ଥାଇରଏଡ଼ରେ ଆଜିକାଲି ସମୟରେ ଥାଇରଏଡ଼ର ସମସ୍ୟା ଦେଖାଦେବା ଏକ ସାଧାରର ସ୍ୱାସ୍ଥ୍ୟଜନିତ ରୋଗରେ ପରିଣତ ହୋଇଛି। ହାଇପୋଥାଇରୋଏଡ଼ିଜିମ୍ ହେବା ପରେ ରୋଗୀର ଓଜନ ବୃଦ୍ଧି ଅଚାନକ ବୃଦ୍ଧି ପାଇବାକୁ ଲାଗିଥାଏ। ଅନ୍ୟପଟେ ଅନେକ ସମୟରେ ଆକ୍ରାନ୍ତଙ୍କ ଓଜନ କମିବାରେ ଲାଗିଥାଏ। ତେବେ ଏହାକୁ ଉପଯୁକ୍ତ ଔଷଧ ଦ୍ୱାରା ନିୟନ୍ତ୍ରଣରେ ରଖାଯାଇପାରିବ। ମାତ୍ର ଏଥିରେ ଖାଦ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ। ଆଜି ଆସନ୍ତୁ ଜାଣିବା ଏହି ସମୟରେ କି ସତର୍କତା ଅବଲମ୍ୱନ କରିବା। ଓଜନ ବୃଦ୍ଧି ପରି ସମସ୍ୟା ଦେଖାଦେଉଥିଲେ କ’ଣ ଖାଇବେ ୧. ଏହି ସମୟରେ ଶସ୍ୟଜନିତ ଖାଦ୍ୟକୁ ଖାଆନ୍ତୁ। ୨. ଏହି ସମୟରେ ଆପଣ କ୍ଷୀର ପିଇ ପାରିବେ। ୩. ଏହି ସମୟରେ ମାଛ ଖାଇ ପାରିବେ। ୪. ଏହି ସମୟରେ ରାଶି ଖାଆନ୍ତୁ। କ’ଣ ନଖାଇବେ? ୧. ଏଥିରେ ପିଡ଼ିତ ହେବା ପରେ ସୋୟାର ଉତ୍ପାଦଠାରୁ ନିଜକୁ ଦୂରେଇ ରଖନ୍ତୁ। ୨. ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ୩. ବେଶି ମିଠାଯୁକ୍ତ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ। ୪. ଏହି ସମୟରେ କଫି ପିଅନ୍ତୁ ନାହିଁ। ୫. କୋବି ଏବଂ ବ୍ରୋକୋଲି ପରି ପରିବା ଖାଆନ୍ତୁ ନାହିଁ। ପ୍ରଭାବ ପଡ଼ୁଥିଲେ କ’ଣ ଖାଇବେ? ୧. ଅଣ୍ଡା ଖାଆନ୍ତୁ। ୨. ବାଦାମ, କାଜୁ, ପେସ୍ତାବାଦାମ, କିସ୍ମିସ ଏବଂ ଅନ୍ୟାନ୍ୟ ନଟ୍ସ ଖାଆନ୍ତୁ। ୩. ଗହମ ଜନିତ ଖାଦ୍ୟ ଖାଆନ୍ତୁ। ୪. ସେୟା ଉତ୍ପାଦ ଖାଆନ୍ତୁ। ୫. କୋବି ବ୍ରୋକୋଲି ଆଦି ମଧ୍ୟ ଖାଇପାରିବେ। କ’ଣ ନଖାଇବେ? ୧. ଆୟୋଡ଼ିନ୍ ଯୁକ୍ତ ଖାଦ୍ୟ ଯେପରି ସାମୁଦ୍ରୀକ ଲୁଣି ମାଛ ଆଦି ଖାଇବାଠାରୁ ନିବୃତ ରୁହନ୍ତୁ। ୨. ଘିଅ ଖାଆନ୍ତୁ ନାହିଁ। ୩. ଛଣାଛଣି ତଥା ତେଲ ଜନିତ ଖାଦ୍ୟ ଏବଂ ଜଙ୍କଫୁଡ଼ ଖାଆନ୍ତୁ ନାହିଁ। ୪. ଧଳା ଭାତ ଖାଆନ୍ତୁ ନାହିଁ। ଆଧାର: ସ୍ୱାସ୍ଥ୍ୟ ବ୍ୟୁରୋ