ଜାତୀୟ ସ୍ୱାସ୍ଥ୍ୟ ମିଶନ ଗଠନ ୨୦୦୫, ଏପ୍ରିଲ ୧୨ ତାରିଖରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଗଠନ କରାହୋଇଥିଲା, ଗ୍ରାମାଞ୍ଚଳ ଲୋକଙ୍କୁ ବିଶେଷ କରି ଗରିବ ଅସହାୟ ମାନଙ୍କୁ ସୁବିଧାରେ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଗ୍ରାମାଞ୍ଚଳରେ ବିଶେଷ କରି ଅବହେଳିତ ଲୋକଙ୍କୁ ଉତ୍ତମମାନର ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଉଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ଏମ୍ପପାୱାର ଆକସନ ଗ୍ରୁପ, ଉତ୍ତର ପୂର୍ବ ରାଜ୍ୟ, ଜାମ୍ମୁ – କାଶ୍ମୀର ଏବଂ ହିମାଞ୍ଚଳ ପ୍ରଦେଶକୁ ବିଶେଷ ଧ୍ୟାନ ଦିଏ । ପୂର୍ଣ୍ଣମାତ୍ରାରେ କାର୍ଯ୍ୟ କରୁଥିବା, ଗୋଷ୍ଠୀର ମାଲିକାନାରେ ବିକେନ୍ଦ୍ରୀରେଣ ସ୍ୱାସ୍ଥ୍ୟସେବା ଯୋଗାଇବା ହେଉଛି ମିଶନ ପ୍ରତିଷ୍ଠାର ଲକ୍ଷ୍ୟ । ସ୍ୱାସ୍ଥ୍ୟ ସେବାରେ ପାନୀୟ ଜଳ, ଶିକ୍ଷା ପୋଷଣ, ସାମାଜିକ ଏବଂ ଲିଙ୍ଗଗତ ସମାନତା ଇତ୍ୟାଦି ଅନ୍ତର୍ଭୁକ୍ତ । ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ, ପ୍ରଜନନ, ମା, ନବଜାତ, ଶିଶୁ ସ୍ୱାସ୍ଥ୍ୟ ଏବଂ କିଶୋରୀ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଉପରେ କେନ୍ଦ୍ରିତ କରେ । ଜୀବନ ଚକ୍ରକୁ ଆପଣାଇ ମା ଓ ଶିଶୁର ସ୍ୱାସ୍ଥ୍ୟର ଯତ୍ନ ନିଆଯାଏ । କାର୍ଯ୍ୟକାରିତାର ଆଧାର ଗୋଷ୍ଠୀରେ ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଏହାର ମୁଖ୍ୟ କାର୍ଯ୍ୟ । ସ୍ୱାସ୍ଥ୍ୟ ସୁବିଧା ପାଇବା ପାଇଁ ଥିବା ବ୍ୟାଘାତ ଗୁଡିକ ହଟାଇ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ସୁଲଭ କରାଇବା, ମାନବ ସମ୍ବଳ ପରିଚାଳନା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଇତ୍ୟାଦି କରାଇବା ହେଉଛି ମୁଖ୍ୟ ଆଧାର । ଅନୁଷ୍ଠାନର ଗଠନ ଜାତୀୟ ସ୍ତରରେ NHMର ମିଶନ ଷ୍ଟେରିଙ୍ଗ ଗ୍ରୁପର ରହିଥାଏ, ଯାହାର ମୁଖ୍ୟ ହେଉଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମନ୍ତ୍ରୀ । ଏମୱାରିଙ୍ଗ ପୋଗ୍ରାମ କମିଟିର ମୁଖ୍ୟ ହେଉଛନ୍ତି ସ୍ୱାସ୍ଥ୍ୟ ପରିବାର କଲ୍ୟାଣର ସଚିବ । ରାଜ୍ୟସ୍ତର ମିଶନରେ ନିଜେ ମୁଖ୍ୟମନ୍ତ୍ରୀ ଏହାର ମୁଖ୍ୟ ରହନ୍ତି । ସାରା ରାଜ୍ୟରେ ମିଶନର