ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟତା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ସରକାରଙ୍କର ଦାରିଦ୍ର ସୀମାରେଖା ତଳେ ଥିବା (BPL) ଏବଂ ଅଣସଂଗଠିତ ଶ୍ରମିକ ମାନଙ୍କର ପରିବାର ପାଇଁ ଏକ ସ୍ୱାସ୍ଥ୍ୟ ବୀମା ଯୋଜନା । ୨୦୧୩ -୧୪ ମସିହାରେ BPL ପରିବାର ସମେତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGA) ଶ୍ରମିକ ଓ ପଞ୍ଜୀକୃତ କୋଠାବାଡି ନିର୍ମାଣ ଶ୍ରମିକ (OB&OCW) ମାନଙ୍କୁ ଏହି ଯୋଜନାରେ ୬୪ KBRSBY Smart Card ଦିଆଯାଉଛି । ଏହି ଯୋଜନାରେ ପଞ୍ଜୀକୃତ ପରିବାରର ୫ଜଣ ସଦସ୍ୟଙ୍କୁ ବାର୍ଷିକ ୩୦,୦୦୦ ଟଙ୍କାର ଚିକିସ୍ଛା ସୁବିଧା ପାନେଲଭୁକ୍ତ ୪୨୩ ଗୋଟି ସରକାରୀ ଓ ୧୫୮ ଗୋଟି ବେସରକାରୀ ଚିକିସ୍ଛାଳୟରେ ମିଳୁଅଛି । ଏହାଛଡା RSBY ଯୋଜନାରେ ପଞ୍ଜୀକୃତ ପରିବାରଙ୍କୁ ବିଜୁ କୃଷକ କଲ୍ୟାଣ ଯୋଜନା (BKKY Stream – II) ମାଧ୍ୟମରେ ଦୂରାରୋଗ୍ୟ ବ୍ୟାଧି (critical care disease) ପାଇଁ ମଧ୍ୟ ବାର୍ଷିକ ଆଉ ୭୦,୦୦୦ ଟଙ୍କା ଏହିଭଳି ମୋଟ ୧,୦୦,୦୦୦ ଟଙ୍କାର ଚିକିସ୍ଛା ସୁବିଧା ମିଳିବାର ବ୍ୟବସ୍ଥା ରହିଛି । ରାଜ୍ୟର ସମସ୍ତ ୩୦ଗୋଟି ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ମଢ ରେ RSBY ହିତାଧିକାରୀ ପରିବାର ଆଉ ୩୦,୦୦୦ ଟଙ୍କା ର ଚିକିସ୍ଛାଳୟ ସୁବିଧା ପାଇପାରିବେ । ପ୍ୟାନେଲଭୁକ୍ତ ଚିକିସ୍ଛାଳୟ ଏହି ଯୋଜନାର ହିତାଧିକାରୀଙ୍କୁ କୌଣସି ଖଚ କରିବାକୁ ପଡେନାହଁ । ଚିକିସ୍ଛାଳୟ ହିତାଧିକାରୀଙ୍କର ଚିକିସ୍ଛା ବାବଦକୁ ସମସ୍ତ ଦେୟ ତାଙ୍କର RSBY Smart Card ରୁ କାଟି ରଖିଥାନ୍ତି ଓ ଯାତାୟତ ଖଚ ବାବଦକୁ ଥରକୁ ୧୦୦ ଟଙ୍କା ପ୍ରଦାନ କରିଥାନ୍ତି । ପଞିକୃତ ପରିବାର RSBY Smart Card କୁ ବ୍ୟବହାର କରି ନିମ୍ନ ଲିଖିତ ପ୍ୟାନେଲଭୁକ୍ତ ଚିକିସ୍ଛାଳୟରେ ମାଗଣାରେ ଚିକିସ୍ଛା ସୁବିଧା ହାସଲ କରନ୍ତୁ । ସ୍ମାର୍ଟ କାର୍ଡ ଏହା ହେଉଛି ଏକ ବାୟୋମେଟ୍ରିକ କାର୍ଡ, ଯାହା ବିମଧାରୀଙ୍କୁ ଦିଆଯିବ । ଏଥିରେ ବିମଧାରୀଙ୍କ ସମସ୍ତ ବିବରଣୀ ତଥା ତାଙ୍କର ଆଙ୍ଗୁଠିଚିହ୍ନର ଛାପ ମଧ୍ୟ ସଂରକ୍ଷିତ ହୋଇରହିଥାଏ । ବିମଧାରୀଙ୍କୁ ଏହି ଯୋଜନା ମାଧ୍ୟମରେ ପାଇବା ପାଇଁ କାର୍ଡଟିକୁ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖାଇବାକୁ ପଡିବ । କାର୍ଡ କୌଣସି କାରଣରୁ ଖରାପ ହୋଇଯାଇଥିଲେ, ଆପଣ ଜିଲ୍ଲା କାର୍ଯାଳୟ ପାଖରେ ଟ.୬୦/- ପଇଠ କରାଇ ନୂଆ କାର୍ଡ ପାଇପାରିବେ । ଯଦି କାର୍ଡରେ ସଂରକ୍ଷିତ ବିବରଣୀ ଯଥା-ନାମ ଓ ବୟସ ଇତ୍ୟାଦିରେ କୌଣସି ପରିବର୍ତନ କିମ୍ବା ପରିବାରର ସଦସ୍ୟଙ୍କ ନାମ କାର୍ଡରେ ଦେବା ଆବଶ୍ୟକ ହୋଇଥାଏ, ତେବେ ସେହି କ୍ଷେତ୍ରରେ ବିମଧାରୀ ଜିଲ୍ଲା କିଓସ୍କଙ୍କ ସହ ସମ୍ପର୍କ କରି ଏହି ସୁବିଧା ସହଜରେ ପାଇପାରିବେ । ଯୋଜନରୁ ଫାଇଦା ପାଇବା ପାଇଁ ଉପାୟମାନ ଏହି ଯୋଜନାରେ ଫାଇଦା ପାଇବା ପାଇଁ ବିମଧାରୀଙ୍କୁ ନିମ୍ନଲିଖିତ କାର୍ଯ୍ୟଗୁଡିକ କରିବାକୁ ପଡିଥାଏ । ଯୋଜନା ଅନ୍ତର୍ଗତ କାର୍ଡକୁ ପଞ୍ଜୀକୃତ ସରକାରୀ ଏବଂ ବେସରକାରୀ ସ୍ଵାସ୍ଥକେନ୍ଦ୍ରରେ ଦେଖାଇବା । ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ଦ୍ଵାରା ଦାବି କରାଯାଉଥିବା ଧନରାଶି ପାଇଁ କାର୍ଡକୁ ସ୍ବାଇପ୍ କରାଯିବ (କାର୍ଡରେ ଖର୍ଚ୍ଚ ପରିମାଣ ଧନରାଶି ସମ୍ବନ୍ଧିତ ଅଙ୍କମାନ ରହିଥାଏ ), ଏହି ଧାନରାଶିକୁ କାର୍ଡରେ ସଂରକ୍ଷିତ ସର୍ବମୋଟ / ଧନରାଶି ପରିମାନରୁ କଟା ଯାଇଥାଏ । ବୀମା କମ୍ପାନୀ ଏବଂ ପ୍ୟାନେଲଭୁକ୍ତ ଚିକିତ୍ସାଳୟ ର ନାମ କ୍ର:ସଂ ଜିଲ୍ଲାର ନାମ ବୀମା କମ୍ପାନୀ ର ନାମ ପଲିସି ର ଅବଧି ପ୍ୟାନେଲଭୁକ୍ତ ଚିକିତ୍ସାଳୟ ର ନାମ ୧ ରାୟଗଡା IFFCO tokio GIC Ltd ୦୧. ୦୮ ୧୩ ରୁ ୩୧. ୦୩ . ୧୬ ୧୩ ଗୋଟି ସରକାରୀ ଚିକିତ୍ସାଳୟ ୨ ସୁନ୍ଦରଗଡ IFFCO tokio GIC Ltd ୦୧. ୦୮ ୧୩ ରୁ ୩୧. ୦୩ . ୧୬ ୨୨ ଗୋଟି ସରକାରୀ ଓ ୪ ଗୋଟି ବେସରକାରୀ ଚିକିତ୍ସାଳୟ ୧. ହାଇଟେକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ୨. କରୁଣାମୟୀ ନର୍ସିଙ୍ଗହୋମ ୩. କଳିଙ୍ଗ ଟ୍ରମା ହସ୍ପିଟାଲ ୪. ସୁପର ସ୍ପେସିଆଲିଟି ହସ୍ପିଟାଲ ୩ ଗଞାମ IFFCO tokio GIC Ltd ୦୧. ୦୮ ୧୩ ରୁ ୩୧. ୦୩ . ୧୬ ୩୪ ଗୋଟି ସରକାରୀ ଓ ୧୫ ଗୋଟି ବେସରକାରୀ ଚିକିତ୍ସାଳୟ ୧. ଇଜୋସ ଆଇ ହସ୍ପିଟାଲ ୨ . ଅମିତ୍ ହସ୍ପିଟାଲ ୩. ଶ୍ରୀ ସତ୍ୟସାଇ ହସ୍ପିଟାଲ ୪. ଡିଭାଇନ ହସ୍ପିଟାଲ ୫. ଐଶ୍ରତ୍ ହସ୍ପିଟାଲ ୬. ଯଶୋଧାରା ଲାଇଫ୍ ହସ୍ପିଟାଲ ମାଟରନିଟି ସେଣ୍ଟର ୭ . ଶ୍ରୀ ରାମ ହସ୍ପିଟାଲ ୮ . ନିୟୃ ନିଳାଚଳ ହସ୍ପିଟାଲ ୯ . ରାଧାସ୍ଵାମୀ ସେବା ସଦନ ୧୦. ଅଭୟ ହସ୍ପିଟାଲ ୧୧ . ଆୟୃଷ୍ ହସ୍ପିଟାଲ ୧୨ . ଆଶୁତୋଷ ହସ୍ପିଟାଲ ୧୩ . ମଡର୍ଣ ଆଇ କେୟାର ସେଣ୍ଟର ଆଣ୍ଡ ହସ୍ପିଟାଲ ୧୪ . ଆସ୍ଥା ହସ୍ପିଟାଲ ୧୫ . ଗାୟତ୍ରୀ କ୍ଳିନକ୍ ୪ କେନ୍ଦ୍ରାପଡା IFFCO tokio GIC Ltd ୦୧. ୧୨. ୧୩ ରୁ ୩୧. ୦୩ . ୧୬ ୧୦ ଗୋଟି ସରକାରୀ ଓ ୪ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ହେଲଥ୍ କେୟାର ହୋମ ୨ . ଭଗବତୀ ହସ୍ପିଟାଲ ୩ . ଭୂମିକା ଆଇ ହସ୍ପିଟାଲ ୪ . ଏମ୍. ବି. ନର୍ସିଙ୍ଗହୋମ ୫ କଟକ IFFCO tokio GIC Ltd ୦୧.୦୨. ୧୫ ରୁ ୩୧. ୩ . ୧୬ ୨୫ ଗୋଟି ସରକାରୀ ଓ ୨୮ଟି ବେସରକାରୀ ଚିକିତ୍ସାଳୟ ୧ . ସାଇ ଜୀବନ ହସ୍ପିଟାଲ ପ୍ରାଇଭେଟ୍ ଲିମିଟେଡ ୨ . ଅଗ୍ରୱାଲ୍ ଆଇ କ୍ଲିନିକ୍ ଆଣ୍ଡ ହସ୍ପିଟାଲ ୩ . ମେଲଭିନ ଜୋନ୍ସ ଆଇ ହସ୍ପିଟାଲ ୪ . ସାହାରା ନର୍ସିଙ୍ଗହୋମ ୫ . ପ୍ରାଇମ୍ ହସ୍ପିଟାଲ ୬ . ଉଦୟଭାନୁ କ୍ଲିନିକ୍ ଆଣ୍ଡ ନର୍ସିଙ୍ଗହୋମ ୭ . ଜୀବନ ଧାରା ନର୍ସିଙ୍ଗହୋମ ୮ . ଚିତ୍ତରଞ୍ଜନ ସେବା ସଦନ ୯ . ଶ୍ରୀ ମା ହସ୍ପିଟାଲ ୧୦ . ରୋଟାରୀ କ୍ଲୁବ କଟକ ଆଇ ହସ୍ପିଟାଲ ୧୧ . ରୁଦ୍ର ହସ୍ପିଟାଲ ୧୨ . କଟକ ଲାଫ୍ରୋସ୍ଛୋପିକ ହସ୍ପିଟାଲ ୧୩ . ଖଦିଜା ନର୍ସିଙ୍ଗହୋମ ୧୪ . ଦି ଚାଇଲ୍ଡ ନର୍ସିଙ୍ଗହୋମ ୧୫ . ଶକ୍ତି ସାଇ ହସ୍ପିଟାଲ ୧୬ . ସାରଦା କ୍ଲିନିକ୍ ଆଣ୍ଡ ନର୍ସିଙ୍ଗ ହୋମ ୧୭ . ସିଫା ହସ୍ପିଟାଲ ୧୮ . ଶାନ୍ତି ମେମୋରିଆଲ ହସ୍ପିଟାଲ ୧୯ . ସାଇ ସଞ୍ଜିବନୀ ହସ୍ପିଟାଲ ୨୦ . ସାଇ ଆରୋଗ୍ୟମ ନର୍ସିଙ୍ଗ ହୋମ ୨୧ . ସଂଜୀବନୀ ନର୍ସିଙ୍ଗହୋମ ୨୨ . ହେଲଥ୍ କେୟାର ନର୍ସିଙ୍ଗହୋମ ୨୩ . ଗୋପବନ୍ଧୁ ମେଡିକାଲ ସାଇନ୍ଶ ଆଣ୍ଡ ରିସର୍ଚ ୨୪ . ଗୀତା ମେମୋରିଆଲ ହସ୍ପିଟାଲ ୨୫ . ଜନସେବକ କ୍ଲିନିକ ନନର୍ସିଙ୍ଗହୋମ ୨୬ . ତ୍ରୀଷ୍ଣା ହସ୍ପିଟାଲ ୨୭ . ରିଜୋନାଲ ସ୍ପାଇନାଲ ଇନଜୁରୀ ସେଣ୍ଟର ୨୮ . ଶ୍ଵେତା ହସ୍ପିଟାଲ ୨୮ . ଶ୍ଵେତା ହସ୍ପିଟାଲ ୬ ବାଲେଶ୍ଵର IFFCO tokio GIC Ltd ୦୧.୦୧ .୧୩ ରୁ ୩୧. ୩ . ୧୬ ୧୮ ଗୋଟି ସରକାରୀ ଓ ୬ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ଜ୍ୟୋତି ହସ୍ପିଟାଲ ୨ . ଶ୍ରୀ ରାମ ହସ୍ପିଟାଲ ୩ . ମା ନର୍ସିଙ୍ଗହୋମ ୪ . ବାସନ୍ତୀ ଦୂର୍ଗା ନର୍ସିଙ୍ଗହୋମ ୫ . ମା ତାରିଣି ନର୍ସିଙ୍ଗହୋମ ୬ . ଆରୋଗ୍ୟମ ହେଲଥ୍ କେୟାର ୭ ମାଲକାନଗିରି IFFCO tokio GIC Ltd ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୦ ଗୋଟି ସରକାରୀ ଚିକିତ୍ସାଳୟ ୮ କୋରାପୁଟ IFFCO tokio GIC Ltd ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୮ ଗୋଟି ସରକାରୀ ଓ ୨ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ଆଶା କିରଣ ହସ୍ପିଟାଲ ୨ . ଜି. ଏଚ୍. ଏସ୍ . ପି . ଏଲ . ଜୟପୁର ହେଲଥ କେୟାର ଏଲ୍. ଏଲ୍. ପି ୯ ଖୋର୍ଦ୍ଧା IFFCO tokio GIC Ltd ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୩ ଗୋଟି ସରକାରୀ ଓ ୨୭ ଗୋଟି ବେସରକାରୀ ଚିକିତ୍ସାଳୟ ୧ . କଳିଙ୍ଗ ଇନ୍ସଚୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲ ୨ . ସନ୍ ପାୱାର ନର୍ସିଙ୍ଗହୋମ ୩ . ବୈଦ୍ୟନାଥ ମେମୋରିଆଲ ହସ୍ପିଟାଲ ୪ . ଜିବନ ଜ୍ୟୋତି ହସ୍ପିଟାଲ ୫ . ସୟଦ୍ ମେମୋରିଆଲ ନର୍ସିଙ୍ଗ ହୋମ ୬ . ଏଲ.