଁଥୁ ପାଇଁ କି ବିଦ୍ୟାଳୟ ଉପସ୍ଥାନ କମିବା ପରବର୍ଗୀ ପ୍ରାପ୍ତ ବୟସ୍କ ରୋଜଗାର ବୟସରେ ଉପାର୍ଜନକ୍ଷମ ହୋଇ ନ ପାରିବା ପରପିଢ଼ିରେ ଜନ୍ମିତ ସନ୍ତାନ କମ ଓଜନ ହୋଇ ଜନ୍ମ ନେବା ଆଧାର ଓଡିଶା ସରକାର