କାର୍ଯ୍ୟ କାରିତାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସୋସାଇଟି ତଦାରଖ କରେ । ମୁଖ୍ୟ ଉଦ୍ଦେଶ୍ୟ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ବନ୍ଧରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦକ୍ଷତା ବିକାଶ । ମହିଳା ସ୍ୱାସ୍ଥ୍ୟକର୍ମୀ ( ଆଶା)ଙ୍କ ଦ୍ଵାରା ପ୍ରତ୍ୟେକ ଘରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା । ପଞ୍ଚାୟତ ସ୍ତରରେ ପ୍ରତ୍ୟେକ ଗାଁରେ ସ୍ୱାସ୍ଥ୍ୟ ଯୋଜନା, ଗ୍ରାମ୍ୟ ସ୍ୱାସ୍ଥ୍ୟ କମିଟି ଦ୍ଵାରା ଗଠନ କରାଯାଏ । ସବସେଣ୍ଟରକୁ କ୍ଷମତାଶାଳୀ କରି ଅଧିକା ଲୋକଙ୍କୁ ନିଯୁକ୍ତି ଦେବା । କମୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଅତ୍ୟାଧୁନିକ କରି ୩୦ ରୁ ୫୦ ଶର୍ଯ୍ୟା ବିଶିଷ୍ଟ କରାଇବା । ଜାତୀୟ, ରାଜ୍ୟ ଓ ଜିଲ୍ଲାର ସ୍ୱାସ୍ଥ୍ୟ ମିଶନକୁ ବୈଷୟିକ ସହାୟତା ଯୋଗାଇବା । ତଥ୍ୟ ସଂଗ୍ରହକୁ ଶକ୍ତିଶାଳୀ କରିବା ସହ ଯୋଜନା ତଦାରଖ ଓ ପରିଦର୍ଶନ କରିବା । ଅନ୍ୟାନ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ଅଣ ଆନୁଷ୍ଠାନିକ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇବା । ପବ୍ଲିକ – ପ୍ରାଇଭେଟ ଅଂଶଦାରୀକୁ ପ୍ରୋତ୍ସାହନ ଦେବା । ସ୍ୱାସ୍ଥ୍ୟ ଚିକିତ୍ସାରେ ଆୟୁବେଦିକକୁ ସାମିଲ କରିବା । ଚିକିତ୍ସା ବିଜ୍ଞାନର ନୈତିକତା, ଚିକିତ୍ସା ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ । ଆନୁଷ୍ଠାନିକ ପରିଚାଳନା ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପରିମଳ ସମିତି (ଗ୍ରାମ୍ୟ ସ୍ତରରେ ପଞ୍ଚାୟତ ପ୍ରତିନିଧି, ANM / MPW, ଅଙ୍ଗନୱାଡି କର୍ମୀ, ଶିକ୍ଷକ, ଆଶା, ଗୋଷ୍ଠୀ ସ୍ଵେଚ୍ଛାସେବି । ପବ୍ଲିକ ହସ୍ପିଟାଲକୁ ଗୋଷ୍ଠୀ ପରିଚାଳନା ପାଇଁ ରୋଗୀ କଲ୍ୟାଣ ସମିତି ଗଠନ । ରାଜ୍ୟ ସ୍ୱାସ୍ଥ୍ୟ ମିଶନକୁ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମିଶନ ମୁଖ୍ୟ ପଦରେ ରହନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଶ୍ରଣ । ଏହି ଜାତୀୟ ସ୍ୱାସ୍ଥ୍ୟ ମିଶନ ଗାଇଡଲାଇନ ବିଷୟରେ ଜାଣିବା ପାଇଁ,କ୍ଲିକ କରନ୍ତୁ ଆଧାର - ଜାତୀୟ ସ୍ୱାସ୍ଥ୍ୟ ମିଶନ ପ୍ରୋଟାଲ