ପୋଷଣ ବା ପୁଷ୍ଟିସାର ସମସ୍ୟା ପୋଷଣ ବା ପୁଷ୍ଟିସାର ସମସ୍ୟା ହେତୁ ଲୋକେ ଅନେକ ପ୍ରକାରର ରୋଗ/ ସଂକ୍ରମଣ ଶିକାର ହୋଇଥାନ୍ତି । କେତୋଟି ମୁଖ୍ୟ ପୁଷ୍ଟିଗତ ସମସ୍ୟା ପ୍ରତି ଧ୍ୟାନ ଦେଲେ ଏହା ଏକ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇ ରହିବ ନାହିଁ । ଏହି କ୍ରମରେ କେତୋଟି ମୁଖ୍ୟ ପୋଷଣ ଜନିତ ସମସ୍ୟା ବିଷୟରେ ସାଧାରଣ ଧାରଣା ପ୍ରଦତ୍ତ ହୋଇଛି । ଶିଶୁ ଜନ୍ମସମୟ ଓଜନ କମ୍ ହେବା ଜଣେ ଭାରତୀୟ ଶିଶୁର ଜନ୍ମ ଓଜନ ୨୫୦୦ ଗ୍ରାମରୁ କମ୍ ହେଲେ ତାକୁ କମ୍ ଓଜନର ଶିଶୁ ବୋଲି କୁହାଯାଏ । ଆମ ଦେଶରେ ଜନ୍ମ ହେଉଥିବା ପ୍ରାୟ ୩୦ ପ୍ରତିଶତ ଶିଶୁଙ୍କର ଜନ୍ମ ସମୟର ଓଜନ କମ୍ ରହିଥାଏ । ଏହାର କେତୋଟି ମୁଖ୍ୟ କାରଣ ହେଲା – ଗର୍ଭାଶୟରେ ଶିଶୁ ଅଭିବୃଦ୍ଧି ବାଧାପ୍ରାପ୍ତ ହେବା । ମା’ କୁପୋଷଣର ଶିକାର ହେବା । ମା’ ରକ୍ତହୀନତାର ଶିକାର ହେବା । ଅପରିପକ୍ଵ ଶିଶୁ ଜନ୍ମହେବା ଏବଂ ଅନ୍ୟାନ୍ୟ କାରଣ ସମୂହ । ବିଭିନ୍ନ କାରଣ ମଧ୍ୟରୁ ପୋଷଣଗତ ଅଭାବ ଏକ ମୁଖ୍ୟ କାରଣ । ପୁଷ୍ଟିଶକ୍ତି ଜନିତ କୁପୋଷଣ ସାଧାରଣତଃ ଦୁଇଟି ମୁଖ୍ୟ କାରଣ – (୧) ଖାଦ୍ୟର ପରିମାଣ ଏବଂ ଗୁଣାତ୍ମକ ମାନ କମିବା, (୨) ବିଭିନ୍ନ ସଂକ୍ରମଣ ଯଥା – ତରଳ ଝାଡା, ଶ୍ଵାସାଙ୍ଗର ସଂକ୍ରମଣ, ମିଳିମିଳା, ଆନ୍ତ୍ରିକ କୃମି ଇତ୍ୟାଦି । ଏଥିପାଇଁ ଅଧିକ ପୋଷଣର ଆବଶ୍ୟକତା ପଡେ, କାରଣ ଖାଉଥିବା ଖାଦ୍ୟରୁ ଶରୀରକୁ ଉପଯୁକ୍ତ ପରିମାଣର ପୁଷ୍ଟି ଓ ଶକ୍ତି ଶରୀରକୁ ମିଳିନଥାଏ । ଫଳରେ ବ୍ୟକ୍ତି ଦୁର୍ବଳ ହୋଇ ପୁନଃସଂକ୍ରମଣର ଶିକାର ହୁଏ । ମନେରଖନ୍ତୁ : ପୁଷ୍ଟିଶକ୍ତି ଜନିତ କୁପୋଷଣର ମୁଖ୍ୟ ସୂଚକ ହେଉଛି ବୟସ ଅନୁସାରେ ଶରୀରର ଓଜନ କମ୍ ହେବା । ଏହା ଜାଣିବା ପାଇଁ ବଢନ୍ତା ପିଲାର ଓଜନକୁ ଗ୍ରୋଥ୍ ମନିଟରିଂ କାର୍ଡ ଦ୍ଵାରା ଚିହ୍ନିତ କରିହେବ ଏବଂ ପିଲାର ଅବସ୍ଥା ଜାଣି ପଦକ୍ଷେପ ନିଆଯାଇ ପାରିବ । କୌଣସି ପିଲାର କୁପୋଷଣର ମାତ୍ରା ଅଧିକ ହେଲେ ପିଲାଟି ସାଧାରଣତଃ ଦୁଇଟି ମୁଖ୍ୟ ରୋଗ ଭୋଗିଥାଏ । ଏଗୁଡିକ ହେଉଛି ମାରାସ୍ମସ୍ ଏବଂ କ୍ଵାଶିୱର୍କର୍ । ଏହି ଦୁଇଟି ରୋଗର ଲକ୍ଷଣ ଏବଂ ପ୍ରତିକାର ପର ପୃଷ୍ଠାରେ ଦିଆଯାଇଛି । ଉତ୍ସ : ନ୍ୟୁଟ୍ରିସନ୍ ଫର୍ ମଦର୍ ଆଣ୍ଡ ଚାଇଲ୍ଡ୍ ( ଆଇ.ସି.ଏମ୍.ଆର୍. -୧୯୮୩ ) ସାଧାରଣ ଲକ୍ଷଣ ମାରାସ୍ମସ୍ କ୍ଵାଶିଓର୍କର୍ ଅଧିକାଂଶ କ୍ଷେତ୍ରରେ ୧. ମାଂସପେଶୀ କ୍ଷୀଣ ହୋଇଯିବା ୧. ନିଶ୍ଚିତ ୧. କେତେକ ସମୟରେ ଦେହଫୁଲା ଏବଂ ଚର୍ବିତଳେ ରହିଥିବା ମାଂସପେଶୀ ଦେଖାଯାଏ ନାହିଁ ୨. ଚର୍ବି ନଷ୍ଟ ହୋଇଯିବା ୨. ଚର୍ମତଳେ ଥିବା ଚର୍ବି ଅତିମାତ୍ରାରେ ନଷ୍ଟ ହୋଇଯାଏ ୨. ଅଳ୍ପ ଚର୍ବିଥାଏ କିନ୍ତୁ ଏହାର ଦୃଢତା ନଥାଏ । ୩. ଦେହ ଫୁଲିବା (ଓଡେମା) ୩. ଦେଖାଯାଏ ନାହିଁ ୩. ପାଦ, ହାତପାପୁଲି ଓ ମୁହଁ ଫୁଲେ ୪. ଉଚ୍ଚତା ଅନୁସାରେ ଓଜନ କମ୍ ୪. ବହୁତ କମ୍ ଥାଏ ୪. ଓଜନ କମ୍ ଥାଏ କିନ୍ତୁ ଦେହ ଫୁଲା ଯୋଗୁଁ ଓଜନ କମିଲାଭଳି ମନେ ହୁଏନି ୫. ମାନସିକ ପ୍ରକ୍ରିୟାର ପରିବର୍ତ୍ତନ ୫. କେତେକ ସମୟରେ ନୀରବ ଏବଂ ଉଦାସୀନ ଜଣାପଡନ୍ତି ( ମାନସିକ ଦୁର୍ବଳତା) ( ଶାରୀରିକ ନିଷ୍କ୍ରିୟତା ) ୫. ଚିଡ଼ଚିଡା, କାନ୍ଦିବା, ଉଦାସୀନ ରହିବା ଡାକ୍ତରୀ ଲକ୍ଷଣ ଚିକିତ୍ସାଗତ ଲକ୍ଷଣ ମାରାସ୍ମସ୍ କ୍ଵାଶିଓର୍କର୍ ବେଳେବେଳେ ଦେଖାଯାଏ ୧. କ୍ଷୁଧା ୧. ସାଧାରଣତଃ ଥାଏ ୧. ଖୁବ୍ କମ୍ ଥାଏ ୨. ତରଳ ଝାଡା ୨. ବେଳେବେଳେ (ବର୍ତ୍ତମାନ ହେଉଥିବା ଏବଂ ପୂର୍ବରୁ ହୋଇନଥିବା ) ୨. ବେଳେବେଳେ (ବର୍ତ୍ତମାନ ହେଉଥିବା ଏବଂ ପୂର୍ବରୁ ହୋଇନଥିବା ) ୩. ଚର୍ମରେ ଦେଖାଯାଉଥିବା ପରିବର୍ତ୍ତନା ୩. ସାଧାରଣତଃ କୌଣସି ପରିବର୍ତ୍ତନ ନଥାଏ । ୩. ଚର୍ମ ଚିକ୍କଣ ନଥାଏ । ଅନେକ ସମୟରେ ପାଉଁଶିଆ ହୋଇଯାଏ ଏବଂ ଧଳା ଧଳା ଛାପ ହୋଇ ଦେଖାଯାଏ । ୪. କେଶରେ ଦେଖାଯାଉଥିବା ପରିବର୍ତ୍ତନ ୪. ଦେଖାଯାଏ ନାହିଁ । ୪. କେଶ ପତଳା ହୋଇଯିବା ଏବଂ ଛୁଇଁଲେ ଉପୁଡିଯିବା । ୫. ଯକୃତ ବୃଦ୍ଧି ୫. ଦେଖାଯାଏ ନାହିଁ । ୫. କେତେକ ସମୟରେ ଦେଖାଯାଏ ଚର୍ବି ଜମାହେବା ହେତୁ ଏହା ହୋଇଥାଏ । ମନେରଖନ୍ତୁ : କୁପୋଷଣର ଚିହ୍ନଟ ନିମନ୍ତେ ପିଲାର ଉଚ୍ଚତା ଏବଂ ଓଜନ ଅନୁଯାୟୀ ତା’ର ମୁଣ୍ଡ ଏବଂ ଡେଣା ଗୋଲେଇ ମାପ ନିଆଯାଇ ଏହାର ତର୍ଜମା କରାଯାଇଥାଏ ଏବଂ କୁପୋଷଣର ମାତ୍ରା ମଧ୍ୟ ଜାଣିହୁଏ । ଏହାକୁ ଆନ୍ଥ୍ରୋପୋମେଟ୍ରିକ୍ (Anthropometric) ଷ୍ଟଡି ବୋଲି କୁହାଯାଏ । ଉପଚାର ପିଲାର ଖାଦ୍ୟରେ ପୁଷ୍ଟି ଏବଂ ଶକ୍ତିଜାତୀୟ ଖାଦ୍ୟ ଯଥା – କ୍ଷୀର, ଅଣ୍ଡା, ତଟକା ଫଳ ଇତ୍ୟାଦି ରହିବା ଦରକାର । ପିଲାକୁ ବୁଝାଇ ବୁଝାଇ ଖାଦ୍ୟ ଖୋଇବା ଦରକାର । ପୁଷ୍ଟି ପରାମର୍ଶଦାତା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁଯାୟୀ ପିଲାର ଖାଦ୍ୟ ପ୍ରସ୍ତୁତ ହେବା ଦରକାର । ପିଲାକୁ ଅଭିଜ୍ଞ ଏବଂ ଶିକ୍ଷିତ ଚିକିତ୍ସକଙ୍କୁ ଦେଖାଇ ସଠିକ୍ ଔଷଧ ଦେବା । ପିଲାର ଖାଦ୍ୟ ପରିମାଣ ଧିରେ ଧିରେ ବଢାଇବା । ପିଲା ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ଯଥେଷ୍ଟ ଯତ୍ନବାନ୍ ହେବା । ପିଲାପାଇଁ ଆବଶ୍ୟକୀୟ ଟୀକା ଦେବା । ନିୟମିତ ଭାବେ ପିଲାକୁ ଅଭିଜ୍ଞ ଚିକିତ୍ସଙ୍କୁ ଦେଖାଇବା । ପରବର୍ତ୍ତୀ ପଦକ୍ଷେପ ଗୁଡିକୁ ଆବଶ୍ୟକୀୟ ପରାମର୍ଶ ଅନୁଯାୟୀ ପାଳନ କରିବା । ଆଧାର - "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"