ଗର୍ଭାବସ୍ଥାରେ ଯତ୍ନ ଗର୍ଭସଞ୍ଚାର ହୋଇଛି ଜାଣିବା ମାତ୍ରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ପଞ୍ଜିକରଣ କରାନ୍ତୁ । ଗର୍ଭାବସ୍ଥାରେ ଅତି କମ୍ ରେ ୩ ଥର (୩ୟ, ୬ଷ୍ଠ ଏବଂ ୯ମ ମାସ)ରେ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ। ଧନୁଷ୍ଠଙ୍କାର ରୋଗର ପ୍ରତିରୋଧ ପାଇଁ – ଟି.ଟି. ର ପ୍ରଥମ ମାତ୍ରା ଗର୍ଭଧାରଣ ୧୨ ସପ୍ତାହ ପରେ ଓ ୨ୟ ମାତ୍ରା ପ୍ରଥମ ମାତ୍ରା ନେବାର ୧ ମାସ ପରେ ନିଅନ୍ତୁ । ୨ଟି ଟି.ଟି ନେବାର ୩ ବର୍ଷ ମଧ୍ୟରେ ଯଦି ପୁନଶ୍ଚ ଗର୍ଭାଧାରଣ ହୁଏ ତେବେ ଗୋଟିଏ ମାତ୍ରା ଟି.ଟି.ନେବା ଆବଶ୍ୟକ । ରକ୍ତହୀନତାରୁ ରକ୍ଷା ପାଇବା ପାଇଁ ଫଲିଫର ବଟିକା ଦୈନିକ ଗୋଟିଏ କରି ୧୦୦ ଦିନ ଖାଆନ୍ତୁ। ମମତା ଦିବସ’ ରେ ଅଙ୍ଗନୱାଡି କେନ୍ଦ୍ରରେ ମା’ର ଓଜନ, ରକ୍ତଚାପ, ରକ୍ତ ଓ ପରିସ୍ରା ପରୀକ୍ଷା କରାନ୍ତୁ । ଅଥବା ସ୍ୱାସ୍ଥ୍ୟକେନ୍ଦ୍ର ବା ଉପକେନ୍ଦ୍ରରେ ଏହିସବୁ ପରୀକ୍ଷା କରାଇ ନିଅନ୍ତୁ । ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ଦୀର୍ଘସ୍ଥାୟୀ ଔଷଧଭିଜା ମଶାରୀ ନିୟମିତ ବ୍ୟବହାର କରନ୍ତୁ। ଗର୍ଭାବସ୍ଥାରେ ମା’ ଅଧିକ ପୁଷ୍ଟିକର ଖାଦ୍ୟ ଖାଇବା ଓ ବିଶ୍ରାମ ନେବା ନିତାନ୍ତ ଆବଶ୍ୟକ । ପ୍ରସବ ପାଇଁ ପୂର୍ବ ପ୍ରସ୍ତୁତି ଗର୍ଭାବସ୍ଥା ଏବଂ ପ୍ରସବ ସମୟରେ ଯେ କୌଣସି ଜରୁରୀକାଳୀନ ପରିସ୍ଥିତି ଉପୁଜିପାରେ, ସେଥିପାଇଁ ଆଗରୁ ପ୍ରସ୍ତୁତ ରହିବା ଦରକାର । ନିରାପଦ ପ୍ରସବ ପାଇଁ ଯୋଗାଇ ଦିଆଯାଉଥିବା ପ୍ରସବକାଳୀନ ସାମଗ୍ରୀ (ଡି.ଡି.କେ)କୁ ପ୍ରସବ ସହାୟିକା ପ୍ରସବ ସମୟରେ ବ୍ୟବହାର କରିବା ନିତାନ୍ତ ଆବଶ୍ୟକ। ତୃତୀୟଥର ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ (ଡି.ଡି.କେ) ସଂଗ୍ରହ କରନ୍ତୁ । ପ୍ରସବ ପାଇଁ ଡାକ୍ତରଖାନାକୁ ଯିବାରେ ସହାୟତା କରିବା ପାଇଁ ସ୍ଵାମୀ କିମ୍ବା ସମ୍ପର୍କୀୟଙ୍କ ସାହାଯ୍ୟ ନିଅନ୍ତୁ । କେଉଁ ସ୍ୱାସ୍ଥ୍ୟକେନ୍ଦ୍ରକୁ କିପରି ଯିବେ ଆଗରୁ ଠିକ କରି ରଖନ୍ତୁ । ଏ ସ୍ୱାସ୍ଥ୍ୟରେ ମହିଳା ସ୍ୱାସ୍ଥ୍ୟକର୍ମୀ/ ଅଙ୍ଗନୱାଡି କର୍ମୀ / ‘ଆଶା’ ଙ୍କ ପରାମର୍ଶ ନିଅନ୍ତୁ । ଜରୁରୀ କାଳୀନ ଖର୍ଚ୍ଚ ପାଇଁ ଆଗରୁ କିଛି ଅର୍ଥ ସଞ୍ଚୟ କରି ନିଜପାଖରେ ରଖନ୍ତୁ । ମନେରଖନ୍ତୁ ପ୍ରସବ ଦ୍ଵାରରୁ ରକ୍ତ ମିଶ୍ରିତ ସ୍ରାବ । ପ୍ରସବ କାଳୀନ ବେଦନା । ପ୍ରସବ ଦ୍ଵାରରୁ ସ୍ଵଚ୍ଛ ତରଳ ସ୍ରାବ ଦେଖାଦେଲେ ବିଳମ୍ବ ନକରି ପ୍ରସବ ପାଇଁ ଡାକ୍ତରଖାନାକୁ ଯାଆନ୍ତୁ । ନିରାପଦ ପ୍ରସବ ଡାକ୍ତରଖାନାରେ ପ୍ରସବ ମା’ ଓ ଶିଶୁ ପାଇଁ ନିରାପଦ । ପ୍ରସବ ବେଦନା ଆରମ୍ଭ ହେବା ମାତ୍ରା ମହିଳା ସ୍ୱାସ୍ଥ୍ୟକର୍ମୀ / ଅଙ୍ଗନୱାଡି କର୍ମୀ/ ‘ଆଶା’ ଙ୍କ ସହ ପରାମର୍ଶ କରନ୍ତୁ । ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ସମୟରେ ସାଙ୍ଗରେ ସ୍ଵାମୀ ବା ପରିବାରର ଜଣେ ଦାୟିତ୍ଵ ସମ୍ପନ୍ନ ସଦସ୍ୟଙ୍କୁ ଏବଂ ଆଶାକର୍ମୀଙ୍କୁ ନିଅନ୍ତୁ । ଡାକ୍ତରଖାନାକୁ ଯିବା ପାଇଁ ଜନନୀ ଏକ୍ସପ୍ରେସ୍ କିମ୍ବା ସେଠାରେ ମିଳୁଥିବା ଯାନବାହାନ ବ୍ୟବହାର କରନ୍ତୁ । ଏଥିପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି । ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାବେଳେ ବାଟରେ ଯଦି ପ୍ରସବ ହୋଇଯାଏ, ତେବେ ଘରକୁ ନଫେରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ ନିମନ୍ତେ ଜନନୀ ସୁରକ୍ଷା ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ( ଗ୍ରାମାଞ୍ଚଳ ପାଇଁ ଟ. ୧,୪୦୦/- ଙ୍କା, ସହରାଞ୍ଚଳ ପାଇଁ ଟ. ୧,୦୦୦/- ଙ୍କା) । ସାନିଟାରୀ ନାପକିନ୍ (ବିଶୁଦ୍ଧ କପଡା) ପ୍ରସବ ପରର ୬ ସପ୍ତାହ ଗୁରୁତ୍ଵପୂର୍ଣ୍ଣ ଅଟେ । ଏହି ସମୟ ମଧ୍ୟରେ ରୋଗ ସଂକ୍ରମଣ ପ୍ରତିରୋଧ ପାଇଁ ସାନିଟାରୀ ନାପକିନ୍ ( ବିଶୁଦ୍ଧ କପଡା) ବ୍ୟବହାର କରିବା ଉଚିତ୍ । ଡି.ଡି.କେ ସହିତ ସାନିଟାରୀ ନାପକିନ୍ ଯୋଗାଇ ଦିଆଯାଉଛି । ପ୍ରସବ ପରେ ଯତ୍ନ ପ୍ରସବ ପରେ ମା’ ଓ ଶିଶୁକୁ ଅନ୍ତତଃ ଦୁଇଦିନ (୪୮ ଘଣ୍ଟା) ଡାକ୍ତରଖାନାରେ ରଖନ୍ତୁ । ଏହା ମା’ ଓ ଶିଶୁ ପାଇଁ ନିରାପଦ । ପ୍ରସୂତି ମା’ ଓ ନବଜାତ ଶିଶୁ ପାଇଁ ପରିଷ୍କାର ଲୁଗାପଟା ବ୍ୟବହାର କରନ୍ତୁ । ଘରକୁ ଫେରିଯିବା ପରେ ମା’ ର କୌଣସି ପ୍ରକାର ଅସୁସ୍ଥତା ଯଥା – ଜ୍ଵର, ଅତ୍ୟଧିକ ରକ୍ତସ୍ରାବ କିମ୍ବା ଦୁର୍ଗନ୍ଧଯୁକ୍ତ ସ୍ରାବ ହେଲେ ବିଳମ୍ଭ ନକରି ଡାକ୍ତର ଖାନା ଯାଇ ଚିକିତ୍ସା କରାନ୍ତୁ । ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିର ପ୍ରସବପରେ ମା’ ଯଥେଷ୍ଟ ପରିମାଣର ପୁଷ୍ଟିକର ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ଦରକାର । ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ମଶାରୀ ବ୍ୟବହାର କରନ୍ତୁ । ମା’ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଅତି କମ୍ ରେ ସନ୍ତାନ ଜନ୍ମରେ ୩ ବର୍ଷର ବ୍ୟବଧାନ ରଖନ୍ତୁ । ଆବଶ୍ୟକ ସ୍ଥଳେ ଗର୍ଭନିରୋଧ ପଦ୍ଧତି ଗ୍ରହଣ କରନ୍ତୁ । ନବଜାତ ଶିଶୁର ଯତ୍ନ ଶିଶୁକୁ ଜନ୍ମପରେ ପରିଷ୍କାର କପଡାରେ ପୋଛି ଦେଇ, କମ୍ବଳ ଘୋଡାଇ ମା’ କୋଳକୁ ନିଅନ୍ତୁ । କୌଣସି ପରିସ୍ଥିତିରେ ଗାଧୋଇ ଦିଅନ୍ତୁ ନାହିଁ । ଶିଶୁର ସ୍ଵାଭାବିକ ନିଶ୍ଵାସ ପ୍ରଶ୍ଵାସ ଲକ୍ଷ କରନ୍ତୁ । ଆବଶ୍ୟକ ସ୍ଥଳେ ସଫା କପଡା ଦ୍ଵାରା ପାଟିରୁ ଲାଳ ପୋଛି ଦିଅନ୍ତୁ । ଶିଶୁ ନୀଳ ପଡିଲେ ବା ଅସ୍ଵାଭାବିକ ନିଃଶ୍ଵାସ ପ୍ରଶ୍ଵାସ ନେଲେ, ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଅନ୍ତୁ । ଶିଶୁ ୨.୫ କେଜିରୁ କମ୍ ଓଜନ, ମା’ ଠାରୁ କ୍ଷୀର ଖାଇନପାରିଲେ ଓ ନ କାନ୍ଦିଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ନାଭିରେ କିଛି ଲଗାନ୍ତୁ ନାହିଁ । ପ୍ରସବପରେ ତୁରନ୍ତ ସ୍ତନ୍ୟପାନ କରାନ୍ତୁ । ମା’ର କଷକ୍ଷୀର କୌଣସି ଅବସ୍ଥାରେ ଶିଶୁକୁ ଖାଇବାରୁ ବଞ୍ଚିତ କରାନ୍ତୁ ନାହିଁ । ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ । ୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାନ୍ତୁ । ବାହାର ଖାଦ୍ୟ ଓ ପାନୀୟ ଦିଅନ୍ତୁ ନାହିଁ । ଟୀକାକରଣ ଶିଶୁର ସମ୍ପୁର୍ଣ୍ଣ ଟୀକାକରଣ ସମୟ ସୂଚୀ ଓ ୬ଟି ମାରାତ୍ମକ ରୋଗରୁ ରକ୍ଷା ପାଇବାର ଉପାୟ ଶିଶୁର ବୟସ ଟିକାର ନାମ କେଉଁ ରୋଗରୁ ରକ୍ଷାକରେ ଜନ୍ମ ପରେ ପରେ ପୋଲିଓ ବିସିଜ ପୋଲିଓ ଯକ୍ଷ୍ମା ୬ ସପ୍ତାହରେ ପୋଲିଓ(ପ୍ରଥମ ମାତ୍ରା)ଡିପିଟି ( ପ୍ରଥମ ମାତ୍ରା) ପୋଲିଓ କଣ୍ଠଅଳତି, ଲହରାକାଶ ଓ ଧନୁଷ୍ଟଙ୍କାର ୧୦ ସପ୍ତାହରେ ପୋଲିଓ(୨ୟ ମାତ୍ରା) ଡିପିଟି (୨ ୟ ମାତ୍ରା) ପୋଲିଓ କଣ୍ଠଅଳତି, ଲହରାକାଶ ଓ ଧନୁଷ୍ଟଙ୍କାର ୧୪ ସପ୍ତାହରେ ପୋଲିଓ(୩ ୟ ମାତ୍ରା) ଡିପିଟି (୩ ୟ ମାତ୍ରା) ପୋଲିଓ କଣ୍ଠଅଳତି, ଲହରାକାଶ ଓ ଧନୁଷ୍ଟଙ୍କାର ୯ ରୁ ୧୨ ମାସ ମଧ୍ୟରେ ମିଳିମିଳା ଭିଟାମିନ୍ ‘କ’ ( ପ୍ରଥମ ମାତ୍ରା) ମିଳିମିଳା ଅନ୍ଧାରକଣା ୧୮ ମାସରେ ପୋଲିଓ ଓ ଡିପିଟି ( ବୁଷ୍ଟର ମାତ୍ରା) ଯକ୍ଷ୍ମା, ପୋଲିଓ, କଣ୍ଠ ଅଳିତ, ଲହରା କାଶ, ଧନୁଷ୍ଠଙ୍କାର ମିଳିମିଳା ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରେ । ଆଧାର - ସ୍ୱାସ୍ଥ୍ୟ ବିଭାଗ, ଓଡିଶା ସରକାର