ନବଜାତ ଶିଶୁ ଶିଶୁକୁ ଉଷୁମ ରଖନ୍ତୁ । ନବଜାତ ଶିଶୁକୁ ଜନ୍ମର ୧ ଘଣ୍ଟା ଭିତରେ ସ୍ତନ୍ୟପାନ କରାନ୍ତୁ । ୭ ମାଡ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଦିଅନ୍ତୁ । ପ୍ରଥମ ୭ ଦିନ ପର୍ଯ୍ୟନ୍ତ ଶିଶୁକୁ ଗାଧୋଇ ଦିଅନ୍ତୁ ନାହିଁ । ନାହିକୁ ଶୁଖିଲା ରଖନ୍ତୁ । ଅସୁସ୍ଥ ଲୋକଠାରୁ ନବଜାତ ଶିଶୁକୁ ଦୂରେଇ ରଖନ୍ତୁ । ଶିଶୁର ଜନ୍ମ ପରେ ତାକୁ ଓଜନ କରାନ୍ତୁ । ଯଦି ଶିଶୁର ଓଜନ ୨.୫ କିଲୋଗ୍ରାମରୁ କମ୍ ହୋଇଥାଏ ତେବେ ତା’ର ଅଧିକ ଯତ୍ନ ନିଅନ୍ତୁ । ନିମ୍ନଲିଖିତ ବିପଦ ଲକ୍ଷଣ ଦେଖାବେଲେ ସ୍ୱାସ୍ଥ୍ୟ କର୍ମକର୍ତ୍ତାଙ୍କ ସହିତ ଯୋଗାଯୋଗ କରନ୍ତୁ । ଶିଶୁ ଯଦି ମା’ କ୍ଷୀର ଟାଣୁଆ ନଥିବ କିମ୍ବା ଖାଉ ନଥିବ । ଶିଶୁ ଯଦି ନ କାନ୍ଦେ / ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରେ । ଯଦି ପାଦ ଓ ହାତ ପାପୁଲି ହଳଦିଆ ହୋଇଯାଏ । ଶିଶୁଜ୍ଵର ହୋଇଥିଲେ । ଝାଡାରେ ରକ୍ତ ପଡିଥାଏ । ବାତ ମାରୁଥାଏ କିମ୍ବା କିଛି ଜନ୍ମଗତ ଦୋଷ ଥାଏ । ଯଦି ଶିଶୁ ନିସ୍ତେଜ କିମ୍ବା ଅଚେତ ହେଲା ପରି ଲାଗୁଥାଏ । 0 - ୩ ମାସ ଶିଶୁ ଜନ୍ମ ପରେ ସଙ୍ଗେ ସଙ୍ଗେ ସ୍ତନ୍ୟପାନ ଆରମ୍ଭ କରନ୍ତୁ । କଷକ୍ଷୀର ନିଶ୍ଚିୟ ପିଆନ୍ତୁ । ଜନ୍ମରୁ 6 ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ସ୍ତନ୍ୟପାନ କରାନ୍ତୁ ଅନ୍ୟ କୌଣସି ତରଳ ଖାଦ୍ୟ ଏପରିକି ପାଣି ମଧ୍ୟ ପିଆନ୍ତୁ ନାହିଁ । ଶିଶୁ ଯେତେଥର ସ୍ତନ୍ୟପାନ କରିବାକୁ ଚାହୁଁଛି ତାକୁ ଦିଅନ୍ତୁ । ଆପଣ କ’ଣ କରିପାରିବେ ? ଶିଶୁ ଆଡକୁ ଚାହିଁ ହସନ୍ତୁ, ଶିଶୁର ଆଖିକୁ ଚାହାଁନ୍ତୁ ଓ ତା’ ସହିତ କଥାବାର୍ତ୍ତା କରନ୍ତୁ । ଶିଶୁ ଦେଖିବା ଶିଶୁ ବା, ଅନୁଭବ କରିବା ଏବଂ ଏକଡ ସେକଡ ହେବା ପାଇଁ ତାକୁ ସୁବିଧା କରନ୍ତୁ । ଶିଶୁ କ’ଣ କରିପାରିବ ? ୩ ମାସ ବେଳକୁ ଅଧିକାଂଶ ଶିଶୁ କଥା ଶୁଣି ହସନ୍ତି । ରିବନ ଦେଖି ଧରିବାକୁ ହାତ ବଢନ୍ତି । ଶବ୍ଦ କରିବା ଆରମ୍ଭ କରନ୍ତି । ୩ -୬ ମାସ ଆପଣ କ’ଣ କରିପାରିବେ ? ଶିଶୁକୁ ଆକର୍ଷଣୀୟ ରଙ୍ଗର ବସ୍ତୁ ଦେଖନ୍ତୁ ଯାହାକୁ ଦେଖି ସେ ଧରିବା ପାଇଁ ଚେଷ୍ଟା କରିବ । ଶିଶୁସହିତ କଥାବାର୍ତ୍ତା ହୁଅନ୍ତୁ ଏବଂ ତାକୁ ଉତ୍ତର ଦିଅନ୍ତୁ । ଶବ୍ଦ ଏବଂ ଭାବଭଙ୍ଗାରେ ଶିଶୁ ସହିତ କଥାବାର୍ତ୍ତା କରନ୍ତୁ । ଶିଶୁ କ’ଣ କରିପାରିବ ? ୬ ମାସ ବେଳକୁ ଅଧିକାଂଶ ଶିଶୁ କୋଳରେ ସିଧା ବସାଇଲେ ମୁଣ୍ଡ ସ୍ଥିର କରି ବସନ୍ତି । ଶବ୍ଦ ଶୁଣିଲେ ମୁଣ୍ଡ ବୁଲାନ୍ତି । ଜିନିଷ ଗୁଡିକୁ ଧରିବା ପାଇଁ ହାତ ବଢାନ୍ତି । ୬-୧୨ ମାସ ଆପଣ କ’ଣ କରିପାରିବେ ? ଶିଶୁକୁ ଆକର୍ଷଣୀୟ ରଙ୍ଗର ବସ୍ତୁ ଦେଖାନ୍ତୁ ଯାହାକୁ ଦେଖି ସେ ଧରିବା ପାଇଁ ଚେଷ୍ଟା କରିବ । ଶିଶୁ ସହିତ କଥାବାର୍ତ୍ତା ହୁଅନ୍ତୁ ଏବଂ ତାକୁ ଉତ୍ତର ଦିଅନ୍ତୁ । ଶବ୍ଦ ଏବଂ ଭାବଭଙ୍ଗୀରେ ଶିଶୁ ସହିତ କଥାବାର୍ତ୍ତା କରନ୍ତୁ । ଶିଶୁ କ’ଣ କରିପାରିବ ? ୬ ମାସ ବେଳକୁ ଅଧିକାଂଶ ଶିଶୁ କୋଳରେ ସିଧା ବସାଇଲେ ମୁଣ୍ଡ ସ୍ଥିର କରି ବସନ୍ତି । ଶବ୍ଦ ଶୁଣିଲେ ମୁଣ୍ଡ ବୁଲାନ୍ତି । ଜିନିଷ ଗୁଡିକୁ ଧରିବା ପାଇଁ ହାତ ବଢାନ୍ତି । ୬-୧୨ ମାସ ଆପଣ କ’ଣ କରିପାରିବେ ? ଶିଶୁକୁ ୬ ମାସ ପରେ ଅଳ୍ପ ମାତ୍ରାରେ ନରମ ଶସ୍ୟଜାତୀୟ ଖାଦ୍ୟ, ଡାଲି, ସବୁଜ ପନିପରିବା ଓ ଫଳକୁ ଚକଟିକରି ଖାଇବାକୁ ଦେବା ଆରମ୍ଭ କରନ୍ତୁ । ଆସ୍ତେ ଆସ୍ତେ ଖାଦ୍ୟ ପରିମାଣ ବଢନ୍ତୁ ଅଧିକ ଥର ଖାଦ୍ୟ ଦେବା ସହିତ କ୍ରମଶଃ ବହଳିଆ ଖାଦ୍ୟ ଦିଅନ୍ତୁ । ଶିଶୁକୁ ଭୋକ ହେବାର