ଯୋଜନାର ଉଦ୍ଦେଶ୍ୟ ଏହି ଯୋଜନା ୨୦୦୫ ମସିହା ଏପ୍ରିଲ ମାସ ୧୨ ତାରିଖରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରଯାଇଥିଲା । ଏହା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଏକ ଅଂଶବିଶେଷ । ଗରିବ ଗର୍ଭବତୀ ମା’ମାନଙ୍କୁ ସାହାଯ୍ୟ ଯୋଗାଇ ଦେଇ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ । ହିତାଧିକାରୀଙ୍କ ଯୋଗ୍ୟତା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ସମସ୍ତ ଗର୍ଭବତୀ ମହିଳା ଯାହାଙ୍କର ବୟସ ୧୯ବର୍ଷ ବା ତା’ ଠାରୁ ଅଧିକ, ସେମାନେ ଅତି ବେଶୀରେ ୨ ଟି ଛୁଆ ଜନ୍ମ କରିବା ପର୍ଯ୍ୟନ୍ତ ଏହି ସୁବିଧା ହାସଲ କରିପାରିବେ । ଚିହ୍ନଟ ପ୍ରକ୍ରିୟା ସାଧାରଣତଃ ଆଶା କର୍ମୀମାନେ ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରିଥାନ୍ତି ଓ ଜନନୀ ସୁରକ୍ଷା ଯୋଜନାରେ ସହାୟତା ପାଇବା ପାଇଁ ସେମାନଙ୍କ ନାମ ପଞ୍ଜିକରଣ କରିଥାନ୍ତି । ସାହାଯ୍ୟର ପରିମାଣ ଡାକ୍ତରଖାନାରେ ପ୍ରସବ ନିମନ୍ତେ ସମସ୍ତ ଗର୍ଭବତୀ ମା’ମାନଙ୍କୁ ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ ଗର୍ଭବତୀଙ୍କୁ ଡାକ୍ତରଖାନକୁ ନେବା ଓ ସେମାନଙ୍କ ଭଲ ମନ୍ଦ ବୁଝିବା ପାଇଁ ଆଶା ଆଶା କର୍ମୀମାନଙ୍କୁ ଟଙ୍କା ଦିଆଯାଇଥାଏ । ୨୯ ବର୍ଷରୁ ଉଦ୍ଧ୍ୱ ଗର୍ଭବତୀ ମହିଳା ନିଜ ବାସ ଗୃହରେ ତାଲିମପ୍ରାପ୍ତ ଧାଇଙ୍କ ଦ୍ଵାରା ପ୍ରସବ କଲେ ଆର୍ଥିକ ସାହାଯ୍ୟ ପାଇବାର ନିୟମ ରହିଛି । ଦୁଇଟି ସନ୍ତାନ ପ୍ରସବ କରିବା ପର୍ଯ୍ୟନ୍ତ ଏହି ସାହାଯ୍ୟ ପ୍ରସବ ସମୟରେ କିମ୍ବା ପ୍ରସବର ୭ ଦିନ ପୂର୍ବରୁ ଆଶାକର୍ମୀ କିମ୍ବା ଏ.ଏନ୍.ଏମ୍ ଦିଦି ଏହି ଟଙ୍କା ପ୍ରଦାନ କରିବେ । ସାହାଯ୍ୟକାରୀ ଅଧିକାରୀ – ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଅଭିଯୋଗ ଦାଖଲ ଏହି ଯୋଜନା ସାହାଯ୍ୟ ପାଇବାରେ ଯଦି ଆସୁବିଧା ଦେଖାଦେଲା ସିଧାସଳଖ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇପାରିବ । ଗ୍ରାମପଞ୍ଚାୟତର ଭୂମିକା ପ୍ରକୃତ ଗର୍ଭବତୀ ଚିହ୍ନଟରେ ସହାୟତା କରିବା । ଏହି ଯୋଜନାର କାର୍ଯ୍ୟକାରିତା ଅନୁଧାନ ଓ ତଦାରଖ କରିବା । ପଞ୍ଚାୟତସମିତିର ଭୂମିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର / ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀମାନଙ୍କ କାମ ତଦାରଖ କରିବା । ମିଳିତ ବୈଠକରେ ଏ ସଂକ୍ରାନ୍ତ ସମସ୍ୟାର ଆଲୋଚନା କରିବା ସଚେତନତା ସୃଷ୍ଟିରେ ସହଯୋଗ କରିବା । ଜିଲ୍ଲାପରିଷଦର ଭୂମିକା ସ୍ୱାସ୍ଥ୍ୟସେବା ତଥା ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକାରିତାରେ କିଛି ସମସ୍ୟା ଦୃଷ୍ଟିକୁ ଆସିଲେ ମିଳିତ ବୈଠକରେ ଆଲୋଚନା କରିବା । ଜନନୀ ସୁରକ୍ଷା ଯୋଜନାରେ ଅନୁଧ୍ୟାନ ଓ ତଦାରଖରେ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ସାହାଯ୍ୟ କରିବା । ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର /ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟକଳାପ ତଦାରଖ କରିବା । ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