ସୁଷମ ଖାଦ୍ୟ କାହାକୁ କୁହାଯାଏ ? ଶରୀରର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ପରିମାଣର ବିଭିନ୍ନ ପ୍ରକାର ଖାଦ୍ୟର ମିଶ୍ରଣକୁ ସୁଷମ ଖାଦ୍ୟ କୁହାଯାଏ । ତେବେ କେଉଁ ଖାଦ୍ୟକୁ କେତେ ଅନୁପାତରେ ଖାଇବ ଏବଂ କେତେ ଥରରେ ଖାଇବ ତାହା ମଧ୍ୟ ସୁଷମ ଖାଦ୍ୟର ଅନ୍ତର୍ଭୁକ୍ତ । ସୁଷମ ଖାଦ୍ୟରେ ଖାଦ୍ୟର ସମସ୍ତ ପ୍ରକାର ଉପାଦାନ ରହିଥିବା ଆବଶ୍ୟକ। ସୁଷମ ଖାଦ୍ୟର ଏକ ନମୁନା ଖାଦ୍ୟ ପ୍ରସ୍ତୁତିର କେତେକ ନିୟମ : କାଟିବା ପୂର୍ବରୁ ଧୋଇବା । ମାଟି / ଲୁହା ପାତ୍ରରେ ରୋଷେଇ କରିବା ଇତ୍ୟାଦି । ଖାଦ୍ୟ ପଦାର୍ଥକୁ ଆବଶ୍ୟକଠାରୁ ଅଧିକ ନ ସିଝାଇବା । ଅଳ୍ପ ପାଣିରେ ରାନ୍ଧିବା ଓ ରାନ୍ଧିବା ସମୟରେ ଖାଦ୍ୟ ପଦାର୍ଥକୁ ଘୋଡାଇବା। ରାନ୍ଧିବା ସମୟରେ ବଳକା ରହୁଥିବା ପାଣିକୁ ଫିଙ୍ଗି ନଦେଇ ବଗିଚା ଇତ୍ୟାଦି ପାଇଁ ବ୍ୟବହାର କରିବା । ଖାଦ୍ୟ ପଦାର୍ଥ ପରିମାଣ ଚାଉଳ / ଗହମ ଡାଲି ପନିପରିବା ସବୁଜ ପତ୍ର ପନିପରିବା କ୍ଷୀର ତେଲ/ ଘିଅ ଚିନି /ଗୁଡ ୪୬୦ ଗ୍ରାମ୍ ୪୦ ଗ୍ରାମ୍ ୬୦ ଗ୍ରାମ୍ ୫୦ ଗ୍ରାମ୍ ୧୫୦ ଗ୍ରାମ୍ ୪୦ ଗ୍ରାମ୍ ୩୦ଗ୍ରାମ୍ ଖାଦ୍ୟ ହଜମ ପ୍ରକ୍ରିୟା ପାଟି ବାଟେ ଖାଦ୍ୟ ଯିବା । ଚୋବାଇବା ଦ୍ଵାରା ଲାଳ ସହିତ ମିଶି ଖଣ୍ଡ ଖଣ୍ଡ ହୋଇଯିବା । ଖାଦ୍ୟ ନଳୀ ଦେଇ ପାକସ୍ଥଳୀକୁ ଯିବା । ପାକସ୍ଥଳୀରେ କେତେକ ଅମ୍ଳରସରେ ମିଶିବା ଏବଂ ଏଠାରେ ପୃଷ୍ଟିସାରର କିଛି ଅଂଶ ପେନ୍ସିନ୍ (ଏକ ପ୍ରକାର ପାଚକ ରସ ) ଦ୍ଵାରା ମିଳାଇଯିବା ଖାଦ୍ୟ ପଦାର୍ଥ କ୍ଷୁଦ୍ରାନ୍ତ୍ରକୁ ଆସିବା : କ୍ଷୁଦ୍ରାନ୍ତ୍ରରେ ଥିବା ଅଗ୍ନାଶୟ, ବାଇଲ୍, ଅନ୍ୟାନ୍ୟ ରସ ସଂସ୍ପର୍ଶରେ ଆସିବା । ଖାଦ୍ୟରୁ ମିଳୁଥିବା ଶକ୍ତି କ୍ଷୁଦ୍ରାନ୍ତ୍ରରୁ ଶରୀରକୁ ଯିବା । ହଜମ ହୋଇ ନଥିବା ଏବଂ ଅଦରକାରୀ ପଦାର୍ଥ ବୃହଦନ୍ତ୍ରକୁ ଆସିବା । ଏଠାରେ ଆବଶ୍ୟକୀୟ ଜଳୀୟ ଅଂଶ ରହିବା ଏବଂ ଶେଷରେ ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରକ୍ରିୟାରେ ବାହାରକୁ ଚାଲି ଆସିବା । ଖାଦ୍ୟର କେତେକ ମୁଖ୍ୟ ଉପାଦାନ ବିଷୟରେ କାର୍ଯ୍ୟକ୍ଷମତା କମିଯାଏ । ବ୍ୟକ୍ତିର ବିରକ୍ତି ଭାବ, ଅଳସୁଆ ଏବଂ ନିଦୁଆ ହେବା ଦେଖାଯାଏ । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଶ୍ଵେତସାର ଆଖୁ, ଚିନି ଗୁଡ, ମହୁ, ଗହମ, ଚାଉଳ (ଏଗୁଡ଼ିକର ଉପର ଚୋପା ) ମୂଳରେ ଫୁଲଥିବା ଯଥା : ଆଳୁ, କନ୍ଦମୂଳ, ଫଳ : କଦଳୀ, ପାଚିଲା ଆମ୍ବ । ଏହାଛଡା ମାଣ୍ଡିଆ, ବାଜରା ଇତ୍ୟାଦି ଶ୍ଵେତସାର ଜାତୀୟ ଖାଦ୍ୟରେ ଶ୍ଵେତସାର ଥାଏ । ଡାଲିଜାତୀୟ ଖାଦ୍ୟରେ କିଛି ପରିମାଣରେ ଶ୍ଵେତସାର ଥାଏ। ଅଧିକ ପତ୍ରଥିବା ପରିବା, ପଦ୍ମନାଡ, ଭେଣ୍ଡି, ଛୁଇଁ, ବାଇଗଣ, ପିଜୁଳି ଇତ୍ୟାଦି । ଶକ୍ତି ଯୋଗାଏ (ଏକଗ୍ରାମ୍ ଶ୍ଵେତସାରରୁ ୪ କିଲୋ କ୍ୟାଲୋରୀ ଶକ୍ତିମିଳେ) ଶ୍ଵେତସାରର ପରିମାଣ କମ୍ ଥିଲେ ଏହାର ଶରୀରରେ ଥିବା ପୃଷ୍ଟିସାରରୁ ଶକ୍ତିସଂଗ୍ରହ କରିଥାଏ। ଶରୀରରେ ଚର୍ବିଜାତୀୟ ଖାଦ୍ୟର ଉପଯୁକ୍ତ ବିନିଯୋଗରେ ସାହାଯ୍ୟକରେ। କ୍ଷୁଧା ନିବାରଣ କରେ। ନିଷ୍କାସନ ପ୍ରକ୍ରିୟାରେ ସହାୟକ ହୁଏ । ଖାଦ୍ୟ ହଜମ ଏବଂ ଶରୀରରେ ଖାଦ୍ୟର ଉପଯୁକ୍ତ ବିନିଯୋଗରେ ସହାୟକ ହୁଏ । କାର୍ଯ୍ୟକ୍ଷମତା କମିଯାଏ ବ୍ୟକ୍ତିର ବିରକ୍ତି ଭାବ, ଅଳସୁଆ ଏବଂ ନିଦୁଆ ହେବା ଦେଖାଯାଏ । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଜଳ ଶରୀରର ବିଭିନ୍ନ ଜୀବକୋଷରେ ଥାଏ । ଜଣେ ବୟସ୍କ ବ୍ୟକ୍ତିଙ୍କର ଓଜନର ୬୦ % ହେଉଛି ଜଳ । ଜଣେ ଶିଶୁର ଓଜନର ୭୫% ହେଉଛି ଜଳ । ଖାଦ୍ୟ ମାଧ୍ୟରେ ଶରୀରକୁ ଜଳଯାଏ । ଜଳପାନ ମାଧ୍ୟମରେ ଯାଏ । ଶରୀରରେ କେତେକ ରାସାୟନିକ ପ୍ରକ୍ରିୟାକୁ ଜଳ ଉପଲବ୍ଧ ହୁଏ। ଶରୀରର ବିଭିନ୍ନ କାର୍ଯ୍ୟରେ ଏକ ମୁଖ୍ୟ ସହାୟକ ଭାବେ କାର୍ଯ୍ୟ କରେ । ଏକ ମୁଖ୍ୟ ମାଧ୍ୟମରେ ଭାବେ ଶରୀର ବିଭିନ୍ନ ନିର୍ଗତ ପଦାର୍ଥ ମୂତ୍ର , ଝାଡା, ଝାଳ, ଏବଂ ଅନ୍ୟ ଜଳୀୟ ପଦାର୍ଥ ଯଥା : ରକ୍ତ ଏବଂ ଲାଳ ଇତ୍ୟାଦିରେ ରହିଥାଏ । ଶରୀରର ଉତ୍ତାପରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୁଏ । ଖାଦ୍ୟ ହଜମ କରି ଏହାକୁ ଶରୀରର ବିଭିନ୍ନ ଅଂଶକୁ ନେବାରେ ସହାୟକ ଭଳି କାର୍ଯ୍ୟକରେ । ଶରୀରର ପ୍ରତ୍ୟେକ ରାସାୟନିକ ପ୍ରକ୍ରିୟା ଜଳୀୟଅଂଶ ଉପସ୍ଥିତିରୁ ସମ୍ଭବ ହୋଇଥାଏ। ଶରୀରର ପ୍ରତ୍ୟେକ ରାସାୟନିକ ପ୍ରକ୍ରିୟା ଜଳୀୟଅଂଶ ଉପସ୍ଥିତିରୁ ସମ୍ଭବ ହୋଇଥାଏ। ସଞ୍ଚାଳନ, ନିଷ୍କାସନ ଏବଂ ପାକକ୍ରିୟାରେ ବ୍ୟାଘାତ ଘଟେ। ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ସ୍ନେହସାର (ଚର୍ବି ଏବଂ ତୈଳ ଜାତୀୟ ଖାଦ୍ୟ) ପ୍ରତ୍ୟେକ ପ୍ରକାରର ତେଲ, ଘିଅ, କ୍ଷୀର ଏବଂ କ୍ଷୀରରୁ ପ୍ରସ୍ତୁତ ଅନ୍ୟ ଖାଦ୍ୟ ପଦାର୍ଥ। ତୈଳଜୀବ, ଅଣ୍ଡା, ମାଂସ । ଶରୀରକୁ ଶକ୍ତି ଯୋଗାଏ। ପ୍ରତି ଏକ ଗ୍ରାମ ଚର୍ବିରେ ୯ କିଲୋ କ୍ୟାଲୋରୀ ଶକ୍ତି ରହିଛି । ତନ୍ତୁ ଜାତୀୟ (ଶ୍ଵେତସାର) ଖାଦ୍ୟ ଭଳି ଏହା ମଧ୍ୟ କ୍ଷୁଧା ନିବାରଣ କରିଥାଏ । ତୈଳଜାତୀୟ ଖାଦ୍ୟ ଖାଇଥିଲେ ଅନେକ ସମୟଧରି ଭୋକ ହୋଇନଥାଏ । ଶରୀର ଉତ୍ତାପ ରକ୍ଷାକରିବା ଏବଂ କେତେକ ମୁଖ୍ୟ ଅଂଶ ଯଥା ବୃକକ୍ ଏବଂ ହୃତପିଣ୍ଡକୁ କ୍ଷତି ହେବାକୁ ସୁରକ୍ଷା ଯୋଗାଏ । ଚର୍ବି ଆମ ଶରୀରର ଫ୍ୟାଟି ଏସିଡ୍ (Essential Fatty Acide) ମୁଖ୍ୟ ଉତ୍ସ ଭାବେ କାର୍ଯ୍ୟକରେ । ଖାଦ୍ୟସାର ଶରୀରକୁ ଯିବାରେ ସହାୟକ ହୁଏ । ଅତ୍ୟଧିକ ଶାରୀରିକ ଦୁର୍ବଳତା ଦେଖାଦିଏ। ଖାଦ୍ୟ ଅଭାବ ସମୟରେ ଶରୀର କ୍ରିୟା ସମ୍ପାଦନ ପାଇଁ ଶକ୍ତିର ଭରଣା ହୋଇପାରେ ନାହିଁ । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ପୃଷ୍ଟିସାର ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ ଯଥା ଦହି, ଖୁଆ, ପନିର୍ ମାଂସ, ମାଛ, କୁକୁଡା ମାଂସ, ଅଣ୍ଡା। କୋଳି ଏବଂ ତୈଳବୀଜ (ବାଦାମ ଓ କାଜୁ ଇତ୍ୟାଦି) ଡାଲିଜାତୀୟ ଖାଦ୍ୟ ( ବୁଟଡାଲି , ରାଜମା, ସୋୟାବିନ୍ ଏବଂ ଅନ୍ୟାନ୍ୟ ଡାଲି ) ଶରୀର ଗଠନରେ ସହାୟକ ହୋଇ ନଷ୍ଟ ହୋଇଥିବା ତନ୍ତୁ ବଦଳରେ ନୂଆ ନୂଆ ତନ୍ତୁ ସୃଷ୍ଟିକରେ । ଶରୀର ବୃଦ୍ଧିରେ ସାହାଯ୍ୟ କରେ । ପାଚକ ରସରେ ମୁଖ୍ୟ ଭୂମିକା ଗ୍ରହଣ କରେ । କେତେକ ହରମୋନ୍ ରେ ରହି ପ୍ରତିଷେଧକ ଭଳି କାର୍ଯ୍ୟରେ ଯଥା : ଇନ୍ସୁଲିନ୍ ଶରୀର ଭିତରର ଶକ୍ତି ପରିବହନ କାର୍ଯ୍ୟକରେ । ଯଥା : ଏହା ହିମୋଗ୍ଲୋବିନ୍ ରେ ରହି ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ଯୋଗାଇବାରେ ସହାୟକ ହୋଇଥାଏ । ଶକ୍ତି ଯୋଗାଇବାରେ ସହାୟକ ହୁଏ । ( ଖାଦ୍ୟର ପରିମାଣ କମ୍ ଥିବାବେଳେ ) ଶରୀର ବୃଦ୍ଧି ଓ ବିକାଶରେ ବାଧା ସୃଷ୍ଟି ହୁଏ । ରୋଗ ପ୍ରତିଷେଧକ ଶକ୍ତି କମିଯାଏ। ରକ୍ତହୀନତା ଦେଖାଦିଏ । ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"