ପ୍ରାରମ୍ଭିକ କୈଶୋରାବସ୍ଥା ( ୧୦ – ୧୩ ବର୍ଷ ) ଶରୀରର ପୁନଃ ଗଠନ ନୂଆ ନୂଆ ସାଙ୍ଗ ସାଥୀମାନଙ୍କ ସହିତ ମିଳାମିଶା କରିବା ଦୁଃସାହସିକ କାର୍ଯ୍ୟ ପ୍ରତି ମନୋଭାବ ଦେଖାଇବା ମତିଗତି ଦ୍ରୁତ ଭାବରେ ବଦଳିଯାଏ ଓ ମନରେ ଅସ୍ଥିରତା ପ୍ରକାଶ ପାଏ । ମଧ୍ୟ କୈଶୋରା ବସ୍ଥା (୧୪ – ୧୬ ବର୍ଷ ) ନୂଆ ନୂଆ ଚିନ୍ତାଧାରା ପ୍ରକାଶ ପାଇବା ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା କରିବା ନିଜସ୍ଵ ବ୍ୟକ୍ତିଗତ ପରିଚୟ ସୃଷ୍ଟି କରିବା ସଙ୍ଗାରେ ନଉତିକ ବୌଦ୍ଧିକ ଓ ବିବେକର ବିକାଶ ଘଟିବା ବାପା ମା’ ତଥା ପରିବାରବର୍ଗଙ୍କ ଠାରୁ ଅଲଗା ରହିବା ତଥା ଭିନ୍ନମତ ପ୍ରକାଶ କରିବା ବିପରିତ ଲିଙ୍ଗର ପୁଅଝିଅ ସହିତ ମିଳାମିଶା କରିବା ନିଜର ଚେହେରା ସୁନ୍ଦର କରିବାରେ ବ୍ୟସ୍ତ ରହିବା ନିଜର ପଥ ପ୍ରଦର୍ଶ (Role Model) ବଛିବା ଓ ନିଜର ଲକ୍ଷ୍ୟ ପାଇଁ ପ୍ରସ୍ତୁତ ହେବା ଅନ୍ତିମ କୈଶୋରବସ୍ଥା ( ୧୭ – ୧୯ ବର୍ଷ ) କର୍ମ ନିଯୁକ୍ତି ରୋଜଗାରକ୍ଷମ ତଥା ବ୍ୟକ୍ତିଗତ ଲକ୍ଷ୍ୟକୁ ହାସଲ କରିବା ପାଇଁ ଚେଷ୍ଟା କରିବା ସାମାଜିକ ମୂଲ୍ୟବୋଧର ବିକାଶ ଲକ୍ଷ୍ୟହାସଲ କରିବା ପାଇଁ ଆବେଗ ଓ ଉତ୍କଣ୍ଠା କରିବା ବୟସ୍କମାନଙ୍କ ପରି ଦାୟିତ୍ଵବୋଧତା ପାଇଁ ପ୍ରସ୍ତୁତ ହେବା କିଶୋରାବସ୍ଥାରେ ନିମ୍ନଲିଖିତ ପରିବର୍ତ୍ତନ ହୋଇଥାଏ । ଚିନ୍ତାଧାରା ଖୁବ୍ ଶୀଘ୍ର ବଳଦିଯାଏ, ଏହି ଅବସ୍ଥାରେ ଚିଡ୍ ଚିଡା ଭାବ ଦେଖାଯାଏ ଏବଂ ଆଚରଣରେ ଅତ୍ୟଧିକ ପରିବର୍ତ୍ତନ ହୋଇ ଅତ୍ୟଧିକ ରୋଗ ଉତ୍ତେଜନା କିମ୍ବା ଅତ୍ୟଧିକ ଶାନ୍ତି ସ୍ଵଭାବ ଦେଖାଯାଏ । ପରିବାର ସଦସ୍ୟମାନଙ୍କ ଠାରୁ ଅଲଗା ରହି ସଙ୍ଗାସାଥୀମାନଙ୍କ ସହିତ ସମୟ ବିତାଇବାକୁ ଭଲ ପାଆନ୍ତି । ସେମାନେ ସାଧାରଣତଃ ଦୁଃସାହିତ ହେବା ସହିତ ନିଜ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକୁ ପ୍ରୟୋଗ କରି ଥାଆନ୍ତି । ସାଙ୍ଗସାଥୀମାନଙ୍କ କୁସଙ୍ଗ ଧୂମ୍ରପାନ କରିବା, ନିଶାଦ୍ରବ୍ୟ ସେବନ କରିବା ଗୁଟକା ଖାଇବା, ଡ୍ରଗସ୍ ସେବନର କୂଅଭ୍ୟାସାର ପଡିଥାଆନ୍ତି । ତାଙ୍କ ଶରୀରରରେ ଘଟୁଥିବା ବିଭିନ୍ନ ଶାରୀରିକ ଓ ମାନସିକ ପରିବର୍ତ୍ତନକୁ ନେଇ ମାନସିକା ଚିନ୍ତା ଓ ଚାପରେ ରହିଥାଆନ୍ତି । ନିଜସ୍ ବ୍ୟକ୍ତିଗତ ପରିଚୟ ସୃଷ୍ଟି କରିବା ଓ ବ୍ୟକ୍ତିଗତ ସଂପର୍କ ସ୍ଥାପନ କରିବାକୁ ଚେଷ୍ଟା କରନ୍ତି । ଆଧାର - UNICEF