ଲକ୍ଷଣ ଜାଣି ତାକୁ ସେହି ଅନୁସାରେ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଶିଶୁକୁ ଦିନରେ ୪-୫ ଥର ଖାଦ୍ୟ ଖାଇବାକୁ ଦିଅନ୍ତୁ ଏବଂ ସ୍ତନ୍ୟପାନ ମଧ୍ୟ କରାନ୍ତୁ । ଆପଣଙ୍କ ଶିଶୁକୁ ସଫା ଏବଂ ସୁରକ୍ଷିତ ତଥ୍ୟ ଶବ୍ଦ ହେଲା ଭଳି ଜିନିଷମାନ / ବସ୍ତୁ ଧରିବାକୁ ଦିଅନ୍ତୁ । ଶିଶୁ ସହିତ ଆଖି ବନ୍ଦ କରି ଖେଳ ଖେଳନ୍ତୁ । ଶିଶୁକୁ ଜିନିଷ / ବସ୍ତୁ ଏବଂ ଲୋକମାନଙ୍କର ନାମ କୁହନ୍ତୁ । ଶିଶୁ କ’ଣ କରିପାରିବ ? ଅଧିକାଂଶ ଶିଶୁ ୯ ମାସ ବେଳକୁ ଲେଉଟିକି ଉଠି ବସନ୍ତି । ଆଙ୍ଗୁଠି ଦ୍ଵାରା ଛୋଟ ଛୋଟ ଜିନିଷ ଧରି ଉଠାନ୍ତି । ବିନା ସାହାଯ୍ୟରେ ତଳେ ବସନ୍ତି । ଅଧିକାଂଶ ଶିଶୁ ୧ ବର୍ଷ ହେଲେ ବିନା ସାହାଯ୍ୟରେ ଭଲ ଭାବରେ ଠିଆ ହୋଇ ପାରନ୍ତି। ହାତ ହଲାଇପାରନ୍ତି । ବାପା, ମା’ କହିପାରନ୍ତି । ୧ ବର୍ଷରୁ ୨ ବର୍ଷ ଆପଣ କ’ଣ କରିପାରିବେ ? ଶିଶୁକୁ ବିଭିନ୍ନ ପ୍ରକାର ଖାଦ୍ୟ ସହିତ ଘରୋଇ ଖାଦ୍ୟ ଯଥା ଭାତ, ରୁଟି, ସବୁଜ ପନିପରିବା ଯଥା ଶାଗ, କମଳା ଓ ହଳଦିଆ ରଂଗର ଫଳ, ଡାଲି ଏବଂ ଏବଂ କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଶିଶୁକୁ ଦିନରେ ୫ ଥର ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ । ଶିଶୁକୁ ଅଲଗା ପାତ୍ରରେ ଖାଇବାକୁ ଦିଅନ୍ତୁ ଏବଂ ସେ କେତେ ପରିମାଣର ଖାଦ୍ୟ ଖାଉଛି ଲକ୍ଷ ରଖନ୍ତୁ । ଶିଶୁ ଖାଇବା ସମୟରେ ତା’ ନିକଟରେ ବସନ୍ତୁ ଏବଂ ଚେଷ୍ଟା କରନ୍ତୁ ଯେପରି ଦେଇଥିବା ସମସ୍ତ ଖାଦ୍ୟ ସେସ କରେ । ଶିଶୁ ୨ ବର୍ଷ କିମ୍ବା ତା’ ଠାରୁ ଅଧିକ ପର୍ଯ୍ୟନ୍ତ ମା’ କ୍ଷୀର ଦିଅନ୍ତୁ । ଶିଶୁକୁ କିଛି ଜିନିଷ ଦିଅନ୍ତୁ ଯାହାକୁ ସେ ଏକାଠି କରି ରଖିବ, ସେସବୁକୁ ଉଠାଇ ଗୋଟିଏ ପାତ୍ରରେ ରଖିବ ଏବଂ ପୁଣି ଥରେ ପାତ୍ରରୁ କାଢି ତଳେ ସେଗୁଡିକୁ ରଖିବ । ଶିଶୁ ସହଜ ଏବଂ ସରଳ ପ୍ରଶ୍ନ ପଚାରନ୍ତୁ ତା’ର କଥା କହିବାର ପ୍ରୟୋସକୁ ଅନୁଭବ କରି ତାକୁ ଉତ୍ତର ଦିଅନ୍ତୁ । ଶିଶୁ କ’ଣ କରିପାରିବ ? ସାଧାରଣତଃ ବହୁତ ଶିଶୁ ଦେଢବର୍ଷ ବେଳକୁ ନିଜର ଇଛା / ଆବଶ୍ୟକତାକୁ ପ୍ରକାଶ କରିପାରନ୍ତି । ଗୋଡି କପ ଭିତରେ ପକାଇ ପାରନ୍ତି । ଭଲ ଭାବରେ ଚାଲିପାରନ୍ତି । ୨ ବର୍ଷ ବେଳକୁ ଅଧିକାଂଶ ଶିଶୁ ଅନ୍ୟର ସାହାଯ୍ୟରେ ଗୋଟିଏ ଗୋଡରେ ଠିଆ ହୋଇପାରନ୍ତି। ଗୋଟିଏ ଶବ୍ଦ କହିବାର ପ୍ରୟାସକୁ ଅନୁଭବ କରି ତାକୁ ଉତ୍ତର ଦିଅନ୍ତୁ । ଶିଶୁ କ’ଣ କରିପାରିବ ? ସାଧାରଣତଃ ବହୁତ ଶିଶୁ ଦେଢବର୍ଷ ବେଳକୁ ନିଜର ଇଛା / ଅବଶ୍ୟକତାକୁ ପ୍ରକାଶ କରିପାରନ୍ତି। ଗୋଡି କପ୍ ଭିତରେ ପକାଇ ପାରନ୍ତି । ଭଲ ଭାବରେ ଚାଲିପାରନ୍ତି । ୨ ବର୍ଷ ବେଳକୁ ଅଧିକାଂଶ ଶିଶୁ ଅନ୍ୟର ସାହାଯ୍ୟରେ ଗୋଟିଏ ଗୋଡରେ ଠିଆ ହୋଇପାରନ୍ତି। ଗୋଟିଏ ଶବ୍ଦ କହି ପାରନ୍ତି। ଘରର ଅନ୍ୟାନ୍ୟ କାର୍ଯ୍ୟକୁ ଅନୁକରଣ କରିପାରନ୍ତି । ୨ ରୁ ୩ ବର୍ଷ ଆପଣ କ’ଣ କରିପାରିବେ ? ଦିନରେ ପାଞ୍ଚଥର ପର୍ଯ୍ୟନ୍ତ ଶିଶୁକୁ ଘରୋଇ ଖାଦ୍ୟ ଦିଅନ୍ତୁ । ଶିଶୁ ନିଜେ ନିଜ ହାତରେ ଖାଇବାରେ ତାକୁ ସାହାଯ୍ୟ କରନ୍ତୁ । ସେ କେତେ ଖାଉଛି ତାକୁ ସାହାଯ୍ୟ କରନ୍ତୁ । ଖାଇବା ପୂର୍ବରୁ ଶିଶୁ ହାତରେ ସାବୁନ ଲଗାଇ ଭଲ ଭାବରେ ହାତକୁ ସଫା କରନ୍ତି । ବସ୍ତୁଗୁଡିକ ଗଣିବାରେ ଏବଂ ସେଥିରେ ଥିବା ପାର୍ଥକ୍ୟ ବିଷୟରେ ଶିଶୁ ଜାଣିବା ପାଇଁ ତାକୁ ସାହାଯ୍ୟ କରନ୍ତୁ । ଶିଶୁ ପାଇଁ ସାଧାରଣ ଖେଳଣା ତିଆରି କରନ୍ତୁ । କଥାବାର୍ତ୍ତା କରିବା ପାଇଁ ଶିଶୁକୁ ଉତ୍ସାହିତ କରନ୍ତୁ ଏବଂ ଶିଶୁର ପ୍ରଶ୍ନର ଉତ୍ତର