ଗ୍ରୀଷ୍ମଋତୁରେ ନବଜାତ ଶିଶୁର ଯତ୍ନ ଗ୍ରୀଷ୍ମଋତୁରେ ନିଜର ଉଦ୍ୟାନରେ ଥିବା ଫୁଲଗଛ ଓ ଛୋଟ ଚାରାଗଛ ଗୁଡିକ ଝାଉଁଳି ପଡିବା ପରି ନବଜାତ ଶିଶୁ ଗୁଡିକ ଅତ୍ୟଧିକ ଗ୍ରୀଷ୍ମରେ ରୁଗଣ ହୋଇ ପଡିଥାନ୍ତି । ତେଣୁ ସେମାନଙ୍କର ଉପୟୁକ୍ତ ଯତ୍ନର ପ୍ରୟୋଜନ ରହିଛି । ଅତ୍ୟଧିକ ଉତ୍ତାପ ହେତୁ ଶୟନ କକ୍ଷରେ ଥାଇ ମଧ୍ୟ ଶିଶୁ ବ୍ୟସ୍ତ ହୋଇପଡେ । ବୟସ୍କ ଶିଶୁମାନଙ୍କର ଦେହରୁ ଝାଳ ବାହାରି ଶରୀରକୁ ଶୀତଳ କରିବା ପଦ୍ଧତି ନବଜାତ ଶିଶୁଠାରେ ଶାରୀରିକଅପରିପକ୍ଵତା ହେତୁ ଦେଖାଯାଏ ନାହିଁ ଟେବୁ ଶୁଷ୍କତା ଦେଖାଯାଏ । ଏହା ଫଳରେ ଶରୀରର ଉତ୍ତାପ ବୃଦ୍ଧି ହୋଇଥାଏ, ଯାହାକୁ ଡିହାଇଡ୍ରେସନ ଫିଭର କୁହାଯାଏ । ତେଣୁ ଗ୍ରୀଷ୍ମ ଋତୁରେ ଜଳ ଶୁଷ୍କତା ହେତୁ ନବଜାତ ଶିଶୁକୁ ଜ୍ଵର ହୋଇପାରେ । ଛଅ ମାସରୁ କମ୍ ଶିଶୁକୁ ଜ୍ଵର ହୋଇପାରେ । ଛଅ ମାସରୁ କମ୍ ଶିଶୁକୁ ମା’ କ୍ଷୀର ବ୍ୟତୀତ, ଜଳ ପିଇବାକୁ ଦିଆଯାଏ ନାହିଁ, ଛଅ ମାସରୁ ଅଧିକ ବୟସ୍କ ଶିଶୁକୁ ଜଳ ଦିଆଯାଇପାରେ । କିନ୍ତୁ ଶିଶୁ ଗ୍ରୀଷ୍ମଋତୁରେ ଅଧିକ ଥର କ୍ଷୀର ପିଇବା ଉଚିତ୍ । ଯେପରି ତାର ପରିସ୍ରା ଦିନରେ ସାତଥରରୁ ଅଧିକ ହେଉଥିବ । ଶିଶୁଟିକୁ ସୁତାର ଢିଲା ଜମା ପିନ୍ଧାଯାଇପାରେ । ମୋଟା ଚିପା ଡ୍ରେସ ପିନ୍ଧାଇବା ଉଚିତ୍ ନୁହେଁ ବାହାରକୁ ନେବା ବ୍ୟତୀତ ଘର ଭିତର ଡାଆପ୍ ର ବ୍ୟବହାର କରିବା ଭଲ । ଶିଶୁମାନଙ୍କର ଶରୀର ଜଳାୟ ଅଂସ ଅଧବକ ରହିଥାଏ । ଶତକଡା ଅଶୀ ପ୍ରତିଶତ ଗ୍ରୀଷ୍ମଋତୁରେ ୱାର୍ମର କିମ୍ବା ଫଟୋଥେରାପି ବ୍ୟବହାର କରାଯାଇଥାଏ । ସେଥିପାଇଁ ଦାସ ପ୍ରତିଶତ ଅଧିକ ଜଳ ଦେବା ଉଚିତ୍ ଯାହାକି ଅଧିକ ଥର କ୍ଷୀର ପିଆଇ କିମ୍ବା ସାଲାଇନ୍ ଆକାରରେ ଦିଆଯାଇପାରେ । ଶିଶୁର ଯତ୍ନ ସୁସ୍ଥ ଶିଶୁକୁ ଦିନକୁ ଥରେ ଗାଧୋଇ ଦେବା ଭଲ । ଛଅ ମାସରୁ କମ୍ ଶିଶୁଙ୍କୁ କେବଳ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସାବୁନ ଲଗାଇବା ଭଲ, ଦେହରେ ବିଶେଷକରି ବେକତଳ କାଖତଳ ଓ ଅଣ୍ଟିତଳକୁ ବେବି ପାଉଡର ବ୍ୟବହାର କରାଯାଇପାରେ । ବେକତଲ ଝାଳ ଓ ଓଦା ହୋଇ ଘା ହୋଇ ଯାଇପାରେ । ଏଥିରେ ଆଣ୍ଟି ଫଙ୍ଗାଲ କ୍ରିମ କିମ୍ବା ପାଉଡର ବ୍ୟବହାର କରିବା ଉଚିତ୍ । ନବଜାତକୁ ଖରା ସମୟରେ ବାହାରକୁ ନେବା ଉଚିତ୍ତ ନୁହେଁ । ଅତି ଦରକାର ଥିଲେ ସନ୍ ସ୍କ୍ରିନ ଲୋଶନ ମୁଖ ମଣ୍ଡଳ ବ୍ୟତୀତ ଖୋଲା ସ୍ଥାନମାନଙ୍କରେ ବ୍ୟବହାର କରାଯାଇପାରେ । ଗୃହତ ପରିବେଶକୁ ଶୀତଳ ରଖିବା ଉଚିତ୍ । ଛାତ ଉପରେ ଛଣ ପକାଇ ପଙ୍ଖା ଲଗାଇ ଏପରିକି ଷ୍ଟ୍ରମ ପରିମାଣ ଥଣ୍ଡା କରି ଏସି ଅଠେଇଶ ଡିଗ୍ରୀ ସେଲସିୟସ ଚଲାଯାଇପାରେ । ଶିଶୁର ଅସୁସ୍ଥତା ଗ୍ରୀଷ୍ମଋତୁରେ ଜ୍ଵର ତରଳଝାଡା, ବଥ, ଘା, ଘିମିରି, ଶ୍ଵାସପଥ ସଂକ୍ରମଣ, ଚର୍ମ ରୋଗ ଶିଶୁମାନଙ୍କ ଠାରେ ଅଧିକ ଦେଖାଯାଇଥାଏ । ମ୍ୟାଲେରିଆ, ଚିକେନଗୁନିଆ, ଡେଙ୍ଗୁ ଦେଖାଯାଇଥାଏ । ମଶାରୀ ବ୍ୟବହାର ଅତ୍ୟନ୍ତ ଜରୁରୀ । ଜଳ ଶୁଷ୍କତା ଓ ଅଂଶୁଘାତ ରୋଗ ମଧ୍ୟ ଏହି ସମୟରେ ଅତି ସାଂଘାତିକ ରୋଗ । ତେଣୁ ଶିଶୁ ଅଧିକ ଖରା ସମୟରେ ବାହାରକୁ ଆଣିବା ଅନୁଚିତ । ଗ୍ରୀଷ୍ମଋତୁରେ ଶିଶୁକୁ ଏନ୍ତୁଡି ନିଆଁରେ ସେକିବା ଉଚିତ୍ ନୁହେଁ । ଶିଶୁକୁ ଠିକ୍ ଭାବେ ନଖାଇଲେ, ଶରୀର ଉତ୍ତାପ ସଇଁତିରିଶ ଡିଗ୍ରୀ ସେଲସିୟସରୁ ଅଧିକ ରହିଲେ, ଶିଶୁର ପିହୁଳ ମାରିଲେ କିମ୍ବା ନିସ୍ତେଜ ରହିଲେ କିମ୍ବା ଝାଡାରେ ରକ୍ତ ପଡିଏ ଶୀଘ୍ର ଶିଶୁରୋଗ ବିଶେଷଜ୍ଞଙ୍କୁ ଦେଖାଇବା ଉଚିତ୍ । ବାସ୍ତବ କଥା ହେଉଛି ଗ୍ରୀଷ୍ମ ଦିନ ହୋଇଥିଲେ ବି ନବଜାତ ଶିଶୁଟିର ପିତାମାତା ବା ତା’ ପରିବାରର ଲୋକ ସଚେତନ ହୋଇ କୁନି ପିଲାଟିର ସ୍ଵାସ୍ଥ୍ୟର ସମସ୍ତ ଦିଗ ପ୍ରତି ଦ୍ରୁଷ୍ଟି ଦେଲେ ପିଲାଟିର କୌଣସି ରୋଗ ବା କ୍ଷତି ହେବନାହିଁ । ଅନେକ ସମୟରେ ଦେଖାଯାଏ ନବଜାତ ଶିଶୁର ଦେହ ଖରାପ ହେବା ମାତ୍ରେ ସର୍ବପ୍ରଥମ ଶିଶୁରୋଗ ବିଶେଷଜ୍ଞଙ୍କୁ ପରାମର୍ଶ ନକରି କାନକୁହା କଥା ଶିଶୁ ତୁଟୁକା ତୁଟୁକି ବା ଘରୋଇ ଚିକିତ୍ସା ଆରମ୍ଭ କରିଦେଇଥାନ୍ତି । ତେବେ ପରବର୍ତ୍ତୀ ସମୟରେ ପିଲାଟି ପାଇଁ ଏହା କ୍ଷତିକାରକ ସାବ୍ୟସ୍ତ ହୋଇ ଶିଶୁରୋଗ ବିଶେଷଜ୍ଞଙ୍କ ପାଖକୁ ପହଞ୍ଚିଲାବେଳକୁ ପିଲାଟିର ଦେହ ଅଧିକ ବିଗିଡିଯାଇପାରେ । ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପିଲାଟି ତା ମାଆର ଗର୍ଭରେ ଭୂମିଷ୍ଠ ହେବା ପରଠାରୁ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ବିଭନ୍ନ ସହାୟକ ଓ ସହଯୋଗୀ ସୁବିଧାର ସୁବ୍ୟବସ୍ଥା ହୋଇଛି । ନିପଟ ମଫସଲର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ହେଉ ବା ଗୋଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲାସ୍ତରୀୟ ଡାକ୍ତରଖାନା ବା ରାଜ୍ୟରେ ବଡ ମେଡିକାଲ ଏହାସହ ଶିଶୁରୋଗ ପାଇଁ ସବୁଠାରୁ ଅଧିକ ଉପଲବ୍ଧ ବ୍ୟବସ୍ଥା ଥିବା ଶିଶୁଭବନରେ ସରକାର ସମସ୍ତ ପ୍ରକାର ଶିଶୁ ଚିକିତ୍ସା ପ୍ରାଥମିକ ପରୀକ୍ଷା ଠାରୁ, ପରାମର୍ଶ ବିନା ମୂଲ୍ୟରେ ଔଷଧ ବିତରଣ ସହ ଏପରିକି ଆବଶ୍ୟକ ହେଲେ ସର୍ଜରୀର ସୁବନ୍ଦୋବସ୍ତ ରହିଛି । ଏହାର ଫାଇଦା ନିତ୍ୟାନ୍ତ ନେବା ଜରୁରୀ । ହିଁ, ଗ୍ରୀଷ୍ମ ଦିନ ପିଲାଟି ପାଇଁ ସବୁଠାରୁ ବଡକଥା ହେଉଛି ପିଲାଟିକୁ ଅତ୍ୟଧିକ ଗରମ ହେଉଥିବା ଘରେ ରଖନ୍ତୁ ନାହିଁକିମ୍ବା ଶୀତତାପ ନିୟନ୍ତ୍ରିତ ଥିବା କୋଠରୀରେ ଅଧିକ ସମୟ ରଖନ୍ତୁ ନାହିଁ । ଏ କ୍ଷେତ୍ରରେ ଶିଶୁରୋଗ ବିଶେଷଜ୍ଞଙ୍କ ସମସ୍ତ ପରାମର୍ଶ ଟିକିନିଖି ବିଶେଷଜ୍ଞଙ୍କ ସମସ୍ତ ପରାମର୍ଶକୁ ଟିକିନିଖି ଭାବରେ ପାଳନ କରିବା ତିତ୍ୟାନ୍ତ ଜରୁରୀ । ନବଜାତ ଶିଶୁଟିର ଆର୍ବଭାବ ଘରର ସମସ୍ତଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର ମହୋତ୍ସବ ସୃଷ୍ଟି କରିଥାଏ କିନତି ଆପନମାନଙ୍କ ସାମାନ୍ୟ ଭୁଲ ବା ତ୍ରୁଟି ପାଇଁ ସେହି ଖୁସିରେ ଯେପରି କୌଣସି ବାଧା ନଆସେ ଏହାକୁ ସମସ୍ତେ ଚିନ୍ତା କାଲେ ଦେଖିବା ନବଜାତ ପିଲାଟିକୁ ନେଇ ଆପଣଙ୍କ ଖୁସି ବରଂ ଆହୁରି ବଢିଚାଲିବ । ସଂଗୃହିତ - ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତରାୟ, ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ ଶିଶୁଭବନ କଟକ