ଯୋଜନା ଉଦ୍ଦେଶ୍ୟ କେନ୍ଦ୍ର ଏବଂ ରାଜ୍ୟ ଶ୍ରମ ବିଭାଗ ଆନୁକୂଲ୍ୟରେ ଏବଂ ଭାରତ ସରକାରଙ୍କ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ବୀମା କଂପାନୀ ୧୯୯୭ ମସିହାରେ ପ୍ରସ୍ତୁତ ପ୍ରତ୍ୟେକ ବିପିଏଲ ତାଲିକାଭୁକ୍ତ ପରିବାରଙ୍କୁ ସ୍ମାର୍ଟ କାର୍ଡ ମାଧ୍ୟମରେ ସଂପୂର୍ଣ୍ଣ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଚଳନ କରାଯାଇଛି । ସହାୟତା ପରିମାଣ ବୀମାଧାରୀ ସଦସ୍ୟମାନଙ୍କ ନିମନ୍ତେ ୭୨୫ ପ୍ରକାରର ଚିକତ୍ସା ପାଇଁ ବାର୍ଷିକ ସର୍ବୋଚ୍ଚ ୩୦,୦୦୦ ଟଙ୍କା ଖର୍ଚ୍ଚ କରାଯାଇଥାଏ। କଂପାନୀ ଦ୍ଵାରା ନିର୍ଦ୍ଧାରିତ ହସ୍ପିଟାଲ/ନର୍ସିହୋମ୍ ରେ ଚିକତ୍ସା ପାଇଁ ଖର୍ଚ୍ଚ କରିବାକୁ ପଡେନାହିଁ । କୌଣସି ଦୁର୍ଘଟଣା କିମ୍ବା ରୋଗ ହେତୁ ହସ୍ପିଟାଲରେ ଭର୍ତ୍ତିହେବାର ଆବଶ୍ୟକ କ୍ଷେତ୍ରରେ ଯାତାୟତ ସହାୟତା ପାଇଁ ଥରକୁ ଟଙ୍କା ଓ ଏକ ବର୍ଷ ମଧ୍ୟରେ ଅତି ବେଶିରେ ଟଙ୍କା ର ସୁବିଧା ମିଳିଥାଏ । ହସ୍ପିଟାଲରେ ରୋଗୀ ଭର୍ତ୍ତି ହେବା ପୂର୍ବରୁ ରୋଗ ଚିହ୍ନଟ ସମ୍ବନ୍ଧୀୟ ପରୀକ୍ଷଣ ପାଇଁ ୧ ଦିନ ଓ ହୋସ୍ପିଟାଲରୁ ବାହାରିବାର ୫ ଦିନ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଚିକିତ୍ସା ଖର୍ଚ୍ଚ ମିଳିଥାଏ । ପ୍ରାକୃତିକ ଉପାୟରେ ପ୍ରସବ କିମ୍ବା ଅସ୍ତ୍ରାପଚାର ଜନିତ ପ୍ରସବ ପାଇଁ (ପୂର୍ବରୁ ଥିବା ସନ୍ତାନକୁ ମିଶାଇ ଦୁଇଟି ସନ୍ତାନ ପର୍ଯ୍ୟନ୍ତ)ଚିକିତ୍ସା ଖର୍ଚ୍ଚ ମିଳିଥାଏ । ନବଜାତ ଶିଶୁ କ୍ଷେତ୍ରରେ ଅନ୍ତବିଭାଗୀୟ ରୋଗୀ ଭାବରେ ଜନ୍ମରେ ପ୍ରଥମ ଦିନରୁ ବୀମା ପଲିସର ସମୟ ସୀମା ଶେଷ ହୋଇଯାଏ ଚିକିତ୍ସା ଖର୍ଚ୍ଚ ପ୍ରଦାନ କରାଯାଇଥାଏ । ସ୍ୱାସ୍ଥ୍ୟସେବା ପାଇବା ପାଇଁ ନିୟମାବଳୀ ଯୋଜନାରେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ କଂପାନୀ ତରଫରୁ ପ୍ରତ୍ୟେକ ବିପିଏଲ୍ ପରିବାରକୁ ‘ଚିପ୍’ ଲାଗିଥିବା ଏକ ସ୍ମାର୍ଟ କାର୍ଡ ଯୋଗାଇ ଦିଆଯାଇଥାଏ । ଏଥିରେ ପରିବାର ବୀମାଧରା ସଦସ୍ୟମାନଙ୍କର ଫଟୋ ଓ ଟିପଚିହ୍ନ ସମେତ ସମସ୍ତ ସୂଚନାରେ କାର୍ଡ ଆକାରରେ ଲିପିବଦ୍ଧ ହୋଇଥାଏ । ଏହି କାର୍ଡ ପାଇଁ ପ୍ରତ୍ୟେକ ପରିବାରଙ୍କୁ ଟଙ୍କା ଦେବାକୁ ପଡିଥାଏ ଓ ଏଥିପାଇଁ ପ୍ରାପ୍ତିସ୍ଵୀକାର ରସିଦ୍ କଂପାନୀ ଦେଇଥାଏ । କଂପାନୀ ଦ୍ଵାରା ନିର୍ଦ୍ଧାରିତ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ପାଇବାକୁ ଗଲାବେଳେ ପରିବାରର ସଦସ୍ୟଙ୍କୁ ଏହି କାର୍ଡ ସାଙ୍ଗରେ ନେବା ଆବଶ୍ୟକ ହୋଇଥାଏ । ଏହି କାର୍ଡ ହଜିଗଲେ କିମ୍ବା ଖରାପ ହୋଇଗଲେ ହିତାଧିକାରୀ ବୀମା କଂପାନୀର ଜିଲ୍ଲା କାର୍ଯ୍ୟାଳୟକୁ ଯାଇ ନିର୍ଦ୍ଧାରିତ ମୂଲ୍ୟ ଦେଇ ଏକ ନୂତନ କାର୍ଡ ପାଇପାରିବେ । ପରିବାରର କୌଣସି ସଦସ୍ୟଙ୍କର ନାମ ସଂଯୋଗ କରିବା କିମ୍ବା ବାଦ୍ ଦେବାପାଇଁ ଯଦି ହିତାଧିକାରୀ ଚାହୁଁଥାନ୍ତି,ତେବେ ଜିଲ୍ଲା କାର୍ଯ୍ୟାଳୟକୁ ଏହା କରିପାରିବେ । ଯଦି ହିତାଧିକାରୀ ନିର୍ଦ୍ଧାରିତ ସ୍ୱାସ୍ଥ୍ୟସେବା ରାଶିର ଚିକିତ୍ସା ୨ ଗୋଟି ଅଲଗା ଅଲଗା ସ୍ଥାନରେ ପାଇବାକୁ ଚାହୁଁଥାନ୍ତି,ତେବେ ବୀମା କଂପାନୀ ଜିଲ୍ଲା କାର୍ଯ୍ୟଳୟକୁ ଯାଇ ଏକ ନିର୍ଦ୍ଧାରିତ ମୂଲ୍ୟଦେଇ ନୂଆ କାର୍ଡ ପାଇପାରିବେ । ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