ଉପକ୍ରମ ପ୍ରଥମ ୬ ମାସ ପର୍ଯ୍ୟନ୍ତ ମା’ କ୍ଷୀର ପିଉଥିବା ଶିଶୁମାନେ ଅନ୍ୟ ଖାଦ୍ୟ ପାନୀୟ ଖାଉଥିବା ଶିଶୁମାନଙ୍କ ଅପେକ୍ଷା କମ୍ ରୋଗରେ ପଡନ୍ତି ଓ ଅଧିକ ସୁସ୍ଥ ସବଳ ରହିଥାନ୍ତି । ଯଦି ସମସ୍ତ ଶିଶୁ ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ମା’କ୍ଷୀର ପିଅନ୍ତି ତେବେ ପ୍ରତିବର୍ଷ ପାଖାପାଖି ସହସ୍ର ଶିଶୁଙ୍କର ଜୀବନ ବଞ୍ଚିଯାଇପାରନ୍ତା ଏବଂ ଅନ୍ୟ ଲକ୍ଷ୍ୟାଧିକ ଶିଶୁଙ୍କର ଶିଶୁଙ୍କର ସ୍ୱାସ୍ଥ୍ୟ ଓ ବିକାଶକୁ ବହୁତ ଅଧିକ ଉନ୍ନତ କରାଯାଇପାରନ୍ତା । ମା’ କ୍ଷୀର ବଦଳରେ ଡବା କ୍ଷୀର ବା ପଶୁ କ୍ଷୀର ଦେଲେ ଶିଶୁର ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି ହୋଇପାରେ । ମୁଖ୍ୟ ସୂଚନା ପ୍ରଥମ ୬ ମାସ ପର୍ଯ୍ୟନ୍ତ ଶିଶୁମାନଙ୍କ କେବଳ ମା’ କ୍ଷୀର ପିଆଇବା ଉଚିତ୍ । ଏହାଦ୍ଵାରା ତାର ଖାଦ୍ୟ ଓ ପାନୀୟର ସମସ୍ତ ଆବଶ୍ୟକତା ପୂରଣ ହୋଇଥାଏ । ସାଧାରଣତଃ ଏହି ସମୟରେ ତାକୁ ଅନ୍ୟ କିଛି ଖୁଆଇ ପିଆଇବାର ଦରକାର ପଡିନଥାଏ । ଏଚ. ଆଇ. ଭି ସଂକ୍ରମିତ ମା’ର କ୍ଷୀର ମାଧ୍ୟମରେ ଶିଶୁକୁ ଏହି ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ଯେଉଁ ମହିଳାମାନେ ଏଚ.ଆଇ. ଭି ଦ୍ଵାରା ସଂକ୍ରମିତ ଅଥବା ଯେଉଁମାନେ ଏହି ରୋଗର ଶିକାର ହୋଇପାରନ୍ତି ବୋଲି ସନ୍ଦେହ ଥାଏ, ସେମାନେ ପରୀକ୍ଷା କରାଇବା ଏବଂ ପରାମର୍ଶ ନେବା ପାଇଁ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଦେଖା କରିବା ଦରକାର ଏବଂ ଶିଶୁକୁ ସଂକ୍ରମଣ ହେବାର ଆଶଙ୍କାକୁ କିପରି ହ୍ରାସ କରାଯାଇପାରିବ ସେ ସଂପର୍କରେ ଜାଣିବା ଦରକାର। ନବଜାତ ଶିଶୁକୁ ଏହାର ମା’ଙ୍କ ନିକଟରେ ରଖାଯିବା ଦରକାର , ଜନ୍ମ ହେବାର ଅଧ ଘଣ୍ଟା ଭିତରେ ଶିଶୁକୁ ସ୍ତନ୍ୟପାନ କରାଇବା ଦରକାର । ଶିଶୁକୁ ବାରମ୍ବାର କ୍ଷୀର ପିଆଇଲେ ମା’ର କ୍ଷୀର ବୃଦ୍ଧି ପାଇଥାଏ । ପ୍ରାୟତଃ ସବୁ ମା’ ନିଜ ଶିଶୁକୁ ନିଜ କ୍ଷୀର ପିଆଇ ପାରିବେ । ମା’ର କ୍ଷୀର ପିଇବା ଦ୍ଵାରା ଛୋଟ ଶିଶୁକୁ ମାରାତ୍ମକ ରୋଗରୁ ବଞ୍ଚାଇବାରେ ସାହାଯ୍ୟ ମିଳିଥାଏ । ଏହାଦ୍ଵାରା ମା’ ଏବଂ ଶିଶୁ ମଧ୍ୟରେ ଏକ ବିଶେଷ ସମ୍ପର୍କ ମଧ୍ୟ ବଢିଥାଏ । ବୋତଲରେ କ୍ଷୀର ପିଆଇଲେ ରୋଗ ଏବଂ ମୃତ୍ୟୁର ବିପଦ ରହିଥାଏ । ଯଦି କୌଣସି ମାତା ନିଜ ଶିଶୁକୁ ସ୍ତନ୍ୟପାନ କରାଇ ନପାରନ୍ତି ତେବେ ମା’ର କ୍ଷୀରକୁ ଏକ ପରିଷ୍କାର ପାତ୍ରକୁ ନିଷ୍କାସନ କରି ଶିଶୁକୁ ପିଆଇବା ଦରକାର ବା ଅନ୍ୟ କ୍ଷୀର ପରିଷ୍କାର କପ୍ ରେ (ପାତ୍ରରେ) ପିଆଇବା ଦରକାର । ଛଅ ମାସ ବୟସର ହୋଇଗଲେ ଶିଶୁକୁ ମା’ର କ୍ଷୀର ସହ ବିଭିନ୍ନ ପ୍ରକାରର ଅନ୍ୟ ଖାଦ୍ୟ ମଧ୍ୟ ଦେବା ଦରକାର । କିନ୍ତୁ ଦୁଇ ବର୍ଷ ପର୍ଯ୍ୟନ୍ତ ଏବଂ ଏହାର ପରବର୍ତ୍ତୀ ସମୟରେ ମଧ୍ୟ ସ୍ତନ୍ୟପାନ କରାଯିବା ଦରକାର । ଘର ଠାରୁ ବାହାରେ କାମ କରୁଥିବା ମହିଳାମାନେ ମଧ୍ୟ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ଜାରି ରଖିପାରନ୍ତି । ସେମାନେ ଯେତେବେଳେ ଶିଶୁଙ୍କ ସହ ଥାଆନ୍ତି ସେତେବେଳେ ଯେତେଥର ପାରିବେ ଶିଶୁକୁ ନିଜ କ୍ଷୀର ପିଆଇବା ଦରକାର । ଏହି ପ୍ରକାରରେ ଶିଶୁକୁ ସ୍ତନ୍ୟପାନର ଲାଭ ମିଳି ପାରିଥାଏ । କେବଳ ସ୍ତନ୍ୟପାନ କରାଇବା ଦ୍ଵାରା ମହିଲାନଙ୍କୁ ପ୍ରସବର ପରବର୍ତ୍ତୀ ଛଅମାସ ପର୍ଯ୍ୟନ୍ତ ପୁନଃ ଗର୍ଭବତୀ ହେବାରୁ ସୁରକ୍ଷା ମିଳି ପାରିଥାଏ । କିନ୍ତୁ ଏହା ସେତେବେଳେ ହୋଇପାରିବ, ଯଦି ମହିଳାଙ୍କର ମାସିକ ଋତୁଚକ୍ର ପୁଣି ହୋଇ ନଥିବା । ଶିଶୁ ଦିନ ଏବଂ ରାତିରେ ବାରମ୍ବାର ସ୍ତନ୍ୟପାନ କରୁଥିବା ଏବଂ ତାକୁ ଅନ୍ୟାନ୍ୟ ଖାଦ୍ୟା ପାନୀୟ ଅଥବା ଚୋଷକ ଇତ୍ୟାଦି ଦିଆଯାଉନଥିବ । ସମସ୍ତେ ଜାଣିବା ଦରକାର, ସମ୍ପୂର୍ଣ୍ଣ ଆହାର କେବେ ଏବଂ କେତେଥର ଦିଆଯିବା ଦରକାର ୬-୧୨ ମାସ ପର୍ଯ୍ୟନ୍ତ : ବାରମ୍ବାର ସ୍ତନ୍ୟପାନ କରାନ୍ତୁ ଏବଂ ଦିନରେ ତିନିରୁ ପାଞ୍ଚଥର ଅନ୍ୟ ଜିନିଷ ଖୁଆନ୍ତୁ । ୧୨-୧୪ ମାସ ପର୍ଯ୍ୟନ୍ତ : ବାରମ୍ଭାର ସ୍ତନ୍ୟପାନ କରାନ୍ତୁ ଏବଂ ଦିନରେ ପାଞ୍ଚଥର ଘର ତିଆରି ଖାଦ୍ୟ ଖୁଆନ୍ତୁ । ୨୪ ମାସ ପରେ : ଯଦି ମା’ ଏବଂ ଶିଶୁ ଚାହାନ୍ତି ତେବେ ସ୍ତନ୍ୟପାନ କରାନ୍ତୁ ଏବଂ ଦିନରେ ପାଞ୍ଚ ଥର ପ୍ରସ୍ତୁତ ହୋଇଥିବା ସାମାନ୍ୟ ( ହାଲୁକା) ଖାଦ୍ୟ ଖୁଆନ୍ତୁ । ଆଧାର - ନ୍ୟାସନାଲ ହେଲ୍ଥ ରୁରାଲ ମିଶନ