ଯୋଜନାର ଉଦ୍ଦେଶ୍ୟ ଏହା ଏକ ସାମୂହିକ ଯୋଜନା ଚିକିତ୍ସାଳୟଗୁଡିକର ପରିଷ୍କାର ପରିଛନ୍ନତାକୁ ସୁନିଶ୍ଚିତ କରିବା । ସ୍ୱାସ୍ଥ୍ୟ ସେବାର ଗୁଣାତ୍ଜକ ମାନ ବଢାଇବା । ଚିକିତ୍ସାଳୟ ଗୁଡିକର ଗୁଣାତ୍ଜକ ପରିଚାଳନା ଏବଂ ସେଥିରେ ଗୋଷ୍ଠୀ ଭାଗୀଦାରିତା ବଢାଇବା । ସ୍ୱାସ୍ଥ୍ୟ ସଂସ୍ଥାଗୁଡିକର ଉନ୍ନତିକରଣ ଏବଂ ଆଧୁନିକୀକରଣ,ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସୁବିଧା ମହଜୁଦ ରଖିବା, ବିଭିନ୍ନ ଆବଶ୍ୟକୀୟ ଯନ୍ତ୍ରପାତି କିଣିବା ଏବଂ ସ୍ୱାସ୍ଥ୍ୟ ସୁବିଧାର ତଦାରଖ କରିବା ସହ ଅଧିକାରୀମାନଙ୍କର ଉତ୍ତର ଦାୟିତ୍ତ୍ଵକୁ ସୁନିଶ୍ଚିତ କରିବା । ଚିକିତ୍ସାଳୟର ଆବଶ୍ୟକୀୟ ଖର୍ଚ୍ଚ ଉଠାଇବା ନିମିତ୍ତ ବ୍ୟବହାରକାରୀ ଚାର୍ଜସ୍ ସଂଗ୍ରହ ଦ୍ଵାରା ସମ୍ବଳର ଆୟୋଜନ କରିବା । ଗଠନ ପ୍ରଣାଳୀ ରୋଗୀକଲ୍ୟାଣ ସମିତି ପଞ୍ଜିକୃତ ହେବା ଉଚିତ୍ ଏବଂ ଏହା ପ୍ରତ୍ୟେକ ଚିକିତ୍ସାଳୟ ଯଥା ଜିଲ୍ଲା,ସବଡିଭିଜନ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ଗଠନ କରାଯିବ, ରୋଗୀ କଲ୍ୟାଣ ସମିତିରେ ନିମ୍ନ ସଦସ୍ୟମାନେ ରହିବେ । ଲୋକ ପ୍ରତିନିଧି – ବିଧାୟକ,ସାଂସଦ ସ୍ୱାସ୍ଥ୍ୟ ଅଧିକାରୀ – ( ଆୟୁଷ ଡାକ୍ତର ମଧ୍ୟ ଏଥିରେ ଅନ୍ତର୍ଭୃକ୍ତ ) ସ୍ଥାନୀୟ ଜିଲ୍ଲା ଓ ବ୍ଲକ ଅଧିକାରୀ । ସ୍ଥାନୀୟ ଗୋଷ୍ଠି /ସମୁଦାୟର ନେତୃ ସ୍ଥାନୀୟ ବ୍ୟକ୍ତି । ସ୍ଥାନୀୟ ଚିକିତ୍ସାଳୟର ମୁଖ୍ୟ ଅଧିକାରୀ । ଭାରତୀୟ ମେଡିକାଲ ଆସୋସିଏସନର ପ୍ରତିନିଧି । ସ୍ଥାନୀୟ ଶାସନ ଯଥା ପଞ୍ଚାୟତରାଜ ସଂସ୍ଥାର ପ୍ରତିନିଧି । ମୁଖ୍ୟ ସହାୟତାକାରୀ ସଂସ୍ଥା / ବେସରକାରୀ ସଂସ୍ଥା ପ୍ରତିନିଧି । ରୋଗୀ କଲ୍ୟାଣ ସମିତି ମୁଖ୍ୟତଃ ଏକ ସରକାରୀ ସଂସ୍ଥା ଭାବେ କାର୍ଯ୍ୟ ନକରି ଏକ ବେସରକାରୀ ସଂସ୍ଥା ଭାବେ କାର୍ଯ୍ୟ କରିବ । ଏହା ଚିକିତ୍ସାଳୟରେ ଥିବା ସମସ୍ତ ସରକାରୀ ଆସବାବପତ୍ର ଗୁଡିକର ବ୍ୟବହାର କରିପାରିବ । ରୋଗୀ କଲ୍ୟାଣ ସମିତି ଅନ୍ୟାନ୍ୟ ସ୍ରୋତ ଯଥା