ଭି ପ୍ରସାଦ ଆଇ ହସ୍ପିଟାଲ ୭ . ମା ତାରିଣୀ ହସ୍ପିଟାଲ ୮ . ରୋଟାରୀ ଆଇ ହସ୍ପିଟାଲ ୯ . ହିଲ୍ ସାଇଡ଼୍ ନର୍ସିଙ୍ଗହୋମ ୧୦ . ଅରୋ କେୟାର ହସ୍ପିଟାଲ ୧୧ . ଭିଜନ୍ କେୟାର ଆଇ ହସ୍ପିଟାଲ ୧୨ . ସାରା ଗ୍ୟାସ୍କୋ ଲାପ୍ରୋସ୍କୋପିକ ହସ୍ପିଟାଲ ୧୩ . ମଡର୍ଣ ହେଲ୍ଥ କେୟାର ହସ୍ପିଟାଲ ୧୪ . ଆଭା ଲାପ୍ରୋସ୍କୋପିକ ହସ୍ପିଟାଲ ୧୫ . ସାଉଥ୍ ସିଟି ହସ୍ପିଟାଲ ୧୬ . ଆଇ. ଏମ୍. ଏସ୍. ଆଣ୍ଡ ସମ୍ ହସ୍ପିଟାଲ ୧୭ . ଆସଭାନସ୍ ଆଇ କେୟାର ହସ୍ପିଟାଲ ୧୮ . ସଂଜୀବନି ମେଡିକେୟାର ହସ୍ପିଟାଲ ୧୯ . ସହେଯୋଗ ହସ୍ପିଟାଲ ୨୦ . କାନୁନଗୋ ଡାଇବେଟିସ୍ ସ୍ପେଶିଆଲିଟିସ୍ ୨୧ . ଚତୁର୍ଭୁଜ ଜେନାମଣି ମେମୋରିଆଲ ହସ୍ପିଟାଲ ୨୨ . ବିବେକାନନ୍ଦ ହସ୍ପିଟାଲ ୨୩ . ଶ୍ରୀ ହସ୍ପିଟାଲ ୨୪ . ଆରୋଗ୍ୟ ହସ୍ପିଟାଲ ୨୫ . ପଣ୍ଡା ନସିଂହେମ୍. ପ୍ରା. ଲିଃ. ୨୬ . ପାର୍କଲ୍ୟାଣ୍ଡ ହସ୍ପିଟାଲ ୨୭ . ନନ୍ଦ ଟ୍ରିଟମେଣ୍ଟ ସେଣ୍ଟର ୧୦ ସମ୍ବଲପୁର IFFCO tokio GIC Ltd ୦୧.୦୮.୧୩ ରୁ ୩୧. ୦୩ . ୧୬ ୧୪ ଗୋଟି ସରକାରୀ ଓ ୭ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ସମଲେଶ୍ଵରୀ ନର୍ସିଙ୍ଗହୋମ ୨ . ଅରୁଣଶକ୍ତି ନର୍ସିଙ୍ଗହୋମ ୩ . ପଟେଲ ନର୍ସିଙ୍ଗହୋମ ୪ . ଗୌରିଶଙ୍କର ନର୍ସିଙ୍ଗହୋମ ୫ . ବିନାୟକ ହସ୍ପିଟାଲ ୬ . ତ୍ରିଲୋଚନ ନେତ୍ରାଲୟ ୭ . ଜେ. ଏମ୍. ଜେ ଗ୍ରେସ ଭିଜନ ନେତ୍ରାଳୟ ୧୧ ଝାରସୁଗୁଡା ICICI Lombard GIC Ltd ୦୧.୦୮.୧୩ ରୁ ୩୧. ୦୩ . ୧୬ ୭ ଗୋଟି ସରକାରୀ ଓ ୨ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ସାଇରାମ ହସ୍ପିଟାଲ ୨ . ଗୌରିଶଙ୍କର ହସ୍ପିଟାଲ ୧୨ ଦେଓଗଡ ICICI Lombard GIC Ltd ୦୧.୦୮.୧୩ ରୁ ୩୧. ୦୩ . ୧୬ ୪ ଗୋଟି ସରକାରୀ ଚିକିତ୍ସାଳୟ ୧୩ ନୂଆପଡା ICICI Lombard GIC Ltd ୦୧.୦୯ .୧୩ ରୁ ୩୧. ୦୩ . ୧୬ ୭ ଗୋଟି ସରକାରୀ ଚିକିତ୍ସାଳୟ ୧୪ ପୁରୀ ICICI Lombard GIC Ltd ୦୧.୦୯ .