ଖାଦ୍ୟପେୟ ଥରେ ମଧୁମେହ ରୋଗ ଚିହ୍ନଟ ହେଲେ ଖାଦ୍ୟପେୟରେ କିଛିଟା ପରିବର୍ତ୍ତନ କରିବାକୁ ପଡିଥାଏ । ଏହି ରୋଗୀମାନେ ମଧ୍ୟ ସୁସ୍ଥ ଲୋକଙ୍କ ଭଳି ସମସ୍ତ ଖାଦ୍ୟ ଖାଇପାରିବେ । କିନ୍ତୁ ଖାଇବା ବେଳେ କିଛିଟା ଦିଗପ୍ରତି ନିଶ୍ଚିତ ରୂପେ ଧ୍ୟାନ ଦେବା ଆବଶ୍ୟକ । ଠିକ୍ ସମୟରେ ଖାଆନ୍ତୁ । ପେଟ ଭର୍ତ୍ତି କରି ନଖାଇ ଅଳ୍ପ ଅଳ୍ପ କରି ଖାଆନ୍ତୁ । ନିଜ ରକ୍ତରେ ଶର୍କରା ପରିମାଣ ଅନୁସାରେ ଡାକ୍ତରଙ୍କ ସହ ପରାମର୍ଶ କରି କେଉଁ ଖାଦ୍ୟ କେତେ ପରିମାଣରେ ଖାଇବେ ଏହାର ତାଲିକା ପ୍ରସ୍ତୁତ କରନ୍ତୁ । ଆଦୌ ଉପବାସ କରନ୍ତୁ ନାହିଁ । ଅଧିକ ଶର୍କରାଯୁକ୍ତ ଖାଦ୍ୟ ସମେତ ତେଲ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁନାହିଁ । ଖାଇବାରେ ଅଧିକ ପରିମାଣର ସବୁଜ ପନିପରିବା ଖାଇବା ଉଚିତ । ଜୀବନଶୈଳୀ ଡାକ୍ତରୀ ଔଷଧ ଏବଂ ଖାଦ୍ୟପେୟରେ ନିୟନ୍ତ୍ରଣ କରିବା ସହିତ ସଠିକ୍ ଜୀବନଶୈଳୀ ଅତିବାହିତ କଲେ ମଧୁମେହ ରୋଗ ଆପେ ନିୟନ୍ତ୍ରଣରେ ରହିଥାଏ । ପ୍ରତିଦିନ ବ୍ୟାୟାମ କରିବା ସହ ଓଜନ ଅଧିକ ଥିଲେ ତୁରନ୍ତ କମାନ୍ତୁ । ପ୍ରତିଦିନ ୩୦ ମିନିଟ ଚାଲିବାର ଅଭ୍ୟାସ କରନ୍ତୁ । ମାନସିକ ଚାପଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ଧୂମପାନ ଏବଂ ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ । ଔଷଧ ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ଡାକ୍ତର ବଟିକା କିମ୍ବା ଇନ୍ ସୁଲିନ ଇଞ୍ଜେକସନ ନେବାକୁ ପରାମର୍ଶ ଦେଇଥା’ନ୍ତି । ରକ୍ତରେ ଶର୍କରା ପରିମାଣ ଅଧିକ ଥିଲେ କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଡାକ୍ତର ଇନସୁଲିନ ଇଞ୍ଜେକସନ ନେବାକୁ ପରାମର୍ଶ ଦେଇଥାନ୍ତି । ଯଦି ଆପଣ ଇନସୁଲିନ ଇଞ୍ଜେକସନ ନେଉଛନ୍ତି ତେବେ ପ୍ରତିଦିନ ଏକ ଠିକ୍ ସମୟରେ ଏହାକୁ ନିଅନ୍ତୁ ଇନସୁଲିନ ନେବା ପରେ ଅଧିକ ସମୟ ଖାଲି ପେଟରେ ନରହି ଖାଇ ଦିଅନ୍ତୁ ଦୂର ଯାତ୍ରା କରୁଥିଲେ କିମ୍ବା ବାହାରେ ଥିଲେ ଇନସୁଲିନ ଇଞ୍ଜେକସନ ସାଙ୍ଗରେ ନେଇ କରି ଯାଆନ୍ତୁ , କିନ୍ତୁ ସୂର୍ଯ୍ୟ କିରଣ ବା ଖରା ଠାରୁ ଏହାକୁ ଦୂରେଇ ରଖନ୍ତୁ । ଡାକ୍ତରୀ ପରୀକ୍ଷା ଦୀର୍ଘଦିନ ଧରି ମଧୁମେହ ରୋଗରେ ପୀଡିତ ହେବା ଫଳରେ କିମ୍ବା ଅନିୟନ୍ତ୍ରିତ ମଧୁମେହ କାରଣରୁ ଏହା ଧୀରେ ଧୀରେ ଆମ ଶରୀରର ରକ୍ତହୀନତା ଗୁଡିକୁ ପ୍ରଭାବିତ କରିଥାଏ । ଯେହେତୁ ରକ୍ତନଳୀ ଆମ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସହ ଜଡିତ , ସେଥିପାଇଁ ମଧୁମେହ ରୋଗର କୁପ୍ରଭାବ ମୁଣ୍ଡଠାରୁ ଆରମ୍ଭ କରି ପାଦ ଯାଏଁ ସମସ୍ତ ଅଙ୍ଗ ଉପରେ ପଡିଥାଏ । ସେଥିପାଇଁ ଡାକ୍ତରଙ୍କ ପରାମର୍ଶରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ । ୧. ରକ୍ତଚାପ ପରୀକ୍ଷା - ଡାକ୍ତରଙ୍କ ପାଖକୁ ଯିବା ବେଳେ ନିଶ୍ଚିତ ଭାବରେ ରକ୍ତଚାପ ପରୀକ୍ଷା କରାଇ ନିଅନ୍ତୁ । ୨. ଏଚ୍ ବିଏୱାନସି ପରୀକ୍ଷା - ଡାକ୍ତରଙ୍କ ପରାମର୍ଶରେ ୩ ମାସରେ ଥରେ ଏଚ୍ ବିଏୱାନସି ପରୀକ୍ଷା କରାଇ ନିଅନ୍ତୁ । ୩. ଚକ୍ଷୁ ପରୀକ୍ଷା – ବର୍ଷକୁ ଥରେ ଆଖିର ରକ୍ତନଳୀର ପରୀକ୍ଷା କରାଇ ନିଅନ୍ତୁ। ୪. ପାଦ ପରୀକ୍ଷା - ପ୍ରତିଦିନ ନିଜେ ନିଜର ପାଦ ଦ୍ଵାରା ଏବଂ ବର୍ଷକୁ ଥରେ ଡାକ୍ତରଙ୍କ ଦ୍ଵାରା ପାଦ ପରୀକ୍ଷା କରାନ୍ତୁ । ୫. ବୃକକ୍ ପରୀକ୍ଷା - ଡାକ୍ତରଙ୍କ ପରାମର୍ଶରେ ବର୍ଷକୁ ଥରେ ବୃକକ୍ ପରୀକ୍ଷା କରାଇ ନିଅନ୍ତୁ । ୬. ହୃତ୍ ପିଣ୍ଡ ପରୀକ୍ଷା - ବର୍ଷକୁ ଥରେ ହୃତ୍ ପିଣ୍ଡର ପରୀକ୍ଷା କରନ୍ତୁ । ମଧୁମେହ ରୋଗୀମାନେ ଏହିସବୁ ଛୋଟ ଛୋଟ କିନ୍ତୁ ଗୁରୁତ୍ଵପୂର୍ଣ୍ଣ ଦିଗପ୍ରତି ଯଥେଷ୍ଟ ମାତ୍ରାରେ ଧ୍ୟାନ ଦିଅନ୍ତୁ ଫଳରେ ଏହି ରୋଗକୁ ନିୟନ୍ତ୍ରଣରେ ରଖାଯାଇପାରିବ । ସଂଗୃହିତ: ଡାକ୍ତର ସମ୍ବିତ ଦାସ