ପରିବା ଚୋପା ଦେହ ପାଇଁ ଉପକାରୀ ସବୁଜ ପରିବା । ପ୍ରାୟ ସମୟରେ ପରିବା ଚୋପାକୁ ଅଦରକାରୀ ଭାବି ଲୋକ ଫୋପାଡି ଦିଅନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଏପରି କିଛି ପରିବା ଅଛି ଯାହାର ଚୋପା ମଧ୍ୟରେ ପ୍ରଚୁର ମାତ୍ରାରେ ଭିଟାମିନ ଥାଏ । ଯାହା ଆମର ଶରୀରକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ଚୋପା ଆପଣଙ୍କୁ ରଖିବ ନିରୋଗ : ଗାଜର ଚୋପା : ଗାଜର ଚୋପା ଖାଇବା ଦ୍ୱାରା ଆଖିର ଶକ୍ତି ବଢ଼ିଥାଏ । ଏହାସହ ଗାଜରଚୋପାରେ କ୍ୟାନସର ପ୍ରଭାବ ମଧ୍ୟ କମ୍ ହୋଇଥାଏ । ଏହି ଚୋପାରେ ଭିଟାମିନ ବି ୬, ସି ଓ ଏ, ମ୍ୟାଗ୍ନେଶିୟମ, ପୋଟାସିୟମ ସହ ଫାଇଟ୍ରୋ ନ୍ୟୁଟ୍ରିଏଣ୍ଟସ୍ ଥାଏ । ଗାଜର ଚୋପା କ୍ୟାନସର କୋଷିକାକୁ ବଢ଼ିବାକୁ ଦିଏନି । ସେଉ ଚୋପା : ସେଉରେ ଭରପୁର ମାତ୍ରାରେ ମିନେରାଲ ଓ ଭିଟାମିନ ରହିଥାଏ । ଏହା ସହ ସେଉ ଚୋପାରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି । ସେଉରେ ଥିବା ଫାଇବାର ଶରୀରର ଖରାପ କୋଲେଷ୍ଟ୍ରୋଲ୍ ଓ ବ୍ଲଡ ସୁଗାର କମ୍ କରେ । ଚୋପା ସହତ ସେଉ ଖାଇବା ବେଳେ ଭଲ ଭାବରେ ଧୋଇ ଦିଅନ୍ତୁ । ଆଳୁ ଚୋପା : ଆଳୁ ଠାରୁ ଅଧିକ ରୋଗପ୍ରତିରୋଧକ ଶକ୍ତି ରହିଛି ଆଳୁ ଚୋପାରେ । ଆଳୁ ଚୋପାରେ କ୍ୟାଲ୍ସିୟମ, ଭିଟାମିନ ବି, ସି, ଆଇରନ ଆଦି ରହିଛି । ଦେହରେ ଭିଟାମିନ ଏ ଅଭାବ ହୋଇଥିଲେ ଆଳୁ ଚୋପା ଖାଇ ପାରିବେ । ଆଳୁ ଚୋପା ଖାଇଲେ ଆଖି ଶକ୍ତି ଓ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ବାଇଗଣ ଚୋପା : ବାଇଗଣ ଚୋପାରେ ପୌଷ୍ଟିକ ତତ୍ତ୍ୱ ଭରପୁର ରହିଛି । ଏହା ବି ମସ୍ତିଷ୍କ କ୍ୟାନ୍ସର ପ୍ରଭାବ କମାଇଥାଏ । ବୟସ ମଧ୍ୟ କମ୍ ଜଣାପଡେ ବାଇଗଣ ଚୋପା ଖାଇଲେ କାକୁଡି ଚୋପା :କାକୁଡି ଚୋପା ସହ ଖାଇଲେ ଶରୀରକୁ କ୍ୟାଲସିୟମ, ଫସ୍ଫରସ, ମାଗ୍ନେସିୟମ, ପୋଟାସିୟମ, ଭିଟାମିନ ଏ ଓ ଭିଟାମିନ କେ ର ଅଭାବ ପୂରଣ ହୁଏ । ଆଧାର: ଖବର ଓଡିଶା