ଶିଶୁର ବିକାଶ କିପରି ହୁଏ ଏକମାସ ବୟସ ପର୍ଯ୍ୟନ୍ତ ଶିଶୁ ଏପରି ସୁସ୍ଥ ସବଳ ହେବା ଦରକାର ଯେ – ସେ ନିଜ ଗାଲ ଓ ମୁହଁକୁ ସ୍ପର୍ଶ କରୁଥିବା ହାତ ଆଡକୁ ମୁଣ୍ଡ ବୁଲାଇବ । ନିଜର ଦୁଇ ହାତ ନିଜ ମୁହଁ ଆଡକୁ ଆଣୁଥିବା । ପରିଚିତ ସ୍ଵର ଆସୁଥିବା ଆଡକୁ ବୁଲିବା। ସ୍ତନ୍ୟପାନ କରିବା ଓ ତାଙ୍କୁ ଦୁଇ ହାତରେ ଛୁଇଁବାକୁ ଲାଗିବ । ବାପା, ମା’ ଓ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ପରାମର୍ଶ ଶିଶୁଜନ୍ମର ଏକ ଘଣ୍ଟ ମଧ୍ୟରେ ନିଜ ଦେହରେ ଲଗାଇ ଧରିବା ଓ ମା’ ତାକୁ ସ୍ତନ୍ୟପାନ କରାଇବ। ଶିଶୁକୁ ଧରିବା ସମୟରେ ତାର ମୁଣ୍ଡର ତଳେ ଭରା ଦେବ । ଶିଶୁକୁ ମାଲିସ୍ କରିବା । ଆପଣ ଯେତେ ହାଲିଆ କିମ୍ବା ବ୍ୟସ୍ତ ଥିଲେ ମଧ୍ୟ ଶିଶୁକୁ ସର୍ବଦା ସ୍ନେହରେ ଧରିବେ । ଶିଶୁ ସହିତ ଅଧିକ କଥାବାର୍ତ୍ତା କରିବା, ତାକୁ କାହାଣୀ ଓ ଗୀତା ଶୁଣାଇବ । ଶିଉସ ଯେତେବେଳେ ୭ ସପ୍ତାହର ହୋଇଯିବ, ତାକୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ନେଇଯିବ । ଶୀଘ୍ର ଧ୍ୟାନ ଦେବା ଭଳି ସମସ୍ୟା ଲକ୍ଷଣ ଶିଶୁ ମାଆ କ୍ଷୀର ଶୋଷିବାରେ ଅସୁବିଧା ଭୋଗୁଥିବା କିମ୍ବା ଶୋଷିବାକୁ ଇଚ୍ଛା କରୁନଥିବ । ଶିଶୁ ହାତ ଓ ଗୋଡ କମ୍ ହଲାଉଥିବା । ଶିଶୁ ଜୋର ଶବ୍ଦ କିମ୍ବା ତୀବ୍ର ଆଲୋକ ଦେଖିଲେ କମ୍ ପ୍ରତକ୍ରିୟା କିମ୍ବା ଆଦୌ ପ୍ରତିକ୍ରିୟା ପ୍ରକାଶ କରୁଥିବ । ଶିଶୁ ବହୁତ ସମୟ ପର୍ଯ୍ୟନ୍ତ କାନ୍ଦୁଥିବା ଏବଂ ତା କାନ୍ଦିବାର କାରଣ ଜଣାପଡୁନଥିବ । ଶିଶୁ ବାନ୍ତି ଓ ପତଳା ଝାଡା ହେଉଥିବ, ଯେଉଁଥିରେ କି ତା’ର ଶରୀରରୁ ପାଣି ଅଂଶ କମିଯାଇପାରେ । ଛଅ ମାସ ବୟସ ପର୍ଯ୍ୟନ୍ତ ଶିଶୁ ଏପରି ସୁସ୍ଥ ସବଳ ହେବା ଦରକାର ପେଟରେ ଭରା ଦେଇ ଶୋଇଲା ବଲେ ମୁଣ୍ଡ ଓ ଛାତି ଉପରକୁ ଉଠାଉଥିବା । ଝୁଲି ରହିବା ଜିନିଷକୁ ଧରିବାକୁ ଚେଷ୍ଟା କରୁଥିବ । ଜିନିଷ ଧରି ହଲାଇବ । ଦୁଇ ପଟକୁ କଡ ଲେଉଟାଇବା । ଭରା ଦେଇ ବସିବାକୁ ଚେଷ୍ଟା କରିବ । ହାତ ଓ ମୁହଁରେ ଜିନିଷକୁ ଛାଟିବାକୁ ଲାଗିବ । ଶବ୍ଦ ଓ ଚେହେରାର ହାବଭାବର ନକଲ କରିବ । ନିଜ ନାମ ଶୁଣି ଏବଂ ପରିଚିତ ଚେହେରା ଦେଖି ପ୍ରତିକ୍ରିୟା ପ୍ରକାଶ କରିବ । ବାପା, ମା’ ଓ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ପରାମର୍ଶ ଶିଶୁକୁ ସଫା ସୁତୁରା ମସିଣା ଉପରେ ଶୁଆଇବ ଯେପରିକି ସେ ଠିକ୍ ଭାବେ ବୁକି ପାରିବ ଓ ଜିନିଷ ପର୍ଯ୍ୟନ୍ତ ପହଞ୍ଚିପାରିବା । ଶିଶୁକୁ ଏପରି ଧରିବା, ଯେମିତିକି ସେ ତା’ର ଚାରିପାଖକୁ ଦେଖାପାରିବ । ଶିଶୁ ଦିନ ରାତି ଯେତେବେଳେ ଚାହିଁବ, ମା’ ତାକୁ ସ୍ତନ୍ୟପାନ କରାଇପାରିବ ଏବଂ ଖାଦ୍ୟ ଦେବା ଆରମ୍ଭ କରିଦେବା । (୬-୮ ମାସର ଶିଶୁକୁ ଦିନରେ ଦୁଇଥର ଓ ୮-୧୨ ମାସ ଶିଶୁକୁ ଦିନରେ ୩-୪ ଥର ଖୁଆଇବ ) । ଶିଶୁ ସହିତ ଯେତେ ସମୟ ପର୍ଯ୍ୟନ୍ତ କଥା ବାର୍ତ୍ତା କରି ପାରିବ, ତାକୁ କାହାଣୀ ଓ ଗୀତା ଶୁଣାଇବ । ଶୀଘ୍ର ଧ୍ୟାନ ଦେବା ଭଳି ସମସ୍ୟାର ଲକ୍ଷଣ ଶିଶୁ ହାତ ଏବଂ ପାଦ ଚଳାଇବାରେ ଅସୁବିଧା । ଶିଶୁ ବାରମ୍ଭାର ମୁଣ୍ଡ ହଲାଇଲେ (ଏହି କାନର ସଂକ୍ରମଣର ଲକ୍ଷଣ, ଯାହାର ଚିକିତ୍ସା ନକଲେ ଶିଶୁ ବଧିର ହୋଇଯାଇପାରେ)। ଶିଶୁ ଶବ୍ଦ, ପରିଚିତ ଚେହେରା ବା ସ୍ତନକୁ ଦେଖିବା ପରେ ସାଧାରଣ କିମ୍ବା ଆଦୌ ପ୍ରତିକ୍ରିୟା ପ୍ରକାଶ ନକରିବା । ଶିଶୁ ମା’ କ୍ଷୀର କିମ୍ବା ଅନ୍ୟ ଖାଦ୍ୟ ଖାଇବା ପାଇଁ ମନା କରିବା । ବାର ମାସ ବୟସ ପର୍ଯ୍ୟନ୍ତ ଶିଶୁ ଏପରି ସୁସ୍ଥ ସବଳ ହେବା ଦରକାର ଯେ – ସେ ବିନା ସାହାଯ୍ୟରେ ବସିବାକୁ ଲାଗିବ । ହାତ ଏବଂ ଗଣ୍ଠିର ବଳ ଆସିବ ଏବଂ ଠିଆ ହେବ । କୌଣସି ସାହାରା ଧରି ଚାଲିବାକୁ ଲାଗିବ । ଶବ୍ଦ ଏବଂ ସ୍ଵରକୁ ଅନୁକରଣ କରି ସେପରି କରିବାକୁ ଚେଷ୍ଟା କରିବ । ଖେଳକୁଦ ଓ ତାଳି ବଜାଇବାରେ ଖୁସି ହେଉଥିବ । ଅନ୍ୟର ଧ୍ୟାନକୁ ଆକର୍ଷଣ କରିବାକୁ ସ୍ଵର ଏବଂ ହାବଭାବ ଦୋହରାଇବ । ଆଙ୍ଗୁଠିଗୁଡିକରେ କିମ୍ବା ଗୋଟିଏ ଆଙ୍ଗୁଠିରେ ଜିନିଷ ଉଠାଇବ । ଚାମୁଚ ଓ କପ୍ ଇତ୍ୟାଦି ଧରିବ ଏବଂ ନିଜେ ଖାଇବାକୁ ଚେଷ୍ଟା କରିବ । ବାପା, ମା’ ଓ ଯତ୍ନ ନାଉଥିବା ବ୍ୟକ୍ତିଙ୍କ ପାଇଁ ପରାମର୍ଶ ଶିଶୁ ସହିତ ବାରମ୍ବାର କଥାବାର୍ତ୍ତା କରିବା ଓ ଖେଳିବା । ଜିନିଷ ଆଡକୁ ଦେଖାଇ, ସେଗୁଡିକର ନାମ କହିବ । ଶିଶୁ ଖାଦ୍ୟ ଖୁଆଇବା ସମୟ ରେ ତାକୁ ପରିବାରର ସମସ୍ତ ସଦସ୍ୟଙ୍କ ସହିତ କଥାବାର୍ତ୍ତା କରିବାକୁ ପ୍ରୋତ୍ସାହିତ କରିବ । ଶିଶୁ ବିକାଶ ଯଦି ଧିମା ହୋଇ ଯାଉଥାଏ, ତାହା ହେଲେ ସେଥିପ୍ରତି ଧ୍ୟାନ ଦେବା ଉଚିତ୍ । ଶିଶୁକୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ତା ସହିତ ବହୁତ କଥାବାର୍ତ୍ତା କରିବ । ଶିଶୁ ଅନେକ ସମୟ ପର୍ଯ୍ୟନ୍ତ ଗୋଟିଏ ଅବସ୍ଥାରେ ଛାଡିବ ନାହିଁ । ଶିଶୁର ଆଖି ପାଖ ସ୍ଥାନ ସୁରକ୍ଷିତ ରଖିବା ଉଚିତ୍ , ଯାହା ଫଳରେ ଦୁର୍ଘଟଣା ଘଟିବ ନାହିଁ । ମାଆ ତାର ଶିଶୁକୁ ନିଜ କ୍ଷୀର ପିଆଇବ ଏବଂ ତାହାକୁ ଘର ତିଆରି ଖାଦ୍ୟ ପେଟ ଭର୍ତ୍ତି ଖାଇବାକୁ ଦେବ । ଶିଶୁକୁ ଚାମୁଚ ବା କପ୍ ରେ ଖାଇବା ଦରକାର । ଶିଶୁକୁ ରୋଗରୁ ରକ୍ଷା କରିବା ପାଇଁ ସମସ୍ତ ଟୀକା ଓ ଭିଟାମିନ୍ - ଏର ସମସ୍ତ ମାତ୍ରା ଦେବା ଦରକାର । ଶୀଘ୍ର ଧ୍ୟାନ ଦେବା ଭଳି ସମସ୍ୟାର ଲକ୍ଷଣ ଶିଶୁ କୌଣସି ଶବ୍ଦ ଉଚ୍ଚାରଣ ଣ କାଲେ କିମ୍ବା ଡାକିଲେ ମଧ୍ୟ କୌଣସି ଉତ୍ତର ନ ଦେଲେ । ଶିଶୁ ଦୋଳାୟମାନ ବସ୍ତୁ ଆଡକୁ ଣ ଦେଖିଲେ । ଶିଶୁକୁ ଭୋକ ଣ କରିବା କିମ୍ବା ଖାଇବା ପିଇବାକୁ ମନା କରିବା । ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଏପରି ସୁସ୍ଥ ସବଳ ହେବା ଦରକାର ଯେ – ସେ ଚାଲିବା, ଚଢିବା ଏବଂ ଦୌଡିବାକୁ ଲାଗିବା । ଜିନିଷ ଏବଂ ଫଟୋର ନାମ ଶୁଣିବା ମାତ୍ରାଜେ, ତା ଆଡକୁ ହାତ ଦେଖାଇବ (ଯଥା - ନାକ, ଆଖି ) । କେତେକ ଶବ୍ଦ ଏହା ସାଂଗରେ କହିବାକୁ ଲାଗିବ (ପ୍ରାୟ ୧୫ ମାସରୁ ) । ସହଜ କଥା ଓ ଠାର ପାଳନ କରିବାକୁ ଲାଗିବ । ପେନସିଲ୍ କିମ୍ବା ରଙ୍ଗ ଦେଲେ ଖେଳିବାକୁ ଚେଷ୍ଟା କରିବ । ଛୋଟ ଛୋଟ କାହାଣୀ ଓ ଗୀତରେ ପ୍ରତିକ୍ରିୟା ପ୍ରକାଶ କରିବ । ଅନ୍ୟର ନକଲ କରିବାକୁ ଲାଗିବ । ନିଜେ ନିଜେ ଖାଇବାକୁ ଲାଗିବ । ବାପା, ମା' ଓ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ପରାମର୍ଶ ଶିଶୁକୁ କିଛି ପଢି ବା ଗାଈ ଶୁଣାଇବା ଏବଂ ତା ସହିତ ଖେଳା ଖେଳି କରିବ । ଶିଶୁକୁ ବିପଦପୂର୍ଣ୍ଣ ବସ୍ତୁଠାରୁ ଦୂରେଇ ରହିବା ଶିଖାଇବ । ଶିଶୁ ସହିତ ପରିଷ୍କାର କଥାବାର୍ତ୍ତା କରିବ, କ୍ଷନେଇ କରି କହିବା ଅନୁଚିତ୍ । ମାଆ ଶିଶୁକୁ ନିଜ କ୍ଷୀର ପିଆଇବ ଏବଂ ଘରେ ତିଆରି ଖାଦ୍ୟ ପେଟ ଭର୍ତ୍ତି ଖୁଆଇବ । ଶିଶୁକୁ ଖାଇବା ପାଇଁ ଉତ୍ସାହିତ କରାଇବ, ଜବରଦସ୍ତ କରିବା ନାହିଁ । ଶିଶୁ ପାଇଁ ସହଜ ନିୟମ ପ୍ରଣୟନ କରିବା ଏବଂ ଦୀର୍ଘାୟୁ ହେବାପାଇଁ କାମନା କରିବ । ଶିଶୁର ସଫଳତାର ପ୍ରଶଂସା କରିବା । ଶୀଘ୍ର ଧ୍ୟାନ ଦେବା ଭଳି ସମସ୍ୟା ଲକ୍ଷଣ ଶିଶୁ ଅନ୍ୟକୁ ଦେଖି କୌଣସି ପ୍ରତିକ୍ରିୟା ନକରିବା ଶିଶୁ ଚାଲିବା ସମୟରେ ସନ୍ତୁଳନ ରଖିବାରେ କଷ୍ଟ ଅନୁଭବ କରିବା (ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖାଇବା ଦରକାର )। ଶିଶୁର କୌଣସି କ୍ଷତି ହେଲେ ଓ ତା ବ୍ୟବହାରରେ କିଛି ପରିବର୍ତ୍ତନ ଆସିଲେ ( ବିଶେଷ କରି ଯଦି ଅନ୍ୟ ଲୋକ ଶିଶୁର ଦେଖାଶୁଣା କରନ୍ତି ) । ଶିଶୁକୁ ଭୋକ ନ ଲାଗିବା । ତିନି ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଏପରି ସୁସ୍ଥ ସବଳ ହେବା ଦରକାର ଯେ - ସେ ସହଜରେ ଚଲାବୁଲା କରିବା, ଦୌଡିବା, ପଢିବା ଏବଂ ଡିଆଁଡେଇଁ କରିବ । ସାମାନ୍ୟଜିନିଷ ଓ ଫଟୋ ଆଡକୁ ଠାରି ସେଗୁଡିକୁ ଚିହ୍ନିବା ଓ ନାମ କହିବ । ଦୁଇ ବା ତିନୋଟି ଶବ୍ଦର ବାକ୍ୟ କହିବ । ନିଜ ନାମ ଓ ବୟସ କହିବ । ରଂଗର ନାମ କହିବ । ଗଣନା ବୁଝିବା । ଖେଳରେ କାଳ୍ପନିକ ଜିନିଷର ବ୍ୟବହାର କରିବା ଶିଖିବା । ନିଜେ ନିଜେ ଖାଇବା । ସ୍ନେହ ଦେଖାଇବା । ବହିକୁ ପିଲାଙ୍କ ସାମନାରେ ରଖି ପଢିବା, ଫଟୋ ବିଷୟରେ କଥାବାର୍ତ୍ତା କରିବା । ବାପା, ମା' ଓ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ପରାମର୍ଶ ଶିଶୁକୁ କାହାଣୀ ଶୁଣାଇବା ଏବଂ କବିତା ତଥା ଗୀତ ଶିଖାଇବା । ଶିଶୁକୁ ଅଲଗା ପାତ୍ର କିମ୍ବା ଥାଳିରେ ଖାଇବାକୁ ଦେବା । ଶିଶୁକୁ ଖାଇବା ପାଇଁ ଉତ୍ସାହିତ କରିବା । ସେ ଖାଇବାରେ ଯେତେ ସମୟ ଲଗାଇବେ ବି ସେତେ ସମୟ ଦେବା ଉଚିତ୍ । ଶିଶୁକୁ ପୋଷାକ ପିନ୍ଧିବା, ନିଜ ହାତ ଧୋଇବା ଓ ଶୌଚାଳୟ ବ୍ୟବହାର କରିବାରେ ସାହାଯ୍ୟ କରିବା । ଶିଶୁ ଖେଳ କୁଦରେ ରୁଚି ନରଖିଲେ । ବାରମ୍ଭାର ପଡିଗଲେ । ଶୀଘ୍ର ଧ୍ୟାନ ଦେବା ଭଳି ସମସ୍ୟାର ଲକ୍ଷଣ ଛୋଟ ଛୋଟ ଜିନିଷରୁ ମୁକୁଳି ନ ପାରିଲେ । ସହଜ କଥା ଓ ଠାର ମଧ୍ୟ ନ ବୁଝିଲେ । କେତେକ ଶବ୍ଦ ଏକ ସଂଗରେ କହି ନ ପାରିଲେ । ଖାଇବା ପିଇବାରେ ସାଧାରଣ କିମ୍ବା ଆଦୌ ରୁଚି ନ ରଖିଲେ । ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ପୁରାପୁରି ନିଜକୁ ସମ୍ଭାଳି ଚାଲିବ । ଭିନ୍ନ ଭିନ୍ନ ଶବ୍ଦ ମିଶାଇ ବାକ୍ୟ କହିବ । ଫରକ୍ ବୁଝିପାରିବ ( ଯେମିତି ମୋଟା ଏବଂ ପତଳା, ଲମ୍ବା ଓ ଛୋଟ । ଅନ୍ୟ ପିଲାଙ୍କ ସହିତ ଖେଳିବ । ଅନ୍ୟର ବିନା