ଲକ୍ଷ୍ୟ ଦେଶରେ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟ ସେବାରେ ଦେଖାଦେଉଥିବା ଅସମାନତାକୁ ସଜାଡିବା ହେଉଛି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଲକ୍ଷ୍ୟ ଏବଂ ଭାରତରେ ଥିବା ଦୁର୍ବଳ ରାଜ୍ୟ ଗୁଡ଼ିକରେ ଚିକିତ୍ସା ବିଜ୍ଞାନ ଶିକ୍ଷାକୁ ଉତ୍ସାହିତ କରିବା । ଏହି ଯୋଜନା ୨୦୦୬ ମାର୍ଚ୍ଚ ମାସରେ କରାଯାଇଥିଲା। କାର୍ଯ୍ୟକାରିତା ପ୍ରଥମ ପଦକ୍ଷେପ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ୨ଟି ସଂସ୍ଥା ରହିଛି । ପ୍ରଥମତଃ ସାରା ଦେଶରେ ୬ଟି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ (AIIMS) ଖୋଲାଯିବ ଏବଂ ୧୩ଟି ସରକାରୀ ମେଡ଼ିକାଲ କଲେଜର ଭିତ୍ତିଭୂମିରେ ବିକାଶ କରାଯିବ । ବିହାର, ଛତିଶଗଡ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଏବଂ ଉତ୍ତରାଞ୍ଚଳ ରେ ୬ଟି ଏମ୍ସରେ ପ୍ରତିଷ୍ଠା ହେବ, ପ୍ରତ୍ୟେକ ଏମ୍ସ ପାଇଁ ୮୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ମାନବସମ୍ବଳ ବିକାଶ, ସାକ୍ଷରତା ହାର, ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଜନସଂଖ୍ୟା, ମୃତପିଲା ଆୟ ଏବଂ ସ୍ୱାସ୍ଥ୍ୟ ପରିସ୍ଥିତି ଯେପରି ଲୋକସଂଖ୍ୟା ଅନୁପାତରେ ହସ୍ପିଟାର ଶର୍ଯ୍ୟାସଂଖ୍ୟା, ସଂକ୍ରମଣଶୀଳ ରୋଗ, ନବଜାତ ମୃତ୍ୟୁ ସଂଖ୍ୟା ଇତ୍ୟାଦିକୁ ରାଜ୍ୟମାନଙ୍କର ମାପଦଣ୍ଡ କରାଯାଇ ଏମ୍ସ ପ୍ରତିଷ୍ଠା କରାଯିବାର ଯୋଜନା କରାଗଲା । ପ୍ରତ୍ୟେକ ଅନୁଷ୍ଠାନ ୯୬୦ ବେଡରେ (ମେଡ଼ିକାଲ କଲେଜ ପାଇଁ ୫୦୦ ବେଡ଼, ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ପାଇଁ ୩୦୦ ବେଡ଼, ICU, ଆକ୍ସିଡେଣ୍ଟ ପାଇଁ ୧୦୦ ବେଡ଼, ୩୦ ବେଡ଼ ଶାରୀରିକ ବିକଳାଙ୍ଗ ଏବଂ ୩୦ ବେଡ଼ ଆୟୁଷ ବିଭାଗ ) ସ୍ପେସାଲ ଏବଂ ସୁପର ସ୍ପେଶାଲ ସ୍ୱାସ୍ଥ୍ୟ ଯୋଗାଇ ଦିଆଯିବ ମେଡିକାଲ କଲେଜ ମାନଙ୍କରେ ୧୦୦ UG ରେ ପିଜି ପାଠ୍ୟକ୍ରମ ରହିବ । ମେଡିକାଲ କାଉନ୍ସିଲ ଅଫ ଇଣ୍ଡିଆର ନିୟମ ଅନୁସାରେ ଡାକ୍ତରୀ ପାଠ୍ୟ କ୍ରମ ଏବଂ ନର୍ସିଂ କାଉନ୍ସିଲ ଅନୁଯାୟୀ ନର୍ସିଂ ପାଠ୍ୟ କ୍ରମ ରହିବ । ଏହା ଛଡା ୧୩ଟି ମେଡିକାଲ ଅନୁଷ୍ଠାନ ର ଭିକ୍ତି ଭୂମିରେ ବିକାଶ କରାଯିବ । ୧୦ ଟି ରାଜ୍ୟରେ କରାଯିବାର ପ୍ରସ୍ତାବ ରହିଛି । ଏଥି ପାଇଁ କେନ୍ଦ୍ର ସରକାର ୧୦୦କୋଟି ପ୍ରଦାନ କଲାବେଳେ ରାଜ୍ୟ ସରକାର ୨୦କୋଟି ପ୍ରଦାନ କରିବେ । ଗଭର୍ମେଣ୍ଟ ମେଡିକାଲ କଲେଜ, ଜାମ୍ମୁ, ଜାମ୍ମୁ ଓ କାଶ୍ମୀର ଗଭର୍ମେଣ୍ଟ ମେଡିକାଲ କଲେଜ, ଶ୍ରୀନଗର, ଜାମ୍ମୁ ଓ କାଶ୍ମୀର କୋଲକାତା ମେଡ଼ିକାଲ କଲେଜ, କୋଲକାତା, ୱେଷ୍ଟ ବେଙ୍ଗଲ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ, ଲଖନୋ, ଉତ୍ତରପ୍ରଦେଶ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ,ବିଏଚୟୁ, ବାରଣାସୀ, ଉତ୍ତରପ୍ରଦେଶ ନିଜାମ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ, ହାଇଦ୍ରାବାଦ, ତେଲେଗାନ ଶ୍ରୀ ବିବେକାନନ୍ଦ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ, ତିରୁପତି, ଆନ୍ଧ୍ର ପ୍ରଦେଶ ଗଭର୍ମେଣ୍ଟ ମେଡ଼ିକାଲ କଲେଜ, ସାଲେମ, ତାମିଲନାଡୁ ବିଜେ ମେଡ଼ିକାଲ କଲେଜ, ଗୁଜୁରାଟ ବ୍ୟାଙ୍ଗାଲୁରୁ ମେଡ଼ିକାଲ କଲେଜ, ବ୍ୟାଙ୍ଗାଲୁରୁ, କର୍ଣ୍ଣାଟକା ଗଭର୍ମେଣ୍ଟ ମେଡ଼ିକାଲ କଲେଜ, ଥିରୁବନାଥପୁରମ, କେରଳ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ,ରାଞ୍ଚି ଗ୍ରାଣ୍ଟ୍ସ ମେଡ଼ିକାଲ କଲେଜ ଆଣ୍ଡ ଶ୍ରୀ ଜେ.ଜେ ଗ୍ରୁପ ଅଫ ହସ୍ପିଟାଲ, ମୁମ୍ବାଇ, ମହାରାଷ୍ଟ୍ର । ଦ୍ଵିତୀୟ ପର୍ଯ୍ୟାୟ ପ୍ରଧାନ ମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଏମ୍ସ ଭଳି ଆଉ ଦୁଇଟି ଅନୁଷ୍ଠାନ ୱେଷ୍ଟ ବେଙ୍ଗଲ ଏବଂ ଉତ୍ତର ପ୍ରଦେଶରେ ପ୍ରତିଷ୍ଠା କରିବା ସହ ୬ଟି ମେଡ଼ିକାଲ କଲେଜର ଭିତ୍ତି ଭୂମିରେ ସୁଧାର ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଗଭର୍ମେଣ୍ଟ ମେଡ଼ିକାଲ କଲେଜ, ଅମ୍ରିତସର, ପଞ୍ଜାବ ଗଭର୍ମେଣ୍ଟ ମେଡ଼ିକାଲ କଲେଜ, ତାଣ୍ଡା, ହିମାଞ୍ଚଳ ପ୍ରଦେଶ ଗଭର୍ମେଣ୍ଟ ମେଡ଼ିକାଲ କଲେଜ, ମଦୁରାଇ, ତାମିଲନାଡୁ ଗଭର୍ମେଣ୍ଟ ମେଡ଼ିକାଲ କଲେଜ,ନାଗପୁର, ମହାରାଷ୍ଟ୍ର ଜବାହାର ଲାଲ ନେହେରୁ ମେଡ଼ିକାଲ କଲେଜ ଅଫ ଅଲିଗାର୍ହ ମୁସଲିମ ୟୁନିଭର୍ସିଟି, ଅଲିଗାର୍ହ ପଟ. ବି.ଡ. ସର୍ମା ପୋଷ୍ଟଗ୍ରାଜ୍ୟୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ, ରୋହଟୋକ ପ୍ରତ୍ୟେକ ଏମ୍ସ ପାଇଁ ୮୦୦, ୨୩କୋଟି ଟଙ୍କା ଖର୍ଚ୍ଚ କରାଯିବ । ମେଡ଼ିକାଲ କଲେଜର ଭିତ୍ତି ଭୂମିକୁ ୧୨୫କୋଟି ଟଙ୍କା ଖର୍ଚ୍ଚ କରାହେବ । ତୃତୀୟ ପର୍ଯ୍ୟାୟ ପ୍ରଧାନ ମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ କେତେ ଗୁଡିଏ ମେଡ଼ିକାଲ କଲେଜ ର ଭିତ୍ତି ଭୂମିକୁ ସଜାଡିବାର ପ୍ରସ୍ତାବ ରହିଛି । ଗଭର୍ମେଣ୍ଟ ମେଡ଼ିକାଲ କଲେଜ, ଝାନ୍ସି, ଉତ୍ତର ପ୍ରଦେଶ ଗଭର୍ମେଣ୍ଟ ମେଡ଼ିକାଲ କଲେଜ, ରେୱା, ମଧ୍ୟ ପ୍ରଦେଶ ଗଭର୍ମେଣ୍ଟ ମେଡ଼ିକାଲ କଲେଜ, ଗୋରଖପୁର, ଉତ୍ତର ପ୍ରଦେଶ ଗଭର୍ମେଣ୍ଟ ମେଡ଼ିକାଲ କଲେଜ, ଧାରବଙ୍ଗା, ବିହାର ଗଭର୍ମେଣ୍ଟ ମେଡ଼ିକାଲ କଲେଜ,ଖୋଜିକୋଡେ, କେରଳ ବିଜୟନଗର ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ, ବେଲେରୀ, କର୍ଣ୍ଣାଟକ ଗଭର୍ମେଣ୍ଟ ମେଡ଼ିକାଲ କଲେଜ,ମୁଜାଫରପୁର,ବିହାର ଏହି ଭିତ୍ତିଭୂମିକୁ ସଜାଡିବା ପ୍ରକଳ୍ପ ପାଇଁ ୧୫୦କୋଟିର ବେୟ ବରାଦ କରାଯାଇଛି । ଯେଉଁ ଥିରେ କେନ୍ଦ୍ର ସରକାର ୧୨୫କୋଟି ଦେବା ବେଳେ ରାଜ୍ୟ ସରକାର ୨୫କୋଟି ପ୍ରଦାନ କରିବେ । ଆଧାର - Website of PMSSY