ମାସକର ହେଲା ବେଳକୁ ଶିଶୁ କରିପାରିବା ଉଚିତ ତା’ ଗାଲ ବା ପାଟିକୁ ଛୁଉଁଥିବା ହାତ ଆଡକୁ ମୁଣ୍ଡ ବୁଲାଇବା ଦୁଇ ହାତକୁ ନିଜ ପାଟି ପାଖକୁ ନେବ ପରିଚିତ ସ୍ଵର ବା ଶବ୍ଦ ଆଡକୁ ବୁଲିବ ସ୍ତନ ଚୁଚୁମିବ ଓ ହାତରେ ଏହାକୁ ଛୁଇଁବ ବାପାମା’ ଓ ଯତ୍ନକାରୀଙ୍କୁ ପଦେ ମାଆର ଦେହକୁ ଲଗାଇ ଶିଶୁକୁ ଶୁଆନ୍ତୁ ଏବଂ ଜନ୍ମର ଘଣ୍ଟାଏ ମଧ୍ୟରେ ମା’ କ୍ଷୀର ଖୁଆନ୍ତୁ ଶିଶୁକୁ ଉଠାଇ ଧରିବା ବେଳେ ତା’ମୁଣ୍ଡ ପଛପଟେ ହାତ ଦିଅନ୍ତୁ ଶିଶୁକୁ ଯଥେଷ୍ଟ ମାଲିସ ଓ ଗେଲ କରନ୍ତୁ ସବୁବେଳେ , ଏପରିକି ନିଜେ କ୍ଲାନ୍ତ ବା ବିଚଳିତ ଥିଲେ ମଧ୍ୟ , ଶିଶୁକୁ ଶାନ୍ତ ଭାବରେ ଧରନ୍ତୁ ଅତିକମ୍ ରେ ପ୍ରତି ଚାରି ଘଣ୍ଟାରେ ଥରେ କରି ନିୟମିତ ସ୍ତନ୍ୟପାନ କରାନ୍ତୁ ଯେତେ ସମ୍ଭବ ଶିଶୁ ଆଗରେ କଥା କୁହନ୍ତୁ , ପଢନ୍ତୁ ଓ ଗୀତ ଗାଆନ୍ତୁ ଜନ୍ମର ଛଅ ସପ୍ତାହ ପରେ ଶିଶୁକୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ନିଅନ୍ତୁ । ସତର୍କ ସୂଚନା ଭଲଭାବରେ ସ୍ତନକୁ ନଚୁଚୁମିବା ବା ଚୁଚୁମିବାକୁ ମନା କରିବା ହାତ ଓ ଗୋଡ କମ୍ ହଲାଇବା ଉଚ୍ଚ ଶବ୍ଦ ବା ଉଜଳ ଆଲୁଅ ପ୍ରତି ଅଳ୍ପ ବା କୌଣସି ପ୍ରକାର ପ୍ରତିକ୍ରିୟା ନଦେଖାଇବା କୌଣସି ନିର୍ଦ୍ଧିଷ୍ଟ କାରଣ ନଥାଇ ବହୁ ସମୟ ଧରି କାନ୍ଦିବା ବାନ୍ତି ଓ ତରଳ ଝାଡା ହୋଇ ଶିଶୁ ଦେହରୁ ଜଳୀୟ ଅଂଶ କମିଯିବା ଛଅ ମାସର ହେଲା ବେଳକୁ ଶିଶୁ କରିପାରିବା ଉଚିତ ପେଟେଇ ଶୋଇଥିବା ବେଳେ ମୁଣ୍ଡ ଓ ଛାତିକୁ ଉଠାଇବ ହଲୁଥିବା ଜିନିଷ ପାଖକୁ ହାତ ବଢାଇବ ଜିନିଷକୁ ଧରିବ ଓ ଝୁଲାଇବ ଦୁଇ ପାଖକୁ ଗଡି ପାରିବ ସାହାଯ୍ୟ ନେଇ ବସିବ ହାତ ଓ ପାଟିରେ ଲଗାଇ ଜିନିଷକୁ ଚିହ୍ନିବାକୁ ଚେଷ୍ଟା