ସାହାଯ୍ୟରେ ପୋଷାକ ପିନ୍ଧିବ । ସରଲ ପ୍ରଶ୍ନର ଉତ୍ତର ଦେବ । ପାଞ୍ଚରୁ ଦେଶ ପର୍ଯ୍ୟନ୍ତ ଜିନିଷ ଗଣି ପାରିବ । ନିଜ ହାତ ନିଜେ ଧୋଇବ । ବାପା, ମା’ ଓ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ପରାମର୍ଶ ପିଲାଙ୍କର କଥା ଶୁଣିବା । ପିଲାମାନଙ୍କ ସହିତ ଯେତେ ସମ୍ଭବ ଅଧିକ କଥାବାର୍ତ୍ତା କରିବ । ଯଦି ପିଲା ଖନେଇବ, ତେବେ ତାକୁ ଆହୁରି ଧିରେ ଧିରେ କହିବା ପାଇଁ ପରାମର୍ଶ ଦେବା । ତାହୁ ପରିହାସ କରିବ ନାହିଁ । ଶିଶୁକୁ କାହାଣୀ ପଢି ଶୁଣାଇବା ଉଚିତ୍ । ଶିଶୁକୁ ଖେଳିବା ଓ ନୂଆ କଥା ଶିଖିବା ପାଇଁ ଉତ୍ସାହିତ କରିବା ଦରକାର । ଶୀଘ୍ର ଧ୍ୟାନ ଦେବା ଭଳି ସମସ୍ୟାର ଲକ୍ଷଣ ଶିଶୁ କିପରି ଖେଳୁଛି, ତାହା ଦେଖିବା ଦରକାର । ଯଦି ସେ ଉରୁଛି, ରାଗ କିମ୍ବା ମାର ପିଟ୍ କରୁଛି ତେବେ ଏହା କିଛି ଭାବନାତ୍ମକ ସମସ୍ୟା କିମ୍ବା ତାର ଶୋଷଣର ଲକ୍ଷଣ ହୋଇଥାଇପାରେ । ଶୈଶବ ଶିକ୍ଷା ଜୀବନର ପ୍ରଥମ ଆଠବର୍ଷ, ବିଶେଷକରି ପ୍ରଥମ ୩ ବର୍ଷ ପିଲାଙ୍କ ବିକାଶ ପାଇଁ ବହୁତ ମହତ୍ତ୍ଵପୂର୍ଣ୍ଣ ଅଟେ । ଏହି ବୟସରେ ପିଲାଙ୍କ ସ୍ୱାସ୍ଥ୍ୟ, ବୁଦ୍ଧି ଏବଂ ବିକାଶର ମୂଳଦୁଆ ପଡିଥାଏ । ଜୀବନର ଯେ କୌଣସି ଅବସ୍ଥାର ମୁକାବିଲା ପାଇଁ ପିଲାମାନେ ଏ ବୟସରୁ ହିଁ ଖୁବ୍ ଶୀଘ୍ରଶିଖନ୍ତି । ନବଜାତ ଶିଶୁ ଏବଂ ଛୋଟ ପିଲାଙ୍କୁ ଯଦି ସ୍ନେହ, ଦେଖାଶୁଣା ବା ରକ୍ଷଣାବେକ୍ଷଣ ଏବଂ ମାନସିକ ପ୍ରେରଣା ସହିତ ପୌଷ୍ଟିକ ଆହାର ଏବଂ ଉତମ ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଇପାରେ, ତେବେ ତାର ବିକାଶ ଖୁବ୍ ଶୀଘ୍ର ହୋଇଥାଏ ଏବଂ ସେମାନେ ଖୁବ୍ ଶୀଘ୍ର ଶିଖନ୍ତି । ମୁଖ୍ୟ ସୂଚନା ପିଲାଙ୍କ ଜୀବନର ପ୍ରଥମ ଆଠ ବର୍ଷ, ବିଶେଷ କରି ପ୍ରଥମ ତିନି ପର୍ଯ୍ୟନ୍ତ ଯେଉଁ, ସ୍ନେହ ଆଦର ଏବଂ ଯତ୍ନ ମିଳେ, ତାହା