ଜାତୀୟ ସ୍ୱାସ୍ଥ୍ୟ ମିଶନ ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କୁ ଦାୟିତ୍ଵ ସହ ସମାନ, ବ୍ୟୟ କରିବାର ସାମର୍ଥ୍ୟ ଏବଂ ଗୁଣବାର୍ତ୍ତା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ଜାତୀୟ ସ୍ୱାସ୍ଥ୍ୟ ମିଶନର ଲକ୍ଷ୍ୟ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିମ୍ନଲିଖିତ ଦିଗ ଗୁଡ଼ିକ ପ୍ରତି ଲକ୍ଷ୍ୟ ସାଧନ ନିମନ୍ତେ ନିଶ୍ଚିନ୍ତ କରେ - ମାତୃ ମୃତ୍ୟୁ ହ୍ରାସ (MMR) ୧/୧୦୦ । ଶିଶୁ ମୃତ୍ୟୁ ହାର ହ୍ରାସ ୨୫/୧୦୦ ଜନ୍ମିତ ଶିଶୁ । ଫଟିଲିଟି ହ୍ରାସ କରିବା ୨.୧ । ୧୫ – ୪୯ ବର୍ଷ ବୟସ ମଧ୍ୟରେ ଥିବା ମହିଳାଙ୍କ ମଧ୍ୟରେ ରକ୍ତହୀନତା ସମସ୍ୟା ହ୍ରାସ । ସଂକ୍ରମଣ, ଅଣସଂକ୍ରମଣ ରୋଗରୁ ମୃତ୍ୟୁ, ମୃତ୍ୟୁ ଆଶଙ୍କାକୁ କମାଇବା । ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକ ଘରୁ ଖର୍ଚ୍ଚ ହେଉଥିବା ରାଶିକୁ କମ କରିବା । ଟିବିରେ ବର୍ଷକୁ ହେଉଥିବା ମୃତ୍ୟୁ ସଂଖ୍ୟାକୁ ଅଧା କରିବା। ପ୍ରତ୍ୟେକ ଜିଲ୍ଲାରେ ଲେପରସି ରୋଗୀ ସଂଖ୍ୟା ଶୂନକୁ ଆଣିବା ଓ ମୃତ୍ୟୁ ସଂଖ୍ୟା < ୧/୧୦୦୦ । ମେଲେରିଆରେ ମୃତ୍ୟୁ ସଂଖ୍ୟା <୧/୧୦୦୦ କରିବ । ପ୍ରତ୍ୟେକ ଜିଲ୍ଲାରେ ଫାଇଲେରିଆ ରୋଗୀ ସଂଖ୍ୟା ୧ ପ୍ରତିଶତରୁ କମ କରିବା । କଳାଜ୍ଵରକୁ ପ୍ରତ୍ୟେକ ବ୍ଲକକୁ ୨୦୧୫ ସୁଦ୍ଧା ହଟାଇବା । ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଂଶ ଜାତୀୟ ସ୍ୱାସ୍ଥ୍ୟ ମିଶନର ଗଠନ ୨ଟି ମିଶନକୁ ନେଇ ଗଠନ କରାଯାଇଛି । ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ ଏବଂ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ । ଜାତୀୟ ସ୍ୱାସ୍ଥ୍ୟ ମିଶନର ଆର୍ଥିକ ଅଂଶ NRHM – RCH ଆର୍ଥିକ ବ୍ୟବସ୍ଥା NUHM ଆର୍ଥିକ ବ୍ୟବସ୍ଥା ସଂକ୍ରମଣ ରୋଗ ପାଇଁ ଆର୍ଥିକ ବ୍ୟବସ୍ଥା ଅଣସଂକ୍ରମଣ ରୋଗ, ଆକ୍ସିଡେଣ୍ଟ ପାଇଁ ଆର୍ଥିକ ବ୍ୟବସ୍ଥା । ଭିତ୍ତିଭୂମିର ପରିଚାଳନା ପରିବାର କଲ୍ୟାଣ ଅଂଶ ପ୍ରମୁଖ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟ ସେବା ତ୍ୱରାନିତ୍ଵ କରିବା । ପ୍ରଜନନ, ମାତୃ – ନବଜାତଶିଶୁ ଏବଂ କିଶୋରୀ ସ୍ୱାସ୍ଥ୍ୟ । ସଂକ୍ରମଣ ଏବଂ ଅଣସଂକ୍ରମଣ ରୋଗ । ରାଜ୍ୟ ମାନଙ୍କୁ ଯୋଜନା କରିବା ଏବଂ ତାକୁ କାର୍ଯ୍ୟକାରୀ କରାଇବା ପାଇଁ ସ୍ଵାଧିନତା ଦିଆଯାଇଛି । ଏହା ଦ୍ଵାରା ଅନେକ ସୁବିଧା ରହିଛି ପ୍ରଥମତ ଜିଲ୍ଲା, ବ୍ଲକ ସ୍ତରରେ ଆଞ୍ଚଳିକ ଯୋଜନାକୁ ସଂଶକ୍ତ କରିବା, ଦ୍ଵିତୀୟରେ ଏହା ଦ୍ଵାରା ଅତ୍ୟଧିକ ଆବଶ୍ୟକ ଥିବା ଜିଲ୍ଲାରେ ଯୋଜନା କରିବା ସୁବିଧା ହୁଏ । ତୃତୀୟରେ ଜିଲ୍ଲା ଏବଂ ରାଜ୍ୟରେ ଯୋଗାଯୋଗ ସୁବିଧା ହୁଏ । ଆଧାର - "ଜାତୀୟ ସ୍ୱାସ୍ଥ୍ୟ ମିଶନ" ସମ୍ବନ୍ଧିତ ସମ୍ବଳ "NRH ଫ୍ରେମୱାର୍କ କାର୍ଯ୍ୟକ୍ରମ ୨୦୧୨ -୨୦୧୭"