ଚକ୍ଷୁ ସମସ୍ୟା ଭିଟାମିନ୍ ‘ଏ’ ଅଭାବରେ ହେଉଥିବା ଏକ ପ୍ରକାର ଚକ୍ଷୁ ସମସ୍ୟା ହେଉଛି ଜେରୋପ୍ଥାଲ୍ମିଆ । ଏହି ରୋଗ ହେତୁ ଜଣେ ଅନ୍ଧ ହୋଇଯାଇପାରେ । ସାଧାରଣତଃ ୧-୩ ବର୍ଷ ବୟସର ପିଲାମାନେ ବିଶେଷ ଭାବେ ଏହି ରୋଗର ଶିକାର ହୁଅନ୍ତି। ପିଲାର ବୟସ ଯେତେ କମ୍, ରୋଗର ପ୍ରଭାବ ସେତେ ବେଶି । ଶିଶୁ ମା’ କ୍ଷୀର ଛାଡି ବାହାର ଖାଦ୍ୟ ଖାଇବା ସମୟରେ ଏହି ରୋଗ ଦେଖାଦେଇ ପାରେ, କାରଣ ତା’ ପାଇଁ ପ୍ରସ୍ତୁତ ଖାଦ୍ୟର ମାତ୍ରା ଏବଂ ଏଥିରେ ଆବଶ୍ୟକୀୟ ଖାଦ୍ୟସାରରେ ଯଦି ତ୍ରୁଟି ରହିଥାଏ ତେବେ କମ୍ ବୟସର ପିଲାଙ୍କ ପାଇଁ ଏହା ଅଧିକ କ୍ଷତିକାରକ ହୋଇଥାଏ । ପୁଷ୍ଟିଶକ୍ତି ଅଭାବ ଜନିତ କୁପୋଷଣରେ ମଧ୍ୟ ବେଳେ ବେଳେ ଜେରୋପ୍ଥାଲ୍ମିଆ ଦେଖାଦେଇଥାଏ । ପିଲାକୁ କୌଣସି ସଂକ୍ରମଣ ଯଥା : ତରଳଝାଡା, ମିଳିମିଳା ଇତ୍ୟାଦି ହେବାଯୋଗୁଁ ତା’ ଦେହରୁ ବହୁତ ଶକ୍ତିକ୍ଷୟ ହୋଇଥାଏ । ଯଦି ରୋଗ ଭଲ ହେବା ପରେ ଉପଯୁକ୍ତ ଖାଦ୍ୟ ନ ଦିଆଯାଏ ତେବେ ଭିଟାମିନ୍ ‘ଏ’ ଅଭାବ ହୋଇ ଚକ୍ଷୁରୋଗ ଦେଖାଦିଏ। ବିଭିନ୍ନ ପ୍ରକାରର ଚକ୍ଷୁ ସମସ୍ୟା ଭିଟାମିନ୍ ‘ଏ’ ଅଭାବରେ ହେଉଥିବା ବିଭିନ୍ନ ପ୍ରକାରର ଚକ୍ଷୁ ସମସ୍ୟା - ବିରୋଟ୍ ସ୍ପଟ୍ – ଆଖିରେ ଏକ ପ୍ରକାରର ଦାଗ ଦେଖାଯିବା । ଅନ୍ଧାରକଣା – ରାତ୍ରିରେ ଆଖିକୁ ଦେଖାନଯିବା । ଆଖି ଶୁଷ୍କ ହୋଇଯିବା । ସବୁଦିନ ପାଇଁ ଅନ୍ଧ ହୋଇଯିବା (ଠିକ୍ ସମୟରେ ଚକ୍ଷୁରୋଗର ଚିକିତ୍ସା ନକଲେ ) ମନେରଖନ୍ତୁ : ଚକ୍ଷୁ ସମସ୍ୟା ବ୍ୟତୀତ ଭିଟାମିନ୍ ‘ଏ’ ଅଭାବରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଭିଟାମିନ୍ ‘ଏ’ ଅଭାବ ରହିଥିବା ପିଲାଙ୍କୁ ତରଳଝାଡା ଏବଂ ନିମୋନିଆ ହେବାର ସମ୍ଭାବନା ସାଧାରଣ ପିଲାଙ୍କ ତୁଳନାରେ ୩ ଗୁଣ ଅଧିକ । ପ୍ରତିଷେଧକ ଏବଂ ଚିକିତ୍ସା ବ୍ୟବସ୍ଥା ଭିଟାମିନ୍ ‘ଏ’ ଅଭାବଜନିତ ସମସ୍ୟା ରହିଥିଲେ ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କୁ ପରାମର୍ଶ କରନ୍ତୁ । ଭିଟାମିନ୍ ‘ଏ’ ଥିବା ଖାଦ୍ୟ (ପୂର୍ବରୁ ବର୍ଣ୍ଣିତ ) ଖାଆନ୍ତୁ । ଶିଶୁକୁ ମା’ କ୍ଷୀର ଦିଅନ୍ତୁ । ଶସ୍ୟଜାତୀୟ ଖାଦ୍ୟ, ଖାଇବା ତେଲ, ଚିନି ଇତ୍ୟାଦିରେ ଭିଟାମିନ୍ ‘ଏ’ ମିଶ୍ରଣ କରି ବଜାରକୁ ରପ୍ତାନୀ କରିବାର ପଦକ୍ଷେପ ନିଅନ୍ତୁ । ଅଧିକ ପରିମାଣର ଶାଗ (ମୁଖ୍ୟତଃ ସଜନା, ଖଡା ) ଏବଂ ହଳଦିଆ ରଙ୍ଗର ପରିବା (ଯଥା : ପାଚିଲା ଆମ୍ବ, କଖାରୁ ) ଖାଆନ୍ତୁ । ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଅଧିକ ପରିମାଣ ଭିଟାମିନ୍ ‘ଏ’ ଯୁକ୍ତ ଖାଦ୍ୟ ଦିଅନ୍ତୁ । ନବଜାତ ଶିଶୁକୁ କଷକ୍ଷୀର ଖାଇବାକୁ ଦିଅନ୍ତୁ । ମନେରଖନ୍ତୁ : ୯ ମାସରୁ ୩ ବର୍ଷ ବୟସ ମଧ୍ୟର ପିଲାଙ୍କୁ ଭିଟାମିନ୍ ‘ଏ ଦ୍ରବଣ ( ଅତିରିକ୍ତ ମାତ୍ରା ) ଖାଇବାକୁ ଦିଅନ୍ତୁ । ଏହି ପ୍ରକ୍ରିୟା ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ । ପ୍ରତି ୬ ମାସରେ ଥରେ ଏହି ବୟସ ସୀମାର ପିଲାମାନଙ୍କୁ ଆବଶ୍ୟକୀୟ ମାତ୍ରାର ଭିଟାମିନ୍ ‘ଏ ଦିଆଯାଇଥାଏ । ଅତିରିକ୍ତ ଭିଟାମିନ୍ –‘ଏ’ର ୯୦ % ଯକୃତରେ ୪-୬ ମାସ ଯାଏଁ ଜମା ହୋଇ ରହିଥାଏ । ଆବଶ୍ୟକ ସ୍ଥଳେ ଏହା ଶରୀର ପାଇଁ ଉପଯୋଗୀ ହୋଇଥାଏ । ତେଣୁ ପ୍ରତି ୬ ମାସରେ ଥରେ ଭିଟାମିନ୍ ‘ଏ’ର ଅତିରିକ୍ତ ମାତ୍ରା ସେବନ କରିବାକୁ ହୋଇଥାଏ । କୌଣସି ପିଲାର ଭିଟାମିନ୍ ‘ଏ’ ଅଭାବଜନିତ ସଂକ୍ରମଣ ରହିଥିଲେ ତାକୁ ୨,୦୦,୦୦୦ IU ମାତ୍ରାର ଭିଟାମିନ୍ ‘ଏ’ ଦ୍ରବଣ ଦିଆଯାଇଥାଏ । ପ୍ରଥମ ମାତ୍ରା ଦେବାର ଏକ ସପ୍ତାହ ପରେ ଦ୍ଵିତୀୟ ମାତ୍ରା ଦିଆଯାଇଥାଏ । ବିଭିନ୍ନ ପ୍ରକାରର ରୋଗୀଙ୍କ ପାଇଁ ଭିଟାମିନ୍ ‘ଏ’ ଦ୍ରବଣର ନିୟମିତ ସ୍ଵୀକୃତି ମାତ୍ରା ଦେବାର ଏକ ସାରଣୀ ବ୍ୟକ୍ତି ମାତ୍ରା ସମୟ ଏକ ବର୍ଷ ବୟସରୁ କମ୍ ବୟସର ପିଲା ୧,୦୦,୦୦୦ IU ପ୍ରତି ୪-୬ ମାସ ମଧ୍ୟରେ ଥରେ ଏକ ବର୍ଷରୁ ଅଧିକ ବୟସର ପିଲା ୨,୦୦,୦୦୦ IU ପ୍ରତି ୪-୬ ମାସ ମଧ୍ୟରେ ଥରେ ନବଜାତ ଶିଶୁ ୫୦,୦୦୦ IU ଜନ୍ମ ସମୟରେ ପ୍ରଜନନକ୍ଷମ ବୟସର ମହିଳା ୩,୦୦,୦୦୦ IU ପ୍ରସବର ଏକ ମାସ ପରେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳା ୫,୦୦୦ IU କିମ୍ବା ୨୦,୦୦୦ IU ପ୍ରତିଦିନ ସପ୍ତାହରେ ଥରେ IU – ଇଣ୍ଟରନ୍ୟାସନାଲ୍ ଇଉନିଟ୍ ଭିଟାମିନ୍ ‘ଏ’ ସଂକ୍ରାନ୍ତୀୟ ଗଣଶିକ୍ଷା ଏକାନ୍ତ ଜରୁରୀ ୧,୦୦,୦୦୦ IU= ୫୫ ମିଲିଗ୍ରାମ୍ ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"