ଦିଅନ୍ତୁ ଶିଶୁକୁ ଗପ କୁହନ୍ତୁ ଗୀତ ଶୁଣାନ୍ତୁ ଏବଂ ଖେଳ ଶିଖନ୍ତୁ । ଖାଦ୍ୟ ରାଖିବା ପରିଶିବା ଏବଂ ଖାଇବା ପୂର୍ବରୁ କିମ୍ବା ଶୌଚ ହେବା ପରେ ସାବୁନ କିମ୍ବା ପାଉଁଶରେ ହାତ ପରିଷ୍କାର କରି ଧୁଅନ୍ତୁ । ପାନୀୟ ଜଳ,ନଳକୂପ କିମ୍ବା ସୁରକ୍ଷିତ ଜଳ ସ୍ରୋତ ଉତ୍ସରୁ ହିଁ ପାଣି ଆଣି ବ୍ୟବହାର କରିବା ଉଚିତ ପାନୀୟ ଜଳକୁ ସର୍ବଦା ଘୋଡାଇ କରି ଉଚ୍ଚ ସ୍ଥାନରେ ରଖନ୍ତୁ ଏବଂ ପାଣି କାଢିବା ସମୟରେ ହାତ ଡଙ୍କିର ବ୍ୟବହାର କରନ୍ତୁ । ଶିଶୁମଳକୁ ଅତି ସାବଧାନ ସହକାରେ ଏକାଠି କରି ତାକୁ ଶୌଚାଳୟରେ କିମ୍ବା ବାହାରେ ଅନ୍ୟ କୌଣସି ସ୍ଥାନରେ ସୁରକ୍ଷିତ ଉପାୟରେ ନଷ୍ଟ କରିଦିଅନ୍ତୁ । ଶିଶୁକୁ ସଫାସୁତୁରା କରି ସାରିବା ପରେ ନିଜର ହାତକୁ ସାବୁନରେ ଧୁଅନ୍ତୁ। ଶିଶୁ କ’ଣ କରିପାରିବ ? ଶିଶୁକୁ ଖୁଆଇବା ତା’ ସହିତ ଖେଳିବା ଏବଂ କଥାବାର୍ତ୍ତା ହେବା ଦ୍ଵାରା ଶାରୀରିକ ବୃଦ୍ଧିଓ ବିକାଶ ଭଲ ଭାବେ ହୋଇଥାଏ । ଶିଶୁର ବିକାଶ ଯଦି ଧୀର ହୁଏ ତେବେ ତାକୁ’ ଅଧିକ ଖାଦ୍ୟ ତାହା ସହିତ ଅଧିକ କଥାର୍ତ୍ତା କରନ୍ତୁ, ଏବଂ ଖେଳାନ୍ତୁ । ଏହାପରେ ଯଦି ତା’ର ବିକାଶ ଆଶାନୁରୂପକ ବୁହଏ, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରମନ୍ତୁ । ଶିଶୁ ଅସୁସ୍ଥ ଥିବା ସମୟରେ ମଧ୍ୟ ସ୍ତନ୍ୟପାନ ଜାରି ରଖନ୍ତୁ । ଅସୁସ୍ଥତା ପରେ ଶିଶୁକୁ ଅଧିକ ମାତ୍ରାରେ ଖାଇବାକୁ ଦିଅନ୍ତୁ । ପରିବାର ପାଇଁ ସର୍ବଦା ଆୟୋଡିନଯୁକ୍ତ ଲୁଣ ବ୍ୟବହାର କରନ୍ତୁ । ଅସୁସ୍ଥତା ସମୟରେ ମଧ୍ୟ ଶିଶୁର ସ୍ତନ୍ୟାପାନ ଜାରି ରଖନ୍ତୁ । ଅସୁସ୍ଥାପରେ ଶିଶୁକୁ ଅଧିକ ମାତ୍ରାରେ ଖାଇବାକୁ ଦିଅନ୍ତୁ । ସଂଗୃହିତ - ଡା. ବନୋଜ କୁମାର ରାୟ, ଶିଶୁଶଲ୍ୟ ବିଭାଗ, ଶିଶୁଭବନ, କଟକ