ସହାୟତାକାରୀ ସଂସ୍ଥା, ବେସରକାରୀ ସଂଗଠନ,ସରକାରୀ ବିଭାଗ, ବ୍ୟାଙ୍କ ଆଦିମାନଙ୍କରୁ ଆର୍ଥିକ ସହାୟତା, ଋଣ ଆଦି ଆଣିପାରିବ ଏବଂ ଏହି ଅର୍ଥ ସମିତିର ନିଜସ୍ୱ ବ୍ୟାଙ୍କ ଖାତାରେ ଜମା ରଖି ଏହାକୁ ପରିଚାଳନା କମିଟି ଅନୁମୋଦନ କ୍ରମେ ଖର୍ଚ୍ଚ କରାଯିବ । କାର୍ଯ୍ୟର ରୂପରେଖ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହଉଛନ୍ତି ତାହା ଦେଖିବା । ଚିକିତ୍ସାଳୟ ପାଇଁ ବିଭିନ୍ନ ଆସବାବ ପତ୍ର, ଆମ୍ବୁଲାନ୍ସ ଆଦିର ଆୟୋଜନ କରିବା ( ଏଗୁଡ଼ିକୁ ସମିତି ବିଭିନ୍ନ ସୂତ୍ରରୁ କ୍ରୟ କରିପାରେ । ସହାୟତା ବହବେ ଗ୍ରହଣ କରିପାରେ, ଭଡା ଅଥବା ଅନ୍ୟାନ୍ୟ ସୂତ୍ରରେ ନେଇପାରେ ଅଥବା ବ୍ୟାଙ୍କରୁ ଋଣ ନେଇ କ୍ରୟ କରିପାରେ ) ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଏବଂ ଆବଶ୍ୟକୀୟ ପରାମର୍ଶ ଗ୍ରହଣ କରି ଚିକିତ୍ସାଳୟ ପାଇଁ ନୂତନ ଘର ତିଆରି କରିବା । ଚିକିତ୍ସାଳୟର ଗୂହ ,ଗାଡି ଏବଂ ଅନ୍ୟାନ୍ୟ ଆସବାବ ପତ୍ରଗୁଡିକର ରକ୍ଷାଣ ବେକ୍ଷଣ କରାଯିବ । ବିଭିନ୍ନ ଅନାବଶ୍ୟକ ହୋଇପଡିଥିବା ଆସବାବ ପତ୍ରଗୁଡିକୁ ବିକ୍ରିପାଇଁ ନିଲାମ ଡାକିବା । ଏହି ଅର୍ଥ ରୋଗୀ କଲ୍ୟାଣ ସମିତିର ବ୍ୟାଙ୍କ ଖାତାରେ ଜମା ରଖାଯିବ । ରୋଗୀ ଏବଂ ସେମାନଙ୍କ ସହାୟକମାନଙ୍କ ପାଇଁ ଖାଇବା ଆଦିର ବ୍ୟବସ୍ଥା କରିବା । ବିଭିନ୍ନ ବେସରକାରୀ ସଂସ୍ଥା ତଥା ବ୍ୟକ୍ତିବିଶେଷଙ୍କ ସହଯୋଗିତା ରେ ଚିକିତ୍ସାଳୟରେ ସେବା ପ୍ରଦାନର ବ୍ୟବସ୍ଥାକୁ ମଜବୁତ କରିବା । ପରିଚ୍ଛନ୍ନତା ପାଇଁ କାର୍ଯ୍ୟ କରିବା,ରୋଗ ଚିହ୍ନଟିକରଣ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପରୀକ୍ଷଣ ପାଇଁ ସୁବିଧା କରାଯିବ । ସମିତିର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଚିକିତ୍ସାଳୟ ନାମରେ ଥିବା ଅଦରକାରୀ ଜମିକୁ ବିଭିନ୍ନ କାର୍ଯ୍ୟପାଇଁ ଲିଜ୍ ପ୍ରଦାନ କରାଯିବ । ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