୧୩ ରୁ ୩୧. ୦୩ . ୧୬ ୧୬ ଗୋଟି ସରକାରୀ ଓ ୯ଗୋଟି ବେସରକାରୀ ଚିକିତ୍ସାଳୟ ୧ . ସାରଦା ନର୍ସିଙ୍ଗହୋମ ୨ . ଶିବାନନ୍ଦ ନର୍ସିଙ୍ଗହୋମ ୩ . ସେବା ନର୍ସିଙ୍ଗହୋମ ୪ . ଆନଦ ପଲ୍ଲୀ କ୍ଲିନିକ ଓ ନର୍ସିଙ୍ଗହୋମ ୫ . ଇମରଜେନସି ୨୪ ହସ୍ପିଟାଲ . ପ୍ରା. ଲିଃ. ୬ . ଶ୍ରୀକୃଷ୍ଣା ହେଲଥ କେୟାର ୭ . ରଘୁନାଥ ଚାରିଟେବଲ ଟ୍ରଷ୍ଟ ହସ୍ପିଟାଲ ୮ . ଉଷା ମେମୋରିଆଲ ହସ୍ପିଟାଲ ୯ . ଉଷାରଣୀ ନର୍ସିଙ୍ଗହୋମ ୧୫ ବୌଦ ICICI Lombard GIC Ltd ୦୧.୧୨ .୧୩ ରୁ ୩୧. ୦୩ . ୧୬ ୫ ଗୋଟି ସରକାରୀ ଚିକିତ୍ସାଳୟ ୧୬ କନ୍ଧମାଳ ICICI Lombard GIC Ltd ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୬ ଗୋଟି ସରକାରୀ ଚିକିତ୍ସାଳୟ ୧୭ ଯାଜପୁର ICICI Lombard GIC Ltd ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୬ ଗୋଟି ସରକାରୀ ଚିକିତ୍ସାଳୟ ୧୩ ଗୋଟି ସରକାରୀ ଓ ୩ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ଶ୍ରୀ ମା ହସ୍ପିଟାଲ ୨ . ଲକ୍ଷ୍ମୀ ହସ୍ପିଟାଲ ୩ . ଭୂମିକା ହସ୍ପିଟାଲ ଆଣ୍ଡ ରିସର୍ଚ ସେଣ୍ଟର ୧୮ ମୟୂରଭଞ୍ଜ ICICI Lombard GIC Ltd ୦୧.୧୨ .୧୩ ରୁ ୩୧. ୦୩ . ୧୬ ୩୧ ଗୋଟି ସରକାରୀ ଓ ୩ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ଜୀବନ ଦୀପ୍ ହେଲଥ୍ କେୟାର୍ ୨ . ଦୂର୍ଗା ନର୍ସିଙ୍ଗହୋମ ୧୯ ଅନୁଗୁଳୁ New India Assurance co. ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୩ ଗୋଟି ସରକାରୀ ଓ ୪ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ସାମଲ କେୟାର୍ ୨ . ସୁରେନ୍ଦ୍ର ହସ୍ପିଟାଲ ୩ . ଲାଅନ୍ସ ଭୂମିକା ହସ୍ପିଟାଲ ୪ . ସେବକ ନର୍ସିଙ୍ଗହୋମ ପ୍ରା. ଲିଃ. ୨୦ ଢେଙ୍କାନାଳ New India Assurance co. ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୨ ଗୋଟି ସରକାରୀ ଓ ୬ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ଜେ . କେ . ଏମ୍ . ଏମ୍. ଆଇ ହସ୍ପିଟାଲ ୨ . ଶ୍ରୀ ଜଗନ୍ନାଥ ହସ୍ପିଟାଲ ୩ . ସାଇ ନର୍ସିଙ୍ଗହୋମ ୪ . ଆରୋଗ୍ୟ ନର୍ସିଙ୍ଗହୋମ ୫ . କଳିଙ୍ଗ ଆଇ ହସ୍ପିଟାଲ ୬ . ପଣ୍ଡା ନର୍ସିଙ୍ଗହୋମ ୨୧ କେଉଁଝର New India Assurance co. ୦୧.୧୧ .୧୩ ରୁ ୩୧. ୦୩ . ୧୬ ୧୭ ଗୋଟି ସରକାରୀ ଓ ୨ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ଆରଡି ହସ୍ପିଟାଲ ୨ . କାଶୀନାଥ ହେଲଥ୍ କେୟାର୍ ୨୨ ନବରଙ୍ଗପୁର New India Assurance co. ୦୧.୧୧ .୧୩ ରୁ ୩୧. ୦୩ . ୧୬ ୧୨ ଗୋଟି ସରକାରୀ ଓ ୧ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ଖ୍ରୀଷ୍ଟିୟାନ ହସ୍ପିଟାଲ ୨୩ ଜଗତସିଂପୁର New India Assurance co. ୦୧.୧୧ .୧୩ ରୁ ୩୧. ୦୩ . ୧୬ ୧୦ ଗୋଟି ସରକାରୀ ଓ ୭ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ଲାଇଫ୍ ଲାଇନ୍ ନର୍ସିଙ୍ଗହୋମ ୨ . ସ୍ଵସ୍ତିକ କ୍ଲିନିକ ଆଣ୍ଡ ନର୍ସିଙ୍ଗହୋମ ୩ . ସନ୍ ହସ୍ପିଟାଲ ୪ . ଏଲ୍. ଆଣ୍ଡ ପି ହସ୍ପିଟାଲ ଆଣ୍ଡ ରିସର୍ଚ ସେଣ୍ଟର ୫ . ତ୍ରିଲୋଚନ ନେତ୍ରାଳୟ ୬ . କିଓର୍ ୱେଲ ହସ୍ପିଟାଲ ୭ . ଖାନ୍ ନର୍ସିଙ୍ଗହୋମ ୨୪ ସୋନପୁର Max bupa Health Insurance Co. Ltd ୦୧.୧୧ .୧୩ ରୁ ୩୧. ୦୩ . ୧୬ ୭ ଗୋଟି ସରକାରୀ ଓ ୧ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ଲେପ୍ରା ମହାନଦୀ ଆଇ ହସ୍ପିଟାଲ ୨୫ କଳାହାଣ୍ଡି Max bupa Health Insurance Co. Ltd ୦୧.୧୧ .୧୩ ରୁ ୩୧. ୦୩ . ୧୬ ୧୬ ଗୋଟି ସରକାରୀ ଓ ୧ଗୋଟି ବେସରକାରୀ ଚିକିତ୍ସାଳୟ ୧ . ବେଦାନ୍ତ ହସ୍ପିଟାଲ ୨୬ ନୟାଗଡ Max bupa Health Insurance Co. Ltd ୦୧.୧୧ .୧୩ ରୁ ୩୧. ୦୩ . ୧୬ ୯ ଗୋଟି ସରକାରୀ ଓ ୪ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ସାହୁ ଭିକାରୀ ସେବା ସଦନ ୨ . କୁମାର ହସ୍ପିଟାଲ ୩ . ରାମଚଣ୍ଡୀ ହସ୍ପିଟାଲ ୪ . ଓମ୍ ନର୍ସିଙ୍ଗହୋମ ୨୭ ବଲାଙ୍ଗିର National Insurance co . ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୭ ଗୋଟି ସରକାରୀ ଓ ୩ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ସମଲେଶ୍ଵରୀ ନର୍ସିଙ୍ଗହୋମ ୨ . ଏସ୍. ଇ. ଡି . ଆଇ ହସ୍ପିଟାଲ ୩ . ନିୟୁ ଆପୋଲୋ ହସ୍ପିଟାଲ ୨୮ ଭଦ୍ରକ National Insurance co . ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୧ ଗୋଟି ସରକାରୀ ଓ ୧୧ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ଶୁଭମ ହେଲଥ୍ କେୟାର୍ ୨ . ସାଲନ୍ଦି ନର୍ସିଙ୍ଗହୋମ ୩ . ପାଢି ହେଲଥ୍ କେୟାର୍ ୪ . ଉମାଶଙ୍କର ହେଲଥ୍ କେୟାର୍ ୫ . ପାଣିଗ୍ରାହୀ ହେଲଥ୍ କେୟାର୍ ୬ . ବିନାୟକ ନର୍ସିଙ୍ଗହୋମ ୭ . ସାଇ ହସ୍ପିଟାଲ ୮ . ଭୂମିକା ଆଇ ହସ୍ପିଟାଲ ୯ . ସାଇ ଭରଦ୍ବାଜ ହସ୍ପିଟାଲ ୧୦ . ଓମ ସାଇ ହସ୍ପିଟାଲ ୧୧ . ଶ୍ରୀ ରାମ ହସ୍ପିଟାଲ ୨୯ ବରଗଡ National Insurance co . ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୩ ଗୋଟି ସରକାରୀ ଓ ୪ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ବେହେରା ନର୍ସିଙ୍ଗହୋମ ୨ . କିଶୋରୀ ନର୍ସିଙ୍ଗହୋମ ୩ . ସାଇ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ୪ . ସାଇକୃପା ନର୍ସିଙ୍ଗହୋମ ୩୦ ଗଜପତି National Insurance co . ୦୧.୧୨ .୧୩ ରୁ ୩୧. ୦୩ . ୧୬ ୯ ଗୋଟି ସରକାରୀ ଓ ୫ ଗୋଟି ବେସରକାରୀ ଚିକିତ୍ସାଳୟ ୧ . ଡ. ରବି ନର୍ସିଙ୍ଗହୋମ ୨ . ଭି . ଭି .ଏଲ୍ ନର୍ସିଙ୍ଗହୋମ ୩ . ଲକ୍ଷ୍ମୀ ହସ୍ପିଟାଲ ୪ . ସୌମ୍ୟ ନର୍ସିଙ୍ଗହୋମ ୫ . ସେରାଙ୍ଗୋ ଖ୍ରୀଷ୍ଟିୟାନ ହସ୍ପିଟାଲ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ସମ୍ବଦ୍ଧିୟ ସବିଶେଷ ତଥ୍ୟ ପାଇଁ ନିଃଶୁଳ୍କ ସେବା (Toll Free) ନଂ. -୧୫୫୩୬୮ ଉପଲବ୍ଧ । ସୂତ୍ର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ, ଓଡିଶା ସରକାର