କରିବ ଶବ୍ଦ ଓ ମୁହଁର ଭଙ୍ଗୀକୁ ନକଲ କରିବା ଆରମ୍ଭ କରିବ ନିଜ ନାଁ ଓ ଚିହ୍ନା ମୁହଁ ପ୍ରତି ପ୍ରତିକ୍ରିୟା ଦେଖାଇବ ବାପାମା’ ଓ ଯତ୍ନକାରୀଙ୍କୁ ପଦେ ଶିଶୁକୁ ସଫା , ସମତଳ ଓ ସୁରକ୍ଷିତ ଚଟାଣରେ ଶୁଆନ୍ତୁ । ଫଳରେ ସେ ସହଜରେ ଯାଇ ଜିନିଷ ପାଖରେ ପହଞ୍ଚି ପାରିବ ଶିଶୁକୁ ଏପରି ଧରନ୍ତୁ ଯେପରି ସେ ଆଖପାଖରେ କ’ଣ ହେଉଛି ଦେଖିପାରିବ ଆବଶ୍ୟକ ଅନୁସାରେ ଦିନରାତି ସ୍ତନ୍ୟପାନ ଜାରି ରଖିବା ସହ ଅନ୍ୟ ଖାଦ୍ୟ ଖୁଆଇବା ଆରମ୍ଭ କରନ୍ତୁ । ୬ – ୮ ମାସରେ ଦିନକୁ ଦୁଇଥର , ୮ – ୧୨ ମାସ ଦିନକୁ ୩ – ୪ ଥର ଖାଇବାକୁ ଦିଅନ୍ତୁ ଯେତେବେଳେ ସମ୍ଭବ ଶିଶୁ ସହ କଟାହା ହୁଅନ୍ତୁ , ତା ଆଗରେ ପଢନ୍ତୁ ଓ ଗୀତ ଗାନ୍ତୁ । ସତର୍କ ସୂଚନା ହାତ ଗୋଡ ହଲାଇବାରେ ଅସୁବିଧା ବା ଟାଣ ଲାଗିବା ସବୁବେଳେ ମୁଣ୍ଡ ଏଣେତେଣେ କରିବା (କାନରେ ସଂକ୍ରମଣ ଯୋଗୁଁ ଏପରି ହୋଇପାରେ , ଉପଯୁକ୍ତ ଚିକିତ୍ସା ନକଲେ କାଲ ହେବାର ସମ୍ଭାବନା ଥାଏ) ଶବ୍ଦ , ଚିହ୍ନା ମୁହଁ ବା ସ୍ତନ ପ୍ରତି କୌଣସି ପ୍ରତିକ୍ରିୟା ନଥିବା ବା ଅଳ୍ପ ପ୍ରତିକ୍ରିୟା ଦେଖାଇବା ମା’କ୍ଷୀର ବା ଅନ୍ୟ ଖାଦ୍ୟ ନ ଖାଇବା । ବାର ମାସର ହେଲା ବେଳକୁ ଶିଶୁ କରିପାରିବା ଉଚିତ ବିନା ସାହାଯ୍ୟରେ ବସିବ ହାତ ଓ ଆଣ୍ଠୁ ଦେଇ ଗୁରୁଣ୍ଡିବ ଏବଂ ଠିଆ ହେବାକୁ ଚେଷ୍ଟା କରିବ କିଛି ଧରି (ହାତ ଧରିଲେ) ପାଦ ପକାଇବ ଶବ୍ଦ ଓ ଧ୍ଵନିକୁ ନକଲ କରିବାକୁ ଚେଷ୍ଟା କରିବ ଏବଂ ସାଧାରଣ କଥା ଶୁଣି ପ୍ରତିକ୍ରିୟା ଦେଖାଇବ ଖେଳିବା ଓ ତାଳି ମାରିଲେ ଖୁସି ହେବ ଧ୍ୟାନ ଆକର୍ଷଣ କରିବା ପାଇଁ ବାରମ୍ବାର ଶବ୍ଦ ଓ ଅଙ୍ଗଭଙ୍ଗୀ କରିବ ବୁଢା ଆଙ୍ଗୁଠି ଓ ଅନ୍ୟ ଗୋଟିଏ ଆଙ୍ଗୁଠିରେ ଜିନିଷ ଗୋଟାଇବ ଚାମଚ ଓ କପ୍ ଧରିପାରିବ ଏବଂ ନିଜେ ନିଜେ ଖାଇବାକୁ ଚେଷ୍ଟା କରିବ । ବାପାମା’ ଯତ୍ନକାରୀଙ୍କୁ ପଦେ ଜିନିଷକୁ ଦେଖାଇ ତା’ ନାଁ କୁହନ୍ତୁ । ଶିଶୁ ସହିତ ଯଥେଷ୍ଟ କଥା ହୁଅନ୍ତୁ ଓ ଖେଳନ୍ତୁ ଖାଇବା ସମୟରେ ପରିବାରର ସମସ୍ତଙ୍କ ସହ କଥାବାର୍ତ୍ତା ହେବାକୁ ଉତ୍ସାହିତ କରନ୍ତୁ ଯଦି ଶିଶୁର ବିକାଶ ଧୀର ହୁଏ ବା ଶାରୀରିକ ଅକ୍ଷମତା ଥାଏ , ତେବେ ତା’ର ଦକ୍ଷତା ଉପରେ ଯୋଡ଼ା ଦିଅନ୍ତୁ ଏବଂ ଅଧିକ କଥାବାର୍ତ୍ତା କରନ୍ତୁ ଗୋଟିଏ ଅବସ୍ଥାରେ ଶିଶୁକୁ ବହୁତ ସମୟ ପାଇଁ ଛାଡନ୍ତୁ ନାହିଁ ଦୁର୍ଘଟଣାରୁ ବଞ୍ଚିବା ପାଇଁ ସେହି ଅଞ୍ଚଳକୁ ନିରାପଦ କରନ୍ତୁ ସ୍ତନ୍ୟପାନ ଜାରୀ ରଖନ୍ତୁ ଏବଂ ତାକୁ ଯଥେଷ୍ଟ ଓ ଘରର ବିଭିନ୍ନ ପ୍ରକାର ଖାଦ୍ୟ ଦିଅନ୍ତୁ ଚାମଚ /କପ୍ ରେ ଖାଇବା ପାଇଁ ଶିଶୁକୁ ସାହାଯ୍ୟ କରନ୍ତୁ ଶିଶୁକୁ ପ୍ରତିରୋଧୀ କରାନ୍ତୁ ଏବଂ ସବୁ ଅଣୁପୋଷକ ପରିପୂରକର ଅନୁମୋଦିତ ମାତ୍ରା ଦିଅନ୍ତୁ । ବାର ମାସର ହେଲା ବେଳକୁ (କ୍ରମଶଃ) ସତର୍କ ସୂଚନା ଅନ୍ୟମାନଙ୍କ ପ୍ରତି ପ୍ରତିକ୍ରିୟାରେ ପିଲା ଶବ୍ଦ ନକରିବା ଗତି କରୁଥିବା ଜିନିଷ ଆଡକୁ ଶିଶୁଟି ନଚାହିଁବା ଶିଶୁ ମାନ୍ଦା ରହିବା ଏବଂ ଯତ୍ନକାରୀ ପ୍ରତି ପ୍ରତିକ୍ରିୟା ନଦେଖାଇବା ଶିଶୁକୁ ଭୋକ ନକରିବା ବା ଖାଦ୍ୟ ନଖାଇବା ଦୁଇ ବର୍ଷର ହେଲା ବେଳକୁ ଶିଶୁ କରିପାରିବା ଉଚିତ ଚାଲିବ , ଚଢିବ ଓ ଦୌଡିବ ନାକ , ଆଖି ଭଳି ନାଁ କହିଲେ ଜିନିଷ ବା ଚିତ୍ରକୁ ଦେଖାଇବ ପ୍ରାୟ ୧୫ ମାସରୁ ଆରମ୍ଭ କରି ଅଧିକ ଶବ୍ଦ କହିପାରିବ ସାଧାରଣ ନିର୍ଦ୍ଦେଶ ଅନୁସାରେ କାମ କରିପାରିବ ଖଡି ବା କ୍ରେୟନ ଦେଲେ ଗାର ପକାଇବ ସରଳ ଗପ ଓ ଗୀତ ଶୁଣି ଖୁସୀ ହେବ ଅନ୍ୟମାନଙ୍କ ବ୍ୟବହାରକୁ ନକଲ କରିବ ନିଜେ ନିଜେ ଖାଇବା ଆରମ୍ଭ କରିବ ବାପାମା’ ଯତ୍ନକାରୀଙ୍କୁ ପଦେ ଶିଶୁ ସହ ପଢନ୍ତୁ , ଗାଆନ୍ତୁ ବା ଖେଳନ୍ତୁ ବିପଦଜନକ ଜିନିଷଠାରୁ ଦୂରେଇ ରହିବା ଶିଖାନ୍ତୁ ଶିଶୁଭାଷା ବ୍ୟବହାର ନକରି ସାଧାରଣ ଭାଷାରେ କଥାବାର୍ତ୍ତା ହୁଅନ୍ତୁ ସ୍ତନ୍ୟପାନ ଜାରି ରଖନ୍ତୁ ଏବଂ ଘରର ବିଭିନ୍ନ ପ୍ରକାରର ଓ ଯଥେଷ୍ଟ ପରିମାଣର ଖାଦ୍ୟ ଦିଅନ୍ତୁ ଶିଶୁକୁ ଖାଇବା ପାଇଁ ଉତ୍ସାହିତ କରନ୍ତୁ , ଯୋଡ଼ା କରନ୍ତୁ ନାହିଁ ସରଳ କିଛି ନିୟମ ସ୍ଥିର କରନ୍ତୁ ଓ ଯୁକ୍ତିଯୁକ୍ତ ଆଶା କରନ୍ତୁ ଶିଶୁର ସଫଳତାରେ ପ୍ରଶଂସା କରନ୍ତୁ ଦୁଇ ବର୍ଷର ହେଲା ବେଳକୁ (କ୍ରମଶଃ) ସତର୍କ ସୂଚନା ଅନ୍ୟମାନଙ୍କୁ ପ୍ରତିକ୍ରିୟା ନ ଦେଖାଇବା ଟଳଟଳ ହୋଇ ଚାଲିବା (ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖାଅ) ଖଣ୍ଡିଆ ଖାବରା ହେବା ଓ ବିନା କାରଣରେ ବ୍ୟବହାର ବଦଳିଯିବା (ବିଶେଷ କରି ଯଦି ଶିଶୁଟି ଅନ୍ୟ ଦ୍ଵାରା ପାଳିତ ହେଉଥାଏ) ଭୋକ ନହେବା ତିନି ବର୍ଷର ହେଲା ବେଳକୁ ଶିଶୁ କରିପାରିବା ଉଚିତ ସହଜରେ ଚାଲିବ , ଦୌଡିବ , ଚଢିବ , ଗୋଇଠା ମାରିବ ଓ ଡେଇଁବ ସାଧାରଣ ଜିନିଷ ଓ ଚିତ୍ରକୁ ମନେରଖିବ ଓ ଚିହ୍ନିବ ଦୁଇ ତିନୋଟି ଶବ୍ଦର ବାକ୍ୟ କହିବ ନିଜ ନାଁ ଓ ବୟସ କହିବ ରଙ୍ଗ ନାଁ କହିବ ସଂଖ୍ୟା ବୁଝିପାରିବ ଖେଳରେ ମିଛିମିଛିକା ଜିନିଷର ବ୍ୟବହାର କରିବ ନିଜେ ନିଜେ ଖାଇବ ଅନ୍ୟ ପ୍ରତି ସ୍ନେହ ଦେଖାଇବ ବାପାମା’ ଓ ଯତ୍ନକାରୀଙ୍କୁ ପଦେ ଚିତ୍ର ବହି ପଢନ୍ତୁ ଏବଂ ଚିତ୍ର ବିଷୟରେ ଶିଶୁ ସହ କଥା ହୁଅନ୍ତୁ ଶିଶୁଗପ କୁହନ୍ତୁ ଏବଂ ଛୋଟ ପଦ୍ୟ , ଗୀତ ଶିଖାନ୍ତୁ ଖାଇବା ପାଇଁ ଶିଶୁକୁ ନିଜର ବାସନ ଦିଅନ୍ତୁ ଖାଇବା ପାଇଁ ଶିଶୁକୁ ଉତ୍ସାହିତ କରନ୍ତୁ ଏବଂ ଯେତେଥର ଚାହିଁବ ସେତେଥର ଖାଇବାକୁ ଦିଅନ୍ତୁ ନିଜେ ପୋଷାକ ପିନ୍ଧିବା , ହାତ ଧୋଇବା ଓ ପାଇଖାନା ଯିବା ଆଦି କାମ ଶିଖିବାରେ ସାହାଯ୍ୟ କରନ୍ତୁ ତିନି ବର୍ଷର ହେଲା ବେଳକୁ (କ୍ରମଶଃ) ସତର୍କ ସୂଚନା ଖେଳିବାରେ ଆଗ୍ରହ ନଦେଖାଇବା ବାରମ୍ବାର ଖସି ପଡିବା ଛୋଟ ଛୋଟ ଜିନିଷକୁ ଏପଟ ସେପଟ କରିବାରେ ଅସୁବିଧା ସାଧାରଣ କଥାକୁ ବୁଝିନପାରିବା କେତେଗୁଡିଏ ଶବ୍ଦକୁ ମିଶାଇ କଥା କହିନପାରିବା ଖାଇବାରେ ଆଗ୍ରହ ନଦେଖାଇବା ପାଞ୍ଚ ବର୍ଷର ହେଲା ବେଳକୁ ଶିଶୁ କରିପାରିବା ଉଚିତ ଅଙ୍ଗ ପ୍ରତ୍ୟଙ୍ଗର ସମନ୍ଵୟ ରଖି ଚାଲିବ ପୁରା ବାକ୍ୟ କହିବ ଏବଂ ବିଭିନ୍ନ ଶବ୍ଦ ବ୍ୟବହାର କରିବ ମୋଟା – ପତଳା , ଡେଙ୍ଗା – ଗେଡା ଭଳି ବିପରୀତ ଶବ୍ଦ ଜାଣିପାରିବ ଅନ୍ୟ ପିଲାଙ୍କ ସହ ଖେଳିବ ବିନା ସାହାଯ୍ୟରେ ପୋଷାକ ପିନ୍ଧିବ ସରଳ ପ୍ରଶ୍ନର ଉତ୍ତର ଦେବ ୫ରୁ ୧୦ଟି ଜିନିଷ ଗଣିପାରିବ ନିଜ ହାତ ନିଜେ ଧୋଇ ପାରିବ ବାପାମା’ ଓ ଯତ୍ନକାରୀଙ୍କୁ ପଦେ ଶିଶୁର କଥାକୁ ଶୁଣନ୍ତୁ ଶିଶୁ ସହ ଯଥେଷ୍ଟ କଥାବାର୍ତ୍ତା କରନ୍ତୁ ଯଦି ଶିଶୁର ପାଟି ଲାଗୁଥାଏ , ତେବେ ଧୀରେ ଧୀରେ ଅଧିକ କଥା କହିବାକୁ କୁହନ୍ତୁ ଗପ ପଢନ୍ତୁ ଓ କୁହନ୍ତୁ ଖେଳିବାକୁ ଓ ନିରୀକ୍ଷଣ କରିବାକୁ ଶିଶୁକୁ ଉତ୍ସାହିତ କରନ୍ତୁ ପାଞ୍ଚ ବର୍ଷର ହେଲା ବେଳକୁ (କ୍ରମଶଃ) ସତର୍କ ସୂଚନା ଖେଳିବା ବେଳେ ଶିଶୁକୁ ଲକ୍ଷ୍ୟ କରନ୍ତୁ । ଯଦି ଶିଶୁଟି ଡରୁଛି , ରାଗୁଛି ବା ଉଗ୍ର ହୋଇ ଉଠୁଛି , ତେବେ ଶିଶୁର ମାନସିକ ସମସ୍ୟା ରହିଥାଇ ପାରେ ବା ସେ କିଛି ମାନସିକ କଷ୍ଟ ପାଉଛି । ଆଧାର :Unicef