ଉପକ୍ରମ ମ୍ୟାଲେରିଆ, ମଶା କାମୁଡିବା ଦ୍ଵାରା ବ୍ୟାପୁଥିବା ଏକ ମାରାତ୍ମକ ରୋଗ । ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଏହି ରୋଗ ଶିଶୁର ମୃତ୍ୟୁ ଓ ତାର ବିକାଶରେ ବାଧକ ସୃଷ୍ଟି କରିବାର ମୁଖ୍ୟ କାରଣ ହୋଇପାରେ । ଗର୍ଭବତୀ ମହିଳାଙ୍କ ପାଇଁ ମ୍ୟାଲେରିଆ ବିଶେଷ ରୂପରେ ବିପଦପୂର୍ଣ୍ଣ ଅଟେ । ମ୍ୟାଲେରିଆ ହେବା ଦ୍ଵାରା ରକ୍ତ କମ୍ ହେବା ଯୋଗୁଁ ଅନେକ ବିପଦ ଦେଖାଯାଏ । ଯେପରିକି ଗର୍ଭପାତ ହୋଇପାରେ, ମୃତ ଶିଶୁ ଜନ୍ମ ହୋଇପାରେ, ଜନ୍ମ ସମୟରେ ଶିଶୁର ଓଜନ କମ୍ ହୋଇପାରେ ଏବଂ ମାଆର ଜୀବନ ମଧ୍ୟ ଚାଲି ଯାଇପାରେ । ମ୍ୟାଲେରିଆର ଦୂରୀକରଣ ଏବଂ ଠିକ୍ ସମୟରେ ଚିକିତ୍ସା କାଲେ ବହୁତ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ । ମୁଖ୍ୟ ସୂଚନା ମଶା କାମୁଡିବା ଦ୍ଵାରା ମ୍ୟାଲେରିଆ ବ୍ୟାପେ । ମଶା କାମୁଡିବାର ରକ୍ଷା ପାଇବାର ସବୁଠାରୁ ଭଲ ଉପାୟ ହେଉଛି, କୀଟନାଶକ ଔଷଧରେ ଭିଜାଇ, ଶୁଖାଇ ଅର୍ଥାତ୍ ଉପଚାରିତ ମଶାରୀ ଟାଣି ଶୋଇବା । ମ୍ୟାଲେରିଆପ୍ରବନାଞ୍ଚଳରେ ପିଲାଙ୍କ ପାଇଁ ଅଧିକ ବିପଦ ଥାଏ । ଯଦି ଶିଶୁକୁ ଜ୍ଵର ଆସେ ତେବେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ ଶୀଘ୍ର ତାର ପରୀକ୍ଷା କରିବା ଦରକାର ଏବଂ ଯେତେ ଶୀଘ୍ର ସମ୍ଭବ ତାକୁ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ଔଷଧ ଦେବା ଉଚିତ୍ । ଗର୍ଭବତୀ ମହିଳାଙ୍କ ପାଇଁ ମ୍ୟାଲେରିଆ ଖୁବ୍ ବିପଦଜନକ ଅଟେ । ମ୍ୟାଲେରିଆ ପ୍ରବଣ ଅଞ୍ଚଳମାନଙ୍କରେ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁଯାୟୀ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ବଟିକା ଖାଇବା ଉଚିତ୍ । ମ୍ୟାଲେରିଆରେ ପୀଡିତ କିମ୍ବା ତା’ପରେ ଭଲ ହୋଇ ଯାଇଥିବା ଶିଶୁକୁ ବହୁତ୍ ଖାଦ୍ୟପନୀୟ ଦେବା ଉଚିତ୍ । ମସାମାନଙ୍କର ବଂଶବୃଦ୍ଧିକୁ ରୋକିବା ପାଇଁ ପରିବାର ଓ ଗୋଷ୍ଠୀସ୍ତର ରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣକରି ମ୍ୟାଲେରିଆ ବ୍ୟାପକତାକୁ ହ୍ରାସ କରାଯାଇପାରିବ । ସମସ୍ତେ ଜାଣିବା ଦରକାର ଯଦି ଚିକିତ୍ସା ପରେ ମଧ୍ୟ ମ୍ୟାଲେରିଆର ଲକ୍ଷଣ ଦେଖାଯାଏ, ତେବେ ଶିଶୁକୁ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଡାକ୍ତରଖାନା ନେଇ ଦେଖାଇବା ଦରକାର । ହୋଇପାରେ କି : ଶିଶୁକୁ ପୂର୍ଣ୍ଣ ମାତ୍ରାରେ ଔଷଧ ମିଲୁନଥାଇ ପାରେ । ଶିଶୁକୁ ମ୍ୟାଲେରିଆ ବ୍ୟତୀତ ଅନ୍ୟ କୌଣସି ରୋଗ ହୋଇଥାଇପାରେ । ମ୍ୟାଲେରିଆ ଉପରେ ଔଷଧର ପ୍ରଭାବ ପଡୁ ନଥାଇପାରେ କିମ୍ବା ଶିଶୁକୁ ଅନ୍ୟ କୌଣସି ଔଷଧର ଆବଶ୍ୟକତା ହେଉଥାଇପାରେ । ଜ୍ଵର ବେଳେ ଶିଶୁକୁ ଥଣ୍ଡା ରଖିବା ଶିଶୁକୁ ଯେତେବେଳେ ପର୍ଯ୍ୟନ୍ତ ଜ୍ଵର ରହେ, ସେତେବେଳ ପର୍ଯ୍ୟନ୍ତ ତା ଶରୀରକୁ ଥଣ୍ଡା ରଖିବା ପାଇଁ : ସତେଜ ପାଣିରେ ପୋଛିବା କିମ୍ବା ଗାଧୋଇ ଦେବା ଦରକାର । ପାଣି ଥଣ୍ଡା ହୋଇ ନଥିବା ଦରକାର । ଶିଶୁକୁ ଅଳ୍ପ କନାରେକିମ୍ବା ଗୋଟିଏ କମ୍ବଳ ଘୋଡାଇବା ମଶା ସଂଖ୍ୟା କମ୍ ହେବା ଲାଗି ପାଣି ଜମା ହେଉଥିବା ସ୍ଥାନଗୁଡିକୁ ପୋତି ପକାନ୍ତୁ କିମ୍ବା ସେଠାରୁ ପାଣି ବାହାର କରି ଦିଅନ୍ତୁ । ପଣି ରଖୁଥିବା ପାତ୍ର କିମ୍ବା ଟାଙ୍କିକୁ ଘୋଡାଇ ରଖନ୍ତୁ । ଘରର ଚତୁଃପାର୍ଶ୍ଵରେ ଥିବା ବୁହା ଲଟାକୁ ପରିଷ୍କାର କରିଦିଅନ୍ତୁ । ଆଧାର : ନ୍ୟାସନାଲ ହେଲଥ ମିଶନ