ଓଜନ ଓ ଇଚ୍ଚତାରେ ବୃଦ୍ଧି କୌଶୋରାବସ୍ଥାରେ ଓଜନ ଓ ଉଚ୍ଚତା ବୃଦ୍ଧି ପାଇବା ସ୍ଵାଭାବିକ । ଯୌବନ କୌଶୋରୀ ଶରୀର ଓଜନ ଶତକଡା ୬୦ ଭାଗ ବୃଦ୍ଧି ପାଏ । ସେମାନଙ୍କ ଶରୀର ପ୍ରାୟତଃ ୫.୫ – ୧୦.୫ କିଲୋଗ୍ରାମ ବୃଦ୍ଧି ପାଏ । ମୁହଁ ତେଲିଆ ହୋଇଥାଏ ଓ ବ୍ରଣ ହୋଇଥାଏ ମୁହଁରେ ବ୍ରଣ ହୋଇପାରେ । ପ୍ରତ୍ୟେକ ଦିନ ସାବୁନରେ ମୁହଁ ଢୋଇବା କୌଶୋରୀଙ୍କୁ ଲାଭ ଦାୟକ । ବ୍ରଣ ପାଇଁ ବାହାରେ ମିଳୁଥିବା ପ୍ରସାଧନ ସାମଗ୍ରୀ ବ୍ୟବହାର କାରଣ ଏହା ଦ୍ଵାରା ପରିସ୍ଥିତି ଆହୁରି ଜଟିଳ ହୋଇପାରେ ଏବଂ ମୁହଁରେ ଦାଗ ପଡେ । ସ୍ତନର ଆକାର ବୃଦ୍ଧିପାଏ । କିଶୋରୀର ଦୁଇଟି ସ୍ତନର ଆକାର ପ୍ରାରମ୍ଭରେ ଭିନ୍ନ ହୋଇପାରେ କିନ୍ତୁ ଏଥିରେ ସମାନତା ଆସିଯାଏ । କିଶୋରୀ ମାନଙ୍କ ମଧ୍ୟରେ ସ୍ତନର ଆକାର ଭିନ୍ନ ହେବା ସ୍ଵାଭାବିକ ଅଟେ । ମାସିକ ଋତୁସ୍ରାବ ପୂର୍ବରୁ ବା ପରେ ସ୍ତନରେ ପୀଡା ହୋଇପାରେ । କାଖ ସନ୍ଧିରେ ଓ ଯୌନାଙ୍ଗରେ ଲୋମଉଠେ । ଶରୀରର ଗୋଲାଇରେ ଅର୍ଥାତ ପିଚା, ଛାତି ଓ ବାହୁର ବୃଦ୍ଧି ପଟେ । ଭିନ୍ନ କିଶୋରୀ ମାନଙ୍କ ମଧ୍ୟରେ ଲୋମ ଉଠିବାର ମାତ୍ରାରେ ଭିନ୍ନତା ହୋଇଥାଏ । ଶରୀରର ପ୍ରାୟ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗରେ ପରିବର୍ତ୍ତନ ଘଟିଥାଏ । ଏହି ପରିବର୍ତ୍ତନ ଘଟିବା ସ୍ଵାଭାବିକ ଅଟେ । କିଶୋରୀ ମାନଙ୍କର ଶାରୀରିକ ଗଠନ କିଶୋର ମାନଙ୍କଠୁ ଭିନ୍ନ ହୋଇଥାଏ । ଯୌନାଙ୍ଗର ବାହ୍ୟ ଅଂଶ ବୃଦ୍ଧିପାଏ ଓ ମାସିକ ଋତୁସ୍ରାବ ଆରମ୍ଭ ହୁଏ । କିଶୋରୀର ପ୍ରଜନନ କ୍ଷମତା ସୃଷ୍ଟି ହୁଏ । ଶରୀର ମଧ୍ୟରେ ଥିବା ଜରାୟୁ ଓ ଗର୍ଭାଶୟର ବୃଦ୍ଧି ଘଟେ ଓ ଶରୀରରେ ବିକାଶ ହୁଏ ଯାହା କିଶୋରୀଶରୀରକୁ ଶିଶୁଟିଏ ଗରଭାରେ ଧାରଣ କରିବା ପାଇଁ ରଖେ । ଆଧାର - UNICEF