ଶିଶୁ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ପିଲାମାନେ ଜନ୍ମ ସମୟରୁ ହିଁ ଖୁବ୍ ଶୀଘ୍ର ଶିଖନ୍ତି । ପିଲାଙ୍କ ଯଦି ଉତ୍ତମ ଖାଦ୍ୟ ଏବଂ ସ୍ୱାସ୍ଥ୍ୟର ଉଚିତ୍ ଦେଖାଶୁଣା ସହିତ ସ୍ନେହ ଆଦର ଏବଂ ପ୍ରେରଣା ମିଳେ, ତେବେ ସେମାନେ ଆହୁରି ଶୀଘ୍ର ବଢନ୍ତି ଓ ଶିଖନ୍ତି । ପିଲାଙ୍କ ଯଦି ଖେଳିବା ଏବଂ ନୂଆ ନୂଆ କଥା ଜାଣିବା ପାଇଁ ସୁବିଧା ଦିଆଯାଏ, ତେବେ ସେମାନଙ୍କୁ ଶିଖିବା ଏବଂ ନିଜର ସାମାଜିକ ଭାବନାତ୍ମକ , ଶାରୀରିକ ଏବଂ ବୌଦ୍ଧିକ ବିକାଶ ଘଟିବାରେ ସାହାଯ୍ୟ ମିଳେ । ପିଲାମାନେ ନିଜର ଅତି ନିକଟତର ଲୋକଙ୍କର ବ୍ୟବହାର ଅନୁକରଣ କରି ଠିକ୍ ସେହିପରି ବ୍ୟବହାର କରିବା ଶିଖନ୍ତି । ପ୍ରତ୍ୟେକ ମାଆ, ବାପା ଏବଂ ପିଲାଙ୍କୁ ଦେଖାଶୁଣା କରୁଥିବା ବ୍ୟକ୍ତିମାନଙ୍କ ଶିଶୁର ବୃଦ୍ଧି ଓ ବିକାଶ ଠିକ୍ ଭାବରେ ନ ହେବାର ସଂକେତ ବା ସମସ୍ୟାର ଲକ୍ଷଣ ଗୁଡିକୁ ଜଣାଇବା ଦରକାର। ଯଦି ଶିଶୁ ଦୁଃଖି କିମ୍ବା କୌଣସି ପ୍ରକାରର ଭାବନାତ୍ମକ କଷ୍ଟ ଅନୁଭବ କରେ ତେବେ ସେ ଉତ୍ତମ ବ୍ୟବହାର ଦେଖାଇନଥାଏ । ଛଅମାସ ବୟସରେ ଯଦି ଶିଶୁ ବାରମ୍ଭାର ମୁଣ୍ଡ ହଲାଏ, ତେବେ ଶିଶୁର କାନରେ ସଂକ୍ରମଣ ହେବାର ସୂଚନା ମିଳିଥାଏ, ଯାହାର ଚିକିତ୍ସା କରା ନଗଲେ ଶିଶୁ ବଧିର ହୋଇଯାଇପାରେ। ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ ଯେତେବେଳେ ଶିଶୁକୁ ଚାଲିବା ସମୟରେ ସନ୍ତୁଳନ ରଖିବାରେ କଷ୍ଟ ହେଉଥାଏ, ଶିଶୁକୁ କୌଣସି ଆଘାତ ଲାଗେ ଅଥବା ତାର ବ୍ୟବହାରରେ ବିନା କାରଣରେ କୌଣସି ପରିବର୍ତ୍ତନ ଆସେ ତେବେ ତୁରନ୍ତି ପ୍ରଶିକ୍ଷିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଦେଖାଇବା ଦରକାର। ଆଧାର - ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